କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଏବଂ କେରି ଗ୍ରାମାଞ୍ଚଳରେ ହାତୀ ଓ ସାପ ଭୟରେ ଲୋକଙ୍କ ନିଦ ହଜିଯାଇଛି। ଗୋଟିଏ ପଟେ ଦନ୍ତା ହାତୀର ଉତ୍ପାତ ଏବଂ ଅନ୍ୟପଟେ ଅସହ୍ୟ ଗରମ ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ ସ୍ଥାନୀୟ ବାସିନ୍ଦାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି, ଯାହାଫଳରେ ଲୋକେ ଆତଙ୍କ ଓ ଭୟରେ ରାତି କାଟୁଛନ୍ତି। ସୂଚନାନୁସାରେ, ଏକ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପଡ଼ିଆରେ ଡେରା ପକାଇବା ସହ ସ୍କୁଲର ପାଚେରୀକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର କରିଦେଇଛି। ହାତୀର ଏହି ଆକ୍ରମଣାତ୍ମକ ରୂପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ଏବଂ ସାଧାରଣ ଲୋକେ ଦିନରାତି ହାତୀ ଅଞ୍ଚଳରେ ବୁଲୁଥିବାରୁ ଘରୁ ବାହାରିବାକୁ ଭୟ କରୁଛନ୍ତି। ଖରାଦିନର ପ୍ରବଳ ଗରମ ଓ ଗୁଳୁଗୁଳି ପରିସ୍ଥିତିକୁ ଆହୁରି ସଂଘାତିକ କରିଛି। ହାତୀ ଆତଙ୍କ ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ ହେଉଥିବାରୁ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବାଧ୍ୟ ହୋଇ ଘର ବାହାରେ, ବାରଣ୍ଡାରେ କିମ୍ବା ପିଣ୍ଡାରେ ଶୋଉଛନ୍ତି। ଏହି ସମୟରେ ଗରମ ସହି ନପାରି ବିଷଧର ସାପମାନେ ମଧ୍ୟ ନିଜ ଗାତରୁ ବାହାରି ଥଣ୍ଡା ସ୍ଥାନ ଆଶାରେ ସିଧା ଲୋକଙ୍କ ଘର ଭିତରକୁ ଓ ବାରଣ୍ଡାକୁ ପଳାଇ ଆସୁଛନ୍ତି। କେରି ଗାଁର କିଛି ଗ୍ରାମବାସୀ ରାତିରେ ବାରଣ୍ଡାରେ ଶୋଇଥିବା ବେଳେ, ସକାଳୁ ଉଠି ଦେଖିଲେ ଯେ ସେମାନଙ୍କ ବିଛଣା ଉପରେ ବିଷଧର ସାପ ବସିଛି। ଏଭଳି ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। ସରକାର ହାତୀମାନଙ୍କ ସୁରକ୍ଷା ପାଇଁ ଅନେକ ସ୍ୱାଗତଯୋଗ୍ୟ ନିୟମ କରୁଥିବା ବେଳେ, ଅନ୍ଧାରର ସୁଯୋଗ ନେଇ ସାପ କାମୁଡ଼ାରେ ଯେଉଁଭଳି ଭାବେ ଅକାଳରେ ନିରୀହ ଲୋକଙ୍କ ଜୀବନ ଯାଉଛି, ତାର ହିସାବ କାହା ପାଖରେ ନାହିଁ। ଏହି ସମସ୍ୟା ନେଇ ଗ୍ରାମବାସୀ ଇଲେକ୍ଟ୍ରି ଅଫିସକୁ ଫୋନ୍ କଲେ, ସେମାନଙ୍କୁ କୁହାଯାଉଛି ଯେ ବନ ବିଭାଗ ହାତୀ ଥିବାରୁ କିଛି କରିବାକୁ ମନା କରିଛି। ତେଣୁ ସ୍ଥାନୀୟ ଜନସାଧାରଣ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କୁ ହାତୀକୁ ତୁରନ୍ତ ଘଉଡ଼ାଇବା ସହ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜରୁରୀ ହସ୍ତକ୍ଷେପ ଦାବି କରିଛନ୍ତି, ପ୍ରଶ୍ନ କରିଛନ୍ତି ଯେ ସରକାରୀ ନିୟମ ଭିତରେ କ'ଣ ନିରୀହ ଗ୍ରାମବାସୀଙ୍କ ଜୀବନ ବଳି ପଡ଼ିବ?

- ଆଜି ସକାଳ ସମୟରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳରେ ଦୀର୍ଘ ସମୟ ଧରି କାଳବୈଶାଖୀ ବର୍ଷା ଲାଗିରହିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଆସି ଅନ୍ଧାରୁଆ ପରିବେଶ ସୃଷ୍ଟି ହେବା ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପବନ ଏବଂ ଘଡଘଡ଼ି ସହ ପ୍ରବଳ ବର୍ଷା କିଛି ସମୟ ଧରି ଲଗାତାର ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।2
- ଏକ ପ୍ରଦର୍ଶନରେ ବିଭିନ୍ନ ପ୍ରକାରର ପଶୁମାନଙ୍କର ଅବିକଳ ସ୍ୱରର ଅନୁକରଣ ଦେଖିବାକୁ ମିଳିଛି। ଏହି ଅଭିନୟଟି ଅତ୍ୟନ୍ତ ଭୟଙ୍କର ତଥା ପ୍ରଭାବଶାଳୀ ଥିବା ବର୍ଣ୍ଣନା କରାଯାଇଛି।1
- କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଆଜି ଏକ ଗୋଟିକିଆ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ହାତୀ ସ୍କୁଲର ପାଚେରୀ ଭାଙ୍ଗି ଦେଇଥିବା ବେଳେ ଏହାର ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।1
- କେରୀ ଗ୍ରାମର ପ୍ରଦୀପ କୁମାର ଓଡ଼ିଶାର ସ୍ୱର୍ଗତ ତଥା ଆଦୃତ ଅଭିନେତା ରାଇମୋହନ ପରିଡ଼ାଙ୍କ ଦମଦାର୍ ଏବଂ ଭୟାନକ ତାନ୍ତ୍ରିକ ଅଭିନୟକୁ ମନେ ପକାଇଛନ୍ତି। ରାଇମୋହନଙ୍କ ଏହି ତାନ୍ତ୍ରିକ ଅଭିନୟ ଲୋକଙ୍କୁ ସ୍ତବ୍ଧ କରିଦେଉଥିଲା ଏବଂ ଓଡ଼ିଆ ସିନେମା ଜଗତରେ ଏହା ଏକ ଅଭୁଲା ଅଧ୍ୟାୟ ହୋଇ ରହିଯାଇଛି।1
- କେନ୍ଦୁଝର ଜିଲ୍ଲାର ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଂ ନିକଟ ଅଞ୍ଚଳରେ ପୋଲିସ ଏକ ଅତର୍କିତ ଚଢ଼ାଉ କରି ଚୋରା ଲୁହାପଥର ଚାଲାଣ ଉଦ୍ୟମକୁ ପଣ୍ଡ କରିବାରେ ବଡ଼ ସଫଳତା ପାଇଛି। ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଉନ୍ନତମାନର ଲୁହାପଥର ବୋଝେଇ ଏକ ଟ୍ରକ୍ ସହିତ ଚୋରା କାରବାରରେ ବ୍ୟବହୃତ ଏକ ଲୋଡର୍ ମେସିନକୁ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ନୟାଗଡ଼ ଅଞ୍ଚଳ ଦୀର୍ଘ ଦିନ ଧରି ଲୁହାପଥର ଚୋରା କାରବାରର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏଠାରେ ଗଚ୍ଛିତ ଲୁହାପଥର, ରେଳ ସାଇଡିଂ ଏବଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ନିୟମିତ ଭାବେ ଲୁହାପଥର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଆଜି ଚୋରା ଲୁହାପଥର ଏକ ଟ୍ରକ୍ରେ ଲୋଡ଼ିଂ ହେଉଥିବା ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଜବତ ହୋଇଥିବା ଲୁହାପଥର ବୋଝେଇ ଟ୍ରକ୍ ଏବଂ ଲୋଡର୍ ମେସିନ ସମ୍ପର୍କରେ ତଦନ୍ତ ଚାଲିଥିବା ବେଳେ, ଏହି ଚୋରା କାରବାର ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି। ପୋଲିସର ଏହି ବଡ଼ ଚଢ଼ାଉ ପରେ ଚୋରା ଖଣିଜ କାରବାରରେ ଜଡ଼ିତ ଥିବା ମାଫିଆମାନଙ୍କ ମଧ୍ୟରେ ଛନକା ପସିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।1
- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଳାଶପଙ୍ଗାସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ବାହାରେ ଗ୍ରାହକଙ୍କ ପାଇଁ ଥିବା କାଠ ନିର୍ମିତ ବେଞ୍ଚଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ବେଞ୍ଚଟିର ଦୁଇ ଗୋଡ଼ ଭାଙ୍ଗି ଯାଇଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ, ଯାହାଫଳରେ ଗ୍ରାହକମାନେ ହୀନସ୍ତା ହେଉଛନ୍ତି। ବ୍ୟାଙ୍କରେ ଭିଡ଼ ଲାଗିଲେ ଗ୍ରାହକଙ୍କୁ ବସିବା ଉଠିବା ପାଇଁ ଅସୁବିଧା ସୃଷ୍ଟି ହେଉଛି। ଏଣୁ, ବ୍ୟାଙ୍କ ପକ୍ଷରୁ ଏହି ଭଙ୍ଗା ବେଞ୍ଚକୁ ବଦଳାଇ ସେହି ସ୍ଥାନରେ ଏକ ନୂଆ ବେଞ୍ଚର ବ୍ୟବସ୍ଥା କରାଗଲେ ଗ୍ରାହକମାନେ ବିଶେଷ ଉପକୃତ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଛି।3
- କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣୀ ବୁଲାଣୀ ଛକ ନିକଟରେ ଆଜି ସଂନ୍ଧ୍ୟାରେ ଏକ ଅଜଣା ୧୨ ଚକିଆ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ରାସ୍ତା ଅତିକ୍ରମ କରୁଥିବାବେଳେ ବୃଦ୍ଧା ଜଣଙ୍କ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଅଜଣା ଟ୍ରକଟି ଘଟଣାସ୍ଥଳରୁ ଚାଲି ଯାଇଥିବା ଜଣାପଡିଛି। ଗୁରୁତର ଆହତ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଧରଣୀଧର ମେଡିକାଲକୁ ପଠାଯାଇଛି, ତେବେ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନାହିଁ।1