ପୁରୀ ଜିଲ୍ଲା ରେ ପୁରୀ ଜିଲ୍ଲା ସି ଏମ୍ ଟ୍ରଫି ଉଦଘାଟିତ ହୋଇଯାଇଛି ତା.18/04/2026 ରିଖ ଦୁଇ ଦିନ ବ୍ୟାପୀ ଆୟୋଜିତ ହେବାକୁ ଯାଉଥିବା ସିଏମ ଟ୍ରଫି ପୁରୀ ଜିଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ ଠାରେ ଉଦଘାଟିତ ହୋଇସାରିଛି । ଏହି ଉଦ୍ଘାଟନ ସମାରୋହରେ ଓଡ଼ିଶା ଅଲମ୍ପିକ୍ସ ସଂଘ୍ କୋଷାଧ୍ୟକ୍ଷ ରବିଶଙ୍କର ପତିହରୀଙ୍କ ପୌରହିତ୍ୟ ରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ ,ମୁଖ୍ୟ ବକ୍ତା ପୁରୀ ମହାନଗର ନିଗମ ର ନିର୍ବାହୀ ଅଧିକାରୀ ଅଭିମନ୍ୟ ବେହେରା, ସମ୍ମାନିତ ଅତିଥି ଭାବେ ଭାରତୀୟ ଖୋ ଖୋ ମହାସଂଘ୍ ତଥା ଓଡ଼ିଶା ଖୋ ଖୋ ସଙ୍ଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା କ୍ରୀଡ଼ା ସାଂସଦ ଉପ ସଭାପତି ରାମଚନ୍ଦ୍ର ଦାସମହାପାତ୍ର ପ୍ରମୁଖ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ତଥା ତୃଣ ମୂଳ ସ୍ତରରେ କୋମଳମତି କ୍ରୀଡ଼ାବିତ୍ ମାନଙ୍କ ପ୍ରତିଭାର ବିକାଶ ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଥିଲେ।ଏହି ପ୍ରୟାସ ପାଇଁ ଆଗାମୀ ଦିନରେ ବଡ ବଡ କ୍ରୀଡା ପ୍ରତିଯୋଗିତାରେ ରେ ଓଡିଶା ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିବ ବୋଲି ସେମାନେ କହିଥିଲେ।କ୍ରୀଡ଼ାବିତ୍ ମାନଙ୍କ ମାର୍ଚ୍ଚ ପାଷ୍ଟ ରେ ଓଡ଼ିଶୀ ନୃତ୍ୟାଙ୍ଗନା, ଯାଦୁଗର, ଗରିଲା କଣ୍ଢେଇ ପ୍ରଭୃତି ଯୋଗଦେଇ କ୍ରୀଡ଼ା ମହୋଲ କୁ ଆକର୍ଷଣୀୟ କରିଥିଲେ। ଉଦଘାଟନ ରେ ଶାନ୍ତିର ପ୍ରତୀକ କପୋତ କୁ ଉଡ଼ାଇ ଥିଲେ। ଇ. ବି. ଦାସଙ୍କ ଦ୍ୱାରା ମ୍ୟାଜିକ ସୋ ବିମୁଗ୍ଧ କରିଥିଲା ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ପ୍ରତିଯୋଗିତାରେ ଖୋ ଖୋ ରେ ୬ ଟି ବାଳିକା ଦଳ ଅଂଶଗ୍ରହଣ କରି ଥିଲେ । ଖୋ ଖୋ ରେ ଡେଲାଙ୍ଗ ବ୍ଳକ୍ କେ. ପି. ପି ଚାମ୍ପିଅନ୍ସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅମାଳଙ୍ଗ ଉପ୍ରା ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଚନ୍ଦେଶ୍ୱରି ଉପ୍ରା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଜୋନ୍ ପାଇଁ ଚୂଡ଼ାନ୍ତ ବାଳିକା ଦଳ ଚୟନ କରାଯାଇ ସମ୍ପାଦକ ମହୋଦୟଙ୍କୁ ହସ୍ତାନ୍ତର କରାଯିବ।ପ୍ରତ୍ୟୁଷରୁ ଫୁଟବଲ ଖେଳର ଖେଳାଳୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ଉତ୍ସାହିତ କରିଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା, ଭୁବନେଶ୍ୱର

- ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।1
- ସ୍ଥାନ, ବିଷ୍ମଗିରି ଗ୍ରାମ ସୁବର୍ଣ୍ଣଗିରି 24ପହର ଅଖଣ୍ଡ ନାମ ସଂକୀର୍ତ୍ତନ ହେବ1
- 🇹🇯🇹🇯🇹🇯🇹🇯🌹🥺🥺🥺😏😏1
- Post by Padmanabha Naik1
- Post by TV5ODIA 95566059931
- ମୋବାଇଲ ମାଲିକ ମନରେ ହସ ଫୁଟାଇଲେ ଟିଟିଲାଗଡ଼ ପୋଲିସ.. ଟିଟିଲାଗଡ଼.. ଗତ ଏକ ବର୍ଷ ତଥା ଉର୍ଦ୍ଧ ସମୟ ଧରି ନିଜ ଝାଳ ବୁହା ଟଙ୍କା ରେ ମୋବାଇଲ କିଣିଥିବା ବେଳେ ଉକ୍ତ ମୋବାଇଲ ଗୁଡିକ ଚୋରି ହୋଇଯାଇଥିବା ବେଳେ କେତେକ ମୋବାଇଲ ହଜି ଯାଇଥିବା ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସ ପି ଅଭିଳାଷ ଜି ଙ୍କ ନିର୍ଦେଶ ରେ ତଥା ଟିଟିଲାଗଡ଼ ଏସ ଡ଼ି ପି ଓ ଯଶୋବନ୍ତ ପ୍ରଧାନ ଙ୍କ ନେତୃତ୍ୱ ରେ ଟିଟିଲାଗଡ଼ ଥାନାଅଧିକାରୀ ମନୋଜ କୁମାର ମୁଣ୍ଡା ଏକ ସ୍ୱତନ୍ତ୍ର ଟିମ କରି ଏହାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତକାରୀ ଟିମ ଟିଟିଲାଗଡ଼ ଥାନାରେ ହୋଇଥିବା ବିଭିନ୍ନ ମୋବାଇଲ କେଶ ଗୁଡିକୁ ତଦାରଖ କରି ତଦନ୍ତ କରିବା ସହିତ ଆଜି ୧୬ ଗୋଟି ମୋବାଇଲ କୁ ଉଦ୍ଧାର କରି ମୋବାଇଲ ମାଲିକ ମାନଙ୍କୁ ହସ୍ତାନ୍ତର କରିବାରେ ସଫଳ ହୋଇଛି l ନିଜ ହଜି ଯାଇଥିବା ତଥା ଚୋରି ହୋଇଥିବା ମୋବାଇଲ ପୁଣି ଫେରିପାଇବାର ଆଶା ଛାଡି ଦେଇଥିବା ଲୋକେ ନିଜ ନିଜ ମୋବାଇଲ ପାଇ ଟିଟିଲାଗଡ଼ ପୋଲିସ କୁ ଧନ୍ୟବାଦ ଦେବା ସହ ଥାନାଅଧିକାରୀ ଏବଂ ତଦନ୍ତ କାରି ଟିମ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ମୋବାଇଲ ଫେରିପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଗୁଳାପ ଛତର, ତେନ୍ତୁଳୀଖୁଣ୍ଟି, ବିବେକ ଘିଭେଲା ଗୂଂଚିତରା, ମଳୟ କୁମାର ବିଶି, ଲୁଥୁରବନ୍ଧ, ସୁଜିତ ସାହୁ, ଗୁଲମୀ, ଚନ୍ଦ୍ରଶିକା, ଭାଟି ପଡା, ପିତାମ୍ବର ବଗର୍ତି, ଶିରୋଲ,ସୁବ୍ରତ ପଣ୍ଡା, ରଘୁନାଥ ପଡା, କାଞ୍ଚନ ମହାରଣା, ହାଟପଦା ପଡା, ସୁଜିତ ସାହୁ, ତେଜରାଜ କୁମ୍ଭାର, ଦୀନବନ୍ଧୁ ସାହୁ, ବୈକୁଣ୍ଠ ବଗର୍ତି,ମିହିର ଚରଣ ଆଡ଼ଜୁଆର୍ଡ, ଙ୍କ ମୋବାଇଲ ଉଦ୍ଧାର କରି ହସ୍ତାନ୍ତର କରିଛି ଟିଟିଲାଗଡ଼ ପୋଲିସ l ଇନ୍ସପେକ୍ଟର ମନୋଜ କୁମାର ମୁଣ୍ଡା,ଏସ ଆଇ ତାରାବତୀ କିଷାନ ପ୍ରମୁଖ ରହିଛନ୍ତି l ଏହା ପୂର୍ବରୁ ମଧ୍ୟ ଟିଟିଲାଗଡ଼ ପୋଲିସ ଅନେକ ମୋବାଇଲ ଉଦ୍ଧାର କରି ମାଲିକ ମାନଙ୍କୁ ହସ୍ତାନ୍ତର କରି ପ୍ରଶଂସା ର ପାତ୍ର ହୋଇପାରିଛି l5
- Post by Rajes Argus news1
- ଅଦ୍ୟ ତା. 20/04/2026 ରିଖ ଆମ କଳିଙ୍ଗ ସମ୍ବାଦ ନିୟୁଜ ଚାନେଲ ର ନିମାପଡା ପ୍ରତିନିଧି ଦିପୁ ରଞ୍ଜନ ବେହେରା ନିମାପଡ଼ା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା ର ଉନ୍ନତି କରଣ କାମ ବୁଲି ଦେଖିଛନ୍ତି। ରାସ୍ତା ରେ ଠିକାଦାର ଅଠା ମାଟି ପକାଇ ଥିବା ଯୋଗୁଁ ଅଳ୍ପ ଝିପି ଝିପି ବର୍ଷା ରେ ରାସ୍ତା ରେ କାଦୁଅ ହୋଇଯାଉଛି। ଯାତାୟାତ ପାଇଁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି।ଚାଲି କରି ଯିବା ଆସିବା ବ୍ୟକ୍ତି ମାନେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ନିମାପଡା ପାଟପୁର ଠାରୁ ଅରିଷଣ୍ଢ ରାସ୍ତା କାମ ର ଉନ୍ନତି କରଣ ତୁରନ୍ତ ସମାପ୍ତ କଲେ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହେବ ବୋଲି ଦାବୀ କରିଛନ୍ତି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର1