Shuru
Apke Nagar Ki App…
କଟକ ମଙ୍ଗଳାବାଗ ଅଞ୍ଚଳରେ ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ର ଚଢ଼ାଉ। ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା କାରଣରୁ କଟକ ଏସ୍.ସି.ବି ମେଡ଼ିକାଲ ନିକଟରେ କିଛି ହୋଟେଲ ଉପରେ ଚଢ଼ାଉ କରିଛି ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ।
Amrit Prasad Das
କଟକ ମଙ୍ଗଳାବାଗ ଅଞ୍ଚଳରେ ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ର ଚଢ଼ାଉ। ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା କାରଣରୁ କଟକ ଏସ୍.ସି.ବି ମେଡ଼ିକାଲ ନିକଟରେ କିଛି ହୋଟେଲ ଉପରେ ଚଢ଼ାଉ କରିଛି ସି.ଏମ୍.ସି ଫୁଡ୍ ସେଫ୍ଟି ଟିମ୍ ।
More news from ଓଡ଼ିଶା and nearby areas
- ଭୁବନେଶ୍ୱର ଶିଶୁ ଭବନ ଓଭରବ୍ରିଜ୍ ଉପରେ ପୁଣି ଦୁର୍ଘଟଣାଗ୍ରସ୍ତ ହେଲା କାର୍। ମରଣାଯନ୍ତା ପାଲଟିଛି ଓଭରବ୍ରିଜ୍। ପୂର୍ବ ଦିନ ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା କାର୍। ଆଜି ସଂନ୍ଧ୍ୟାରେ ପୁଣି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।1
- Post by Gagan Bhoi1
- ଭୁବନେଶ୍ୱର : ବ୍ରହ୍ମଗିରି ବିଧାୟିକାଙ୍କ ମାଙ୍କଡ଼ ଉପାଖ୍ୟାନ। କଂଗ୍ରେସ ନେତ୍ରୀ କହିଲେ ପାଟି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା କହିବି ନାହିଁ , ଆଖି ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଦେଖିବି ନାହିଁ , କାନ ବନ୍ଦ କରିଥିବା ମାଙ୍କଡ଼ କହୁଛି ମୁଁ ଲୋକଙ୍କ ସମସ୍ୟା ଶୁଣିବି ନାହିଁ ।1
- ଭୁବନେଶ୍ୱର: ଆମ୍ବୁଲାନ୍ସ ସେବାର ଦକ୍ଷତା ଆଣି କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମଠାରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୪୨୮ଟି ନୂଆ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ଗତ ୨୩ ଡିସେମ୍ବରରେ ୧୫୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ ହୋଇଥିବା ବେଳେ, ଆଜି ୨୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି। ଏହି ସମସ୍ତ ଆମ୍ବୁଲାନ୍ସ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୧୧ କୋଟି ଟଙ୍କା ବିନିଯୋଗ କରିଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ୮୬୬ଟି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଚାଲୁଥିବା ବେଳେ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ଶିଶୁମାନଙ୍କ ପାଇଁ ‘ଜନନୀ ଏକ୍ସପ୍ରେସ୍’ ନାମରେ ଆଉ ୫୦୦ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଏହି ଆମ୍ବୁଲାନ୍ସ ସେବାଗୁଡ଼ିକ ରାଜ୍ୟବାସୀଙ୍କ ପାଇଁ ଏକ ଜୀବନରେଖା ଭାବେ କାମ କରୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇ ମୃତ୍ୟୁହାର କମାଇବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ସେଥିପାଇଁ ଆମ୍ବୁଲାନ୍ସ ସେବାକୁ ଅଧିକ ସୁଦୃଢ଼ ଏବଂ କାର୍ଯ୍ୟକ୍ଷମ କରିବା ଦିଗରେ ଲଗାତାର ପଦକ୍ଷେପ ନିଆଯାଉଛି।1
- ଢେଙ୍କାନାଳ ରେ ସକାଳୁ ସକାଳୁ ହାତୀ ଆକ୍ରମଣରେ ତିନି ଜଣ ମୃତ, ତିନି ଜଣ ଗୁରୁତର l Dhenkanal news odisha l 👉 ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଘଟିଛି ଏହି ଅଭାବନୀୟ ଘଟଣା.. #elephantattack #dhenkanalforest #kapilashforest #dhenkanalnewsodisha1
- କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ପଞ୍ଚାୟତରେ ଥିବା ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ପିଲାମାନଙ୍କ ସହ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ (ବୁଲୁ )ନାଚିଲେ ଭଷାଣି ନାଚ1
- ଆସନ୍ତା ୪ଦିନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ । ଏହା ପ୍ରଭାବରେ ଶୀତ ବଢ଼ିବା ନେଇ ଆକଳନ କରାଯାଇଛି। କଟକରେ ଦିନ ୮ ଟା ବେଳେ କୁହୁଡି ଦେଖାଉଛି ନିଜର ପ୍ରତିଆରା। ମେଲାଉଛି ତାର ଆସ୍ତରଣ।1
- Post by Gagan Bhoi1
- ଭୁବନେଶ୍ୱର :କୁଳପତି ନିଯୁକ୍ତି ଦାବି ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କଲେ।1