ପରିବହନ ସମସ୍ୟା ଦୂର କରିବା ନେଇ ତାଳଚେର ଟ୍ରକ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ ତାଳଚେର:- ତାଳଚେର ଟ୍ରକ ମାଲିକ ସଂଘ ତରଫରୁ ଏଜ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି l ଟ୍ରକ ମାଲିକଙ୍କ ପରିବହନ ସମସ୍ୟାକୁ ଦୂର କରିବା ସହ ଟ୍ରକ ମାଲିକଙ୍କ ଅନ୍ୟାନ ସମସ୍ୟା ସମାଧାନ ପାଇଁ ଟ୍ରକ ମାଲିକ ସଙ୍ଘର ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ସମସ୍ତ ସମସ୍ୟା ଜଣାଇବା ସହ ଦାଵୀପତ୍ର ପ୍ରଦାନ କରିଥିଲେ l ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଦିଲ୍ଲୀ ଠାରୁ କୋଇଲା ସଚିବଙ୍କ ସହ ଯୋଗାଯୋଗ କରିବାପରେ ଏମସିଏଲ ସିଏମଡି ଙ୍କୁ ସଙ୍ଗେ ସଙ୍ଗେ ତାଳଚେରରେ ରୋଡ଼ ସେଲ କୋଇଲାକୁ ଦୁଇଗୁଣା ବୃଦ୍ଧି କରିବାକୁ ନିର୍ଦେଶ ଦେବା ସହ ପାଞ୍ଚ ଦିନ ସୁଦ୍ଧା ସମସ୍ତ ପ୍ରକ୍ରିୟା ସେସ କରି ରିପୋର୍ଟ କରିବାକୁ ନିର୍ଦେଶ ଦେଇଥିଲେ l ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦେଶ ଅନୁଯାଇ ଟ୍ରକ ମାଲିକ ସଂଘର ଉପଦେଷ୍ଟା ରାଜେନ୍ଦ୍ର ସିଂ ଙ୍କ ନେତୃତ୍ରେ, ସଭାପତି ଦିଲିପ ପାଣି, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପ୍ରଧାନଙ୍କ ସହ ୩୦ଜଣିଆ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ଯାଇ ସିଏମଡି ଙ୍କୁ ଭେଟି ଟ୍ରକ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରି ସମସ୍ୟା ସମାଧାନରେ ସଫଳ ହୋଇଥିଲେ l ସିଏମଡି ସମସ୍ତ ଆଲୋଚନା ପରେ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି, ପ୍ରଥମେ ଖୁସିର ଖବର ଶୁଣାଇ କହିଲେ ଥିଲେ କି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେର୍ଦେଶ ଅନୁଯାଇ ରୋଡ଼ସେଲ କୋଇଲା ବୃଦ୍ଧି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟରେ ହିଙ୍ଗୁଳା ଖଣି ପାଇଁ ୫ ଲକ୍ଷ ଟନ କୋଇଲା ଅକ୍ସନ ସମ୍ପନ୍ନ ହୋଇଛି ଏବଂ ଅନ୍ୟାନ୍ୟ ଖଣି ପାଇଁ ଆଉ ୫ ଲକ୍ଷ କୋଇଲା ରୋଡ଼ସେଲରେ ଦିଆ ଯାଇଛି l ଆଗାମୀ ମାସ ଅକ୍ସନରେ ୧୫ ଲକ୍ଷ ପର୍ଯ୍ୟନ୍ତ ରୋଡ଼ସେଲ ରେ କୋଇଲା ଦିଆଯିବା ପାଇଁ ସିଏମଡି ପ୍ରତିଶୃତି ଦେଇ ଥିଲେ l ରୋଡ଼ସେଲ କୋଇଲା ବୃଦ୍ଧି ଟ୍ରକ ମାଲିକଙ୍କ ପରିବହନ ସମସ୍ୟାକୁ ଦୂର କରିପାରିବ, ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗରେ ଟ୍ରକ ମାଲିକଙ୍କ ପରିବହନ ସମସ୍ୟାର ଦୁଃଖ ଦୂର ହେବା ଖୁସିକୁ ଜାହିର କରିବା ସହ ତାଳଚେରର ସମସ୍ତ ଟ୍ରକ ମାଲିକ ଓ ସମସ୍ତ ବ୍ୟବସାୟୀଙ୍କ ଅବଗତି ନିମନ୍ତେ, ଟ୍ରକ ମାଲିକ ସଙ୍ଘର ଉପଦେଷ୍ଟା, ସଭାପତି, ସାଧାରଣ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ବରିଷ୍ଠ ସଦସ୍ୟ ଅରୁଣ ପ୍ରଧାନ, ଉଗ୍ରସନ ପ୍ରଧାନଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଟ୍ରକ ମାଲିକ ସଂଘ ଓ ତାଳଚେର ବାସୀଙ୍କ ତରଫରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରିଥିଲେ l

- ଗୁୁଦଗୁଦା ହତ୍ୟାକାଣ୍ଡ ଘଟଣା: ପୋଲିସ ହାତରେ ଗିରଫ ହୋଇ ଜେଲଗଲେ ୪ ହତ୍ୟାକାରୀ @boudh News #NewsUpdate1
- କଟକ ଯୁବପିଡି ଙ୍କ ମୁରୁଣ୍ଡଙ୍ଗ ପ୍ରାଟିସ୍1
- Odisha pasi Ghata message mujhe Ek Kahani Samaj Re kitesh Hota1
- ଏ ଭିଡ଼ିଓ ଭାଇରଲ ହଉଚି ଫୁଲ ଭିଡ଼ିଓ ଲିଙ୍କ 👉 https://youtu.be/XYIF6d58NMI1
- Happy New year good morning Orissa1
- Post by Dipun Nayak1
- Jay Jagannath 🙏1
- ପୁରୀ ଧାମ3