logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଣ ଇସ୍ତାହାର'ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ 'ଗଣ ଇସ୍ତାହାର'ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ ବରଗଡ଼ ତା:୦୧.୦୮.୨୦୨୬ ଖବରକାଗଜର ପୃଷ୍ଠାରେ ମୁଦ୍ରିତ ଶବ୍ଦର ଆୟୁଷ ହୁଏତ ଗୋଟିଏ ଦିନ ହୋଇପାରେ, କିନ୍ତୁ ସତ୍ୟନିଷ୍ଠ ସାମ୍ବାଦିକତା, ସମାଜ ପ୍ରତି ଦାୟିତ୍ୱବୋଧ ଓ ମଣିଷ ପ୍ରତି ଆନ୍ତରିକତାର ମୂଲ୍ୟ କାଳର ସୀମା ଅତିକ୍ରମ କରେ ବୋଲି ବରଗଡ଼ ରୁ ପ୍ରକାଶିତ ସାପ୍ତାହିକ 'ଗଣ ଇସ୍ତାହାର'ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହରେ ବକ୍ତାଗଣ ମତପ୍ରକାଶ କରିଥିଲେ । ବରଗଡ଼ ମହିଳା ସମିତି ସଭାଗୃହରେ 'ଗଣ ଇସ୍ତାହାର' ଟ୍ରଷ୍ଟର ଚେୟାରମେନ ଡ. ପ୍ରଦୀପ କୁମାର ହୋତାଙ୍କ ସଭାପତିତ୍ୱରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ପ୍ରିୟରଞ୍ଜନ ସାହୁ ମୁଖ୍ୟବକ୍ତା ଏବଂ ବୈଦ୍ୟରାଜ ପବିତ୍ର ଶବର ଓ ସାମ୍ବାଦିକ ବାଲାଜୀ ବିଭୂରଞ୍ଜନ ତରସିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ସାହୁ କହିଥିଲେ ଯେ, ଗୋଟିଏ ସମ୍ବାଦର ମୂଲ୍ୟ କେବଳ ତାହାର ଚର୍ଚ୍ଚିତ ହେବାରେ ନୁହେଁ; ବରଂ ତାହାର ବିଶ୍ୱସନୀୟତା ଓ ଜନସ୍ୱାର୍ଥ ସହ ଥିବା ସମ୍ପର୍କରେ ନିହିତ। ଖବର ଯେତେ ଆକର୍ଷଣୀୟ ହେଉନା କାହିଁକି, ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ବିନା ସାମ୍ବାଦିକତା ତାହାର ନୈତିକ ଭିତ୍ତି ହରାଇଦିଏ। ସାମ୍ବାଦିକତା କେବଳ ଘଟଣା ଲିପିବଦ୍ଧ କରିବାର ବୃତ୍ତି ନୁହେଁ; ଏହା ସତ୍ୟ, ବିବେକ ଓ ଦାୟିତ୍ୱବୋଧ ମଧ୍ୟରେ ନିରନ୍ତର ସନ୍ତୁଳନ ରକ୍ଷା କରିବାର ଏକ କଠିନ ସାଧନା ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ଖବର କାଗଜକୁ ଅପେକ୍ଷା କରିବା କେବଳ ଖବର ପଢ଼ିବାର ଆଗ୍ରହ ନୁହେଁ; ନିଜ ଅଞ୍ଚଳର ଖବର, ନିଜ ମାଟିର ସ୍ୱର ଓ ନିଜ ସମାଜର ସ୍ପନ୍ଦନକୁ ଜାଣିବାର ଏକ ଆତ୍ମୀୟ ସମ୍ପର୍କ ଥିଲା। ଯାହାକି ଆଜିର ଡିଜିଟାଲ ଯୁଗରେ ସେହି ଦୃଶ୍ୟ ହୁଏତ ଅତୀତ ହୋଇଯାଇଛି, କିନ୍ତୁ ପାଠକଙ୍କ ସହ ସେହି ବିଶ୍ୱାସର ସମ୍ପର୍କ ହିଁ ସବୁଠାରୁ ବଡ଼ ସମ୍ପଦ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ସେ ବାଲକୋ ହଟାଓ ଆନ୍ଦୋଳନ ସମୟର ସାମ୍ବାଦିକତାକୁ ସ୍ମରଣ କରି କହିଥିଲେ ଯେ, ଉତ୍ତେଜନାପୂର୍ଣ୍ଣ ସମୟରେ ଗଣମାଧ୍ୟମର ପ୍ରକୃତ ପରୀକ୍ଷା ହୁଏ। ସେତେବେଳେ ସମ୍ବାଦପତ୍ର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସଂଯମ ରକ୍ଷା କରି ତଥ୍ୟକୁ ପରିବେଷଣ କରିବା। ଦୀର୍ଘସ୍ଥାୟୀ ବିଶ୍ୱାସର ଭିତ୍ତି ଗଢ଼ିଉଠେ ଚମକପୂର୍ଣ୍ଣ ଶୀର୍ଷକରେ ନୁହେଁ, ବରଂ ତଥ୍ୟ ପ୍ରତି ଦାୟିତ୍ୱବୋଧ ଓ ସମ୍ପାଦକୀୟ ସନ୍ତୁଳନରେ ବୋଲି କହିଥିଲେ। ଏହି ଅବସରରେ ସମାଜର ବରଗଡ଼ ଜିଲ୍ଲା ପ୍ରତିନିଧି ବାଲାଜୀ ବିଭୁରଞ୍ଜନ ତରସିଆଙ୍କୁ 'ଶିତିକଣ୍ଠ ପଟଯୋଶୀ ସାମ୍ବାଦିକ ସମ୍ମାନ', କଳାହାଣ୍ଡି ଟୋଲ ବ୍ରାହ୍ମଣୀର ବୈଦ୍ୟରାଜ ପବିତ୍ର ଶବରଙ୍କୁ ଶିତିକଣ୍ଠ ପଟଯୋଶୀ ସେବା ସମ୍ମାନ, ବରଗଡ଼ ମହିଳା ସମିତି କୁ ସମାଜସେବା ଓ ନାରୀ ସଶକ୍ତିକରଣ ସମ୍ମାନ, ରଞ୍ଜନ କୁମାର ପଣ୍ଡା ଓ ଐତିହାସିକ - ଗବେଷକ ପ୍ରାଧ୍ୟାପକ ଜଗଦୀଶ ମିଶ୍ରଙ୍କୁ ଲେଖକ ଜ୍ୟୋତି ସମ୍ମାନ, ଓମ୍ ପ୍ରକାଶ ପଣ୍ଡାଙ୍କୁ ଉଦୀୟମାନ ଲେଖକ ସମ୍ମାନ ଏବଂ ରତ୍ନମଣି ଶତପଥୀ ଓ ନିରୋଜ କୁମାର ପାଣୀଙ୍କୁ ସାମ୍ବାଦିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତ ବାର୍ଷିକୀ ବର୍ଷ ଉପଲକ୍ଷେ ସମର୍ପିତ 'ଗଣ ଇସ୍ତାହାର'ର ସ୍ଵନକ୍ଷତ୍ର ବିଶେଷାଙ୍କକୁ ଅତିଥିଗଣ ଉନ୍ମୋଚନ କରିଥିଲେ। ପତ୍ରିକାର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ ବହୁସଂଖ୍ୟାରେ ଯୋଗ ଦେଇଥିଲେ।

3 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
3 hrs ago
1520a8e3-5757-4074-8d74-1b1a4ee05ce2

More news from ଓଡ଼ିଶା and nearby areas
  • #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... #କେବେ_ଶୁଣିବେ_ସରକାର ? ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ ସ୍କୁଲ ଛୁଆର ପ୍ରତିବାଦ.... ବାରମ୍ବାର ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଜଣାଇଳା ପରେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି।
    1
    #କେବେ_ଶୁଣିବେ_ସରକାର ?
ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ  ସ୍କୁଲ ଛୁଆର ପ୍ରତିବାଦ....
#କେବେ_ଶୁଣିବେ_ସରକାର ?
ନିଜ ସ୍କୁଲ ପାଇଁ ତୃତୀୟ ଶ୍ରେଣୀ  ସ୍କୁଲ ଛୁଆର ପ୍ରତିବାଦ....
ବାରମ୍ବାର ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଜଣାଇଳା ପରେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    14 hrs ago
  • ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    1
    ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତି ରେ ପରିବାର 
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ର ଜୟପୁର ଗ୍ରାମ ର ନନ୍ଦିନୀ କର୍ଣ୍ଣାଙ୍କ ଘର ଲଗାଣ ବର୍ଷା ଭାଙ୍ଗିଯାଇଛି।ଘର ପ୍ରଶାସନ ପାଖରେ ଗୁହାରି କରିଛନ୍ତି।ଘର ପାଇଁ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    6 hrs ago
  • 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews 🚨 BREAKING NEWS | P24 NEWS EXPRESS प्रधानमंत्री नरेंद्र मोदी का भव्य स्वागत! 📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया। ✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की। 📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया। 🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी। #P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews
    1
    🚨 BREAKING NEWS | P24 NEWS EXPRESS

प्रधानमंत्री नरेंद्र मोदी का भव्य स्वागत!

📍 आंध्र प्रदेश के भोगापुरम में प्रधानमंत्री नरेंद्र मोदी का ऐतिहासिक स्वागत किया गया। लगभग 13,000 आदिवासी छात्राओं ने पारंपरिक 'धीमसा' नृत्य प्रस्तुत कर उनका अभिनंदन किया।

✈️ इस दौरान प्रधानमंत्री ने अल्लूरी सीताराम राजू अंतरराष्ट्रीय हवाई अड्डे का उद्घाटन किया और क्षेत्र की कई महत्वपूर्ण विकास परियोजनाओं की शुरुआत की।

📍 इसके बाद प्रधानमंत्री कर्नाटक के मैसूरु पहुंचे, जहाँ उनका गर्मजोशी से स्वागत किया गया। उन्होंने स्वामी विवेकानंद सांस्कृतिक युवा केंद्र (विवेक स्मारक) का उद्घाटन कर युवाओं को राष्ट्र निर्माण के लिए प्रेरित किया।

🇮🇳 देश के विकास को नई गति देने की दिशा में प्रधानमंत्री का लगातार दौरा जारी।

#P24NewsExpress #BreakingNews #PMModi #NarendraModi #AndhraPradesh #Bhogapuram #DhimsaDance #AlluriSitaramaRajuAirport #Mysuru #Karnataka #VivekaSmaraka #Development #IndiaNews #LatestNews

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • Grand Sambalpuri Din 2026 Celebrated in Jharsuguda; Dipali Das Joins Shobha Yatra ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ଝାରସୁଗୁଡ଼ାବାସୀଙ୍କ ମିଳିତ ଆନୁକୂଲ୍ୟରେ ୧ ଅଗଷ୍ଟରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ୮ମ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସାମିଲ ହୋଇଥିଲେ। ମଙ୍ଗଳ ବଜାର ଅଡିଟୋରିୟମ୍/ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ବଲପୁରୀ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରକୁ ଉତ୍ସର୍ଗ କରାଯାଇଥିଲା। #SambalpuriDin2026 #Jharsuguda #DipaliDas #PaschimanchalEkataManch #Sambalpuri #OdishaNews #BreakingNews
    1
    Grand Sambalpuri Din 2026 Celebrated in Jharsuguda; Dipali Das Joins Shobha Yatra
ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ଝାରସୁଗୁଡ଼ାବାସୀଙ୍କ ମିଳିତ ଆନୁକୂଲ୍ୟରେ ୧ ଅଗଷ୍ଟରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ୮ମ ସମ୍ବଲପୁରୀ ଦିନ ପାଳନ କରାଯାଇଛି। ଏହି ଅବସରରେ ଝାରସୁଗୁଡ଼ାରେ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ସାମିଲ ହୋଇଥିଲେ। ମଙ୍ଗଳ ବଜାର ଅଡିଟୋରିୟମ୍/ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ବଲପୁରୀ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାରକୁ ଉତ୍ସର୍ଗ କରାଯାଇଥିଲା।
#SambalpuriDin2026 #Jharsuguda #DipaliDas #PaschimanchalEkataManch #Sambalpuri #OdishaNews #BreakingNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    9 hrs ago
  • ଭାରତୀୟତାର ଝଲକ ପିଲା ହାତ ଯୋଡ଼ି କ୍ଷମା ମାଗିଲେ ଅଭିଭାବକ କ୍ଷମା କଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    1
    ଭାରତୀୟତାର ଝଲକ
ପିଲା ହାତ ଯୋଡ଼ି କ୍ଷମା ମାଗିଲେ
ଅଭିଭାବକ କ୍ଷମା କଲେ
ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା
    1
    ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    9 hrs ago
  • ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା
    1
    ଜାତୀୟ ରାଜପଥ ୫୭ ଅବରୋଧ କଲେ ପଟାଭାଡିବାସୀ ସୁବର୍ଣ୍ଣପୁର ଜିଲ୍ଲା ର ଏ ଘଟଣା
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    6 hrs ago
  • संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं। उन्होंने अपने शुभकामना संदेश में कहा: "जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।" उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया। #संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं। उन्होंने अपने शुभकामना संदेश में कहा: "जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।" उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया। #संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei
    1
    संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं।

उन्होंने अपने शुभकामना संदेश में कहा:

"जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।"

उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया।

#संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei
संबलपुर सांसद धर्मेंद्र प्रधान ने संबलपुरी दिवस के अवसर पर सभी प्रदेशवासियों को हार्दिक शुभकामनाएँ दीं।
उन्होंने अपने शुभकामना संदेश में कहा:
"जय माँ समलाई। 🙏 'संबलपुरी दिवस' की हार्दिक बधाई। संबलपुरी भाषा, साहित्य और संस्कृति को समृद्ध बनाने में महान गुरु श्री सत्यनारायण भाटादार का अमूल्य योगदान हम सभी को हमेशा प्रेरित करता रहेगा।"
उन्होंने सभी से संबलपुरी भाषा, लोककला और सांस्कृतिक विरासत के संरक्षण एवं संवर्धन के लिए मिलकर कार्य करने का आह्वान भी किया।
#संबलपुरीदिन #संबलपुरीदिवस #DharmendraPradhan #Sambalpur #Odisha #MaaSamalei
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    6 hrs ago
  • 22 Gates of Hirakud Dam Open as Floodwater Discharge Increases ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବର୍ତ୍ତମାନ ଡ୍ୟାମର ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଭୋର ୩ଟା ସୁଦ୍ଧା ଜଳସ୍ତର ୬୨୩ ଫୁଟ୍ ରହିଥିବାବେଳେ ପ୍ରତି ସେକେଣ୍ଡରେ ୩,୯୬,୯୭୪ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ବର୍ତ୍ତମାନ ୬୫,୫୭୯ କ୍ୟୁସେକ ଜଳ ନିଷ୍କାସନ ହେଉଛି। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆହୁରି ଗେଟ୍ ଖୋଲାଯାଇପାରେ। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। #HirakudDam #FloodUpdate #RainAlert #HeavyRain #Odisha #OdishaNews #BreakingNews
    1
    22 Gates of Hirakud Dam Open as Floodwater Discharge Increases
ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ବର୍ତ୍ତମାନ ଡ୍ୟାମର ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଭୋର ୩ଟା ସୁଦ୍ଧା ଜଳସ୍ତର ୬୨୩ ଫୁଟ୍ ରହିଥିବାବେଳେ ପ୍ରତି ସେକେଣ୍ଡରେ ୩,୯୬,୯୭୪ କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ବର୍ତ୍ତମାନ ୬୫,୫୭୯ କ୍ୟୁସେକ ଜଳ ନିଷ୍କାସନ ହେଉଛି। ପରିସ୍ଥିତି ଅନୁଯାୟୀ ଆଗାମୀ ଦିନରେ ଆହୁରି ଗେଟ୍ ଖୋଲାଯାଇପାରେ। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
#HirakudDam #FloodUpdate #RainAlert #HeavyRain #Odisha #OdishaNews #BreakingNews
    user_The Voice News Odisha
    The Voice News Odisha
    News Anchor ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.