logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନବରଙ୍ଗପୁର ସହରରେ ଅମାନିଆ ମଟରସାଇକେଲ ଚାଳକ ଏବଂ ଶବ୍ଦ ପ୍ରଦୂଷଣକୁ ନେଇ ଅନେକ ଅଭିଯୋଗ ଆସିବା ପରେ ଏସପି ପାର୍ଥ ଜଗଦୀଶ କଶ୍ୟପଙ୍କ ନିର୍ଦ୍ଦେଶକ୍ରମେ ଯାନବାହନ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ସମୟରେ, ୩୧ଟି ମଟରସାଇକେଲରେ କମ୍ପାନୀ ଦ୍ୱାରା ଲଗାଯାଇଥିବା ଅସଲି ସାଇଲେନ୍ସର ବଦଳରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ନକଲି ଏବଂ ପରିବର୍ତ୍ତିତ ସାଇଲେନ୍ସର ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଥିଲା। ସେହିଭଳି, ଯାଞ୍ଚ ବେଳେ ମଦ୍ୟପାନ କରି ମଟରସାଇକେଲ ଚଲାଉଥିବା ୨୦ଟି ମଟରସାଇକେଲକୁ ନବରଙ୍ଗପୁର ଥାନା ପୋଲିସ ଜବତ କରିଛି। ଗୋଟିଏ ମଟରସାଇକେଲ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ କରାଯାଇଛି। ଥାନା ଅଧିକାରୀ ସମ୍ବିତ ବେହେରା ସୂଚନା ଦେଇଛନ୍ତି ଯେ କୋର୍ଟର ନିର୍ଦ୍ଦେଶ ଆଣିବା ପରେ ମଟରସାଇକେଲଗୁଡିକୁ ଛଡ଼ାଯାଉଛି। ଏହି ପ୍ରକାର ସାଇଲେନ୍ସର ଯୋଗୁଁ ଅନାବଶ୍ୟକ ଭାବରେ ଉଚ୍ଚ ଶବ୍ଦ ସୃଷ୍ଟି ହୋଇ ସାଧାରଣ ଲୋକଙ୍କୁ ଅସୁବିଧା ହେବା ସହ ପରିବେଶ ମଧ୍ୟ ପ୍ରଦୂଷିତ ହେଉଥିଲା। ବିଶେଷକରି ଛାତ୍ରଛାତ୍ରୀ, ବୃଦ୍ଧବ୍ୟକ୍ତି ଓ ରୋଗୀମାନେ ଏହି ଶବ୍ଦ ପ୍ରଦୂଷଣ ଯୋଗୁଁ ଅଧିକ ପ୍ରଭାବିତ ହେଉଥିଲେ। ମଙ୍ଗଳବାର ନବରଙ୍ଗପୁର ପୋଲିସ ଦ୍ୱାରା ଜବତ ହୋଇଥିବା ସମସ୍ତ ନକଲି ସାଇଲେନ୍ସରକୁ ରୋଡ ରୋଲର ସାହାଯ୍ୟରେ ନଷ୍ଟ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ପୋଲିସ ଏକ କଠୋର ବାର୍ତ୍ତା ଦେଇଛି ଯେ, ଶବ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା କିମ୍ବା ମୋଟର ଯାନ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ। ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଲୋକ ସ୍ୱାଗତ କରିଛନ୍ତି।

11 hrs ago
user_Santosh kumar
Santosh kumar
Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•

More news from ଓଡ଼ିଶା and nearby areas
  • ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବ୍ଲକ ସ୍ତରୀୟ 'ବିକାଶର ଧାରା ଓଡିଶା ସାରା' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ ଆରମ୍ଭ କରିଛନ୍ତି।
    4
    ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ବ୍ଲକ ସ୍ତରୀୟ 'ବିକାଶର ଧାରା ଓଡିଶା ସାରା' କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁରର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ଗୌରୀ ଶଙ୍କର ମାଝୀ ଆରମ୍ଭ କରିଛନ୍ତି।
    user_ଉତ୍କଳ ସମାଜ
    ଉତ୍କଳ ସମାଜ
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    4 hrs ago
  • ଓଡ଼ିଆ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଗୁରୁତର ତ୍ରୁଟି ଘଟଣାକୁ ନେଇ ଏବେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କଥା ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
    1
    ଓଡ଼ିଆ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଗୁରୁତର ତ୍ରୁଟି ଘଟଣାକୁ ନେଇ ଏବେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏହି ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କଥା ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
    user_Public demand news 24/7
    Public demand news 24/7
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    6 hrs ago
  • ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ଯୋଗଦାନ କରିଥିଲେ। ବିଧାୟକ ଗୌରୀ ଶଙ୍କର ମାଝୀ ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟଗୁଡ଼ିକ ଲୋକଙ୍କ ହିତରେ ସମ୍ପାଦିତ ହୋଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ।
    1
    ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ଯୋଗଦାନ କରିଥିଲେ।

ବିଧାୟକ ଗୌରୀ ଶଙ୍କର ମାଝୀ ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟଗୁଡ଼ିକ ଲୋକଙ୍କ ହିତରେ ସମ୍ପାଦିତ ହୋଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    8 hrs ago
  • କୋଡିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜ ପାଳିବା ପାଇଁ ସାଙ୍ଗସାଥୀଙ୍କ ସହ ଚନ୍ଦ୍ରାବତୀ ନାମକ ଜଣେ ମହିଳା ଯାଇଥିବା ବେଳେ ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ଘର ବାରିପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
    1
    କୋଡିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡ଼ା ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜ ପାଳିବା ପାଇଁ ସାଙ୍ଗସାଥୀଙ୍କ ସହ ଚନ୍ଦ୍ରାବତୀ ନାମକ ଜଣେ ମହିଳା ଯାଇଥିବା ବେଳେ ଆଜି ସକାଳୁ ତାଙ୍କ ରକ୍ତାକ୍ତ ମୃତଦେହ ଘର ବାରିପଟେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
    user_Gam Khabar
    Gam Khabar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    16 hrs ago
  • ଜୟପୁରରେ ଦୁର୍ବୃତ୍ତମାନେ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି।
    1
    ଜୟପୁରରେ ଦୁର୍ବୃତ୍ତମାନେ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    8 hrs ago
  • ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଟାଟା ପାୱାର ଉପରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ବର୍ଷିଛନ୍ତି। ଦୁର୍ଗା ମିଶ୍ର ଚେତାବନୀ ଦେଇଛନ୍ତି ଯେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ ନହେଲେ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ କରାଯିବ।
    1
    ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଟାଟା ପାୱାର ଉପରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର ବର୍ଷିଛନ୍ତି।

ଦୁର୍ଗା ମିଶ୍ର ଚେତାବନୀ ଦେଇଛନ୍ତି ଯେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ ନହେଲେ ଟାଟା ପାୱାର କାର୍ଯ୍ୟାଳୟ ଘେରାଓ କରାଯିବ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • କୋଡ଼ିଙ୍ଗାମାଳି ଖଣିରେ ଉତ୍ତୋଳନ ବୃଦ୍ଧି ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଉଛି। ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୨୫ ତାରିଖରେ ହେବାକୁ ଥିବା ଜନଶୁଣାଣୀକୁ ବନ୍ଦ କରିବା ପାଇଁ ଦାବି କରାଯାଇଛି।
    1
    କୋଡ଼ିଙ୍ଗାମାଳି ଖଣିରେ ଉତ୍ତୋଳନ ବୃଦ୍ଧି ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଉଛି। ଏହି ପ୍ରସଙ୍ଗରେ ଆସନ୍ତା ଜୁନ ୨୫ ତାରିଖରେ ହେବାକୁ ଥିବା ଜନଶୁଣାଣୀକୁ ବନ୍ଦ କରିବା ପାଇଁ ଦାବି କରାଯାଇଛି।
    user_Kbk Darpan
    Kbk Darpan
    କୋରାପୁଟ ଟାଉନ୍, କୋରାପୁଟ, ଓଡ଼ିଶା•
    3 hrs ago
  • ପାପଡ଼ାହାଣ୍ଡି-ଡ଼ାବୁଗାଁ ଭାରତମାଳା ରାସ୍ତାରେ ଆଜି ରାତି ପ୍ରାୟ ୮ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଟି ପିକଅପ୍ ଗାଡ଼ି ସମ୍ପୃକ୍ତ ଥିବାବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାନୁସାରେ, ଓଡି ୩୩ ବି ୬୯୩୫ ନମ୍ବର ଥିବା ଏକ ବୋଲେରୋ ଗାଡ଼ି କାମ ସାରି ପାପଡ଼ାହାଣ୍ଡି ଅଭିମୁଖେ ଫେରୁଥିବା ବେଳେ କୌଣସି କାରଣରୁ ରାସ୍ତା ମଝିରେ ଅଟକି ଯାଇଥିଲା। ଏହି ସମୟରେ ଡ଼ାବୁଗାଁରୁ ପାପଡ଼ାହାଣ୍ଡି ଅଭିମୁଖେ ଆସୁଥିବା ଆଉ ଏକ ଭାରତମାଳା ନିୟୋଜିତ ବୋଲେରୋ କେମ୍ପର (HR 85K 4684) ଅଟକି ରହିଥିବା ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ NHAI ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ହେବ ଭାରତମାଳା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନହାନି ହୋଇଥିବାରୁ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ତେବେ ପୁଣି ଡେଙ୍ଗାଗୁଡ଼ା ନିକଟରେ ଭାରତମାଳା ପ୍ରକଳ୍ପରେ ନିୟୋଜିତ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ସାମ୍ନାକୁ ଆସିଛି।
    1
    ପାପଡ଼ାହାଣ୍ଡି-ଡ଼ାବୁଗାଁ ଭାରତମାଳା ରାସ୍ତାରେ ଆଜି ରାତି ପ୍ରାୟ ୮ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଟି ପିକଅପ୍ ଗାଡ଼ି ସମ୍ପୃକ୍ତ ଥିବାବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନାନୁସାରେ, ଓଡି ୩୩ ବି ୬୯୩୫ ନମ୍ବର ଥିବା ଏକ ବୋଲେରୋ ଗାଡ଼ି କାମ ସାରି ପାପଡ଼ାହାଣ୍ଡି ଅଭିମୁଖେ ଫେରୁଥିବା ବେଳେ କୌଣସି କାରଣରୁ ରାସ୍ତା ମଝିରେ ଅଟକି ଯାଇଥିଲା। ଏହି ସମୟରେ ଡ଼ାବୁଗାଁରୁ ପାପଡ଼ାହାଣ୍ଡି ଅଭିମୁଖେ ଆସୁଥିବା ଆଉ ଏକ ଭାରତମାଳା ନିୟୋଜିତ ବୋଲେରୋ କେମ୍ପର (HR 85K 4684) ଅଟକି ରହିଥିବା ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ NHAI ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ହେବ ଭାରତମାଳା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନହାନି ହୋଇଥିବାରୁ ଏହି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ତେବେ ପୁଣି ଡେଙ୍ଗାଗୁଡ଼ା ନିକଟରେ ଭାରତମାଳା ପ୍ରକଳ୍ପରେ ନିୟୋଜିତ ଦୁଇଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ସାମ୍ନାକୁ ଆସିଛି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.