ସୁନ୍ଦରଗଡ଼ ଜିଲ୍ଲା ବଣାଇଁର ବଇଦପାଲିସ୍ଥିତ ପିଏମ୍ ଶ୍ରୀ ସରକାରୀ (ଏସ୍.ଏସ୍.ଡି.) ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଏକ ନୂତନ ବିଦ୍ୟାଳୟ ପରିଚାଳନା କମିଟି (SMC) ଗଠନ ଉଦ୍ଦେଶ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁପ୍ରଭା ଦୋରା ଏହି ସଭାରେ ସଭାପତିତ୍ୱ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରିକଲା କ୍ଲଷ୍ଟରର ସି.ଆର୍.ସି.ସି. ଶ୍ରୀ ଚତୁର୍ଭୁଜ ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ବାରିକ ଏବଂ ଏସ୍.ଏମ୍.ସି. ସଭାପତି ଶ୍ରୀ ଦିଲ୍ଲୀପ କୁମାର କିଷାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଗୁଣାତ୍ମକ ବିକାଶ, ସୁପରିଚାଳନା ଓ ଅଭିଭାବକମାନଙ୍କ ସକ୍ରିୟ ସହଭାଗିତାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସଭାରେ ସର୍ବସମ୍ମତିକ୍ରମେ ୮ ଜଣ ମହିଳା ସଭ୍ୟା ଏବଂ ୭ ଜଣ ପୁରୁଷ ସଭ୍ୟଙ୍କୁ ନେଇ ଏକ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି। ଏହି ନବଗଠିତ କମିଟିର ସଭାପତି ଭାବେ ଶ୍ରୀ ନନ୍ଦଲାଲ ମୁଣ୍ଡା ଏବଂ ଉପସଭାପତି ଭାବେ ଶ୍ରୀ ବିରେନ ମୁଣ୍ଡା ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି। ନୂତନ ଭାବେ ଗଠିତ ଏହି କମିଟି ବିଦ୍ୟାଳୟର ଶୈକ୍ଷିକ, ସହଶୈକ୍ଷିକ ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଓ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ ପାଇଛି। ସମ୍ପୂର୍ଣ୍ଣ ସଭା କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗଣିତ ଶିକ୍ଷକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୁ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଙ୍କଜିନି ଗରତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

- ସୁନ୍ଦରଗଡ଼ର ବ୍ଲୁ ବେଲ୍ସ ସ୍କୁଲର ଛାତ୍ର ତନ୍ମୟ କୁମାର ସେଠି ବିଜ୍ଞାନ ମେଳାରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏହି ବିଜ୍ଞାନ ମେଳା ପ୍ରଦର୍ଶନୀ ଅବସରରେ ଛାତ୍ରଙ୍କର ଏଭଳି ସୁନ୍ଦର ପ୍ରଦର୍ଶନ ସମସ୍ତଙ୍କ ସାମ୍ନାକୁ ଆସିଛି।1
- ବେଲପାହାଡ଼ ସ୍ଥିତ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟରେ ସିଆଇଏସସିଇ ଜୋନାଲ ଦୌଡ଼କୁଦ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜୋନର ୮ଟି ଆଇସିଏସସିଇ ବିଦ୍ୟାଳୟର ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ବର୍ଗର ଉଭୟ ବାଳକ ଓ ବାଳିକା କ୍ରୀଡ଼ାବିତମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଶନିବାର ସକାଳେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ମନୋଜ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ କମିଟିର ସମ୍ପାଦକ ଅମ୍ବରିଶ ପୋଷ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ତଥେ କୋଡିନେଟର ହମିଦ କୁମାର ମହାପାତ୍ର ପ୍ରତିଯୋଗୀତା ବିଷୟରେ ସୂଚନା ଦେଇଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷ ବିଜୟ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ବେଲପାହାଡ଼ ଏଜୁକେଶନ ସୋସାଇଟି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁମାର ହେରମ୍ବ ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମେଡେଲ ପ୍ରଦାନ କରି ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ଅମ୍ବରିଶ ଘୋଷ ଏବଂ ବ୍ରଜରାଜନଗର ଡାନିଏଲ ଗ୍ରୁପ୍ସ ଅପ୍ ବିଦ୍ୟାଳୟର ଡାଇରେକ୍ଟର ଡ. ବିଜୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଏହି ଉତ୍ସବରେ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହମିଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିକ୍ଷକ ପ୍ରତୀକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଜୋନାଲ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ସେଣ୍ଟ ଟେରେସା ବିଦ୍ୟାଳୟ, ସମ୍ବଲପୁରର ସେଣ୍ଟ ଜୋସେଫ, ଝାରସୁଗୁଡାର ସେଣ୍ଟ ମେରି, ସେଣ୍ଟ ଥୋମାସ, ଏସେମ୍ଲି ଅଫ ଗଡ଼, ବ୍ରଜରାଜନଗରର ଶିକ୍ଷା ନିକେତନ, ଡାନିଏଲ ପବ୍ଲିକ ସ୍କୁଲ ଏବଂ ବେଲପାହାଡ଼ ଇଂଲିଶ ମିଡିୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ବିଭିନ୍ନ କ୍ରୀଡ଼ାରେ ଶ୍ରୀ ସୋନମ ଶଡ଼ଙ୍ଗୀ, ଜୟ କିଶନ ନାୟକ, ତନିଶ ସୋରେନ, ଅଭିଶେକ ୟାଦବ, ସମିକ୍ଷା ପାଣିଗ୍ରାହୀ, ଆୟୁଷ୍ମାନ ପ୍ରଧାନ ଏବଂ ରିତୁ ୟାଦବ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏହି ସମସ୍ତ କୃତୀ ଖେଳାଳୀ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ (ରିଜିଓନାଲ) ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଶାରିରୀକ ଶିକ୍ଷା ବିଭାଗର ମୂଖ୍ୟ ହମିଦ କୁମାର ମହାପାତ୍ରଙ୍କ ନେତୃତ୍ଵରେ ଆୟୋଜିତ ଏହି ପ୍ରତିଯୋଗିତାକୁ ମାନସ ଆଚାର୍ଯ୍ୟ, ଦେବେନ୍ଦ୍ର ବେହେରା, ପଞ୍ଚାନନ ପାଣିଗ୍ରାହୀ, ଅଭିଲାଶ ସାହୁ, ଶାନ୍ତି ନାୟକ, ଅକ୍ଷୟ ନାୟକ, ସଞ୍ଚୟ କୁମାର ପାଢୀ, ଅନିଲ ଦାସ ଓ ଜୟନ୍ତ ଲାକ୍ରା ଅଫିସିଆଲ ଭାବେ ପରିଚାଳନା କରିଥିଲେ। ଏହି ସଫଳ ଆୟୋଜନରେ ବିଇଏମ ବିଦ୍ୟାଳୟର ସୁନନ୍ତ କୁମାର ପଣ୍ଡା, ଅଶୋକ ଧିର ସାମନ୍ତ, ମନୋଜ ବିନ୍ଧାଣୀ, ଧର୍ମେନ୍ଦ୍ର ବିଶ୍ଵକର୍ମା, ସିମରନ ସିଂ, ରମଣୀ ରଞ୍ଜନ ଡିଲା, ପ୍ରତୀକ ମହାନ୍ତି ଏବଂ ଏମଡି ସାହିଦ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।4
- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅନ୍ତର୍ଗତ ଚାପିଆ ମାର୍କେଟ୍ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ଏକ ବସ୍ତିରେ ଏକ ନାଗ ସାପ ଉଦ୍ଧାର କରାଯାଇଛି, ଯାହାକୁ ଗୋଖର ମଧ୍ୟ କୁହାଯାଏ। ଏହି ସାପଟି ଏକ ଘରର ଖପରଲ ଭିତରେ ଲୁଚି ରହିଥିଲା। ଅତି କଷ୍ଟରେ ଏହାକୁ କାବୁ କରାଯିବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଏହା ସହିତ ଚମ୍ପୁଆରେ ହିଁ ଆଜି ଫରେଷ୍ଟ ଅଫିସର ଠିକ୍ ପଛପଟେ ଆଉ ଏକ ନାଗ ସାପ ମିଳିଛି। ଚମ୍ପୁଆରୁ ମାମୁର ଖାନଙ୍କ ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି।1
- ଝାରସୁଗୁଡ଼ାରେ ସନ୍ଥ ରାମପାଲ ଜୀ ମହାରାଜଙ୍କ ଦ୍ୱାରା 'କୃଷକ ଶ୍ରମିକ ବଚାଓ ଅଭିଯାନ' ଚଲାଯାଉଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ 'SA NEWS' ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିବାକୁ ଅନୁରୋଧ କରାଯାଇଛି।1
- ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଭିଯୋଗ କରିଛନ୍ତି ଯେ ଇସ୍କନ ରଥଯାତ୍ରା ବିଷୟରେ ମିଥ୍ୟା ପ୍ରଚାର କରୁଛି ଏବଂ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ଏଥିସହିତ, ଗଜପତି ମହାରାଜା ସେମାନଙ୍କର 'ଅଦିନିଆ' ରଥଯାତ୍ରାକୁ ପ୍ରଶଂସା କରିଥିବା ନେଇ ଇସ୍କନ ଯେଉଁ ଦାବି କରିଥିଲା, ତାହାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ଭୁଲ୍ ବୋଲି ସ୍ପଷ୍ଟ କରିଛନ୍ତି।1
- ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ସ୍ଥିତ ଟିସିଆଇ ରେଳ ଓଭରବ୍ରିଜ୍ ହାଇୱେର ଆଜିର ଦୃଶ୍ୟ ସାମ୍ନାକୁ ଆସିଛି।1