logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତର ସେଣ୍ତକାପ ଓ ଗୋବର୍ଦ୍ଧନ ସମେତ ବିଭିନ୍ନ ଗ୍ରାମରେ ରଜ ମହୋତ୍ସବ ଉତ୍ସାହର ସହ ପାଳିତ ହେଉଛି। ଜୁନ୍ ୧୪ ତାରିଖରେ ଏହି ତିନି ଦିନିଆ ଗଣପର୍ବର ଆରମ୍ଭ ହୋଇଥିବାବେଳେ ଘରେ ଘରେ ସ୍ୱାଦିଷ୍ଟ ପିଠାପଣା ପ୍ରସ୍ତୁତ କରାଯାଉଛି ଏବଂ ସମସ୍ତେ ନୂଆ ପୋଷାକ ପରିଧାନ କରି ଆନନ୍ଦ ଉଲ୍ଲାସରେ ଏହାକୁ ପାଳନ କରୁଛନ୍ତି। ଗୋବର୍ଦ୍ଧନ ହାଇସ୍କୁଲ ପଡିଆରେ ଖାଇ ଦୋଳି, ଚକ୍ରି ଦୋଳି ଓ ପଟା ଦୋଳି ସମେତ ମୋଟ ୧୬ଟି ଦୋଳି ନିର୍ମାଣ କରାଯାଇଛି। ଆଖଣ୍ଡଳେଶ୍ୱର ମନ୍ଦିରର ପୂଜକ ଶଶିକାନ୍ତ ପଣ୍ଡାଙ୍କ ପୂଜାର୍ଚ୍ଚନା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଝିଅ, ବୋହୂ ଓ ମହିଳାମାନେ ଉପସ୍ଥିତ ରହି ଦୋଳି ଖେଳିବା ସହ ରଜ ଗୀତ ବୋଲିଥିଲେ। ପ୍ରଥମ ରଜ ଅବସରରେ ବିଶିଷ୍ଟ ଅଭିନେତ୍ରୀ ଜ୍ୟୋତିରମୟୀ କର ଓ ରୋଜାଲିନ୍ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ। ରାତ୍ରିରେ ମନୋରଞ୍ଜନ ପାଇଁ ଡ୍ୟାନ୍ସ ଧମାକା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଜୁନ୍ ୧୫ ଓ ୧୬ ତାରିଖରେ ମହିଳାମାନଙ୍କ ଦ୍ୱାରା ରଜ ଦୋଳି ଖେଳ ସହ ରଜଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଜୁନ୍ ୧୭ ତାରିଖରେ ରଜବତୀ ବିବାହ ଓ ରଜ ବିଦାୟୀ ନାଚଗୀତରେ ମହିଳାମାନେ ବିଦାୟ ଦେବାର କାର୍ଯ୍ୟକ୍ରମ ରହିଛି। ଗ୍ରାମର ବିନତା ନାଏକ, ଅନିଳା ସାହୁ, ଅଞ୍ଜଳି ନାଏକ, ସରସ୍ୱତୀ ନାଏକ, ଚାଇଁଚ ଦେହୁରୀ, ରଶ୍ମୀ ନାଏକ, ନନ୍ଦିନୀ ନାଏକ, ବିଳାସ ବେହେରା ଓ ଲିଲିମନି ସାହୁ ପ୍ରମୁଖ ଏହାର ପରିଚାଳନାରେ ସହଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ସେଣ୍ତକାପ ପୋଇ ଆମ୍ବତୋଟା ଠାରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ତିନୋଟି ଖାଇ ଦୋଳି, ତିନୋଟି ଝୁଲା ଦୋଳି ସମେତ ପଟା ଦୋଳି ଆଦି ନିର୍ମାଣ କରାଯାଇଛି। ଉପେନ୍ଦ୍ର ଦେହୁରୀଙ୍କ ପୂଜାର୍ଚ୍ଚନା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ଉପସଭାପତି ଗୋପୀନାଥ ରାମ ମୁଖ୍ୟଅତିଥି ଭାବେ, ରାଇସୁଆଁ ବିଜେପି ମଣ୍ଡଳ ସଭାପତି ସମୀର କୁମାର ସାହୁ ମୁଖ୍ୟବକ୍ତା ଭାବେ ଏବଂ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ମଧୁସ୍ମିତା ମହାନ୍ତ ମଞ୍ଚ ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳ ସମେତ ପଡୋଶୀ ରାଜ୍ୟର ଲୋକଙ୍କ ସମାଗମ ହେଉଥିବାବେଳେ ଝିଅ, ବୋହୂ ଓ ମହିଳାମାନେ ଦୋଳି ଖେଳି ରଜ ଗୀତ ବୋଲୁଛନ୍ତି। ସେଣ୍ତକାପ ଗ୍ରାମରେ ମଧ୍ୟ ତିନିଦିନ ଧରି ଏହି ରଜ ମହୋତ୍ସବ ପାଳନ କରାଯାଉଛି। ଏହା ବ୍ୟତୀତ ପଦ୍ମପୁର, ପୁଟୁଳିଆ, ବନାଯୋଡି, ସିଲିସୁଆଁ, ସାହାଡାପୁର, ଶଙ୍କିରୀ, ଜଡିପଦା, ଭାଟୁଣିଆଁ, ମୁକୁନା, ପୋଟଳ, ବଣୁଆଁ, କେନ୍ଦୁପଶି, ନରସିଂହପୁର, ନୂଆଗାଁ, ହାତୀକୁଚା, ଡିମିରିଡିହା, ବୀରକିଶୋରପୁର, ବିସ୍ତାପାଳ, ପୋଇପାଣି, କାଦଗଡ, ଦାବାଙ୍କ, ଜାମୁଡିହା, କଶିରାପାଟଣା, ମହାଦେଇଯୋଡା, କୁସୁମିତା, ବରଦାପାଳ, ମଦରଙ୍ଗାଯୋଡି, ଟିକରପଡା, ରାଇସୁଆଁ, ଗୋପୀନାଥପୁର, ଜଗନ୍ନାଥପୁର, ପଳାସପଙ୍ଗା, ପର୍ଜନପୁର, ନଇଗାଁ, ଟାଙ୍ଗରାଣୀ, କେରୀ, ଡିମ୍ବୋ ଓ ନରଣପୁର ଆଦି ଅଞ୍ଚଳରେ ମଧ୍ୟ ରଜ ପର୍ବକୁ ଧୁମଧାମରେ ପାଳନ କରାଯାଉଛି।

14 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society Kendujhar Sadar, Odisha•
14 hrs ago

କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ପଞ୍ଚାୟତର ସେଣ୍ତକାପ ଓ ଗୋବର୍ଦ୍ଧନ ସମେତ ବିଭିନ୍ନ ଗ୍ରାମରେ ରଜ ମହୋତ୍ସବ ଉତ୍ସାହର ସହ ପାଳିତ ହେଉଛି। ଜୁନ୍ ୧୪ ତାରିଖରେ ଏହି ତିନି ଦିନିଆ ଗଣପର୍ବର ଆରମ୍ଭ ହୋଇଥିବାବେଳେ ଘରେ ଘରେ ସ୍ୱାଦିଷ୍ଟ ପିଠାପଣା ପ୍ରସ୍ତୁତ କରାଯାଉଛି ଏବଂ ସମସ୍ତେ ନୂଆ ପୋଷାକ ପରିଧାନ କରି ଆନନ୍ଦ ଉଲ୍ଲାସରେ ଏହାକୁ ପାଳନ କରୁଛନ୍ତି। ଗୋବର୍ଦ୍ଧନ ହାଇସ୍କୁଲ ପଡିଆରେ ଖାଇ ଦୋଳି, ଚକ୍ରି ଦୋଳି ଓ ପଟା ଦୋଳି ସମେତ ମୋଟ ୧୬ଟି ଦୋଳି ନିର୍ମାଣ କରାଯାଇଛି। ଆଖଣ୍ଡଳେଶ୍ୱର ମନ୍ଦିରର ପୂଜକ ଶଶିକାନ୍ତ ପଣ୍ଡାଙ୍କ ପୂଜାର୍ଚ୍ଚନା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଝିଅ, ବୋହୂ ଓ ମହିଳାମାନେ ଉପସ୍ଥିତ

ରହି ଦୋଳି ଖେଳିବା ସହ ରଜ ଗୀତ ବୋଲିଥିଲେ। ପ୍ରଥମ ରଜ ଅବସରରେ ବିଶିଷ୍ଟ ଅଭିନେତ୍ରୀ ଜ୍ୟୋତିରମୟୀ କର ଓ ରୋଜାଲିନ୍ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଥିଲେ। ରାତ୍ରିରେ ମନୋରଞ୍ଜନ ପାଇଁ ଡ୍ୟାନ୍ସ ଧମାକା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଜୁନ୍ ୧୫ ଓ ୧୬ ତାରିଖରେ ମହିଳାମାନଙ୍କ ଦ୍ୱାରା ରଜ ଦୋଳି ଖେଳ ସହ ରଜଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ଜୁନ୍ ୧୭ ତାରିଖରେ ରଜବତୀ ବିବାହ ଓ ରଜ ବିଦାୟୀ ନାଚଗୀତରେ ମହିଳାମାନେ ବିଦାୟ ଦେବାର କାର୍ଯ୍ୟକ୍ରମ ରହିଛି। ଗ୍ରାମର ବିନତା ନାଏକ, ଅନିଳା ସାହୁ, ଅଞ୍ଜଳି ନାଏକ, ସରସ୍ୱତୀ ନାଏକ, ଚାଇଁଚ ଦେହୁରୀ, ରଶ୍ମୀ ନାଏକ, ନନ୍ଦିନୀ ନାଏକ, ବିଳାସ ବେହେରା

483aa5d7-e008-4b4a-b845-c1ca4ae02f9e

ଓ ଲିଲିମନି ସାହୁ ପ୍ରମୁଖ ଏହାର ପରିଚାଳନାରେ ସହଯୋଗ କରୁଛନ୍ତି। ଅନ୍ୟପକ୍ଷରେ, ସେଣ୍ତକାପ ପୋଇ ଆମ୍ବତୋଟା ଠାରେ ମଧ୍ୟ ରଜ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ତିନୋଟି ଖାଇ ଦୋଳି, ତିନୋଟି ଝୁଲା ଦୋଳି ସମେତ ପଟା ଦୋଳି ଆଦି ନିର୍ମାଣ କରାଯାଇଛି। ଉପେନ୍ଦ୍ର ଦେହୁରୀଙ୍କ ପୂଜାର୍ଚ୍ଚନା ପରେ ଦୋଳି ଖେଳ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ଉପସଭାପତି ଗୋପୀନାଥ ରାମ ମୁଖ୍ୟଅତିଥି ଭାବେ, ରାଇସୁଆଁ ବିଜେପି ମଣ୍ଡଳ ସଭାପତି ସମୀର କୁମାର ସାହୁ ମୁଖ୍ୟବକ୍ତା ଭାବେ ଏବଂ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ମଧୁସ୍ମିତା ମହାନ୍ତ ମଞ୍ଚ

223552f5-3369-4c48-8cbb-9094fdce1197

ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳ ସମେତ ପଡୋଶୀ ରାଜ୍ୟର ଲୋକଙ୍କ ସମାଗମ ହେଉଥିବାବେଳେ ଝିଅ, ବୋହୂ ଓ ମହିଳାମାନେ ଦୋଳି ଖେଳି ରଜ ଗୀତ ବୋଲୁଛନ୍ତି। ସେଣ୍ତକାପ ଗ୍ରାମରେ ମଧ୍ୟ ତିନିଦିନ ଧରି ଏହି ରଜ ମହୋତ୍ସବ ପାଳନ କରାଯାଉଛି। ଏହା ବ୍ୟତୀତ ପଦ୍ମପୁର, ପୁଟୁଳିଆ, ବନାଯୋଡି, ସିଲିସୁଆଁ, ସାହାଡାପୁର, ଶଙ୍କିରୀ, ଜଡିପଦା, ଭାଟୁଣିଆଁ, ମୁକୁନା, ପୋଟଳ, ବଣୁଆଁ, କେନ୍ଦୁପଶି, ନରସିଂହପୁର, ନୂଆଗାଁ, ହାତୀକୁଚା, ଡିମିରିଡିହା, ବୀରକିଶୋରପୁର, ବିସ୍ତାପାଳ, ପୋଇପାଣି, କାଦଗଡ, ଦାବାଙ୍କ, ଜାମୁଡିହା, କଶିରାପାଟଣା, ମହାଦେଇଯୋଡା, କୁସୁମିତା, ବରଦାପାଳ, ମଦରଙ୍ଗାଯୋଡି, ଟିକରପଡା, ରାଇସୁଆଁ, ଗୋପୀନାଥପୁର, ଜଗନ୍ନାଥପୁର, ପଳାସପଙ୍ଗା, ପର୍ଜନପୁର, ନଇଗାଁ, ଟାଙ୍ଗରାଣୀ, କେରୀ, ଡିମ୍ବୋ ଓ ନରଣପୁର ଆଦି ଅଞ୍ଚଳରେ ମଧ୍ୟ ରଜ ପର୍ବକୁ ଧୁମଧାମରେ ପାଳନ କରାଯାଉଛି।

More news from ଓଡ଼ିଶା and nearby areas
  • କେନ୍ଦୁଝର ଜିଲ୍ଲାର ଭଣ୍ଡାଠାରେ ଘଟିଥିବା ଏକ ଦୁର୍ଘଟଣାର ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି।
    1
    କେନ୍ଦୁଝର ଜିଲ୍ଲାର ଭଣ୍ଡାଠାରେ ଘଟିଥିବା ଏକ ଦୁର୍ଘଟଣାର ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି।
    user_Satyabrata das
    Satyabrata das
    କେନ୍ଦୁଝର ଟାଉନ୍, କେନ୍ଦୁଝର, ଓଡ଼ିଶା•
    18 hrs ago
  • ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିରୋଇ ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ଠାରେ ରାଜ୍ୟ ସରକାରଙ୍କ 'ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରା ୨୦୨୬'ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଜି, ଅର୍ଥାତ୍ ତା ୧୪.୦୬.୨୦୨୬ ରେ ଅନୁଷ୍ଠିତ ହୋଇଥିଲା। ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇଥିବାବେଳେ, ଅନ୍ୟାନ୍ୟ ବରୋଣ୍ୟ ଅତିଥିଙ୍କ ମଧ୍ୟରେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପୂର୍ବତ୍ତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଉପସ୍ଥିତ ଥିଲେ। ଏହି ଅତିଥିମାନେ ସବୁଜ ପତାକା ଦେଖାଇ ଯାତ୍ରୀବାହୀ ବସଟିକୁ ଶୁଭଉଦଘାଟନ କରିଥିଲେ। ଏହି ଯୋଜନାରେ ତିନି ବ୍ଲକ ଓ ପୌରପରିଷଦରୁ ସର୍ବମୋଟ ୩୦ ଜଣ ଯାତ୍ରୀ (୯ ଜଣ ମହିଳା ଓ ୨୧ ଜଣ ପୁରୁଷ) ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରୀମାନେ ଭୁବନେଶ୍ୱରରୁ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ଅଭିମୁଖେ ଯାତ୍ରା କରିବେ। ଏହା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ବିଲୁଙ୍ଗ ଯାତ୍ରୀମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ଯାତ୍ରା ମଙ୍ଗଳମୟ ହେଉ ତଥା ମନୋସ୍କାମନା ପୂରଣ ହେଉ ବୋଲି ପ୍ରାର୍ଥନା କରିଥିଲେ। ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଦୟାଲ ଓମ୍ ପ୍ରକାଶ ସାହୁ ଏସ୍କର୍ଟ ଅଧିକାରୀ ଭାବେ ସେମାନଙ୍କ ସହିତ ଯାଇଛନ୍ତି।
    1
    ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିରୋଇ ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ଠାରେ ରାଜ୍ୟ ସରକାରଙ୍କ 'ସୋମନାଥ ସ୍ୱାଭିମାନ ପର୍ବ ଯାତ୍ରା ୨୦୨୬'ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଜି, ଅର୍ଥାତ୍ ତା ୧୪.୦୬.୨୦୨୬ ରେ ଅନୁଷ୍ଠିତ ହୋଇଥିଲା।

ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇଥିବାବେଳେ, ଅନ୍ୟାନ୍ୟ ବରୋଣ୍ୟ ଅତିଥିଙ୍କ ମଧ୍ୟରେ ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ପୂର୍ବତ୍ତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଉପସ୍ଥିତ ଥିଲେ। ଏହି ଅତିଥିମାନେ ସବୁଜ ପତାକା ଦେଖାଇ ଯାତ୍ରୀବାହୀ ବସଟିକୁ ଶୁଭଉଦଘାଟନ କରିଥିଲେ।

ଏହି ଯୋଜନାରେ ତିନି ବ୍ଲକ ଓ ପୌରପରିଷଦରୁ ସର୍ବମୋଟ ୩୦ ଜଣ ଯାତ୍ରୀ (୯ ଜଣ ମହିଳା ଓ ୨୧ ଜଣ ପୁରୁଷ) ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଯାତ୍ରୀମାନେ ଭୁବନେଶ୍ୱରରୁ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ଅଭିମୁଖେ ଯାତ୍ରା କରିବେ। ଏହା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ବିଲୁଙ୍ଗ ଯାତ୍ରୀମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ଯାତ୍ରା ମଙ୍ଗଳମୟ ହେଉ ତଥା ମନୋସ୍କାମନା ପୂରଣ ହେଉ ବୋଲି ପ୍ରାର୍ଥନା କରିଥିଲେ। ଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଦୟାଲ ଓମ୍ ପ୍ରକାଶ ସାହୁ ଏସ୍କର୍ଟ ଅଧିକାରୀ ଭାବେ ସେମାନଙ୍କ ସହିତ ଯାଇଛନ୍ତି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    12 hrs ago
  • ମହାକାଳପଡା ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ଚର୍ଚ୍ଚିତ ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଚାମେଲି ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାର ସବିଶେଷ ରିପୋର୍ଟ ଆଇନ ମନ୍ତ୍ରୀ ମାଗିଛନ୍ତି। ଅନ୍ୟପଟେ, ଚାମେଲିଙ୍କ ମା' ନିଜ ଝିଅ ପାଇଁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି। ଏହି ଘଟଣାରେ ଥିବା ଅଭିଯୋଗର ପ୍ରମାଣ ଏବଂ ସତ୍ୟତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ଚାମେଲିଙ୍କୁ ନ୍ୟାୟ ଦେବା ପାଇଁ ଦାବିକୁ ଆହୁରି ଜୋରଦାର କରିଛି।
    1
    ମହାକାଳପଡା ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ଚର୍ଚ୍ଚିତ ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଚାମେଲି ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହି ଘଟଣାର ସବିଶେଷ ରିପୋର୍ଟ ଆଇନ ମନ୍ତ୍ରୀ ମାଗିଛନ୍ତି।

ଅନ୍ୟପଟେ, ଚାମେଲିଙ୍କ ମା' ନିଜ ଝିଅ ପାଇଁ ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି। ଏହି ଘଟଣାରେ ଥିବା ଅଭିଯୋଗର ପ୍ରମାଣ ଏବଂ ସତ୍ୟତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ଚାମେଲିଙ୍କୁ ନ୍ୟାୟ ଦେବା ପାଇଁ ଦାବିକୁ ଆହୁରି ଜୋରଦାର କରିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ଘଟଣାରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଥିବାବେଳେ, ନୂଆ ଫୁଟେଜ୍ ଏହାର ଗୁରୁତ୍ୱ ବଢ଼ାଇଛି।
    1
    କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ଭାଇରାଲ୍ ସରପଞ୍ଚ ଚମେଲି ଓଝାଙ୍କୁ ପୋଲିସ୍ ଉଠାଇ ନେବା ଘଟଣାରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନିକ ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଥିବାବେଳେ, ନୂଆ ଫୁଟେଜ୍ ଏହାର ଗୁରୁତ୍ୱ ବଢ଼ାଇଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    15 hrs ago
  • ଭଦ୍ରକରେ ସ୍ୱାସ୍ଥ୍ୟସେବାର ଘୋର ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ୩ବର୍ଷର ଏକ ଶିଶୁକୁ ଇଞ୍ଜେକସନ୍ ଦେବାକୁ ମନା କରାଯାଇଥିଲା, ଯାହାକୁ ନେଇ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସା ନ ମିଳିବା ପରେ ଗ୍ରାମବାସୀମାନେ ହସ୍ପିଟାଲ୍‌ରେ ତାଲା ପକାଇ ନିଜର ପ୍ରତିବାଦ ଜଣାଇଥିଲେ।
    1
    ଭଦ୍ରକରେ ସ୍ୱାସ୍ଥ୍ୟସେବାର ଘୋର ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ୩ବର୍ଷର ଏକ ଶିଶୁକୁ ଇଞ୍ଜେକସନ୍ ଦେବାକୁ ମନା କରାଯାଇଥିଲା, ଯାହାକୁ ନେଇ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା। ଚିକିତ୍ସା ନ ମିଳିବା ପରେ ଗ୍ରାମବାସୀମାନେ ହସ୍ପିଟାଲ୍‌ରେ ତାଲା ପକାଇ ନିଜର ପ୍ରତିବାଦ ଜଣାଇଥିଲେ।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    57 min ago
  • ରଜ ପର୍ବ କେବଳ ଦୋଳି ଖେଳ ଓ ପିଠାପଣା ପାଇଁ ନୁହେଁ, ବରଂ ଏହି ଅବସରରେ ଧାମରାର ଗୋବିନ୍ଦପୁର ଗାଁରେ ଏକ ଅଭିନବ ପରମ୍ପରା ଦେଖିବାକୁ ମିଳେ। ଏହି ନିଆରା ରୀତିନୀତି ଗତ କୋଡିଏ ବର୍ଷ ଧରି ଅବିଚ୍ଛିନ୍ନ ଭାବେ ଚାଲିଆସିଛି। ପହିଲି ରଜ ଦିନ ଭୋର ୪ଟାରୁ ଗାଁର ଯୁବକ ଏବଂ ମାଛଧରାଳିମାନେ ଗାଁ ପୋଖରୀକୁ ଯାଆନ୍ତି। ସେମାନେ ସମସ୍ତେ ମିଶି ଜାଲ ପକାଇ ମାଛ ଧରିଥାନ୍ତି। ମାଛ ଧରାଯିବା ପରେ, ସେଗୁଡ଼ିକୁ ଗାଁ ଦାଣ୍ଡରେ ସମାନ ଭାବେ କୁଢ଼ା କୁଢ଼ା କରି ରଖାଯାଏ, ଯାହା ଏହି ପରମ୍ପରାର ଏକ ପ୍ରମୁଖ ଅଂଶ।
    1
    ରଜ ପର୍ବ କେବଳ ଦୋଳି ଖେଳ ଓ ପିଠାପଣା ପାଇଁ ନୁହେଁ, ବରଂ ଏହି ଅବସରରେ ଧାମରାର ଗୋବିନ୍ଦପୁର ଗାଁରେ ଏକ ଅଭିନବ ପରମ୍ପରା ଦେଖିବାକୁ ମିଳେ। ଏହି ନିଆରା ରୀତିନୀତି ଗତ କୋଡିଏ ବର୍ଷ ଧରି ଅବିଚ୍ଛିନ୍ନ ଭାବେ ଚାଲିଆସିଛି।

ପହିଲି ରଜ ଦିନ ଭୋର ୪ଟାରୁ ଗାଁର ଯୁବକ ଏବଂ ମାଛଧରାଳିମାନେ ଗାଁ ପୋଖରୀକୁ ଯାଆନ୍ତି। ସେମାନେ ସମସ୍ତେ ମିଶି ଜାଲ ପକାଇ ମାଛ ଧରିଥାନ୍ତି। ମାଛ ଧରାଯିବା ପରେ, ସେଗୁଡ଼ିକୁ ଗାଁ ଦାଣ୍ଡରେ ସମାନ ଭାବେ କୁଢ଼ା କୁଢ଼ା କରି ରଖାଯାଏ, ଯାହା ଏହି ପରମ୍ପରାର ଏକ ପ୍ରମୁଖ ଅଂଶ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    11 hrs ago
  • ବାରିପଦା ରକ୍ତ ଭଣ୍ଡାର ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଛି।
    1
    ବାରିପଦା ରକ୍ତ ଭଣ୍ଡାର ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଛି।
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • ବିଶ୍ୱ ରକ୍ତଦାତା ଦିବସ ଅବସରରେ ରବିବାର ଦିନ ଉଦଳାର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ପକ୍ଷରୁ ଏକ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ଉଦଳା ବିଧାୟକ ଭାସ୍କର ମଢେଇ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ନିଷ୍ଠାର ସହିତ ରକ୍ତଦାନ କରି ଅନେକ ଜୀବନ ବଞ୍ଚାଇବାରେ ସହଯୋଗ କରୁଥିବା ମହାନ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ମତ ପ୍ରକାଶ କରିଥିଲେ ଯେ ସ୍ୱେଚ୍ଛାକୃତ ରକ୍ତଦାନର ଏହି ମହାନ ପରମ୍ପରା ଅଧିକରୁ ଅଧିକ ଲୋକଙ୍କୁ ପ୍ରେରିତ କରୁ ଏବଂ ସମାଜରେ ସେବା ଓ ସହଯୋଗର ଭାବନାକୁ ସୁଦୃଢ଼ କରୁ।
    4
    ବିଶ୍ୱ ରକ୍ତଦାତା ଦିବସ ଅବସରରେ ରବିବାର ଦିନ ଉଦଳାର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ପକ୍ଷରୁ ଏକ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ଉଦଳା ବିଧାୟକ ଭାସ୍କର ମଢେଇ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ ନିଷ୍ଠାର ସହିତ ରକ୍ତଦାନ କରି ଅନେକ ଜୀବନ ବଞ୍ଚାଇବାରେ ସହଯୋଗ କରୁଥିବା ମହାନ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ମତ ପ୍ରକାଶ କରିଥିଲେ ଯେ ସ୍ୱେଚ୍ଛାକୃତ ରକ୍ତଦାନର ଏହି ମହାନ ପରମ୍ପରା ଅଧିକରୁ ଅଧିକ ଲୋକଙ୍କୁ ପ୍ରେରିତ କରୁ ଏବଂ ସମାଜରେ ସେବା ଓ ସହଯୋଗର ଭାବନାକୁ ସୁଦୃଢ଼ କରୁ।
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • କେନ୍ଦୁଝର ଜିଲ୍ଲାରେ 520 ନମ୍ବର ଜାତୀୟ ରାଜପଥ ଉପରେ ଥିବା ନାରଦପୁର ଓଭରବ୍ରିଜ୍ ନିକଟରେ ଏକ ହାଇଭା ଗାଡ଼ିରେ ନିଆଁ ଲାଗିଯାଇଛି।
    1
    କେନ୍ଦୁଝର ଜିଲ୍ଲାରେ 520 ନମ୍ବର ଜାତୀୟ ରାଜପଥ ଉପରେ ଥିବା ନାରଦପୁର ଓଭରବ୍ରିଜ୍ ନିକଟରେ ଏକ ହାଇଭା ଗାଡ଼ିରେ ନିଆଁ ଲାଗିଯାଇଛି।
    user_Sitaram dikhit
    Sitaram dikhit
    Court reporter Chandiposh, Sundargarh•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.