କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ସ୍ଥାନୀୟ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଯୁକ୍ତ ତିନି ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରାକ୍ଟିକାଲ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରତିଦିନ ଚାରି ଘଣ୍ଟା ଧରି ମୋଟ ୧୨୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ଛାତ୍ରଛାତ୍ରୀମାନଙ୍କର ଏକାଡେମିକ କ୍ୟାରିୟର ପାଇଁ ସହାୟକ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରର ପାଥୋଲୋଜି ବିଭାଗରେ ରୋଗୀମାନଙ୍କର ଇସନଫୁଲିଆ, ହିମୋଗ୍ଲିମ, ବ୍ଲଡ଼ ୟୁରିନ ଏବଂ କଫ ପରୀକ୍ଷା କରିବା ସହ ରୋଗ ଚିହ୍ନଟ ଉପରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଡ. ସୁରେଶବାଳା ନାୟକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରର ପାଥୋଲୋଜି ବିଭାଗରେ ରୋଗୀମାନଙ୍କ ରକ୍ତ ନମୁନା ସମ୍ବନ୍ଧରେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମର ଉଦଯାପନ ଅବସରରେ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡଣ୍ଟ ଡାକ୍ତର ମୁକ୍ତିକାନ୍ତ ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଥିରେ ଯୁକ୍ତ ତିନି ଛାତ୍ର ଆଲୋକ କୁମାର ମହାନ୍ତ, ବନିତା ଦଳେଇ, ଦେବାଶିଷ ମୁର୍ମୁ, ଜଗନ୍ନାଥ ସୋରେନ, ଜ୍ୟୋତିର୍ମୟୀ ବାରିକ, ଜ୍ୟୋସ୍ନାରାଣୀ ମହାନ୍ତ, ଖୁସିରାଣୀ ମହାନ୍ତ, ଲକ୍ଷ୍ମୀପ୍ରିୟା ପାତ୍ର, ମୋନାଲିସା ନାଏକ, ପାଣ ମୁର୍ମୁ, ରୋହିତ କୁମାର ମହାନ୍ତ ଏବଂ ସୌମ୍ୟ ରଞ୍ଜନ ପରିଡା ପ୍ରମୁଖ ଯୋଗ ଦେଇଥିଲେ।

- ଆଜି ସକାଳ ସମୟରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳରେ ଦୀର୍ଘ ସମୟ ଧରି କାଳବୈଶାଖୀ ବର୍ଷା ଲାଗିରହିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଆସି ଅନ୍ଧାରୁଆ ପରିବେଶ ସୃଷ୍ଟି ହେବା ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପବନ ଏବଂ ଘଡଘଡ଼ି ସହ ପ୍ରବଳ ବର୍ଷା କିଛି ସମୟ ଧରି ଲଗାତାର ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।2
- ଏକ ପ୍ରଦର୍ଶନରେ ବିଭିନ୍ନ ପ୍ରକାରର ପଶୁମାନଙ୍କର ଅବିକଳ ସ୍ୱରର ଅନୁକରଣ ଦେଖିବାକୁ ମିଳିଛି। ଏହି ଅଭିନୟଟି ଅତ୍ୟନ୍ତ ଭୟଙ୍କର ତଥା ପ୍ରଭାବଶାଳୀ ଥିବା ବର୍ଣ୍ଣନା କରାଯାଇଛି।1
- ବାଲି ମାଫିଆମାନେ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ସେମାନେ ଦିନ ଦୁଇ ପ୍ରହରେ ହଜାର ହଜାର ଟ୍ରିପ୍ ଖଣିଜ ସମ୍ପଦ ଲୁଟୁଛନ୍ତି। ଏତେ ସବୁ ଲୁଟ୍ ପରେ ମଧ୍ୟ ସେମାନଙ୍କର ମନ ଶାନ୍ତି ହେଉନାହିଁ, ଯେଉଁଥିପାଇଁ ବାଲି ମାଫିଆମାନେ ସରକାରଙ୍କ ଦ୍ୱାରା ଅନୁଦାନ ରାଶିରେ ନିର୍ମିତ ରାସ୍ତାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛନ୍ତି।1
- କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଆଜି ଏକ ଗୋଟିକିଆ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ହାତୀ ସ୍କୁଲର ପାଚେରୀ ଭାଙ୍ଗି ଦେଇଥିବା ବେଳେ ଏହାର ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।1
- ଓଡ଼ିଶାର ଭୁବନେଶ୍ୱରରେ ଓଡ଼ିଆ ଅଭିନୟ ଜଗତରେ କାଷ୍ଟିଙ୍ଗ କାଉଚକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ନେଇ ପ୍ରଶ୍ନ ଉଠିଛି ଯେ ଏହା ସତ ନା ମିଛ।1
- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଳାଶପଙ୍ଗାସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ବାହାରେ ଗ୍ରାହକଙ୍କ ପାଇଁ ଥିବା କାଠ ନିର୍ମିତ ବେଞ୍ଚଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ବେଞ୍ଚଟିର ଦୁଇ ଗୋଡ଼ ଭାଙ୍ଗି ଯାଇଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ, ଯାହାଫଳରେ ଗ୍ରାହକମାନେ ହୀନସ୍ତା ହେଉଛନ୍ତି। ବ୍ୟାଙ୍କରେ ଭିଡ଼ ଲାଗିଲେ ଗ୍ରାହକଙ୍କୁ ବସିବା ଉଠିବା ପାଇଁ ଅସୁବିଧା ସୃଷ୍ଟି ହେଉଛି। ଏଣୁ, ବ୍ୟାଙ୍କ ପକ୍ଷରୁ ଏହି ଭଙ୍ଗା ବେଞ୍ଚକୁ ବଦଳାଇ ସେହି ସ୍ଥାନରେ ଏକ ନୂଆ ବେଞ୍ଚର ବ୍ୟବସ୍ଥା କରାଗଲେ ଗ୍ରାହକମାନେ ବିଶେଷ ଉପକୃତ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଛି।3
- ଆଜି ଅପରାହ୍ନରେ କରଞ୍ଜିଆ ସହରରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଲଗାଣ ବର୍ଷା ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଝଡ଼ ଓ ବର୍ଷା ଯୋଗୁଁ କରଞ୍ଜିଆ-ଚଢ଼େଇଭୋଳ ଏବଂ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା ଏବଂ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇବା ପରେ କରଞ୍ଜିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ରାସ୍ତା ଉପରୁ ଗଛଗୁଡ଼ିକୁ ହଟାଇ ଦିଆଯାଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅଗ୍ନିଶମ ବିଭାଗର ଏହି ତ୍ୱରିତ ଓ ତତ୍ପର ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।4