logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ ଭୁବନେଶ୍ୱର : ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଶୁକ୍ରବାର ଦିନ ଆଇଆଇଟି ଭୁବନେଶ୍ୱରରେ ଆୟୋଜିତ ନ୍ୟାସନାଲ୍ ପ୍ରୋଫେସନାଲ୍ ଷ୍ଟାଣ୍ଡାର୍ଡସ୍ ଫର୍ ଟିଚର୍ସ (NPST) ଓ ନ୍ୟାସନାଲ୍ ମିଶନ୍ ଫର୍ ମେଣ୍ଟରିଙ୍ଗ (NMM) ର ଦେଶବ୍ୟାପୀ କାର୍ଯ୍ୟାନ୍ୱୟନ ପାଇଁ ହିତଧାରୀମାନଙ୍କ କ୍ଷମତାବୃଦ୍ଧି ସମ୍ପର୍କିତ ଜାତୀୟ ସମ୍ମିଳନୀ-୨୦୨୬ ର ଉଦଘାଟନୀ ସମାରୋହରେରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମ୍ମିଳନୀରେ ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ଓଡ଼ିଶା, ସିକ୍କିମ, ତ୍ରିପୁରା ଓ ପଶ୍ଚିମବଙ୍ଗ ରାଜ୍ୟରୁ ଶିକ୍ଷାବିତ, ଶିକ୍ଷକ, ପ୍ରଶାସକ, ନୀତିନିର୍ଦ୍ଧାରକ ଓ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେବା ସହିତ ବିଦ୍ୟାଳୟ ଶିକ୍ଷା ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏସ୍.ସି.ଇ.ଆର୍.ଟି.)ର ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ, ରାଜ୍ୟ ନୋଡାଲ୍ ଅଧିକାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସିବିଏସଇ ଓ ରାଜ୍ୟ ବୋର୍ଡ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକମାନଙ୍କ ଉପସ୍ଥିତି ଭାରତର ଶିକ୍ଷା ପରିବେଶର ବିବିଧତା ଓ ସମନ୍ୱୟକୁ ପ୍ରକାଶ କରିଛି ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ I ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମନୋଭାବ, ଜିଜ୍ଞାସା ଓ ଦାୟିତ୍ୱବୋଧ ଗଢ଼ି ତୋଳି ଦେଶର ଭବିଷ୍ୟତ ନିର୍ମାଣ କରନ୍ତି। ଭାରତର ପ୍ରାଚୀନ ଗୁରୁ–ଶିଷ୍ୟ ପରମ୍ପରା ଜ୍ଞାନ, ମୂଲ୍ୟବୋଧ ଓ ଚରିତ୍ର ଗଢ଼ିବାରେ ଶିକ୍ଷକଙ୍କ ମହତ୍ତ୍ୱକୁ ପ୍ରତିପାଦନ କରେ I ବର୍ତ୍ତମାନ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ହେଉଥିବାରୁ ଶିକ୍ଷା ବ୍ୟବସ୍ଥା ମଧ୍ୟ ସମୟୋଚିତ ଭାବେ ପରିବର୍ତ୍ତିତ ହେବା ଆବଶ୍ୟକ। ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ସଂଯୋଗ ଓ ବିଶ୍ୱ ସଂଯୋଜନ ନୂତନ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରୁଛି । ଏହି ପରିପ୍ରେକ୍ଷିତରେ ଛାତ୍ରଛାତ୍ରୀଙ୍କୁ କେବଳ ପରୀକ୍ଷା ପାଇଁ ନୁହେଁ ବରଂ ନବସୃଜନ, ଉଦ୍ୟମିତା ଓ ବିଶ୍ୱସ୍ତରୀୟ ଆହ୍ୱାନ ପାଇଁ ପ୍ରସ୍ତୁତ କରିବା ଦରକାର ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ। ରାଜ୍ୟପାଳ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଅଧୀନରେ ଜାତୀୟ ଶିକ୍ଷା ନୀତି–୨୦୨୦ ଭାରତର ଶିକ୍ଷା ପ୍ରଣାଳୀକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁରୂପ ଗଢ଼ିବା ପାଇଁ ଏକ ଦୂରଦର୍ଶୀ ରୋଡମ୍ୟାପ୍ ପ୍ରଦାନ କରିଛି। ଶିକ୍ଷା ସଂସ୍କାର କେବଳ ନୀତିରେ ସୀମିତ ନୁହେଁ; ଶିକ୍ଷକମାନେ ସଶକ୍ତ ହେଲେ ହି ପ୍ରକୃତ ପରିବର୍ତ୍ତନ ସମ୍ଭବ ବୋଲି ରାଜ୍ୟପାଳ କହିଥିଲେ। ଏହି ଦୃଷ୍ଟିକୋଣକୁ ବାସ୍ତବ ପଦକ୍ଷେପ ମାଧ୍ୟମରେ ରୂପାନ୍ତରିତ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୂରଦର୍ଶୀ ନେତୃତ୍ୱକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟପାଳ ଆହୁରି ମଧ୍ୟ କହିଥିଲେ ଯେ ଯଦିଓ ଜାତୀୟ ଶିକ୍ଷା ନୀତି–୨୦୨୦ କାର୍ଯ୍ୟକାରୀ ହେବାର ପାଞ୍ଚ ବର୍ଷରୁ ଅଧିକ ସମୟ ଅତିକ୍ରମ କରିଛି, ତଥାପି ଏହା ମନେ ରଖିବା ଉଚିତ୍ ଯେ ଶିକ୍ଷା ସଂସ୍କାର କେବଳ ନୀତି ଦସ୍ତାବିଜ୍ ମାଧ୍ୟମରେ ହାସଲ ହୋଇନଥାଏ। ପ୍ରକୃତ ପରିବର୍ତ୍ତନ କେବଳ ଶିକ୍ଷକମାନଙ୍କୁ ଆବଶ୍ୟକୀୟ ଦକ୍ଷତା, ମାନଦଣ୍ଡ ଏବଂ ବୃତ୍ତିଗତ ସହାୟତା ପ୍ରଦାନ କରାଯିବା ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଏହିପରି ସମ୍ମିଳନୀ ଏହି କାରଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନୀତିକୁ ବ୍ୟବହାରିକତା ସହିତ ମିଶାଇବାର ଏକ ମଞ୍ଚ ସୃଷ୍ଟି କରେ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ମଧ୍ୟରେ ଶିକ୍ଷକଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନଦଣ୍ଡ (National Professional Standards for Teachers) ଏବଂ ଜାତୀୟ ମେଣ୍ଟରିଂ ମିଶନ (National Mission for Mentoring) ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତର ଶିକ୍ଷା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛି, ଯେଉଁଥିରେ ଶିକ୍ଷକ ବିକାଶ, ବୃତ୍ତିଗତତା ଏବଂ ନିରନ୍ତର ଶିକ୍ଷଣକୁ ଜାତୀୟ ପରିବର୍ତ୍ତନର କେନ୍ଦ୍ରବିନ୍ଦୁରେ ରଖାଯାଇଛି। ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (National Council for Teacher Education)ର ଏକ ପ୍ରମୁଖ ଉଦ୍ୟମ ଏନପିଏସଟି (NPST ) ଶିକ୍ଷକମାନଙ୍କୁ ଏକ ସ୍ପଷ୍ଟ ବୃତ୍ତିଗତ ପରିଚୟ ପ୍ରଦାନ କରେ । ଏହା ଆଶା, ଦକ୍ଷତା, ମୂଲ୍ୟବୋଧ ଏବଂ କ୍ୟାରିୟର ବିକାଶର ପଥକୁ ନିର୍ଦ୍ଦିଷ୍ଟ କରିଥାଏ। ଜାତୀୟ ମେଣ୍ଟରିଂ ମିଶନ (NMM) ଅଧୀନରେ ବିଦ୍ୟାଳୟ ଶିକ୍ଷକମାନଙ୍କୁ ସହାୟତା ଓ ମେଣ୍ଟରିଂ ପ୍ରଦାନ କରିବାକୁ ଇଚ୍ଛୁକ ଉତ୍କୃଷ୍ଟ ବୃତ୍ତିଗତମାନଙ୍କର ଏକ ବୃହତ୍ ପୁଲ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ବୟସ କିମ୍ବା ପଦବୀ ନିର୍ବିଶେଷରେ ଏହି ମେଣ୍ଟରମାନେ ଶିକ୍ଷକ ଗୋଷ୍ଠୀକୁ ସବଳ କରିବାରେ ଏବଂ ଦେଶର ଏକବିଂଶ ଶତାବ୍ଦୀର ବିକାଶ ଲକ୍ଷ୍ୟକୁ ଆଗେଇ ନେବାରେ ଯୋଗଦାନ ଦେବେ। ଏହି ମିଶନ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ମେଣ୍ଟରିଂ ସହାୟତାକୁ ଗୁରୁତ୍ୱ ଦିଏ ଏବଂ ଶିକ୍ଷକମାନଙ୍କ ମଧ୍ୟରେ କ୍ରସ୍-ଲର୍ନିଂକୁ ପ୍ରୋତ୍ସାହିତ କରି ସେମାନଙ୍କର ନିରନ୍ତର ବୃତ୍ତିଗତ ବିକାଶକୁ ସମର୍ଥନ କରେ ଏବଂ ଶ୍ରେଣୀଗୃହରେ ଶିକ୍ଷଣ ଓ ଶିକ୍ଷାର ଗୁଣବତ୍ତାକୁ ଉନ୍ନତ କରିବ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଥିଲେ । ଏନପିଏସଟି ଏବଂ ଏନଏମଏମ ମିଳିତ ଭାବେ ବୃତ୍ତିଗତ ବିକାଶର ଏକ ଦୃଢ଼ ପରିବେଶ ସୃଷ୍ଟି କରନ୍ତି ଯାହା ଶିକ୍ଷକମାନଙ୍କୁ ଶିକ୍ଷଣର ସୁବିଧାକାରୀ, ଛାତ୍ରମାନଙ୍କର ମେଣ୍ଟର ଏବଂ ଶିକ୍ଷଣ ପଦ୍ଧତିରେ ନବସୃଜନକାରୀ ଭାବେ ପରିଣତ କରିବାରେ ସଶକ୍ତ କରିବା ଦ୍ୱାରା ଶ୍ରେଣୀଗୃହଗୁଡ଼ିକୁ ସବଳ କରିବ ବୋଲି ରାଜ୍ୟପାଳ ଆଶା ପ୍ରକଟ କରିଥିଲେ। ଏହିପରି ଉଦ୍ୟମଗୁଡ଼ିକୁ ବିକଶିତ ଓ ପ୍ରୋତ୍ସାହିତ କରିବାରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ସକ୍ରିୟ ନେତୃତ୍ୱକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଶିକ୍ଷକ ଶିକ୍ଷାରେ ମାନଦଣ୍ଡ ନିର୍ଧାରଣ ପାଇଁ ଏକ ବୈଧାନିକ ସଂସ୍ଥା ଭାବେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ଭାରତରେ ଶିକ୍ଷକ ବୃତ୍ତିଗତତାର ଭବିଷ୍ୟତକୁ ଗଢ଼ିବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ଆୟୋଜନ କରିଥିବାରୁ ଆଇଆଇଟି ଭୁବନେଶ୍ୱରକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ । ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା ଓ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର କଣ୍ଟିନ୍ୟୁଇଂ ଏଜୁକେସନ୍, ଡିନ୍ ପ୍ରଫେସର ଭି. ପାଣ୍ଡୁରଙ୍ଗା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ଏକାଡେ଼ମିକ ଉପଦେଷ୍ଟା ଶ୍ରୀ ଡି.କେ.ଚତୁର୍ବେଦୀ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମଲକର ଓ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଆରୋରା ବକ୍ତବ୍ୟ ପ୍ରଦାନ କରିଥିଲେ । ଆଇଆଇଟି ଭୁବନେଶ୍ୱର କୋଅର୍ଡିନେଟର ଡ଼ ଭେନୁଗୋପାଲ ଆରୁମୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

on 13 March
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
on 13 March
a0f335ce-9fff-4cfb-9bee-5228ab9bf7c7

More news from ଓଡ଼ିଶା and nearby areas
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    1
    ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ ।  ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    11 hrs ago
  • Post by ନିମାଇଁ ଚରଣ ମହାରଣା
    1
    Post by ନିମାଇଁ ଚରଣ ମହାରଣା
    user_ନିମାଇଁ ଚରଣ ମହାରଣା
    ନିମାଇଁ ଚରଣ ମହାରଣା
    Local News Reporter Khordha, Odisha•
    11 hrs ago
  • ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    1
    ଆମ ଅଞ୍ଚଳର ଡକା ହକା ଠାକୁର ପ୍ରଭୁ ଗ୍ରାମେଶ୍ୱର
    user_ଅଭିମନ୍ୟୁ ଅଭିସାର
    ଅଭିମନ୍ୟୁ ଅଭିସାର
    ସତ୍ୟବାଦୀ, ପୁରୀ, ଓଡ଼ିଶା•
    11 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    15 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    8 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.