logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରଥଯାତ୍ରା ପରିଚାଳନାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଏବଂ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ଗତ ୬ ତାରିଖରେ ପୁରୀରେ ସମୀକ୍ଷା ବୈଠକ କରିବା ପରେ ଏହା ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ ଅଟେ। ବୈଠକରେ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। କୌଣସି ପରିସ୍ଥିତିରେ ଯେପରି କମ୍ୟୁନିକେସନ ଗ୍ୟାପ ନରୁହେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ହଜାର ପୋଲିସ ତଥା CAPFର କର୍ମଚାରୀ ମୁତୟନ କରାଯାଇଛି। ସେହିପରି କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ ନେଭି ମଧ୍ୟ ସଜାଗ ଅଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ୪୭୩ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଭକ୍ତମାନଙ୍କୁ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଜରୁରୀ ସୂଚନା ଦେବା ପାଇଁ ୬୫ଟି ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାର ସହ ବଲ୍କ ମେସେଜିଂ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯିବ। ରଥଯାତ୍ରା ସମୟରେ ଭିଡ ନିୟନ୍ତ୍ରଣ ପାଇଁ ଅନେକ ଇଭାକ୍ୟୁସନ କରିଡର ଏବଂ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ଏବଂ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା ହୋଇଛି, ଯେଉଁଥିରେ ପ୍ରତି ୫ଟି ଟଏଲେଟ ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀ ରହିବେ। ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ ବ୍ୟବସ୍ଥାର ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

1 hr ago
user_KAPILESWAR SINGH
KAPILESWAR SINGH
Local News Reporter ନିରାକାରପୁର, ଖୋର୍ଦ୍ଧା, ଓଡ଼ିଶା•
1 hr ago
24a1f62a-967d-4d31-9894-bc253af6dbce

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରଥଯାତ୍ରା ପରିଚାଳନାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ପାଇଁ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଏବଂ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ଗତ ୬ ତାରିଖରେ ପୁରୀରେ ସମୀକ୍ଷା ବୈଠକ କରିବା ପରେ ଏହା ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ସମୀକ୍ଷା ବୈଠକ ଅଟେ। ବୈଠକରେ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। କୌଣସି ପରିସ୍ଥିତିରେ ଯେପରି କମ୍ୟୁନିକେସନ ଗ୍ୟାପ ନରୁହେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକର

d5e3cf35-fb30-427e-b477-17a5505ef18c

ଆଲୋଚନାରୁ ଜଣାପଡ଼ିଛି ଯେ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ହଜାର ପୋଲିସ ତଥା CAPFର କର୍ମଚାରୀ ମୁତୟନ କରାଯାଇଛି। ସେହିପରି କୋଷ୍ଟଗାର୍ଡ ଏବଂ ଇଣ୍ଡିଆନ ନେଭି ମଧ୍ୟ ସଜାଗ ଅଛନ୍ତି। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ୪୭୩ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଭକ୍ତମାନଙ୍କୁ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଜରୁରୀ ସୂଚନା ଦେବା ପାଇଁ ୬୫ଟି ବଡ଼ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାର ସହ ବଲ୍କ ମେସେଜିଂ ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯିବ। ରଥଯାତ୍ରା ସମୟରେ ଭିଡ ନିୟନ୍ତ୍ରଣ

4df06d90-c8dc-4502-a76c-30b3de55d32b

ପାଇଁ ଅନେକ ଇଭାକ୍ୟୁସନ କରିଡର ଏବଂ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ଏବଂ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା ହୋଇଛି, ଯେଉଁଥିରେ ପ୍ରତି ୫ଟି ଟଏଲେଟ ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀ ରହିବେ। ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ ବ୍ୟବସ୍ଥାର ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରିଆ ଗ୍ରାମରେ ଘଟିଥିବା ଜମିଜମା ବିବାଦ କେନ୍ଦ୍ରିତ ଛୁରାମାଡ଼ ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି। ଏହି କାରଣରୁ ପୀଡ଼ିତ ପରିବାର ନ୍ୟାୟ ଦାବିରେ ଖୋର୍ଦ୍ଧା ଏସପିଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଛନ୍ତି। ବଡ଼ପୋଖରିଆ ଗ୍ରାମର ସୁବାସ ଲେଙ୍କା, ତ୍ରିନାଥ ଲେଙ୍କା ଏବଂ ପ୍ରତାପ ମାନସିଂହଙ୍କ ପରିବାର ସହ ମନୋଜ ପ୍ରଧାନ ଓ ଧନଞ୍ଜୟ ପ୍ରଧାନଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମିଜମା ବିବାଦ ଲାଗି ରହିଥିଲା। ଚଳିତ ମାସ ୨ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ଏହି ବିବାଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଚସା ହେବା ପରେ ମନୋଜ ଓ ଧନଞ୍ଜୟ ହଠାତ୍ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇ ବର୍ତ୍ତମାନ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ନିରାକାରପୁର ଥାନାରେ ମାମଲା ରୁଜୁ କରାଯାଇଛି, କିନ୍ତୁ ଦଶ ଦିନ ବିତିଯିବା ପରେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ଅଭିଯୁକ୍ତମାନେ ବର୍ତ୍ତମାନ ଫେରାର ଥିବା ବେଳେ ପୋଲିସର ହାତ ଖାଲି ରହିଛି, ଯାହାକୁ ନେଇ ପୀଡ଼ିତ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ କେଉଁ ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
    3
    ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରିଆ ଗ୍ରାମରେ ଘଟିଥିବା ଜମିଜମା ବିବାଦ କେନ୍ଦ୍ରିତ ଛୁରାମାଡ଼ ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି। ଏହି କାରଣରୁ ପୀଡ଼ିତ ପରିବାର ନ୍ୟାୟ ଦାବିରେ ଖୋର୍ଦ୍ଧା ଏସପିଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଛନ୍ତି। ବଡ଼ପୋଖରିଆ ଗ୍ରାମର ସୁବାସ ଲେଙ୍କା, ତ୍ରିନାଥ ଲେଙ୍କା ଏବଂ ପ୍ରତାପ ମାନସିଂହଙ୍କ ପରିବାର ସହ ମନୋଜ ପ୍ରଧାନ ଓ ଧନଞ୍ଜୟ ପ୍ରଧାନଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମିଜମା ବିବାଦ ଲାଗି ରହିଥିଲା। ଚଳିତ ମାସ ୨ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ଏହି ବିବାଦକୁ ନେଇ ଦୁଇ ପକ୍ଷ ମଧ୍ୟରେ ବଚସା ହେବା ପରେ ମନୋଜ ଓ ଧନଞ୍ଜୟ ହଠାତ୍ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇ ବର୍ତ୍ତମାନ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣାକୁ ନେଇ ନିରାକାରପୁର ଥାନାରେ ମାମଲା ରୁଜୁ କରାଯାଇଛି, କିନ୍ତୁ ଦଶ ଦିନ ବିତିଯିବା ପରେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ଅଭିଯୁକ୍ତମାନେ ବର୍ତ୍ତମାନ ଫେରାର ଥିବା ବେଳେ ପୋଲିସର ହାତ ଖାଲି ରହିଛି, ଯାହାକୁ ନେଇ ପୀଡ଼ିତ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ କେଉଁ ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍ ଏବଂ ଗେଷ୍ଟହାଉସଗୁଡ଼ିକରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ ସୁରକ୍ଷା ବାହିନୀର ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ହଠାତ୍ ଯାଞ୍ଚ ସମୟରେ ହୋଟେଲଗୁଡ଼ିକରେ ରହୁଥିବା ଅତିଥିମାନଙ୍କ ପରିଚୟପତ୍ର, ରେଜିଷ୍ଟର ଓ ଡିଜିଟାଲ ରେକର୍ଡର ସଠିକ୍ ସଂରକ୍ଷଣର ଯାଞ୍ଚ କରାଯିବା ସହ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ଏବଂ ସାମଗ୍ରିକ ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି। ଯାଞ୍ଚ ସମୟରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଅତିଥିମାନଙ୍କର ସଠିକ୍ ପରିଚୟପତ୍ର ସଂଗ୍ରହ କରିବା, ଚେକ୍-ଇନ୍ ଓ ଚେକ୍-ଆଉଟ୍ ସମ୍ବନ୍ଧୀୟ ରେକର୍ଡ ରଖିବା ଏବଂ ବିନା ପରିଚୟପତ୍ରରେ କୌଣସି ବ୍ୟକ୍ତିଙ୍କୁ ରହିବାକୁ ନଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସକ୍ରିୟ ରଖିବା, ସିସିଟିଭି କ୍ୟାମେରା ସବୁବେଳେ କାର୍ଯ୍ୟକ୍ଷମ ରଖିବା ଏବଂ ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ପ୍ରଚଳିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହୋଟେଲ ପରିଚାଳକମାନଙ୍କୁ କୁହାଯାଇଛି। ଏହା ବ୍ୟତୀତ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରମୁଖ ସ୍ଥାନ, ଧାର୍ମିକ ସ୍ଥଳ, ପାର୍କିଂ ସ୍ଥାନ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ସମୁଦ୍ରକୂଳ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ୨୪×୭ ପାଟ୍ରୋଲିଂ ଓ ନଜରଦାରିକୁ ଅଧିକ ସୁଦୃଢ଼ କରାଯାଇଛି। ପବିତ୍ର ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ କରିବା ପାଇଁ ପୁରୀ ପୋଲିସ ସମସ୍ତ ହୋଟେଲ ମାଲିକ, ପରିଚାଳକ, ସ୍ଥାନୀୟ ସହଯୋଗୀ ସଂସ୍ଥା ଏବଂ ପର୍ଯ୍ୟଟକଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ନିଜ ସହ ସର୍ବଦା ପରିଚୟପତ୍ର ରଖିବା, ସତର୍କ ରହିବା ଏବଂ କୌଣସି ସନ୍ଦେହଜନକ ଘଟଣା ବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି।
    4
    ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍ ଏବଂ ଗେଷ୍ଟହାଉସଗୁଡ଼ିକରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ ସୁରକ୍ଷା ବାହିନୀର ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ହଠାତ୍ ଯାଞ୍ଚ ସମୟରେ ହୋଟେଲଗୁଡ଼ିକରେ ରହୁଥିବା ଅତିଥିମାନଙ୍କ ପରିଚୟପତ୍ର, ରେଜିଷ୍ଟର ଓ ଡିଜିଟାଲ ରେକର୍ଡର ସଠିକ୍ ସଂରକ୍ଷଣର ଯାଞ୍ଚ କରାଯିବା ସହ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ଏବଂ ସାମଗ୍ରିକ ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି।

ଯାଞ୍ଚ ସମୟରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଅତିଥିମାନଙ୍କର ସଠିକ୍ ପରିଚୟପତ୍ର ସଂଗ୍ରହ କରିବା, ଚେକ୍-ଇନ୍ ଓ ଚେକ୍-ଆଉଟ୍ ସମ୍ବନ୍ଧୀୟ ରେକର୍ଡ ରଖିବା ଏବଂ ବିନା ପରିଚୟପତ୍ରରେ କୌଣସି ବ୍ୟକ୍ତିଙ୍କୁ ରହିବାକୁ ନଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସକ୍ରିୟ ରଖିବା, ସିସିଟିଭି କ୍ୟାମେରା ସବୁବେଳେ କାର୍ଯ୍ୟକ୍ଷମ ରଖିବା ଏବଂ ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ପ୍ରଚଳିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହୋଟେଲ ପରିଚାଳକମାନଙ୍କୁ କୁହାଯାଇଛି। ଏହା ବ୍ୟତୀତ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରମୁଖ ସ୍ଥାନ, ଧାର୍ମିକ ସ୍ଥଳ, ପାର୍କିଂ ସ୍ଥାନ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ସମୁଦ୍ରକୂଳ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ୨୪×୭ ପାଟ୍ରୋଲିଂ ଓ ନଜରଦାରିକୁ ଅଧିକ ସୁଦୃଢ଼ କରାଯାଇଛି।

ପବିତ୍ର ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ କରିବା ପାଇଁ ପୁରୀ ପୋଲିସ ସମସ୍ତ ହୋଟେଲ ମାଲିକ, ପରିଚାଳକ, ସ୍ଥାନୀୟ ସହଯୋଗୀ ସଂସ୍ଥା ଏବଂ ପର୍ଯ୍ୟଟକଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ନିଜ ସହ ସର୍ବଦା ପରିଚୟପତ୍ର ରଖିବା, ସତର୍କ ରହିବା ଏବଂ କୌଣସି ସନ୍ଦେହଜନକ ଘଟଣା ବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି।
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    3 hrs ago
  • ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚିଫ ସେକ୍ରେଟାରି ଯାଇ କାହିଁକି ଚେକା ପକାଇ ବସୁଛନ୍ତି ବୋଲି ସୁର ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ ଚିଫ ସେକ୍ରେଟାରିଙ୍କୁ ସଚିବାଳୟରେ ବସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ କରିବା ପାଇଁ କହିଛନ୍ତି।
    1
    ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚିଫ ସେକ୍ରେଟାରି ଯାଇ କାହିଁକି ଚେକା ପକାଇ ବସୁଛନ୍ତି ବୋଲି ସୁର ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ ଚିଫ ସେକ୍ରେଟାରିଙ୍କୁ ସଚିବାଳୟରେ ବସି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ କରିବା ପାଇଁ କହିଛନ୍ତି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Doctor's Tea ପାଇବା ପାଇଁ ଆମ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।
    2
    Doctor's Tea ପାଇବା ପାଇଁ ଆମ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    23 hrs ago
  • ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ପ୍ରଚୁର ପରିମାଣର ଏକ୍ସପାରି (ମିଆଦ ସରିଥିବା) ଜିନିଷ ଆସି ଜବତ ହେବା ଖବର ପାଇ ଖୋର୍ଦ୍ଧା ଖାଦ୍ୟ ସୁରକ୍ଷା ଅଧିକାରୀ (Food Safety Officer) ଘଟଣାସ୍ଥଳରେ ପହଞ୍ଚିଛନ୍ତି।
    1
    ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ପ୍ରଚୁର ପରିମାଣର ଏକ୍ସପାରି (ମିଆଦ ସରିଥିବା) ଜିନିଷ ଆସି ଜବତ ହେବା ଖବର ପାଇ ଖୋର୍ଦ୍ଧା ଖାଦ୍ୟ ସୁରକ୍ଷା ଅଧିକାରୀ (Food Safety Officer) ଘଟଣାସ୍ଥଳରେ ପହଞ୍ଚିଛନ୍ତି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ଓଡ଼ିଶାରେ ଲୋକଙ୍କ ସରକାରରେ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଶିଳ୍ପ ବିକାଶ ଆଜି ବାସ୍ତବ ରୂପ ନେଉଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ ହୋଇଛି। ଏହି ଦ୍ରୁତ ଅଗ୍ରଗତି ଯୋଗୁଁ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଦିଗ ପ୍ରଶସ୍ତ ହୋଇଛି ଏବଂ ଓଡ଼ିଶା ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ ହୋଇଛି। ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ରାଜ୍ୟ ପ୍ରତି ନିବେଶକଙ୍କ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଓଡ଼ିଆ ଯୁବକମାନେ ମଧ୍ୟ ନିଜ ମାଟିକୁ ଫେରୁଛନ୍ତି। ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଲୋକଙ୍କ ସରକାରର ଏକ ଦୃଢ଼ ସଂକଳ୍ପ।
    1
    ଓଡ଼ିଶାରେ ଲୋକଙ୍କ ସରକାରରେ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଶିଳ୍ପ ବିକାଶ ଆଜି ବାସ୍ତବ ରୂପ ନେଉଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ ହୋଇଛି। ଏହି ଦ୍ରୁତ ଅଗ୍ରଗତି ଯୋଗୁଁ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଦିଗ ପ୍ରଶସ୍ତ ହୋଇଛି ଏବଂ ଓଡ଼ିଶା ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ ହୋଇଛି।

ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ରାଜ୍ୟ ପ୍ରତି ନିବେଶକଙ୍କ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଓଡ଼ିଆ ଯୁବକମାନେ ମଧ୍ୟ ନିଜ ମାଟିକୁ ଫେରୁଛନ୍ତି। ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଲୋକଙ୍କ ସରକାରର ଏକ ଦୃଢ଼ ସଂକଳ୍ପ।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    4 hrs ago
  • ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ନିର୍ମାଣାଧୀନ ଟାଙ୍କିରେ ପଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଟାଙ୍କିର ସଟରିଂ ପଟା ଖୋଲିବା ବେଳେ ଏହି ଦୁଇ ଜଣ ତଳକୁ ଖସିପଡ଼ିଥିଲେ।
    1
    ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ନିର୍ମାଣାଧୀନ ଟାଙ୍କିରେ ପଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଟାଙ୍କିର ସଟରିଂ ପଟା ଖୋଲିବା ବେଳେ ଏହି ଦୁଇ ଜଣ ତଳକୁ ଖସିପଡ଼ିଥିଲେ।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    10 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.