ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ଗ୍ରାମରେ ଶ୍ମଶାନ ଏବଂ ଶବଦାହ ଗୃହର ଅଭାବ ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୋଟାବାଡ଼ି ପଞ୍ଚାୟତରେ ଏଭଳି ସୁବିଧା ନ ଥିବାରୁ ବର୍ଷା, ଖରା ଓ ଶୀତ ସମୟରେ ଖୋଲା ଆକାଶ ତଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଶବ ସତ୍କାର କରାଯାଉଛି। ଏହାକୁ ନେଇ ପୂର୍ବରୁ ମାନବିକ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ କରି ଏକ ମାମଲା ଦାୟର ହୋଇଥିଲା। କେସ ନଂ ୩୧୨୫/୨୦୨୫ ପ୍ରକାରେ ମାନ୍ୟବର ହାଇକୋର୍ଟ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇ ଏହି ଘଟଣାର ଅନୁସନ୍ଧାନ କରି ୨୮/୧୧/୨୦୨୫ ସୁଦ୍ଧା ଜଣାଇବାକୁ କହିଥିଲେ। ପରବର୍ତ୍ତୀ ସମୟରେ ମୋଟାବାଡ଼ି ଗ୍ରାମରେ ଜାଗା ଚିହ୍ନଟ କରାଯାଇ ଶ୍ମଶାନ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା, କିନ୍ତୁ ତାହା ଅସମ୍ପୂର୍ଣ୍ଣ ଓ ଅଧାପନ୍ତରିଆ ଅବସ୍ଥାରେ ଏବେ ପଡ଼ିରହିଛି। ମୋଟାବାଡ଼ି ଗ୍ରାମରେ ଦୁଇ ଦୁଇ ଥର ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସ୍ତରୀୟ ଜନଶୁଣାଣିରେ ଏହି ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହି ଗ୍ରାମରେ ସର୍ବସାଧାରଣଙ୍କ ଅତ୍ୟନ୍ତ ଆବଶ୍ୟକ ଥିବା ଶ୍ମଶାନ ଓ ଶବଦାହ ଗୃହ ନିର୍ମାଣ ପାଇଁ କାହାରି ଆନ୍ତରିକ ଉଦ୍ୟମ ନାହିଁ, ଯାହାଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

- Post by GANESH PANlGRAHl1
- Post by Kabiraj gouda1
- ଭୋଟର ତାଲିକାରୁ ନାମ କଟିଯାଉଥିବା ବ୍ୟକ୍ତିମାନଙ୍କର ନାଗରିକତା ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଯାଇଛି। ଖବର ଅନୁଯାୟୀ, ଯେଉଁମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିବ, ସେମାନେ ନାଗରିକ ରହିବେ କି ନାହିଁ ଏବଂ ଏହାର ଉତ୍ତର କ'ଣ ହେବ, ସେ ନେଇ ଜିଜ୍ଞାସା ପ୍ରକାଶ ପାଇଛି।1
- ମାନବ ଧର୍ମ ସେବା ଟ୍ରଷ୍ଟ ପକ୍ଷରୁ ବାରିପଦାଠାରେ ମାନବିକତାର ଏକ ମହତ ପ୍ରୟାସ କରାଯାଇଛି। ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ସହ SB NEWS 24X7 ର ବ୍ୟୁରୋ ଚିଫ୍ ସୁଶାନ୍ତ ନାୟକଙ୍କୁ ସମ୍ମାନିତ କରାଯାଇଛି। ଏହି ପ୍ରୟାସକୁ ମାନବିକତାର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଦର୍ଶାଯାଇଛି। ସେବାଭାବର ପ୍ରଦର୍ଶନ କରି, ରକ୍ତଦାତାମାନେ ପ୍ରବଳ ଖରାକୁ ଖାତିର ନକରି ଏକ ଜୟଯାତ୍ରାରେ ସାମିଲ ହୋଇଥିଲେ। ଏହି ମହତ ପ୍ରୟାସରେ ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା, ଯେଉଁଥିରେ ସୁଶାନ୍ତ ନାୟକଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା।1
- ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ମେଇନ୍ ରୋଡ଼ ଠାରେ ସ୍ୱର୍ଗତା ସାଇବାଣୀ ବିଶ୍ୱାଳଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ଉପସ୍ଥିତ ସମସ୍ତେ ସାଇବାଣୀ ବିଶ୍ୱାଳଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି।1
- ଗଜପତି ଜିଲ୍ଲାର ଗୁଣ୍ଡିମା ନିକଟରେ ଦୁଇଟି ପିକାପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଏକ ଦୁର୍ଘଟଣା ଘଟିଛି। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଦୁଇଟି ପିକାପ ରାସ୍ତାରେ ଓଲଟି ପଡ଼ିଥିଲା। ଏହି ଘଟଣାରେ ଦୁଇଟି ପିକାପର ଚାଳକ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇ ରାସ୍ତା ଅବରୋଧ ହୋଇଥିଲା।1
- Post by GANESH PANlGRAHl1
- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆଙ୍କଶପୁର ସୁଣ୍ଡି ସାହିରେ ଜଣେ ବ୍ୟକ୍ତିଙ୍କ ବାଇକକୁ ଦୁର୍ବୁତ୍ତମାନେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ସୁକାନ୍ତ ସାହୁ ନାମକ ବ୍ୟକ୍ତିଙ୍କ ବାଇକକୁ ଟାର୍ଗେଟ କରି ଏହି ଘଟଣା ଘଟାଯାଇଛି। ଖବର ପାଇବା ପରେ ଅଗ୍ନିଶ୍ରମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି।1