ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଓଳମ୍ୱା ଗ୍ରାମର ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୪ ବର୍ଷ ଧରି କାର୍ଯ୍ୟ କରିଥିବା ପ୍ରଧାନ ଶିକ୍ଷକ ଶିଶିର ମହାନ୍ତିଙ୍କୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୋରା ମହାକୁଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ଲମ୍ବୋଦର ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶିଶିର ମହାନ୍ତିଙ୍କ ରଚିତ ପୁସ୍ତକ 'ସ୍ମୃତିରେ ମୋ ବିଦ୍ୟାଳୟ' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ବୃଶକେତୁ ଦାସଙ୍କ ସମେତ ରମେଶ ଚନ୍ଦ୍ର ସାହୁ, ସୌରି ଶଙ୍କର ବେହେରା, ପ୍ରଶାନ୍ତ ପତି, ସୁଶାନ୍ତ ନାୟକ, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ, ସୁଧାକର ସ୍ୱାଇଁ, ଗୋପାଳ କୃଷ୍ଣ ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ ଏବଂ ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ। ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ନିଜ ପ୍ରିୟ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟିକୁ ନିଶାକର ପାତ୍ର ସଂଯୋଜନା କରିଥିବାବେଳେ ମଙ୍ଗୁଳୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଓଳମ୍ୱା ଗ୍ରାମର ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୪ ବର୍ଷ ଧରି କାର୍ଯ୍ୟ କରିଥିବା ପ୍ରଧାନ ଶିକ୍ଷକ ଶିଶିର ମହାନ୍ତିଙ୍କୁ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୋରା ମହାକୁଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ଲମ୍ବୋଦର ମାରାଣ୍ଡି ମୁଖ୍ୟ ଅତିଥି ଭାବେ
ଯୋଗ ଦେଇଥିଲେ। ଏହି ଅବସରରେ ଶିଶିର ମହାନ୍ତିଙ୍କ ରଚିତ ପୁସ୍ତକ 'ସ୍ମୃତିରେ ମୋ ବିଦ୍ୟାଳୟ' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ବୃଶକେତୁ ଦାସଙ୍କ ସମେତ ରମେଶ ଚନ୍ଦ୍ର ସାହୁ, ସୌରି ଶଙ୍କର ବେହେରା, ପ୍ରଶାନ୍ତ ପତି, ସୁଶାନ୍ତ ନାୟକ, ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ, ସୁଧାକର ସ୍ୱାଇଁ, ଗୋପାଳ କୃଷ୍ଣ ସ୍ୱାଇଁ, ଶରତ ଚନ୍ଦ୍ର ସ୍ୱାଇଁ
ଏବଂ ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଆଲୋକପାତ କରିଥିଲେ। ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ନିଜ ପ୍ରିୟ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟିକୁ ନିଶାକର ପାତ୍ର ସଂଯୋଜନା କରିଥିବାବେଳେ ମଙ୍ଗୁଳୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
- ଗଞ୍ଜାମ ଜିଲ୍ଲାର ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରକଳ୍ପ ସମ୍ବନ୍ଧୀୟ ଥଇଥାନ ଓ ପରାମର୍ଶ ଦାତା କମିଟିର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି।1
- ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଶାସନ ଆମ୍ବଗାଁ ସ୍କୁଲରୁ ସ୍ମାର୍ଟ ସ୍କୁଲର ଅସଲ ଚିତ୍ର ସାମ୍ନାକୁ ଆସିଛି। ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ନିଜର ଖେଳ ପଡ଼ିଆ ଛାଡ଼ି ଶ୍ରେଣୀଗୃହରେ ସବୁ ବିଷୟର ପାଠ ପଢ଼ାଉଛନ୍ତି। ଜାଗୃତି ଖବରର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଏହି ବାସ୍ତବ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠି ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ହିଁ ସବୁ ବିଷୟର ପାଠ ପଢ଼ାଳି ସାଜିଛନ୍ତି।1
- ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ପରାମର୍ଶ ଦାତା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକ ପରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।1
- ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ ପୁରୀକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ପୁରୀକୁ ଯୋଡ଼ୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଦୁର୍ଦ୍ଦଶାକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବାକୁ ଥିବାବେଳେ ଏହି ବିପଦପୂର୍ଣ୍ଣ ରାସ୍ତା ସେମାନଙ୍କ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରେ। ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକରୁ ପୁରୀ ପର୍ଯ୍ୟନ୍ତ ଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରୁଛି। ମାତ୍ର ବର୍ତ୍ତମାନ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ପ୍ରତ୍ୟେକ ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି ଏବଂ ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ଏକ ନିତିଦିନିଆ ଘଟଣା ପାଲଟିଛି। ରଥଯାତ୍ରା ଭଳି ବିଶ୍ୱସ୍ତରୀୟ ପର୍ବକୁ ଦୃଷ୍ଟିରେ ରଖି ଏହି ସଡ଼କର ମରାମତି କରାଯିବା ନେଇ ଆଶା କରାଯାଉଥିଲା, କିନ୍ତୁ ଏପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ଯେ ରଥଯାତ୍ରା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ସଡ଼କର ମରାମତି କରାଯାଉ, ନଚେତ ଏହା ଭକ୍ତଙ୍କ ଯାତ୍ରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଯେ, ପୂର୍ତ୍ତ ବିଭାଗ କେବେ ଜାଗିବ ଏବଂ ଭକ୍ତମାନଙ୍କର ଏହି ବିପଦପୂର୍ଣ୍ଣ ଯାତ୍ରାର ଅନ୍ତ ଘଟିବ।1
- ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ କମିଶନର ତଥା ଆଇଏଏସ୍ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଗୁରୁବାର ଦିନ ମୋହନା ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ସ୍ୱତନ୍ତ୍ର ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ବଦରଇତ, ମୋହନା ବ୍ଲକର ବିଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କମିଶନର ମ୍ୟାଡ଼ାମ ପ୍ରଥମେ ସମସ୍ତ ଅଧିକାରୀଙ୍କ ସହ ବିଦ୍ୟାଳୟ ପରିସର ବୁଲି ଦେଖିଥିଲେ। ଏହାପରେ ସେ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ବିଷୟରେ ଆଲୋଚନା କରିବା ସହ ସେମାନଙ୍କର ଖାଦ୍ୟ ଏବଂ ପାଠ୍ୟ ଉପକରଣ ସମ୍ପର୍କରେ ପଚାରି ବୁଝିଥିଲେ। ପରିଦର୍ଶନ ପରେ, ସେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସି ସାହୁଙ୍କ ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ପୂର୍ବତନ ଶିକ୍ଷାର୍ଥୀମାନଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ସମ୍ପାଦକ ଶ୍ରୀ ସାହୁ ଜଣାଇଥିଲେ ଯେ ବିଦ୍ୟାଳୟର ଅନେକ ପୁରାତନ ଛାତ୍ରଛାତ୍ରୀ ଶିକ୍ଷକତା ସମେତ ବିଭିନ୍ନ ଚାକିରିରେ ନିଯୁକ୍ତ ଅଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି। ବିଦ୍ୟାଳୟର ପରିବେଶକୁ ନେଇ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ ବେଶ୍ ଖୁସି ବ୍ୟକ୍ତ କରିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ।1
- କଳାହାଣ୍ଡି ଜିଲ୍ଲାର ହାତୀ ନଦୀରେ ମାଛ ମାରୁଥିବା ସମୟରେ ଜାଲରେ ଏକ କୁମ୍ଭୀର ପଡ଼ିଯାଇଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ସମ୍ପୂର୍ଣ୍ଣ ଛାନିଆ ହୋଇପଡ଼ିଛନ୍ତି। ଏହି ଘଟଣା ପରେ ସେହି ଅଞ୍ଚଳରେ ଚାରିଆଡ଼େ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି।4
- ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମସଭା ମଭିଲାଇଜରମାନେ ଦୀର୍ଘ ୧୮ ମାସ (୧ ବର୍ଷ ୬ ମାସ) ହେବ ବିନା ଦରମାରେ କାମ କରୁଥିବା ବେଳେ ଏବେ ସେମାନଙ୍କୁ ଚାକିରିରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାରେ ପୂର୍ବରୁ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଗ୍ରାମୀଣ ସୋରଯା ଅଭିଯାନର ପେସା ନିଯୁକ୍ତି ମାଧ୍ୟମରେ ପଞ୍ଚାୟତଗୁଡ଼ିକରେ ଯୁବକଯୁବତୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ଏହି କର୍ମୀମାନଙ୍କୁ ମାସିକ ୧୨୦୦ ଟଙ୍କା ବେତନ ପ୍ରଦାନ କରାଯାଉଥିଲା। ସରକାର ବଦଳିବା ପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବରୁ ନିୟୋଜିତ ଥିବା କର୍ମୀମାନଙ୍କୁ ବାହାର କରି ତିନୋଟି ପଞ୍ଚାୟତ ପାଇଁ କେବଳ ଜଣେ ବ୍ୟକ୍ତିଙ୍କୁ ରଖିବାକୁ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶକୁ ନେଇ ମୋହନା ବ୍ଲକର ୩୯ଟି ପଞ୍ଚାୟତର ପୂର୍ବ କର୍ମୀମାନଙ୍କୁ ବାହାର କରି ନୂତନ ନିଯୁକ୍ତି ଦେବା ପାଇଁ ଶନିବାର ଦିନ ୨୮ ଜଣଙ୍କୁ ନେଇ ପରୀକ୍ଷା କରାଯାଇଛି। ଏହି ନୂତନ ନିଯୁକ୍ତିକୁ ରୋକିବା ସହ ପୂର୍ବରୁ କାର୍ଯ୍ୟ କରୁଥିବା ଗ୍ରାମସଭା ମଭିଲାଇଜରମାନଙ୍କୁ ନ ବାହାର କରିବା ପାଇଁ ପୂର୍ବ କର୍ମୀମାନେ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଦୀର୍ଘ ଦେଢ଼ ବର୍ଷ ଧରି ଦରମା ନ ପାଇ ମଧ୍ୟ ସେମାନେ କାର୍ଯ୍ୟ କରିଆସୁଥିଲେ ଏବଂ କେବେହେଲେ ସରକାରଙ୍କ ନିକଟରେ କୌଣସି ଅଭିଯୋଗ କିମ୍ବା ଗୁହାରି କରିନଥିଲେ। ତେଣୁ ସରକାର ସେମାନଙ୍କର ଏହି ଗୁହାରି ଶୁଣି ଦୟାପୂର୍ବକ ନିଷ୍ପତ୍ତି ବଦଳାଇବାକୁ ସେମାନେ ନିବେଦନ କରିଛନ୍ତି।1
- ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଚାନ୍ଦିପୁଟରୁ ୨୧ କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କମଳ ନାୟକକୁ ଅବକାରୀ ବିଭାଗର ମୋବାଇଲ ଟିମ୍ ଗିରଫ କରିଛି। ଏହି ଗଞ୍ଜେଇକୁ ବ୍ରହ୍ମପୁର ଚାଲାଣ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ବସକୁ ଜଗି ରହିଥିବା ସମୟରେ ଧରାପଡ଼ିଛି।1