Shuru
Apke Nagar Ki App…
ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାଲିଛି କଣ?ଶୁଣିବା ପ୍ରତିକ୍ରିୟା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାଲିଛି କଣ? ଆଜି ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ୍ ମାରାଣ୍ଡି ଓ ତହସିଲଦାର ଶରତ ସବରଙ୍କୁ ଭେଟି ଗୁମ୍ମା ବ୍ଲକର କିଛି ବ୍ୟକ୍ତି ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ପାର୍ଥ ପ୍ରତୀମ ପଣ୍ଡାଙ୍କ ନାମରେ କିଛି ଅଭିଯୋଗ ରହିଛି। ଆସନ୍ତୁ ଜାଣିବା ଏହାକୁ ନେଇ ଉଭୟ ପକ୍ଷର ପ୍ରତିକ୍ରିୟା।
KHABAR TARANGA
ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାଲିଛି କଣ?ଶୁଣିବା ପ୍ରତିକ୍ରିୟା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚାଲିଛି କଣ? ଆଜି ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ୍ ମାରାଣ୍ଡି ଓ ତହସିଲଦାର ଶରତ ସବରଙ୍କୁ ଭେଟି ଗୁମ୍ମା ବ୍ଲକର କିଛି ବ୍ୟକ୍ତି ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ପାର୍ଥ ପ୍ରତୀମ ପଣ୍ଡାଙ୍କ ନାମରେ କିଛି ଅଭିଯୋଗ ରହିଛି। ଆସନ୍ତୁ ଜାଣିବା ଏହାକୁ ନେଇ ଉଭୟ ପକ୍ଷର ପ୍ରତିକ୍ରିୟା।
More news from ଓଡ଼ିଶା and nearby areas
- ବିଧାୟକଙ୍କ ଦ୍ୱାରା “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ର ଶୁଭାରମ୍ଭ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟରେ ଆଜି ଖୁସି ଓ ଉତ୍ସାହ ସହିତ “ଖଡ଼ିଛୁଆଁ ପ୍ରବେଶ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି ।1
- ଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟିକିରି ପକ୍ଷରୁ ବିଦ୍ୟାଳୟ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ1
- ବେଦାନ୍ତ କମ୍ପାନୀ କରିବା ପାଇଁ ତିଜିମାଳି କାମ କରିବା ପାଇଁ ଦେଖନ୍ତୁ 🙏🙏🙏1
- 🤭🙂🙄🥺🥺🙄🙄🙄🙄🙄1
- ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ଗୋଟିଏ ଦିନ ପାଇଁ ମନେ ପଡିଲା ଓଡିଆ ଅସ୍ମିତାର କଥା ଜୟପୁରରେ ଓଡିଆ ପକ୍ଷ ପାଳନ: ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଓଡିଆ ନାମ ଫଳକ ଅଭିଯାନରେ ସଚେତନତା ପଦଯାତ୍ରା1
- ବି ଜଗନ୍ନାଥପୁର ଗ୍ରାମର ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଦେବତା ନଗର ଭ୍ରମଣ ଓ ପୁର୍ଣ୍ଣାହୁତ ୩/୪/୨୦୨୬ #live_odisha_news_update #published_from #Braking_News1
- ଜୟପୁର ଠାରେ ବହୁ ଉତ୍ସାହ ଓ ଆନନ୍ଦର ସହିତ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷାବର୍ଷ ଆରମ୍ଭ ଅବସରରେ ଛୋଟ ଛୋଟ ଶିଶୁମାନଙ୍କୁ ବିଦ୍ୟାଳୟରେ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରାଯାଇଛି।1
- ଜୟପାଟଣା ବ୍ଲକ ସରକାରି ବାବୁ ଙ୍କ ମନମାନି କାର୍ଯ୍ୟ । ଜନତାଙ୍କୁ ଅଣଦେଖା କାହିଁକି? Anc- ଦୀପତଳ ଅନ୍ଧାର ସଦୃଶ୍ୟ କହିଲେ ଅତୁପ୍ତ ହେବ ନାହିଁ ଜୟପାଟଣା ଲାଖ ଲଚା ପଡ଼ା ବା ଦାସ ପଡ଼ା ର ସମସ୍ୟା । ପଞ୍ଚାୟତ ସମିତି ଅତିନିକଟବର୍ଟି ଏହି ପଡ଼ା କିନ୍ତୁ ସରକାରୀ ସୁବିଧାରୁ ବଞ୍ଚିତ । ଜନତା ଙ୍କୁ ଲୁଚେଇ ଛପେଇ ନିଜର ମନମାନି କାର୍ଯ୍ୟ କରୁଥିବା ର କାରଣ କଣ ? ପ୍ରଶାସନ ନିରବ ଦ୍ରଷ୍ଟା କାହିଁକି? ଜୟପାଟଣା ଦାସ ପଡ଼ା ର ସମସ୍ୟା ଉପରେ ପହଞ୍ଚିପାରୁନାହିଁ କି ପ୍ରଶାସନ ? ନା ଜାଣିଶୁଣି ଅଣଦେଖା କରୁଛି ତାହା ଜବାବ୍ ମାଗୁଛି ଜନତା। ନା ରହିଛି ଭଲ ରାସ୍ତା ଟିଏ , ନା ରହିଛି ଭଲ ଡ୍ରେନ୍ , ନା ଜଳୁଛି ଷ୍ଟ୍ରିଟ୍ ଲାଇଟ୍, ଏକ ପୋଖରୀ ଥାଇ ନଥିଲା ସଦୃଶ୍ୟ , ପୋଖରୀ ଟିଏ ପଙ୍କ ଉଦ୍ଧାର କିମ୍ବା କୌଣସି ପ୍ରକାରର ସ୍ୱଚ୍ଛତା ପାଇଁ ପ୍ରଶାସନ ଙ୍କ ଦୃଷ୍ଟି ନାହିଁ । ଅବ୍ୟବସ୍ଥା ଘେରରେ ଅଙ୍ଗନୱାଡି କେନ୍ଦ୍ର ଶୌଚାଳୟ। ଅନ୍ୟପଟେ ପାଣ୍ଠି ଉପରେ ପାଣ୍ଠି ଅଯଥା କାର୍ଯ୍ୟ କରି ଚାଲିଛି ପ୍ରଶାସନ । ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ରହିଛନ୍ତି ,କିନ୍ତୁ ଏପଟେ ଜନତାଙ୍କ ପାଇଁ ଭଲ ରାସ୍ତା ଖଣ୍ଡେ ନଥିବା ବେଳେ ଅନ୍ୟ ପଟେ ବିକଶିତ ଓଡ଼ିଶା ପାଣ୍ଠି ତରଫରୁ ୩ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ ହୋଇଥିବା ଦୃଶ୍ୟ ସାମ୍ନା କୁ ଆସିଛି। ଏଭଳି ଅଞ୍ଚଳରେ ବିକାଶ ନାମରେ ହରିଲୁଟ ଚାଲିଛି । ଖାଲି ସେତିକି ନୁହଁ ଜୟପାଟଣା PWD ରାସ୍ତା ଠାରୁ ଶିବମନ୍ଦିର ରାସ୍ତା ନିର୍ମାଣ ରେ ମଧ୍ୟ ପାଣ୍ଠି ଉପରେ ପାଣ୍ଠି ଅର୍ଥ ଖର୍ଚ୍ଚ ଚାଲିଛି । SFC ୨୦୨୪-୨୫ ରେ ୧ ଲକ୍ଷ୍ୟ ଟଙ୍କା , SFC ୨୦୨୫-୨୬ ରେ ୧ ଲକ୍ଷ୍ୟ ୫୦ ହଜାର ଟଙ୍କା ଏବଂ ୨୦୨୬ ମସିହା ରେ ଆହୁରି କଂକ୍ରିଟ କାର୍ଯ୍ୟ ହୋଇଛି କିନ୍ତୁ କୌଣସି ସୂଚନା ଫଳକ ବୋର୍ଡ ନାହିଁ, ଖାଲି PWD ରାସ୍ତା ଠାରୁ ଶିବ ମନ୍ଦିର ରାସ୍ତା ସୂଚନା ଫଳକ ବୋର୍ଡ ନୁହଁ ଏଭଳି ଅନେକ କାର୍ଯ୍ୟ ର ସୂଚନା ଫଳକ ବୋର୍ଡ ଦିଆଯାଉନଥିବା ଦୃଶ୍ୟ ସାମ୍ନା କୁ ଆସିଛି। ହସ୍ପିଟାଲ ପୋଡ଼ା କଂକ୍ରିଟ ରାସ୍ତା ର ମଧ୍ୟ କୌଣସି ସୂଚନା ଫଳକ ବୋର୍ଡ ନାହିଁ। କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି ରେ ଚାଲିଛି ଏଭଳି କାର୍ଯ୍ୟ । ଯାହା ସରକାରୀ ନିୟମ ବାହାରେ , ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଥିବା ବେଳେ ଅଞ୍ଚଳ ପାଇଁ କେତେ ପରିମାଣ ର ପାଣ୍ଠି ଆସିଥିଲା ଏବଂ କେତେ ଅର୍ଥ କେଉଁ ଜାଗାରେ ବ୍ୟୟ ହେଲା ତାହା ପ୍ରଶ୍ନବାଚୀ ଉଠିଛି। ଖବର ପ୍ରକାଶ ପରେ ପ୍ରଶାସନ କେତେ ଯେ ତତ୍ପରତା ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4