ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ଗସ୍ତ କରି ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ, ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀମାନଙ୍କ ସହ ଆଲୋଚନା ଏବଂ ଜନସାଧାରଣଙ୍କ ସମସ୍ୟାର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ସେ ଡମକୋଚ ମାଇନର ଇରିଗେସନ୍ ପ୍ରକଳ୍ପ (MIP) ଓ କେନାଲ ନିର୍ମାଣ କାର୍ଯ୍ୟ ପରିଦର୍ଶନ କରି ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହା ପରେ ଜିଲ୍ଲାପାଳ ଗୋରଡ଼ାମୁଣ୍ଡା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ ଓ ମାତୃ ସେବା ସମ୍ପର୍କିତ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। କଣ୍ଟିଶର ଗ୍ରାମରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତ୍ୟୋଦୟ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଥିଲେ। ଜିଲ୍ଲାପାଳ ତଳଗାଁ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଆୟୁଷ୍ମାନ ଜନଆରୋଗ୍ୟ ମନ୍ଦିର ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ମାନ, ଔଷଧ ଉପଲବ୍ଧତା ଓ ରୋଗୀମାନଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ ସମୀକ୍ଷା କରିଥିଲେ। କୃଷି ଓ ସହଯୋଗୀ କ୍ଷେତ୍ରର ବିକାଶକୁ ଗୁରୁତ୍ୱ ଦେଇ ସେ ସାନଭୁର୍ତା ଗ୍ରାମର ଚାଷୀ ସୁରେଶ ଚନ୍ଦ୍ର ଜାନୀଙ୍କ ଛେଳି ଫାର୍ମ ଏବଂ ଅଯୋଧ୍ୟା ଗ୍ରାମରେ ବଲ୍ଲଭୀ ଦେହୁରୀଙ୍କ ବ୍ରଏଲର ଫାର୍ମ ପରିଦର୍ଶନ କରିଥିଲେ, ଯେଉଁଥିରେ ସେ ଉଦ୍ୟୋଗୀ ମହିଳାଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ବାଇସିପଡ଼ାର ସମନ୍ୱିତ ଆମ୍ବ ଓ କଦଳୀ ଉଦ୍ୟାନ କୃଷି ଫାର୍ମ ପରିଦର୍ଶନ କରି ସେ ଚାଷୀମାନଙ୍କୁ ଆଧୁନିକ କୃଷି ପଦ୍ଧତି ଆପଣାଇବା ଏବଂ ସରକାରୀ ଯୋଜନାର ସୁଯୋଗ ନେବା ପାଇଁ ଉତ୍ସାହିତ କରିଥିଲେ। ଗୋରଡ଼ାମୁଣ୍ଡା ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ବିଦ୍ୟୁତ ଯୋଗାଣରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ପାଇ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କଣ୍ଟିଶରରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଆବଶ୍ୟକ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଆଦିବାସୀ ଓ ବୟସ୍କ ନାଗରିକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଖାଦ୍ୟପେୟ, ଭତ୍ତା, ଅଭାବ ଓ ଆବଶ୍ୟକତା ବୁଝିବା ସହ ଯୋଗ୍ୟ ହିତାଧିକାରୀମାନଙ୍କୁ ମାଗଣା ଗୁହାଳ ଘର ଯୋଗାଇଦେବା ପାଇଁ କହିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ବେଳେ ସେ ସ୍ଥାନୀୟ ଲୋକଙ୍କ ସମସ୍ୟା ମଧ୍ୟ ବୁଝିଥିଲେ ଏବଂ ଚାଷୀ ସୁରେଶ ଚନ୍ଦ୍ର ଜାନୀଙ୍କ ସହ ସରକାରୀ ସହାୟତା ଓ ସୁବିଧା ସମ୍ପର୍କରେ ଆଲୋଚନା କରି ଆୟ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି, କୃଷି ଅଧିକାରୀ, ପ୍ରାଣୀ ସମ୍ପଦ ଅଧିକାରୀ, ଜଳସେଚନ ବିଭାଗର ଯନ୍ତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବ୍ଲକ ଯନ୍ତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସମନ୍ୱିତ କୃଷିକୁ ଗୁରୁତ୍ୱ ଦେଇ ଚାଷୀମାନଙ୍କୁ ସବୁ ପ୍ରକାର ବିଭାଗୀୟ ସହାୟତା ଯୋଗାଇ ଦେବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।

- ଖୋର୍ଦ୍ଧା ଅଞ୍ଚଳରେ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲେ ଅନେକ କିଛି ଉନ୍ନତି ହେବ ବୋଲି ଜଣେ ବିଧାୟକ ମତ ପ୍ରକାଶ କରିଛନ୍ତି।1
- କଣ୍ଟାମାଳ ଅଞ୍ଚଳରେ ନିର୍ମାଣାଧୀନ ଚେକ୍ ଡେମ୍ ଗୁଡ଼ିକର କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଛି। ସାଧାରଣତଃ ଲୋକଙ୍କ ଗାଧୋଇବା ଉଦ୍ଦେଶ୍ୟରେ ନାଳମାନଙ୍କରେ ଚେକ୍ ଡେମ୍ ନିର୍ମାଣ କରାଯାଇଥାଏ। ଏହିପରି କଣ୍ଟାମାଳ ଅଞ୍ଚଳର ବିଭିନ୍ନ ନାଳରେ ବହୁସଂଖ୍ୟକ ଚେକ୍ ଡେମ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ, ଏହି କାମ ନିମ୍ନମାନର ହେଉଛି ବୋଲି ଅଭିଯୋଗ କରାଯାଉଛି।1
- ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷେମାଲୋଏ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ୨୨.୦୬.୨୦୨୬ ତାରିଖରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ରଣା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ଏହି ଶୁଣାଣିରେ ମୋଟ ୭୧ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଗ୍ରହଣ କରାଯାଇଥିବା ୭୧ଟି ଦରଖାସ୍ତ ମଧ୍ୟରୁ ୫୬ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଦରଖାସ୍ତ ଥିଲା। ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପଠାଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଭିଯୋଗ ଶୁଣାଣି ପାଇଁ ଆସିଥିବା ଲୋକଙ୍କର, ଛୁଆଠୁ ନେଇ ବୃଦ୍ଧମାନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ ବାଡାଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଉଲୁଣ୍ଡା ଅତିରିକ୍ତ ତହସିଲଦାର ଶ୍ରୀ ନିରଞ୍ଜନ ଧଳ ଓ କ୍ଷେମାଲୋଏ ସରପଞ୍ଚ ଶ୍ରୀ ଯଶୋବନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଏହା ବ୍ୟତୀତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ, ସହକାରୀ କଲେକ୍ଟର (ଅଭିଯୋଗ) ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- ଆଜି ବୀରମହାରାଜପୁର ଅନ୍ତର୍ଗତ ରଥପୁରରେ ପ୍ରାୟ ଚାରି ଘଣ୍ଟା ଧରି ଝିପିଝିପି ବର୍ଷା ଲାଗିରହିଥିଲା। ବର୍ତ୍ତମାନ ମଧ୍ୟ ଆକାଶରେ ମେଘୁଆ ପାଗ ଲାଗିରହିଛି।1
- 🌹🌹🌹🌹🌹🌹🌹🌹🌹🌹1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ୨୫ରୁ ଅଧିକ ଗ୍ରାମରେ ଆଜି ସକାଳୁ ବିଦ୍ୟୁତ ବିଚ୍ଛିନ୍ନ ହୋଇରହିଛି। ଏହି ବିଦ୍ୟୁତ ବିଚ୍ଛିନ୍ନତା ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ଏବଂ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହଳପଦର, ଅମରପାଲି, ଲୁତୁରପଙ୍କ, କର୍ଡାପାଲ, ମାଣିକପୁର, ଘିଚାପାଲି ଭଳି ଗ୍ରାମଗୁଡ଼ିକରେ ବିଦ୍ୟୁତ ସେବା ବନ୍ଦ ରହିଛି। ବିଦ୍ୟୁତ ବିଚ୍ଛିନ୍ନ ଯୋଗୁଁ ପାନୀୟ ଜଳ ଯୋଗାଣ ସମେତ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ଏକ ପ୍ରକାର ଠପ୍ ହୋଇ ପଡ଼ିଛି, ଯାହା ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକେ ତୁରନ୍ତ ବିଦ୍ୟୁତ ମରାମତି କରି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ କରିବାକୁ ଦାବୀ କରିଛନ୍ତି।3
- ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନଙ୍କୁ ସ୍ତ୍ରୀ ଏବଂ ପୁରୁଷଙ୍କ ରୋଗ ଉପରେ ଗବେଷଣା ନିମନ୍ତେ ଅନୁରୋଧ କରାଯାଇଛି। ଏହି ସମ୍ବନ୍ଧରେ ଅଧିକ ସୂଚନା ପାଇଁ କିମ୍ବା ଗବେଷଣାରେ ଅଂଶଗ୍ରହଣ କରିବା ପାଇଁ 8349010110 ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।1
- ହଳଦୀ ପଞ୍ଚାୟତର ଚାଷୀମାନେ ସାର ଏବଂ ବିହନକୁ ନେଇ ଗଭୀର ଚିନ୍ତାରେ ଥିବା ଜଣାପଡ଼ିଛି। ରାଇଘରରୁ ମାମନି ଚକ୍ରବର୍ତ୍ତୀଙ୍କ ଏହି ରିପୋର୍ଟ ମାଧ୍ୟମରେ ଏହି ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଛି।1