logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲାସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ଦେବଗଡ଼ : ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ବରେଣ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପରକ୍ଷିତ ସାହୁ, ବରିଷ୍ଠ ନାଗରିକ ପ୍ରଫୁଲ କୁମାର ମହାପାତ୍ର ,ସୁଧୀର କପରଦାର, ମାର୍କଣ୍ଡସ୍ୱର ଶତପଥି ମଞ୍ଚାସୀନ ରହି ଗାନ୍ଧି ଓ ଶାସ୍ତ୍ରୀ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ଏକ ସର୍ବଧର୍ମ ପ୍ରାର୍ଥନା ହିନ୍ଦୁ ଧର୍ମ ପକ୍ଷରୁ ମିତ୍ରଭାନୁ ମହାପାତ୍ର ଗୀତା, ଇସଲାମ ଧର୍ମ ପକ୍ଷରୁ ଏମ ଡି ଇଲାମ୍ ହୁସେନ ଓ ଖ୍ରୀଷ୍ଟ ଧର୍ମ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ତିନି ଧର୍ମ ର ଧର୍ମ ଯାଜକ ଗୀତା, କୋରାନ ଓ ବାଇବେଲ ପାଠ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଲୁଙ୍ଗ ଗାନ୍ଧିଜୀଙ୍କ ସତ୍ୟ ଅହିଂସା ଅସ୍ପୃଶ୍ୟତା ଆଦି ମହତ ବାଣୀ ଉପରେ ଆଲୋକପାତ କରିବା ସହ ତାଙ୍କର ସରଳ ଜୀବନ ଯାପନ ଓ ଉଚ୍ଚ ମୂଲ୍ୟ ଭିତ୍ତିକ ଚିନ୍ତା ଧାରା ଅନୁପ୍ରାଣିତ ହେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଗାନ୍ଧି ଜୟନ୍ତୀ ଉପଲକ୍ଷେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୁନିୟର ( ଚତୁର୍ଥ ରୁ ପଞ୍ଚମ) ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ଅନିକେତ୍ ରାଜଗୁରୁ ୧ମ, ଚିନ୍ମୟ ବିଦ୍ୟାଳୟର ପ୍ରତ୍ୟୁଷା ରାଣୀ ମିଶ୍ର, ସିନି ପ୍ରଜ୍ଞା ବେହେରା ୨ୟ, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରୀୟାଂଶି ନାୟକ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବିଜୟଲକ୍ଷ୍ମୀ ପ୍ରଧାନ ,କେନ୍ଦ୍ରୀୟ ବିଦ୍ୟାଳୟର ଆରାଧ୍ୟା ଶତପଥି ୩ୟ, ସିନିୟର୍ (ଷଷ୍ଠ ରୁ ଅଷ୍ଟମ) ସ୍ତରରେ କେନ୍ଦ୍ରୀୟ ବିଦ୍ୟାଳୟର ଯଶସ୍ଵିନୀ ଧଳ ୧ମ, ଚିନ୍ମୟ ବିଦ୍ୟାଳୟର ପ୍ରିଂଶିପ୍ରୀୟା ସାହୁ ୨ୟ, ଡିଭାଇନ ପବ୍ଲିକ ସ୍କୁଲର ସୌମ୍ୟ ସିଂ, ଚିନ୍ମୟ ବିଦ୍ୟାଳୟର ଯାସଭି ଅଗ୍ରୱାଲ ୩ୟ ସ୍ଥାନ ଅଧିକାର କରିଥିଲେ ।ଏବଂ ଓଡ଼ିଆ ବକୃତା ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ଦେବସ୍ମିତା ପ୍ରଧାନ , ଜବାହାର ନବୋଦୟ ବିଦ୍ୟାଳୟର ଆୟୁଶ୍ମାନ ଶତପଥି,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ବିଜୟଲକ୍ଷ୍ମୀ ପ୍ରଧାନ ଙ୍କୁ ସ୍ଵତନ୍ତ୍ର ଭାବରେ ମନୋନୀତ କରାଯାଇ ଉକ୍ତ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତାରେ ବିଚାରକ ଭାବେ ଅଧ୍ୟାପକ ମହିଳା ମହାବିଦ୍ୟାଳୟ ଚିତ୍ତରଞ୍ଜନ ଦାସ , ଚିତ୍ରକର ଜନ୍ମାଞ୍ଜୟ ନାଏକ ଓ ଭାରତ ଭୁଷଣ ନନ୍ଦ କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ହେମନ୍ତ କୁମାର ମହାପାତ୍ର, ଗୌରହରି ଷଡ଼ଙ୍ଗୀ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସାମ୍ବାଦିକ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

on 2 October
user_Nilesh Anirudha Nayak
Nilesh Anirudha Nayak
Journalist Debagarh•
on 2 October
55943051-0735-450e-b009-20ea724fe4f9

More news from Sambalpur and nearby areas
  • naye sal ka enjoy time
    1
    naye sal ka enjoy time
    user_Meena
    Meena
    Artist Sambalpur•
    21 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    23 hrs ago
  • କଟକ ଗଡଗଡିଆ ରେ ବୋଟିଙ୍ଗି
    2
    କଟକ ଗଡଗଡିଆ ରେ ବୋଟିଙ୍ଗି
    user_Rajendra kumar sahoo
    Rajendra kumar sahoo
    Grain Trader Cuttack•
    21 hrs ago
  • ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics #Odisha #Bhubaneswar #kalingareporter
    1
    ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics  #Odisha #Bhubaneswar #kalingareporter
    user_Thabira Majhi
    Thabira Majhi
    Khordha•
    1 hr ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    7 hrs ago
  • ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର
    1
    ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର
    user_Bharat ମାତା
    Bharat ମାତା
    Samaj Sevak Jagatsinghpur•
    6 hrs ago
  • Post by Banshidhar Bemal
    1
    Post by Banshidhar Bemal
    user_Banshidhar Bemal
    Banshidhar Bemal
    Cooking school Sambalpur•
    23 hrs ago
  • Vote Chori Sardar Patel and Nehru issue
    1
    Vote Chori 
Sardar Patel and Nehru issue
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    17 hrs ago
  • #keteaasakrithnidhnpaemiblitjubn🌹🌹🌹🌹🇹🇯🇹🇯
    1
    #keteaasakrithnidhnpaemiblitjubn🌹🌹🌹🌹🇹🇯🇹🇯
    user_Bighne Rana
    Bighne Rana
    Dancer Kalahandi•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.