ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଅଭିଭାବକ ଓ ଅଭିଭାବିକା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଏକ ପରିଚାଳନା କମିଟି ମଧ୍ୟ ଗଠନ କରାଯାଇଛି। ସଭାରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଏବଂ ଅଙ୍ଗନବାଡ଼ି କର୍ମୀ ବଲ୍ଲଭି ବନଛୋର ଅତିଥି ଭାବେ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ବୈଠକ ଅବସରରେ "ମାଁ ପାଇଁ ଗଛ ଟିଏ" କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ମାଆମାନେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ମିଶି ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବା ପାଇଁ ପିଲାମାନଙ୍କୁ ପ୍ରବର୍ତ୍ତାଇଥିଲେ। କାର୍ଯ୍ୟକ୍ରମରେ ଛାତ୍ରୀ ଶ୍ରୀମୟୀ ସେଠ୍ ଓ ଦିପ୍ତିଶିଖା ବାଗ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ପାୟଲ ବିଶ୍ଵକର୍ମା ଓ ସାଥୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା। ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସଞ୍ଜୀବ କୁମାର ପୂଜାରୀ, ଆଲୁମିନି ସଦସ୍ୟ କିରନ କୁମାର ପଟେଲ, ଲିପି ପ୍ରଧାନ, କର୍ମଚାରୀ ସୁରଜ୍ ଖମାରୀ, ସମୀର କଠାର, ବିଭୀଷଣ ଖମାରୀ ଓ ମିନିକେତନ ଦାସ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହାୟତା କରିଥିଲେ।

- ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସିଏମଡି ଶ୍ରୀ ଅଶୋକ କୁମାର ପଣ୍ଡା ୨୦୨୬ ଜୁଲାଇ ୧୧ ତାରିଖରେ ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି।1
- ଏଗ୍ରିଷ୍ଟାକ୍ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କର ତଥ୍ୟକୁ ସରକାର କିଭଳି ଭାବରେ ବ୍ୟବହାର କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO Odisha), କନକ ବର୍ଦ୍ଧନ ସିଂହ ଦେଓ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଉଦ୍ଦେଶ୍ୟ କରି ଏହି ଆକ୍ଷେପ କରାଯାଇଛି।1
- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଫୁଡୁକୁପଡା ଓ ଦନ୍ଦ୍ରାବାହାଲ ରାସ୍ତା ମଝିରେ ଥିବା ଏକ ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ପୋଲଟି ଦୈନନ୍ଦିନ ଯାତାୟାତ ପାଇଁ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ସ୍ଥାନୀୟ ଲୋକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପଞ୍ଚାୟତ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ। ପୋଲଟିର ମରାମତି କରିବାକୁ ପ୍ରଶାସନ ଆଦୌ ଆଗ୍ରହୀ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।1
- ସୋନପୁରର ପାଣ୍ଡ୍ରି ଡୁଙ୍ଗୁରିରୁ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ମୃତକଙ୍କ ବାପା ଅଷାଢୁ ପାଣ୍ଡେ ହତ୍ୟା ଅଭିଯୋଗ ଆଣିଛନ୍ତି।1
- ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଋଷଭକୁଞ୍ଜ ମସାଲା (RISHABHKUNJ MASALA) ଉପଲବ୍ଧ ହେଉଛି। ଏହି ମସାଲାକୁ 'ହିନ୍ଦୁସ୍ତାନର ସ୍ୱାଦ' ଭାବରେ ବର୍ଣ୍ଣନା କରାଯାଇଛି।1
- ହୀରାକୁଦ ଜଳ ଭଣ୍ଡାରରୁ ଛଡ଼ାଯାଇଥିବା ୧୦ଟି ଗେଟର ବନ୍ୟାଜଳ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି। ଏହି ବନ୍ୟାଜଳ ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି। ସୋନପୁର ରାମେଶ୍ୱର ଠାରେ ମହାନଦୀ ଓ ତେଲନଦୀର ସଙ୍ଗମ ସ୍ଥଳ ଥିବାରୁ, ଏହାର ତଳମୁଣ୍ଡରେ ମହାନଦୀର ଜଳସ୍ତର ଅଧିକ ରହିଛି। ନଦୀର ଜଳସ୍ତର ବଢ଼ୁଥିବାରୁ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଛନ୍ତି ଏବଂ ନଦୀକୁ ମାଛ ଧରିବାକୁ ଯିବାକୁ ସାହସ କରୁନାହାନ୍ତି। ସେମାନେ ନିଜର ଡ଼ଙ୍ଗା ଓ ଜାଲକୁ ସୁରକ୍ଷିତ ରଖିବା ପାଇଁ ଘାଟରେ ଜଗି ରହିଛନ୍ତି। ପାଣି ବଢ଼ିବା ସହ ସେମାନେ ନିଜର ଡ଼ଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ଘୁଞ୍ଚାଇ କୂଳରେ ବାନ୍ଧି ରଖିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣପୁର ଜିଲ୍ଲାର କୌଣସି ଅଞ୍ଚଳରେ ସେଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଖଇରମାଲ ପୋଲ ଉପରେ ଏବେ ଦୁଇ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି। ଏହି ସ୍ଥିତି ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡିଛି ଏବଂ ସାଧାରଣ ଲୋକେ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି। ଜିଲ୍ଲାରେ ଗତ କିଛି ଦିନ ହେବ ତୁହାକୁ ତୁହା ବର୍ଷା ଜାରି ରହିଥିବାରୁ ଅନେକ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ବର୍ଷା କମିଥିଲେ ମଧ୍ୟ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ପାଣି ନିଷ୍କାସନ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।1
- ଓଡ଼ିଶାର ପୁରୀ ସହର ଓ ସଦର ଅଞ୍ଚଳର ବାସିନ୍ଦାଙ୍କ ପାଇଁ ପୂର୍ବପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା କ୍ରମାଗତ ୧୦୨ତମ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ଏହା ପ୍ରତିଦିନ ବଳଗଣ୍ଡି ଛକସ୍ଥିତ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚୁଛି। ଏହି ଯାତ୍ରା ଏବେ ଭକ୍ତଙ୍କ ଆସ୍ଥା, ଅଧିକାର ଓ ଆତ୍ମସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଏବଂ ଆଧ୍ୟାତ୍ମିକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ମୂଳରେ ଗୋଟିଏ ପ୍ରଶ୍ନ ରହିଛି— “ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦ୍ୱାରରେ ଭକ୍ତଙ୍କ ମଧ୍ୟରେ ଭେଦଭାବ କାହିଁକି?” ପଦଯାତ୍ରାକାରୀଙ୍କ କହିବା ଅନୁଯାୟୀ, ଜଗନ୍ନାଥ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ବାର୍ତ୍ତା ବହନ କରେ, ଯେଉଁଠାରେ ମହାପ୍ରସାଦ ସମସ୍ତଙ୍କୁ ସମାନ କରିଥାଏ। ସେଭଳି ସ୍ଥଳେ ଦର୍ଶନ ବ୍ୟବସ୍ଥାରେ ଭେଦଭାବର ଅନୁଭୂତି ଭକ୍ତମାନଙ୍କୁ ମର୍ମାହତ କରୁଛି। ଏହି ଅଭିଯାନ କୌଣସି ବିଶେଷ ସୁବିଧା ଦାବି କରୁନାହିଁ, ବରଂ କେବଳ ସ୍ଥାନୀୟ ଲୋକଙ୍କ ପୂର୍ବଭଳି ଦର୍ଶନ ଅଧିକାର ଫେରାଇ ଆଣିବାକୁ ଚାହୁଁଛି। ଆଜିର ଏହି ନୀରବ ଅଭିଯାନରେ ବିଶ୍ୱନାଥ ମିଶ୍ର, ହରିଶଙ୍କର ମିଶ୍ର, ଜଗନ୍ନାଥ ମହାନ୍ତି, ସରସ୍ୱତୀ ପାତ୍ର, ମନୋରଞ୍ଜନ ରଣସିଂହ, ମମତା ସ୍ବାଇଁ, ରାଜା ମହାନ୍ତି, ଶିଶିରକାନ୍ତ ଶତପଥୀ, ରଞ୍ଜିତ ବେହେରା, ଅରୁଣା ପଟ୍ଟନାୟକ, କିଶୋର ଚନ୍ଦ୍ର ଦାସ, ଯାଦବାନନ୍ଦ ରାୟ, ପ୍ରଣତୀ ରାୟ, ଅଭିମନ୍ୟୁ ପ୍ରଧାନ, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ମିନାକ୍ଷୀ ଦାସ, ସୁବାଷ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ମାନସ ପଟ୍ଟନାୟକ, ନୃସିଂହନାଥ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ସରୋଜ କୁମାର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ସାହୁ, ମମତା ଦାସ ଏବଂ ସନ୍ଧ୍ୟାରଣୀ ମିଶ୍ର ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ। ଏହି ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା ସ୍ପଷ୍ଟ କରିଛନ୍ତି ଯେ, ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଜଗନ୍ନାଥ ସଂସ୍କୃତିର ସମତା, ମାନବିକତା ଓ ସର୍ବଜନୀନ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ ପ୍ରୟାସ। ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଅବ୍ୟାହତ ରହିବ। ପଦଯାତ୍ରୀମାନେ ଶେଷରେ ପ୍ରଶ୍ନ କରିଛନ୍ତି ଯେ, ଯଦି ଜଗନ୍ନାଥ ସତରେ ସମଗ୍ର ବିଶ୍ୱର ନାଥ, ତେବେ ତାଙ୍କ ଦ୍ୱାରରେ କୌଣସି ଭକ୍ତଙ୍କ ଅଧିକାର କାହିଁକି ସୀମିତ ହେବ? କାରଣ ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ, ଭକ୍ତିରେ କୌଣସି ଭିଆଇପି ନାହାନ୍ତି ଏବଂ ଆସ୍ଥାରେ କୌଣସି ପ୍ରୋଟୋକଲ ନଥାଏ।1