logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

​ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ରେଳଧାରଣା ନିର୍ମାଣ, ୫ ଗାଡ଼ି ଜବତ୍! କେନ୍ଦୁଝର ଜିଲ୍ଲାରେ ଶିଳ୍ପ ସଂସ୍ଥା 'ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍' ବିରୋଧରେ ବନ ବିଭାଗ ପକ୍ଷରୁ ନିଆଯାଇଛି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ବଡ଼ବିଲ ରେଞ୍ଜ ଅନ୍ତର୍ଗତ ଉଲିବୁରୁ ସଂରକ୍ଷିତ ଜଙ୍ଗଲ ଭିତରେ ବନ ବିଭାଗର କୌଣସି ଆବଶ୍ୟକୀୟ ଅନୁମତି ନଥାଇ ସମ୍ପୃକ୍ତ ସଂସ୍ଥା ବେଆଇନ୍ ଭାବେ ରେଳ ଧାରଣା ବିଛାଇବା ଏବଂ ରାସ୍ତା ପ୍ରଶସ୍ତୀକରଣ କାମ କରୁଥିବା ବେଳେ ଏହାକୁ ଠାବ କରାଯାଇଛି। ​ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ବେଆଇନ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଉକ୍ତ ସ୍ଥାନରୁ ୨ଟି ଏକ୍ସକାଭେଟର ଏବଂ ୩ଟି ହାଇୱା ଟ୍ରକ୍‌କୁ ଜବତ୍ କରିଛି। ​ଚେତାବନୀକୁ ଖାତିର ନକରି ଚାଲିଥିଲା ନିର୍ମାଣ: ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସଂରକ୍ଷିତ ଜଙ୍ଗଲ ଜମିରେ ଏଭଳି ବେଆଇନ କାର୍ଯ୍ୟକଳାପ ନକରିବା ପାଇଁ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ସଂସ୍ଥାକୁ କଡ଼ା ଚେତାବନୀ ଦିଆଯାଇଥିଲା। ହେଲେ ଚେତାବନୀକୁ ଖାତିର ନକରି କମ୍ପାନୀ କର୍ତ୍ତୃପକ୍ଷ ମନମୁଖୀ ଭାବେ ବନ ଆଇନ୍‌କୁ ଫୁ' କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ​ଏହି ବେଆଇନ୍ ଜଙ୍ଗଲ ଜମି ଜବରଦଖଲ ଓ ନିର୍ମାଣ ଘଟଣାରେ ସମ୍ପୃକ୍ତ କମ୍ପାନୀ ଏବଂ ଅଧିକାରୀଙ୍କ ବିରୋଧରେ ବନ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି।

1 hr ago
user_ସମୀର ପାତ୍ର
ସମୀର ପାତ୍ର
କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
1 hr ago
dbb73fe9-ffd9-4bc4-9c8b-8e0ec57996c8

​ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ: ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ରେଳଧାରଣା ନିର୍ମାଣ, ୫ ଗାଡ଼ି ଜବତ୍! କେନ୍ଦୁଝର ଜିଲ୍ଲାରେ ଶିଳ୍ପ ସଂସ୍ଥା 'ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍' ବିରୋଧରେ ବନ ବିଭାଗ ପକ୍ଷରୁ ନିଆଯାଇଛି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ବଡ଼ବିଲ ରେଞ୍ଜ ଅନ୍ତର୍ଗତ ଉଲିବୁରୁ ସଂରକ୍ଷିତ ଜଙ୍ଗଲ ଭିତରେ ବନ ବିଭାଗର କୌଣସି ଆବଶ୍ୟକୀୟ ଅନୁମତି ନଥାଇ ସମ୍ପୃକ୍ତ ସଂସ୍ଥା ବେଆଇନ୍ ଭାବେ ରେଳ ଧାରଣା ବିଛାଇବା ଏବଂ ରାସ୍ତା ପ୍ରଶସ୍ତୀକରଣ କାମ କରୁଥିବା ବେଳେ ଏହାକୁ ଠାବ କରାଯାଇଛି। ​ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରି ବେଆଇନ୍ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଉକ୍ତ ସ୍ଥାନରୁ ୨ଟି ଏକ୍ସକାଭେଟର ଏବଂ ୩ଟି ହାଇୱା ଟ୍ରକ୍‌କୁ ଜବତ୍ କରିଛି। ​ଚେତାବନୀକୁ ଖାତିର ନକରି ଚାଲିଥିଲା ନିର୍ମାଣ: ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ସଂରକ୍ଷିତ ଜଙ୍ଗଲ ଜମିରେ ଏଭଳି ବେଆଇନ କାର୍ଯ୍ୟକଳାପ ନକରିବା ପାଇଁ ବନ ବିଭାଗ ପକ୍ଷରୁ ସମ୍ପୃକ୍ତ ସଂସ୍ଥାକୁ କଡ଼ା ଚେତାବନୀ ଦିଆଯାଇଥିଲା। ହେଲେ ଚେତାବନୀକୁ ଖାତିର ନକରି କମ୍ପାନୀ କର୍ତ୍ତୃପକ୍ଷ ମନମୁଖୀ ଭାବେ ବନ ଆଇନ୍‌କୁ ଫୁ' କରି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ। ​ଏହି ବେଆଇନ୍ ଜଙ୍ଗଲ ଜମି ଜବରଦଖଲ ଓ ନିର୍ମାଣ ଘଟଣାରେ ସମ୍ପୃକ୍ତ କମ୍ପାନୀ ଏବଂ ଅଧିକାରୀଙ୍କ ବିରୋଧରେ ବନ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବନ ବିଭାଗ ସୂଚନା ଦେଇଛି।

More news from Odisha and nearby areas
  • କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି। କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।” କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି। ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ। ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି। କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    2
    କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ 
କାଶତଣ୍ଡୀ—ଶରତର ନୀରବ ପ୍ରେମପତ୍ର
ବର୍ଷା ଋତୁର ବିଦାୟ ବେଳେ ଯେତେବେଳେ ଆକାଶର ନୀଳିମା ଧୀରେ ଧୀରେ ଗଭୀର ହୁଏ, ସେତେବେଳେ ପାହାଡ଼ ପାଦଦେଶ, ନଈକୂଳ ଓ ଗାଁ ରାସ୍ତା କଡ଼ରେ ଧଳା ଧଳା କାଶତଣ୍ଡୀ ଫୁଲ ହସି ଉଠେ। ମନେହୁଏ, ପ୍ରକୃତି ନିଜ ହାତରେ ଧଳା ଚାଦର ବିଛାଇ ଶରତକୁ ସ୍ୱାଗତ କରୁଛି।
କାଶତଣ୍ଡୀ କେବଳ ଏକ ଫୁଲ ନୁହେଁ; ଏହା ଆମ ଗାଁ ମାଟିର ସ୍ମୃତି, ଶୈଶବର ଅନୁଭବ ଓ ଆସୁଥିବା ପାର୍ବଣର ଏକ ନୀରବ ସଙ୍କେତ। କାଶ ଫୁଲର ଧଳା ରଙ୍ଗ ମନକୁ ଅଜଣା ଶାନ୍ତି ଦିଏ। ପବନର ହାଲୁକା ସ୍ପର୍ଶରେ ଯେତେବେଳେ କାଶତଣ୍ଡୀ ଦୋଳିଉଠେ, ଲାଗେ ଯେମିତି ପ୍ରକୃତି ନିଜେ ହସିହସି ମଣିଷକୁ କହୁଛି—“ଦୁଃଖ ସବୁଦିନ ରହେନି, ପରିବର୍ତ୍ତନ ନିଶ୍ଚୟ ଆସେ।”
କାଶ ଫୁଲ ଫୁଟିଲେ ମନେ ପଡ଼େ ପିଲାଦିନ। ଗାଁ ରାସ୍ତାରେ ସାଙ୍ଗମାନଙ୍କ ସହ ଦୌଡ଼ିବା, କାଶବଣ ଭିତରେ ଲୁଚିବା, ଧଳା ଫୁଲକୁ ଦେଖି ମନ ଭରିଯିବା—ସେସବୁ ସ୍ମୃତି ଆଜି ବି ମନର କେଉଁ ଏକ କୋଣରେ ଜୀବନ୍ତ। ସମୟ ବଦଳିଯାଇଛି, ଲୋକେ ବଡ଼ ହୋଇଯାଇଛନ୍ତି, ଜୀବନର ବ୍ୟସ୍ତତା ବଢ଼ିଛି; କିନ୍ତୁ କାଶତଣ୍ଡୀ ଆସିଲେ ସେହି ପୁରୁଣା ଦିନଗୁଡ଼ିକ ପୁଣି ମନ ଦୁଆରରେ ଠକ୍‌ଠକ୍‌ କରନ୍ତି।
ଶରତର ଆଗମନୀ ବାର୍ତ୍ତା ନେଇ ଆସୁଥିବା ଏହି ଧଳା ଫୁଲ ଆମକୁ ଆଉ ଏକ କଥା ଶିଖାଏ—ସୌନ୍ଦର୍ଯ୍ୟ ସବୁବେଳେ ରଙ୍ଗରେ ନଥାଏ, ନୀରବତାରେ ବି ଥାଏ। କାଶତଣ୍ଡୀର ସରଳତା ଭିତରେ ଲୁଚିଥାଏ ଗଭୀର ଭାବନା। ତାହାର ଦୋଳାୟମାନ ଫୁଲ ଯେମିତି କହିଯାଏ—ଜୀବନର ପଥ ଯେତେ କଠିନ ହେଉ, ପ୍ରକୃତି ପ୍ରତି ଋତୁରେ ନୂଆ ଆଶା ନେଇ ଆସେ।
ଆଜି ସହରୀକରଣ ଓ ବଦଳୁଥିବା ଜୀବନଶୈଳୀ ମଧ୍ୟରେ ଅନେକ ପ୍ରାକୃତିକ ଦୃଶ୍ୟ ଧୀରେ ଧୀରେ ହଜିଯାଉଛି। ତଥାପି ଯେଉଁଠି କାଶତଣ୍ଡୀ ଦୋଳିଉଠେ, ସେଠି ଆଜି ବି ଓଡ଼ିଶାର ମାଟିର ଗନ୍ଧ ମିଳେ, ଗାଁର ସରଳତା ଦେଖାଯାଏ ଏବଂ ମନ ଭିତରେ ଜାଗିଉଠେ ହଜିଯାଇଥିବା ଦିନର ସ୍ମୃତି।
କାଶତଣ୍ଡୀ ତେଣୁ କେବଳ ଶରତର ଫୁଲ ନୁହେଁ—ଏହା ପ୍ରକୃତିର ଏକ ଧଳା କବିତା, ସ୍ମୃତିର ଏକ ନୀରବ ଝରଣା ଏବଂ ଆଶାର ଏକ ନୂଆ ସକାଳ।
    user_Dhyana Krushna Nayak
    Dhyana Krushna Nayak
    Content Creator (YouTuber) Kendujhar Sadar, Odisha•
    20 hrs ago
  • #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ #ଅସୁସ୍ଥ_ପୀୟୂଷ_ତ୍ରିପାଠୀ ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ
    1
    #ଅସୁସ୍ଥ_ପୀୟୂଷ_ତ୍ରିପାଠୀ
ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ
#ଅସୁସ୍ଥ_ପୀୟୂଷ_ତ୍ରିପାଠୀ
ଯାତ୍ରା କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଲେ କଳାକାର ପୀୟୂଷ ତ୍ରିପାଠୀ। ହସ୍ପିଟାଲ୍ ରେ ଭର୍ତ୍ତି, ଯାତ୍ରା ଅଧାରୁ ବନ୍ଦ
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    44 min ago
  • ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼ ମହା ବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମାପନୀ ସମାରୋହ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମର ଶକ୍ତିଶ୍ରୀ ସେଲ୍‌ର ଦାୟିତ୍ୱରେ ଥିବା ଅଧ୍ୟାପିକା ଶ୍ରୀମତୀ ଶୁଭ୍ରସୁଧା ଦାସ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଛଅ ଦିନ ଧରି ପ୍ରଶିକ୍ଷିକା ଶ୍ରୀମତୀ ଯଜ୍ଞସେନୀ ରାୟ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ, ଆତ୍ମବିଶ୍ୱାସ, ସଚେତନତା ଏବଂ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର କ୍ଷମତା ପ୍ରଦାନ କରିବା । ସମାପନୀ ସମାରୋହରେ ବଣାଇ ଥାନାର ଏଏସଆଇ ପର୍ଶୁରାମ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଆତ୍ମରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବଣାଇଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଜେନାମଣି ସାହୁ ସମାପନୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ ଶକ୍ତିଶ୍ରୀ ସେଲ୍‌ର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ଏଭଳି ବ୍ୟବହାରିକ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଛଅ ଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେ ପ୍ରଶିକ୍ଷିକା, ଆୟୋଜକ ଓ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଭୌତିକ ବିଜ୍ଞାନ ଅଧ୍ୟାପିକା ତଥା ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ୱରେ ଥିବା ଶ୍ରୀମତୀ ଲିପିକା ପ୍ରଧାନ ଉପସ୍ଥିତ ଥିଲେ । ସେ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସହଯୋଗମୂଳକ ଶିକ୍ଷା ପରିବେଶ ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପକ ମୃତ୍ୟୁଞ୍ଜୟ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।
    2
    ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼  ମହା ବିଦ୍ୟାଳୟରେ  ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର  ସମାପନୀ ସମାରୋହ  ସମାପ୍ତ ହୋଇଛି । 
ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଗଡ଼  ମହା ବିଦ୍ୟାଳୟରେ  ଶକ୍ତିଶ୍ରୀ ସେଲ୍ ପକ୍ଷରୁ ଆୟୋଜିତ ଛଅ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର  ସମାପନୀ ସମାରୋହ  ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମର  ଶକ୍ତିଶ୍ରୀ ସେଲ୍‌ର ଦାୟିତ୍ୱରେ ଥିବା ଅଧ୍ୟାପିକା ଶ୍ରୀମତୀ ଶୁଭ୍ରସୁଧା ଦାସ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା  ଛଅ ଦିନ ଧରି ପ୍ରଶିକ୍ଷିକା ଶ୍ରୀମତୀ ଯଜ୍ଞସେନୀ ରାୟ ଛାତ୍ରୀମାନଙ୍କୁ ବିଭିନ୍ନ ଆତ୍ମରକ୍ଷା କୌଶଳର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ, ଆତ୍ମବିଶ୍ୱାସ, ସଚେତନତା ଏବଂ ବିପଦ ସମୟରେ ନିଜକୁ ସୁରକ୍ଷିତ ରଖିବାର କ୍ଷମତା ପ୍ରଦାନ କରିବା ।
ସମାପନୀ ସମାରୋହରେ ବଣାଇ  ଥାନାର ଏଏସଆଇ  ପର୍ଶୁରାମ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ ଆତ୍ମରକ୍ଷା, ବ୍ୟକ୍ତିଗତ ସୁରକ୍ଷା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବଣାଇଗଡ଼ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଜେନାମଣି ସାହୁ ସମାପନୀ ସମାରୋହରେ ସଭାପତିତ୍ୱ କରିଥିବା ବେଳେ   ଶକ୍ତିଶ୍ରୀ ସେଲ୍‌ର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ଏଭଳି ବ୍ୟବହାରିକ ତାଲିମ ଓ ସଚେତନତାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଛଅ ଦିନିଆ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେ ପ୍ରଶିକ୍ଷିକା, ଆୟୋଜକ ଓ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଭୌତିକ ବିଜ୍ଞାନ ଅଧ୍ୟାପିକା ତଥା ମହାବିଦ୍ୟାଳୟ ର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ୱରେ ଥିବା ଶ୍ରୀମତୀ ଲିପିକା ପ୍ରଧାନ ଉପସ୍ଥିତ ଥିଲେ । ସେ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସହଯୋଗମୂଳକ ଶିକ୍ଷା ପରିବେଶ ସୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ଇତିହାସ ବିଭାଗର ଅଧ୍ୟାପକ  ମୃତ୍ୟୁଞ୍ଜୟ ବ୍ରହ୍ମ ଧନ୍ୟବାଦ ଅର୍ପଣ କରିଥିଲେ ।
    user_ପ୍ରଦୀପ କୁମାର ସାହୁ
    ପ୍ରଦୀପ କୁମାର ସାହୁ
    Local News Reporter ବଣେଇ, ସୁନ୍ଦରଗଡ଼, ଓଡ଼ିଶା•
    9 hrs ago
  • #ପାରାଦୀପରେ_ଉଦ୍ଧାର_ହୋଇଥିବା_୨କ୍ରୁ ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।
    1
    #ପାରାଦୀପରେ_ଉଦ୍ଧାର_ହୋଇଥିବା_୨କ୍ରୁ 
ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ ? କାହିଁକି ବୁଡ଼ିଗଲା MV Ocean Winner ? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଥିବା ସୂଚନା ମିଳିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    1
    ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    22 hrs ago
  • ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ.. ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha
    1
    ନେପାଳରେ ବନ୍ୟା ବିତ୍ପାତ: ୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ନାହିଁ..
ନେପାଳ ବନ୍ୟାରେ ୨୮୮ ଭାରତୀୟଙ୍କ ମିଳୁନି ପତ୍ତା । ଏମାନଙ୍କ ଭିତରେ ତ୍ରିଶୂଳୀ-୧ ପାଓ୍ୱାର ପ୍ରୋଜେକ୍ଟରେ କାମ କରୁଥିଲେ ୭୩ ଜଣ। ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ଓ ବାଧାପ୍ରାପ୍ତରୁ ଗ୍ରାଉଣ୍ଡରେ ଥିବା ଲୋକଙ୍କ ସହ ସମ୍ପର୍କ ହୋଇପାରୁନି। ଦୁଇଟି ଗ୍ରୁପରେ ତାମିଲନାଡ଼ୁରୁ ଯାଇଥିଲେ ୮୬। ଗୋଟିଏ ଗ୍ରୁପରେ ୩୭ ଓ ଅନ୍ୟ ଗ୍ରୁପରେ ୪୯। ସମ୍ରାଟ ଟ୍ରାଭେଲ୍ସ ଓ ଫ୍ଲାଏ ଏଭରେଷ୍ଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ। ପଶ୍ଚିମବଙ୍ଗରୁ ସମ୍ରାଟ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାଇଥିଲେ ୩୨। ଏମାନେ ରସୁଓ୍ୱା ଜିଲ୍ଲାର ତିମୁରେରେ ଥିଲେ। ଯେଉଁଠି ଫ୍ଲାସଫ୍ଲଡ୍ ଆସିଥିଲା। ୬୧ ଜଣ ରିଚା ଟୁରସ ଜରିଆରେ ନେପାଳ ପହଞ୍ଚିଥିଲେ। ୫ଟି ବଡ଼ ଗ୍ରୁପ ବାବଦରେ ଏବେ ସୁଦ୍ଧା କୌଣସି ସୂଚନା ନାହିଁ ବୋଲି କହିଲେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସଓ୍ୱାଲ।
ଭୁବନେଶ୍ୱର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    22 min ago
  • ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    1
    ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। 
ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    19 hrs ago
  • #ପାଣିରେ_ବୁଡ଼ିଗଲେ_୨୧_ଶ୍ରମିକ ବିହାର ଭାଗଲପୁରରେ ଡଙ୍ଗାବୁଡ଼ି। ବନ୍ୟା ମୁକାବିଲା ପାଇଁ ଏକ ନଦୀ ବନ୍ଧ ମରାମତି କରିବାକୁ ଶ୍ରମିକ ଓ ବାଲି ବସ୍ତା ନେଇ ଯାଉଥିବା ବେଳେ ନଦୀରେ ଓଲଟି ପଡ଼ିଲା ଦେଶୀ ଡଙ୍ଗା। ଫଳରେ ୨୧ ଜଣ ଥିବା ଏ ଡଙ୍ଗାରେ ସମସ୍ତେ ପାଣିରେ ପଡ଼ିଯାଇଥିଲେ। ପରେ ୧୯ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।
    1
    #ପାଣିରେ_ବୁଡ଼ିଗଲେ_୨୧_ଶ୍ରମିକ
ବିହାର ଭାଗଲପୁରରେ ଡଙ୍ଗାବୁଡ଼ି। ବନ୍ୟା ମୁକାବିଲା ପାଇଁ ଏକ ନଦୀ ବନ୍ଧ ମରାମତି କରିବାକୁ ଶ୍ରମିକ ଓ ବାଲି ବସ୍ତା ନେଇ ଯାଉଥିବା ବେଳେ ନଦୀରେ ଓଲଟି ପଡ଼ିଲା ଦେଶୀ ଡଙ୍ଗା। ଫଳରେ ୨୧ ଜଣ ଥିବା ଏ ଡଙ୍ଗାରେ ସମସ୍ତେ ପାଣିରେ ପଡ଼ିଯାଇଥିଲେ। ପରେ ୧୯ ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.