ପାଠପଢା ପାଇଁ 326 ରାସ୍ତାରୁ ସ୍କୁଲକୁ4କିମିଚାଲିକି ଯିବାକୁ ପଡୁଛି ସ୍କୁଲର ଛାତ୍ରଛାତ୍ରୀଙ୍କୁ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଉରୁବେଲି ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ୩୨୬ ନଂ ଜାତୀୟ ରାଜପଥ ଠାରୁ ପ୍ରାୟ ତିନି, ଚାରି କିମି ଦୂରରେ ରହିଥିବାରୁ ଯାତାୟତ ଲାଗି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି। ଯାହାଫଳରେ ଏହି ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦୈନିକ ତିନି, ଚାରି କିମି ରାସ୍ତା ଚାଲି ଚାଲି ସ୍କୁଲରେ ପହଞ୍ଚୁଥିବାରୁ ପାଠପଢା ଅପେକ୍ଷା ଯାତାୟତ ଏହି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ସୁଚନା ଅନୁଯାୟୀ ଏହି ସ୍କୁଲକୁ ଯିବା ଲାଗି ମାଲକାନଗିରି ଜିଲ୍ଲା ଠାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥ ନିକଟସ୍ଥ ପୁଷୁଗୁଡା ଗ୍ରାମଛକ ଠାରୁ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ଚାରି,ପାଞ୍ଚ କିମି ଦୂର ରାସ୍ତା ଯିବାକୁ ପଡେ। ଏହି ରାସ୍ତା ଦେଇ କୌଣଷି ଚାରି ଚକିଆ ଯାନବାହନ ଯାତାୟତ କରୁନଥିବାରୁ ମୋଟର ସାଇକେଲ କିମ୍ବା ପାଦରେ ଚାଲି ଚାଲି ଲୋକେ ଯାତାୟତ କରନ୍ତି । ସେଥିପାଇଁ ଏହି ସ୍କୁଲରେ ପଢୁଥିବା ପ୍ରାୟ ୨ ଶହ ୮୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ଦୈନିକ ଆଖପାଖ ଗ୍ରାମରୁ ପାଦରେ ଚାଲି ଚାଲି ଆସୁଥିବା ବେଳେ ବଳକା ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସ୍ କିମ୍ବା ଅଟୋ ଯୋଗେ ପୁଷୁଗୁଡା ଗ୍ରାମ ଛକକୁ ବସ୍ ଯୋଗେ ଆସି ସେଠାରୁ ସ୍କୁଲକୁ ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ପାଠ ପଡ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଦୈନିକ ପ୍ରାୟ ଚାରି କିମି ପାଦରେ ଚାଲିଚାଲି ଯିବା ପରେ ଏହି ସ୍କୁଲରେ ପହଂଚି ଥାଆନ୍ତି l ଅନ୍ୟପଟେ ସରକାରଙ୍କ ପକ୍ଷ୍ୟରୁ ମୁଖ୍ୟ ମନ୍ତ୍ରୀଙ୍କ ବସସେବା ଯୋଗେ ଗୋଟିଏ ବସ୍ କାଲିମେଳା ରୁ ପୁଷୁଗୁଡା ହୋଇ ମୋଟୁ ଯାଉଥିବା ବେଳେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଏହି ବସ୍ ଯୋଗେ ଯାତାୟତ କରନ୍ତି । ତେଣୁ ଏହି ବସଟି ମୁଖ୍ୟ ରାସ୍ତାରୁ ସ୍କୁଲ ପର୍ଯ୍ୟନ୍ତ ଅତିରିକ୍ତ ଯାତାୟତ କଲେ ସ୍କୁଲର ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଲୋକ ବି ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନ ପ୍ରତିନିଧି ଓ ନେତୃବୃନ୍ଦ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ କେହି ଦୃଷ୍ଟି ଦେଉନଥିବା କହିଛନ୍ତି l ଏହି ବାବଦରେ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ସହ ଆଲୋଚନା କରିବାରୁ ସେ ମୁଖ୍ୟମନ୍ତ୍ରୀ ବସ ସେବାର ରୁଟ ସେହି ରାସ୍ତା ଦେଇ ନଥିବାରୁ ଯାତାୟତ କରୁନଥିବା କହିବା ସହ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଉକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ବସ୍ ଚଳାଚଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଯାତାୟତ ସହ ଉରୁବେଲି ଓ ଆଖପାଖ ଗ୍ରାମ ଗୁଡିକୁ ରାଜପଥ ସହ ଯୋଡ଼ିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ବ୍ୟବସ୍ଥା କରିବାକୁ ପୁଷୁଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମା ରାବା, ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବୀ କରିଛନ୍ତି। ଏହି ଘଟଣା ପାଇଁ ଆମେ ବାରମ୍ବାର ନିୟୁଜ ପ୍ରସାରଣ କରିଥିଲୁ କିନ୍ତୁ କିଛି ସୁଫଳ ମିଳିଲା ନାହିଁ l ଏଥି ପାଇଁ ଆଜି ଉରୁବେଲି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଆଜି ପଶୁଗୁଡା ସରପଂଚ ପାଖକୁ ଯାଇ ନିଜ ଦୁଃଖ ଜଣାଇଲେ l
ପାଠପଢା ପାଇଁ 326 ରାସ୍ତାରୁ ସ୍କୁଲକୁ4କିମିଚାଲିକି ଯିବାକୁ ପଡୁଛି ସ୍କୁଲର ଛାତ୍ରଛାତ୍ରୀଙ୍କୁ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଉରୁବେଲି ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟ ୩୨୬ ନଂ ଜାତୀୟ ରାଜପଥ ଠାରୁ ପ୍ରାୟ ତିନି, ଚାରି କିମି ଦୂରରେ ରହିଥିବାରୁ ଯାତାୟତ ଲାଗି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନାହିଁ ନଥିବା ସମସ୍ୟା ଦେଖିବାକୁ ମିଳିଛି। ଯାହାଫଳରେ ଏହି ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦୈନିକ ତିନି, ଚାରି କିମି ରାସ୍ତା ଚାଲି ଚାଲି ସ୍କୁଲରେ ପହଞ୍ଚୁଥିବାରୁ ପାଠପଢା ଅପେକ୍ଷା ଯାତାୟତ ଏହି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ସୁଚନା ଅନୁଯାୟୀ ଏହି ସ୍କୁଲକୁ ଯିବା ଲାଗି ମାଲକାନଗିରି ଜିଲ୍ଲା ଠାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ
ରାଜପଥ ନିକଟସ୍ଥ ପୁଷୁଗୁଡା ଗ୍ରାମଛକ ଠାରୁ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ଚାରି,ପାଞ୍ଚ କିମି ଦୂର ରାସ୍ତା ଯିବାକୁ ପଡେ। ଏହି ରାସ୍ତା ଦେଇ କୌଣଷି ଚାରି ଚକିଆ ଯାନବାହନ ଯାତାୟତ କରୁନଥିବାରୁ ମୋଟର ସାଇକେଲ କିମ୍ବା ପାଦରେ ଚାଲି ଚାଲି ଲୋକେ ଯାତାୟତ କରନ୍ତି । ସେଥିପାଇଁ ଏହି ସ୍କୁଲରେ ପଢୁଥିବା ପ୍ରାୟ ୨ ଶହ ୮୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ଦୈନିକ ଆଖପାଖ ଗ୍ରାମରୁ ପାଦରେ ଚାଲି ଚାଲି ଆସୁଥିବା ବେଳେ ବଳକା ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସ୍ କିମ୍ବା ଅଟୋ ଯୋଗେ ପୁଷୁଗୁଡା ଗ୍ରାମ ଛକକୁ ବସ୍ ଯୋଗେ ଆସି ସେଠାରୁ ସ୍କୁଲକୁ ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ପାଠ ପଡ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଦୈନିକ ପ୍ରାୟ
ଚାରି କିମି ପାଦରେ ଚାଲିଚାଲି ଯିବା ପରେ ଏହି ସ୍କୁଲରେ ପହଂଚି ଥାଆନ୍ତି l ଅନ୍ୟପଟେ ସରକାରଙ୍କ ପକ୍ଷ୍ୟରୁ ମୁଖ୍ୟ ମନ୍ତ୍ରୀଙ୍କ ବସସେବା ଯୋଗେ ଗୋଟିଏ ବସ୍ କାଲିମେଳା ରୁ ପୁଷୁଗୁଡା ହୋଇ ମୋଟୁ ଯାଉଥିବା ବେଳେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଏହି ବସ୍ ଯୋଗେ ଯାତାୟତ କରନ୍ତି । ତେଣୁ ଏହି ବସଟି ମୁଖ୍ୟ ରାସ୍ତାରୁ ସ୍କୁଲ ପର୍ଯ୍ୟନ୍ତ ଅତିରିକ୍ତ ଯାତାୟତ କଲେ ସ୍କୁଲର ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଲୋକ ବି ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନ ପ୍ରତିନିଧି ଓ ନେତୃବୃନ୍ଦ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ କେହି ଦୃଷ୍ଟି ଦେଉନଥିବା କହିଛନ୍ତି l ଏହି ବାବଦରେ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ସହ ଆଲୋଚନା କରିବାରୁ ସେ ମୁଖ୍ୟମନ୍ତ୍ରୀ ବସ ସେବାର ରୁଟ ସେହି
ରାସ୍ତା ଦେଇ ନଥିବାରୁ ଯାତାୟତ କରୁନଥିବା କହିବା ସହ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଉକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ବସ୍ ଚଳାଚଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଯାତାୟତ ସହ ଉରୁବେଲି ଓ ଆଖପାଖ ଗ୍ରାମ ଗୁଡିକୁ ରାଜପଥ ସହ ଯୋଡ଼ିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ବ୍ୟବସ୍ଥା କରିବାକୁ ପୁଷୁଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମା ରାବା, ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବୀ କରିଛନ୍ତି। ଏହି ଘଟଣା ପାଇଁ ଆମେ ବାରମ୍ବାର ନିୟୁଜ ପ୍ରସାରଣ କରିଥିଲୁ କିନ୍ତୁ କିଛି ସୁଫଳ ମିଳିଲା ନାହିଁ l ଏଥି ପାଇଁ ଆଜି ଉରୁବେଲି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଆଜି ପଶୁଗୁଡା ସରପଂଚ ପାଖକୁ ଯାଇ ନିଜ ଦୁଃଖ ଜଣାଇଲେ l
- Post by ଓମ୍ ସାଇ ରାମ୍1
- ଜୟ ବୁଢ଼ାରଜା1
- ଆଲଫାବେଟ୍ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଲଫାବେଟ୍ ଇଣ୍ଟରନେସନାଲ ପ୍ରି ସ୍କୁଲର ଦ୍ଵିତୀୟ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ମହାରାଜାଙ୍କ ପ୍ୟାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ୍ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବର୍ଷକୁ ବର୍ଷ ଏହି ବିଦ୍ୟାଳୟ ବଢ଼ି ଚାଲିଥିବା ଯୋଗୁଁ ପ୍ରଥମେ ଏହି ଅନୁଷ୍ଠାନର ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଅନୁଷ୍ଠାନର ଉଦ୍ୟୋକ୍ଟା ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମୂର୍ତ୍ତିକାର ହୋଇ ଛୋଟ ଛୋଟ ପିଲା ମାନଙ୍କ ଭବିଷ୍ୟତ ରେ ଶିକ୍ଷ୍ୟା ଓ ଭଲ ମଣିଷ ଗଢ଼ିବା ପାଇଁ ଯେଉଁ ଦାଇତ୍ୱ ନେଇଛନ୍ତି ସେଥିପାଇଁ ଭଗବାନ ଆଶୀର୍ବାଦ କରନ୍ତୁ । ପିଲାମାନଙ୍କ ଭବିଷ୍ୟତରେ ସେମାନଙ୍କ ଚରିତ୍ର ଗଠନର ଆପଣ ମାନେ ସର୍ବଦା ଯତ୍ନବାନ ହେବାକୁ ପରାମର୍ଶ ଦେଇ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶ୍ରେଷ୍ଠ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ। ଆମ ଦେଶର ସଂସ୍କାର , କଳା ଓ ସଂସ୍କୃତି ଅନ୍ୟ ଦେଶ ମାନଙ୍କ ପାଇଁ ଉଦାହରଣ ହୋଇ ରହିଛି । ତେଣୁ ଜଣେ ସୁନାଗରିକ ହେବା ପାଇଁ ଚରିତ୍ର ଗଠନର ଯେଉଁ ସବୁ ଉପାଦାନ ରହିଛି ସେ ସବୁ ଗଢିବାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମୁଖ୍ୟ ଭୂମିକା ଓ ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ , ତାଙ୍କର ମୋହନା ନିର୍ବାଚନ ମଣ୍ଡଳୀରେ ଏହିଭଳି ବିରଳ ଅନୁଷ୍ଠାନକୁ ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ବିଧାୟକ ଭାବେ ମୋର ଯାହା ସାହାଯ୍ୟ ଆବଶ୍ୟକ ପଡ଼ିବ ସେଥିପାଇଁ ମୁଁ ନିଶ୍ଚିତ ଭାବେ ପାରୁ ପର୍ଯ୍ୟନ୍ତ ସାହାଯ୍ୟ ଓ ସହଯୋଗ କରିବି ବୋଲି କହିଥିଲେ ।ଉକ୍ତ ସ୍କୁଲର ପ୍ରତିଷ୍ଠାତା ସନ୍ତୋଷ ପାତ୍ର ଏବଂ ଶିବ କୁମାର ପାଟଯୋଶୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରାଯିବ ସହ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ପିଲାମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ସନ୍ତୋଷ କୁମାର ପାତ୍ର ଏବଂ ଅନୁଷ୍ଠାନର ଉଦ୍ୟୋକ୍ତା ଶ୍ରୀ ଶିବ କୁମାର ପାଟ୍ଟଯୋଶୀ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।1
- Post by AK14TV1
- गलास या बोतल में पानी डालते समय गिरना आम समस्या है, लेकिन इसके पीछे साफ़ विज्ञान काम करता है। सही एंगल पर बर्तन झुकाने और ग्लास को पास रखने से हवा का गैप कम होता है, जिससे पानी की धार नियंत्रित रहती है। सतह तनाव और फ्लो रेट संतुलित होने पर पानी साफ़ तरीके से गिरता है। यह छोटा सा तरीका रोज़मर्रा की गंदगी से बचा सकता है। #ScienceHack #PhysicsTrick #LifeHacks #EverydayScience #FluidDynamics #SmartTips1
- ଖଡ଼ିଆଳ ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ1
- ରାଷ୍ଟ୍ରୀୟ ଯୁବ ଦିବସ ପାଳିତ। ନୂଆପଡ଼ା - ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ କୋମନାର ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କାନ୍ତି ସା ଙ୍କ ଅଧ୍ୟକ୍ଷତା ରେ ଗତ କାଲି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା। ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହିତ ସମସ୍ତ ଏନ୍. ଏସ୍. ଏସ୍. ସ୍ଵେଚ୍ଛାସେବୀ ଉପସ୍ଥିତ ରହିଥିଲେ ଓ ବଂନ୍ଦେ ମାତରମ୍ ସଙ୍ଗୀତ ସାମୁହିକ ଗାନ କରାଯାଇଥିଲା ଏବଂ ଏହି ଅବସରରେ ଏକ ଶୋଭାଯାତ୍ରା ମଧ୍ୟ ପରିଭ୍ରମଣ କରିଥିଲା। ଉପରୋକ୍ତ କାର୍ଯ୍ୟକ୍ରମ ରେ ଅମିତ୍ ରାଉତ ଲକ୍ଷ୍ମଣ ଥପା , ଡୋଲା ମଣି ଭୋଇ ,ବିଜୟ କୁମାର ବାଗ , ବିମଲ୍ ସାହୁ, ପ୍ରମୁଖ ସହଯୋଗ କରିଥିଲେ।2
- Post by ଓମ୍ ସାଇ ରାମ୍1