logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାମୁନାଳିଆରେ ୧୧ତମ ବାର୍ଷିକ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ;ଡୁଙ୍ଗୁରୀଟଲା ଏଫ୍‌ସି ଚମ୍ପିୟାନ, ହାତିବାରୀ ଏଫ୍‌ସି ରନର୍ସଅପ୍‌ କରଞ୍ଜିଆ, ୨୮/୮, (ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳିଆ ଗ୍ରାମର ସାଗେନ୍‌ ସାକାମ୍‌ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଅଗଷ୍ଟ ୨୬ ତାରିଖରୁ ଆରମ୍ଭ ହୋଇଥିବା ୧୧ତମ ବାର୍ଷିକ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ତିନିଦିନିଆ ଏହି ପ୍ରତିଯୋଗିତାରେ ଗ୍ରାମାଞ୍ଚଳର ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍‌ ମ୍ୟାଚ୍‌ରେ ସାହାରପଡ଼ା ବ୍ଲକର ଡୁଙ୍ଗୁରୀଟଲା ଏଫ୍‌ସି ଓ କରଞ୍ଜିଆ ବ୍ଲକ ଦୁଧିଆଣୀ ପଞ୍ଚାୟତର ହାତିବାରୀ ଏଫ୍‌ସି ମଧ୍ୟରେ ରୋମାଞ୍ଚକର ଲଢ଼େଇ ହୋଇଥିଲା। ଏଥିରେ ଡୁଙ୍ଗୁରୀଟଲା ଏଫ୍‌ସି ୧-୦ ଗୋଲ୍‌ରେ ହାତିବାରୀ ଏଫ୍‌ସିକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିବା ବେଳେ ହାତିବାରୀ ଏଫ୍‌ସି ରନର୍ସଅପ୍‌ ହୋଇଛି। ତେଙ୍ଗେ ଏଫ୍‌ସି ତୃତୀୟ ଏବଂ ଜାମଦା ବାଘିଆ ଏଫ୍‌ସି ଚତୁର୍ଥ ସ୍ଥାନ ଅଧିକାର କରିଛି। ଅନ୍ତିମ ଦିବସରେ ବର୍ଷାର ବାଧା ସତ୍ତ୍ୱେ ବହୁ ସଂଖ୍ୟାରେ ଫୁଟବଲ୍‌ପ୍ରେମୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଚାରି ସେମିଫାଇନାଲିଷ୍ଟ ଦଳକୁ ଟ୍ରଫି ସହ ଖାସି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପାଟବିଲ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସୁଶାନ୍ତ ନାଏକ (ଦୀପୁ), ଏସ୍‌ଏସ୍‌ଆଇଟି ପଲିଟେକ୍‌ନିକ୍‌ର ଉପାଧ୍ୟକ୍ଷ ଇଂ. ସତ୍ୟନାରାୟଣ ମାଝୀ, ବ୍ଲକ କର୍ମଚାରୀ ପୁରେନ୍ଦ୍ର ଚନ୍ଦ୍ର ସୋରେନ୍‌, ଆତୁ ନାୟକେ ବୁଧୁରାୟ ମୁର୍ମୁ, ଆତୁ ମାଝୀ ଚନ୍ଦ୍ରମୋହନ ମୁର୍ମୁଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଆଦିବାସୀବହୁଳ ଗ୍ରାମାଞ୍ଚଳରେ ଫୁଟବଲ୍‌ ଖେଳର ପ୍ରଚାର ଓ ପ୍ରସାର ପାଇଁ ଆୟୋଜକଙ୍କ ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ପୁରସ୍କାର ବିତରଣ ସମୟରେ ଗ୍ରାମର ବହୁ ସଂଖ୍ୟକ ମହିଳା ଉପସ୍ଥିତ ରହି ଆଦିବାସୀ ପରମ୍ପରା ଅନୁଯାୟୀ ବିଜେତା ଦଳର ଖେଳାଳିମାନଙ୍କ ପାଦ ଧୋଇ ଅଭିନନ୍ଦନ ଜଣାଇଥିଲେ। ଶ୍ରୀରାମ ପାଳେୟା, ଜାକେଲ ପୂର୍ତ୍ତି ଓ ଶ୍ୟାମସୁନ୍ଦର ମାରାଣ୍ଡି ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ପରମେଶ୍ୱର ବାସ୍କେ ଭାଷ୍ୟକାର ଭାବେ ଧାରାବିବରଣୀ ପ୍ରଦାନ କରିଥିଲେ। କ୍ଲବ ସଭାପତି ରାଜେନ୍ଦ୍ର ମୁର୍ମୁ, ସମ୍ପାଦକ ରାମଦାସ ମୁର୍ମୁଙ୍କ ସମେତ ଚାନ୍ଦ୍ରାୟ ଟୁଡୁ, ଚନ୍ଦ୍ରମୋହନ ମୁର୍ମୁ, ରବିନ୍ଦ୍ର ମୁର୍ମୁ, ଦାସମାତ୍‌ କିସ୍କୁ, କାଳିଚରଣ କିସ୍କୁ, କରୁଣାକର କିସ୍କୁ ଓ ଦାଶରଥି ମୁର୍ମୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

2 hrs ago
user_Partha Prasanna Mishra
Partha Prasanna Mishra
ସାମ୍ବାଦିକ Karanjia, Mayurbhanj•
2 hrs ago
af1b196f-9a3c-4db0-8893-305ccccdcedd

More news from ଓଡ଼ିଶା and nearby areas
  • ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ
    3
    ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ 
ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    15 hrs ago
  • ମୁହଁ ଦେଖିକି ଧରିବ ପୋଲିସ ଶ୍ରୀମନ୍ଦିର ନିକଟବର୍ତ୍ତୀ ବିଭିନ୍ନ ଦୋକାନ, ବଜାର, ଭିଡ଼ ଅଞ୍ଚଳ ଏବଂ ସାଧାରଣ ସ୍ଥାନରେ ଦୀର୍ଘ ସମୟ ଧରି ରହୁଥିବା କିମ୍ବା ସନ୍ଦେହଜନକ ଭାବେ ଘୁରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରାଯାଇଥିଲା।ଏହି ସ୍ୱତନ୍ତ୍ର ଅଭିଯାନରେ Facial Recognition System (FRS) ଏବଂ Fingerprint Verification ଭଳି ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଥିଲା।
    1
    ମୁହଁ ଦେଖିକି ଧରିବ ପୋଲିସ
ଶ୍ରୀମନ୍ଦିର ନିକଟବର୍ତ୍ତୀ ବିଭିନ୍ନ ଦୋକାନ, ବଜାର, ଭିଡ଼ ଅଞ୍ଚଳ ଏବଂ ସାଧାରଣ ସ୍ଥାନରେ ଦୀର୍ଘ ସମୟ ଧରି ରହୁଥିବା କିମ୍ବା ସନ୍ଦେହଜନକ ଭାବେ ଘୁରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରାଯାଇଥିଲା।ଏହି ସ୍ୱତନ୍ତ୍ର ଅଭିଯାନରେ Facial Recognition System (FRS) ଏବଂ Fingerprint Verification ଭଳି ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଥିଲା।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    15 min ago
  • ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    1
    ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ।
ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    7 hrs ago
  • ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l
    1
    ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia
    1
    ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ।
#JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    4 hrs ago
  • #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।
    1
    #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ
ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    18 min ago
  • ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ
    1
    ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ Format :Avb Report :kamal lochan panda /bhadrak Date :26.08.26 Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ। ଦୁଇଟି ଝିଅ ୧ ବର୍ଷ ଓ ୬ ବର୍ଷ ଅଛି ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି
    1
    Slug : ପାରିବାରିକ କଳହର କରୁଣ ପରିଣତି।ସ୍ତ୍ରୀ କୁ ହାଣିଲେ ନିଜେ ଝୁଲି ପଡିଲେ 
Format :Avb
Report :kamal lochan panda /bhadrak 
Date :26.08.26

Anchor : ପାରିବାରିକ କଳହ ରୁ କରୁଣ ପରିସ୍ଥିତି, ସ୍ତ୍ରୀ କୁ ହାଣି ନିଜେ ଫାସୀ ଦେଇଦେଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ପୁରୁଣା ଵଜାର ଥାନା ଅଧିନ ନଙ୍ଗମହଲା ଗାଁରେ।ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ ଵିଵାଦ ଲାଗି ରହିଥିଲା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ପାଇଁ ପରିବାର ଲୋକେ ଅନେକ ଚେଷ୍ଟା କରିଥିଲେ|ଆଜି ଘରେ କହିନଥିଲା ବେଳେ ସ୍ବାମୀ ସେକ ମୁସ୍ତଫା ରଜା ତାଙ୍କ ସ୍ତ୍ରୀ ସୋନୁ ଵିଵିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେହି ଘରେ ନିଜେ ବେକରେ ଫାସି ଦେଇ ଝୁଲି ପଡିଥିଲେ।ଗ୍ରାମବାସୀ ମାନେ ଖବର ପାଇଁ ପୋଲିସ କୁ ଖବର ଦେଇଥିବା ବେଳେ  ପୁରୁଣା ବଜାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି|ଉଭୟଙ୍କ ମଧ୍ୟରେ ପ୍ରେମ ବିଵାହ ହୋଇଥିଲା ବେଳେ।  ଦୁଇଟି ଝିଅ ୧ ବର୍ଷ ଓ  ୬ ବର୍ଷ  ଅଛି
ସ୍ଵାମୀ ଘର ଭଦ୍ରକରେ ସ୍ତ୍ରୀ ଘର ଲକ୍ଷ୍ନୌରେ ବୋଲି ଜଣା ପଡିଛି
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.