logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେରରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ତାଳଚେର:-ତାଳଚେର କଲେଜ୍ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏଣୁ କୃଷକ ମାନେ ଏହି ମେଳାକୁ ଆସି ଏଠାରେ ମିଳୁଥିବା ବିଭିନ୍ନ ସୁଯୋଗ ନେବାକୁ ବିଧାୟକ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ କଣିହାଁ ପଂଚାୟତ ସମିତିର ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ପାଲଲହଡା ବିଧାୟକଙ୍କ ପ୍ରତିନିଧି ପ୍ରହଲ୍ଲାଦ ସାମଲ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଦେବାଶିଷ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ (କୃଷି) ପ୍ରମୋଦ କୁମାର ଦାସ, ତାଳଚେର ବ୍ଲକ କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସାହୁ, କଣିହାଁ ବ୍ଲକ କୃଷି ଅଧିକାରୀ ଅନ୍ନପୂର୍ଣ୍ଣା ବେହେରା, ସହକାରୀ କୃଷି ଅଧିକାରୀ ଅବିନାଶ ନାହାକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର କୃଷକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ବିଷୟରେ ଆଲୋକପାତ କରିଥିଲେ । କୃଷି ଜିଲ୍ଲା ଅଧିକାରୀ ତାଳଚେର ଦିଲିପ୍ କୁମାର ମିଶ୍ର ମଂଚ ପରିଚାଳନା ଓ ଧନ୍ୟବାଦ ପ୍ରଦାନ କରିଥିଲେ । କଣିହାଁ କୃଷି ଅଧିଦର୍ଶକ ସୁନିଲ କୁମାର ଶତପଥି, କୃଷି କର୍ମଚାରୀ ମାନଗୋବିନ୍ଦ ସାହୁ, ଅଶୋକ କୁମାର ମହାନ୍ତି, ପ୍ରଜ୍ଞାପରମିତା ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆସନ୍ତା ୨୧ ତାରିଖ ଦିନ ଉଦଯାପିତ ହେବ ବୋଲି ଜଣାପଡିଛି । ବହୁ ସଂଖ୍ୟାରେ କୃଷକମାନେ ଏହି କୃଷି ଯନ୍ତ୍ରପାତି ମେଳାରେ ଯୋଗଦେଇ ଏହାର ଲାଭ ଉଠାଇବାକୁ ତାଳଚେର ଜିଲ୍ଲା କୃଷି ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଆଜିର ଏହି ମେଳାରେ ୫୦୦ ରୁ ଉର୍ଦ୍ଧ୍ୱ କୃଷକ ଯୋଗଦାନ କରିଥିଲେ । ଏହି ଅବସରରେ କେତେକ ସଫଳ କୃଷକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l

1 hr ago
user_Priyamadhaba Das
Priyamadhaba Das
Journalists Anugul•
1 hr ago
d44d7eb1-0141-43e3-aca8-903879ab92b3

More news from Jajpur and nearby areas
  • Orissa Subha sakal good morning
    1
    Orissa Subha sakal good morning
    user_Mangu Mallik
    Mangu Mallik
    Jajpur•
    13 hrs ago
  • उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    1
    उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh
    user_Anuj Shrma
    Anuj Shrma
    Voice of people Sambalpur•
    5 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    8 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    10 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda•
    21 hrs ago
  • सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    1
    सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है।
#ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow
    user_द संक्षेप
    द संक्षेप
    Media company Bargarh•
    23 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda•
    21 hrs ago
  • 155 ଜନ୍ମ ବାର୍ଷିକୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ
    1
    155 ଜନ୍ମ ବାର୍ଷିକୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ
    user_MN.NEWS ODIA
    MN.NEWS ODIA
    Journalist Mayurbhanj•
    4 hrs ago
  • Post by Sandeep Barla
    1
    Post by Sandeep Barla
    user_Sandeep Barla
    Sandeep Barla
    Sundargarh•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.