logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ଦେଉଳବେଡା ସ୍ଥିତ ମଙ୍ଗଳମ୍ କ୍ଲବ ଠାରେ ରୋଟାରୀ କ୍ଲବ ତାଳଚେରର ୬ଷ୍ଠ ତମ ଅଧିଷ୍ଟାନ ଉତ୍ସବ କ୍ଲବର ବିଦାୟୀ ସଭାପତି ଡ. ସସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଂଟରନେସନାଲ୍ ଜିଲ୍ଲା ୩୨୬୨ ର ନବ ନିଯୁକ୍ତ ପ୍ରାନ୍ତପାଳ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅନିଲ୍ କୁମାର ସାମଲ ଯୋଗଦେଇ ୨୦୨୬-୨୭ ବର୍ଷ ପାଇଁ ନୂତନ କର୍ମକର୍ତା ମାନଙ୍କୁ ଅଧିଷ୍ଠିତ କରାଇଥିଲେ। ନୂତନ ଭାବେ ନିଯୁକ୍ତ ସଭାପତି ଆଇନଜୀବୀ ହରେକୃଷ୍ଣ ପାତ୍ର ଶପଥ ପାଠ ପୂର୍ବକ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଏହି ସଭାରେ ସ୍ୱତନ୍ତ୍ର ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଓ ଉପଦେଷ୍ଟା ଶ୍ରୁଭାଂଶୁ ତ୍ରିପାଠୀ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କ୍ଲବର ପୂର୍ବବର୍ଷର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପୂର୍ବତନ ସଭାପତି ବର୍ଣ୍ଣନା କରିଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ଜନହିତକର କାର୍ଯ୍ୟ ବିଷୟରେ ନୂତନ ସଭାପତି ଶ୍ରୀ ପାତ୍ର ସୂଚନା ପ୍ରଦାନ କରିଥିଲେ। ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ରଥ, ବରିଷ୍ଠ ଡାକ୍ତର ଶୁକ୍ଳାମ୍ବର ପଣ୍ଡା ଓ ଚାଟାର୍ଡ ଆକାଉଂଟାଟ୍ ଆଶିଷ ଗୋଏଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରିଆନ୍ ମାନସ ରଂଜନ ଆଚାର୍ଯ୍ୟ ଏହି ସଭାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରକ ମାଲିକ ସଂଘର ସଭାପତି ଦିଲିପ୍ ପାଣି ଓ ଜେସିଆଇ ର ଆଶିଷ କୁମାର ଅଗ୍ରୱାଲା ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍ ଡ. ବିଜୟ କୁମାର ସାମଲ, ଆଇନଜୀବୀ ବିନୋଦ କୁମାର ଅଗ୍ରୱାଲା, ରଣଜିତ୍ ଘୋଷ, ନିର୍ମଳ ତ୍ରିପାଠୀ, ଶିକ୍ଷାବିତ୍ ଜ୍ୟୋତି ମିଶ୍ର, ତାଳଚେର କଲେଜ୍ ର ଅଧ୍ୟକ୍ଷ ମେଜର ସୁବ୍ରତ ଦାସ, ସୁଶାନ୍ତ କୁମାର ପ୍ରଧାନ, ଇଂ ମନୋଜ କୁମାର ପ୍ରଧାନ, ଜିତେନ୍ଦ୍ର ଭୂତିଆ, ବଜରଙ୍ଗ ଅଗ୍ରୱାଲା, ଆନନ୍ଦ ଚନ୍ଦ୍ର ତ୍ରିପାଠୀ, ଆଶାଲତା ଅଗ୍ରୱାଲ, ଇଂ ବ୍ରଜବନ୍ଧୁ ବିଶ୍ୱାଳ, କିଶୋର ଚନ୍ଦ୍ର ସାହୁ, ସମାଜସେବୀ ବାପି ମହାନ୍ତି ଏବଂ ହୀରାଲାଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ଲବର ସଂପାଦକ ଡାକ୍ତର ଅଶୋକ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

1 hr ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
1 hr ago
71ee2ad6-984e-4a6f-a201-e9fbb5f699cf

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବସୁଲେଇ ଗାଁର ଜଣେ ବ୍ୟକ୍ତିଙ୍କୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଛରୁ ପଡ଼ି ଆହତ ହୋଇଥିବା ଏହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାର ଲୋକେ ବ୍ୟକ୍ତି ଜଣକଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ସେ ଜୀବିତ ଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତି ଜଣକଙ୍କୁ ପ୍ରଥମେ ଚିକିତ୍ସା ନକରି ମୃତ ଘୋଷଣା କରିବା ଏବଂ ପରେ ସେ ଜୀବିତ ଥିବା ନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
    1
    ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବସୁଲେଇ ଗାଁର ଜଣେ ବ୍ୟକ୍ତିଙ୍କୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଛରୁ ପଡ଼ି ଆହତ ହୋଇଥିବା ଏହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାର ଲୋକେ ବ୍ୟକ୍ତି ଜଣକଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ସେ ଜୀବିତ ଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତି ଜଣକଙ୍କୁ ପ୍ରଥମେ ଚିକିତ୍ସା ନକରି ମୃତ ଘୋଷଣା କରିବା ଏବଂ ପରେ ସେ ଜୀବିତ ଥିବା ନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    13 hrs ago
  • ଢେଙ୍କାନାଳ ଟାଉନ ପୋଲିସ ଏକ ଛିନତାଇ ମାମଲାରେ ବଡ଼ ସଫଳତା ହାସଲ କରିଛି। ଏହି ମାମଲା ସମ୍ପର୍କରେ ପୋଲିସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।
    1
    ଢେଙ୍କାନାଳ ଟାଉନ ପୋଲିସ ଏକ ଛିନତାଇ ମାମଲାରେ ବଡ଼ ସଫଳତା ହାସଲ କରିଛି। ଏହି ମାମଲା ସମ୍ପର୍କରେ ପୋଲିସ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।
    user_Tapasdas 6372788705
    Tapasdas 6372788705
    Photographer Dhenkanal Sadar, Odisha•
    6 min ago
  • ଢେଙ୍କାନାଳ ସଦରରେ ବର୍ଷା ପାଣି ଜମି ରହିବା ଯୋଗୁଁ ପ୍ରବଳ ଦୁର୍ଗନ୍ଧ ହେଉଛି ଏବଂ ମଶାଙ୍କ ସଂଖ୍ୟା ମଧ୍ୟ ବହୁତ ବଢିଯାଇଛି। ପାଣି ଜମି ରହିବା କାରଣରୁ ଚାରିଆଡ଼େ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହିତ ମଶାଙ୍କ ଉପଦ୍ରବ ଅହେତୁକ ଭାବେ ବୃଦ୍ଧି ପାଉଛି।
    1
    ଢେଙ୍କାନାଳ ସଦରରେ ବର୍ଷା ପାଣି ଜମି ରହିବା ଯୋଗୁଁ ପ୍ରବଳ ଦୁର୍ଗନ୍ଧ ହେଉଛି ଏବଂ ମଶାଙ୍କ ସଂଖ୍ୟା ମଧ୍ୟ ବହୁତ ବଢିଯାଇଛି। ପାଣି ଜମି ରହିବା କାରଣରୁ ଚାରିଆଡ଼େ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହିତ ମଶାଙ୍କ ଉପଦ୍ରବ ଅହେତୁକ ଭାବେ ବୃଦ୍ଧି ପାଉଛି।
    user_ବାପି ନାଥ
    ବାପି ନାଥ
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ଢେଙ୍କାନାଳ ବସଷ୍ଟାଣ୍ଡରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) କର୍ମଚାରୀଙ୍କ ବିଶ୍ରାମ ନେବା ପାଇଁ ଉଦ୍ଦିଷ୍ଟ ଘରଟିର ବର୍ତ୍ତମାନ ଅପବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଏହି ସରକାରୀ କୋଠରିରେ କର୍ମଚାରୀଙ୍କ ବଦଳରେ କିଛି ବ୍ୟାଟେରି ଚାଳିତ ଯାନଗୁଡ଼ିକୁ ଚାର୍ଜ କରାଯାଉଛି। ଏହି ଘଟଣାକୁ ନେଇ ସରକାରୀ ସମ୍ପତ୍ତିର ଏଭଳି ଦୁରୁପଯୋଗ ସମ୍ପର୍କରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ 'ସରକାର କା ମାଲ ଦରିଆ ମୈ ଡାଲ' ଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
    1
    ଢେଙ୍କାନାଳ ବସଷ୍ଟାଣ୍ଡରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) କର୍ମଚାରୀଙ୍କ ବିଶ୍ରାମ ନେବା ପାଇଁ ଉଦ୍ଦିଷ୍ଟ ଘରଟିର ବର୍ତ୍ତମାନ ଅପବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଏହି ସରକାରୀ କୋଠରିରେ କର୍ମଚାରୀଙ୍କ ବଦଳରେ କିଛି ବ୍ୟାଟେରି ଚାଳିତ ଯାନଗୁଡ଼ିକୁ ଚାର୍ଜ କରାଯାଉଛି। ଏହି ଘଟଣାକୁ ନେଇ ସରକାରୀ ସମ୍ପତ୍ତିର ଏଭଳି ଦୁରୁପଯୋଗ ସମ୍ପର୍କରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ 'ସରକାର କା ମାଲ ଦରିଆ ମୈ ଡାଲ' ଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    7 hrs ago
  • ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଷଡ଼ଙ୍ଗୀରୁ ନିହାଲପ୍ରସାଦକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଧନେଇନାଳ ସେତୁ ନିକଟବର୍ତ୍ତୀ ନୂତନ ରାସ୍ତା ଏବେ ବିବାଦରେ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ୧୫ ଦିନ ମଧ୍ୟରେ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ପୂର୍ବ ସରକାରଙ୍କ ସମୟରେ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପର ଗୁଣବତ୍ତାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଓ ଯାନବାହନ ଯାତାୟାତ କରୁଥିବାରୁ ବଡ଼ ଦୁର୍ଘଟଣାର ଆଶଙ୍କା ରହିଛି। ଅଭିଯୋଗ ହୋଇଛି ଯେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ସଠିକ୍ ତଦାରଖ ଅଭାବରୁ ଏପରି ଅବସ୍ଥା ଦେଖାଦେଇଛି। କୋଟି କୋଟି ଟଙ୍କାର ପ୍ରକଳ୍ପରେ ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନେଇ ପୂର୍ତ୍ତ ବିଭାଗ କିମ୍ବା ଠିକାଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
    1
    ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଷଡ଼ଙ୍ଗୀରୁ ନିହାଲପ୍ରସାଦକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଧନେଇନାଳ ସେତୁ ନିକଟବର୍ତ୍ତୀ ନୂତନ ରାସ୍ତା ଏବେ ବିବାଦରେ। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ୧୫ ଦିନ ମଧ୍ୟରେ ରାସ୍ତାରେ ଫାଟ ସୃଷ୍ଟି ହୋଇଛି। ପୂର୍ବ ସରକାରଙ୍କ ସମୟରେ ମଞ୍ଜୁର ହୋଇଥିବା ଏହି ପ୍ରକଳ୍ପର ଗୁଣବତ୍ତାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଓ ଯାନବାହନ ଯାତାୟାତ କରୁଥିବାରୁ ବଡ଼ ଦୁର୍ଘଟଣାର ଆଶଙ୍କା ରହିଛି। ଅଭିଯୋଗ ହୋଇଛି ଯେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ସଠିକ୍ ତଦାରଖ ଅଭାବରୁ ଏପରି ଅବସ୍ଥା ଦେଖାଦେଇଛି। କୋଟି କୋଟି ଟଙ୍କାର ପ୍ରକଳ୍ପରେ ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଲୋକେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାକୁ ନେଇ ପୂର୍ତ୍ତ ବିଭାଗ କିମ୍ବା ଠିକାଦାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    12 hrs ago
  • ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।
    1
    ଦେବଗଡ଼ ଜିଲ୍ଲା ବାରକୋଟରେ ସନାତନ ସଂସ୍କୃତି ଏବଂ ସଂସ୍କାରରେ ନାରୀ ଶକ୍ତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆମ ସନାତନ ସଂସ୍କୃତି ଓ ସଂସ୍କାରରେ ସର୍ବଦା ନାରୀ ଶକ୍ତିକୁ ସମ୍ମାନ ପ୍ରଦାନ କରିବାର ଏକ ମହାନ ପରମ୍ପରା ରହିଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବସୁଲେଇ ଗାଁର ଜଣେ ବ୍ୟକ୍ତିଙ୍କୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଛରୁ ପଡ଼ି ଆହତ ହୋଇଥିବା ଏହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାର ଲୋକେ ଉକ୍ତ ବ୍ୟକ୍ତିଙ୍କୁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ସେ ଜୀବିତ ଥିବା ଦେଖିବାକୁ ମିଳିଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତି ଜଣଙ୍କୁ ପ୍ରଥମେ ଚିକିତ୍ସା ନକରି ମୃତ ଘୋଷଣା କରିବା ଏବଂ ପରେ ସେ ଜୀବିତ ଥିବା ଜଣାପଡ଼ିବା ଘଟଣାକୁ ନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
    1
    ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବସୁଲେଇ ଗାଁର ଜଣେ ବ୍ୟକ୍ତିଙ୍କୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗଛରୁ ପଡ଼ି ଆହତ ହୋଇଥିବା ଏହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାର ଲୋକେ ଉକ୍ତ ବ୍ୟକ୍ତିଙ୍କୁ ପୁଣି ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ସେ ଜୀବିତ ଥିବା ଦେଖିବାକୁ ମିଳିଥିଲା।

ଏହି ଆଶ୍ଚର୍ଯ୍ୟଜନକ ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତି ଜଣଙ୍କୁ ପ୍ରଥମେ ଚିକିତ୍ସା ନକରି ମୃତ ଘୋଷଣା କରିବା ଏବଂ ପରେ ସେ ଜୀବିତ ଥିବା ଜଣାପଡ଼ିବା ଘଟଣାକୁ ନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ନିଜର ପ୍ରତିକ୍ରିୟା ରଖିଛନ୍ତି।
    user_News odia odisha
    News odia odisha
    Tailor Dhenkanal Sadar, Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.