ମାଲକାନଗିରି ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ,ଶ୍ରେଷ୍ଠ ଆଶା କର୍ମୀ ଓ ସମିତି ପୁରସ୍କୃତ ସ୍ଥାନୀୟ ସଂସ୍କୃତି ଭବନଠାରେ ୨୦୨୫-୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି , ଜନ ଆରୋଗ୍ୟ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବର୍ଗରେ ପୁରସ୍କାର ବିତରଣ କରାଯାଇଛି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରାଧନ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ଦଶରଥୀ ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଡୋଳାମଣି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଦୂର୍ଗା ପ୍ରସାଦ ରାଜ ଏହି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସ୍ୱାସ୍ଥ୍ୟ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା କର୍ମୀ ଓ ସଂଗଠନକୁ ଏଠାରେ ସମ୍ମାନିତ କରାଯାଇଥିଲା । କୋରୁକୋଣ୍ଡା ବ୍ଲକର ପୁଷ୍ପଲତା କବାସୀ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ୧୦,୦୦୦ ଟଙ୍କା ପୁରସ୍କାର ପାଇଥିବା ବେଳେ, ମାଲକାନଗିରିର କବିତା ପାକୁଲୁ ଦ୍ୱିତୀୟ ଏବଂ ବସନ୍ତ ମଞ୍ଜରି ଭଞ୍ଜ ଓ ଗୁରୁବାରି ସରାବୁ ଯୁଗ୍ମ ଭାବେ ତୃତୀୟ ସ୍ଥାନ ପାଇଛନ୍ତି।କୋରୁକୋଣ୍ଡା, ଖଇରପୁଟ, କାଲିମେଳା, ପଡ଼ିଆ, ମାଲକାନଗିରି ଏବଂ ମାଥିଲି ବ୍ଲକର ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ୧୩,୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ ବ୍ଲକର ୭ଟି ଶ୍ରେଷ୍ଠ ସମିତିକୁ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ମିଳିଛି।ଏହି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆଶା କର୍ମୀ ଚନ୍ଦ୍ରିକା ଛତ୍ରିଆଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଛି। ଉପସ୍ଥିତ ଅତିଥିମାନେ ସେମାନଙ୍କ ଅଭିଭାଷଣରେ ଗ୍ରାମାଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ କରିବା ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାକୁ ଘରେ ଘରେ ପହଞ୍ଚାଇବାରେ ଏହି ସ୍ୱାସ୍ଥ୍ୟ ଯୋଦ୍ଧାମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀ ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି।

- ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା। ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।” ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।4
- ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାଟକଙ୍ଗା ଉନ୍ନତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଓ ଇନ୍ଦିରା କଲନି ଖ ପ୍ରାଥମିକ ବିଦ୍ୟାଳୟ ଜୟପୁର ର ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ପାଣିଗ୍ରାହୀ ତା ୩୧.୦୩.୨୦୨୬ ରେ ଚାକିରି ରୁ ଅବସର ଗ୍ରହଣ କରିବାକୁ ଥିବା ସମୟରେ ଅବସର ଗ୍ରହଣ ପୁର୍ବରୁ ସରକାର ଉକ୍ତ ଦ୍ବୟ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ,1
- କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha1
- ନିଜ ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.3
- ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା1
- Post by HABIL DONGRI1
- Post by MSP TV (Reporter:-MiHiR)1
- ଜୟପୁର: ଜୟପୁର ଲୋରି ଓନର୍ସ ଏସୋସିଏସନ ଓ ଟ୍ରକ୍ ଓନର୍ସ ଏସୋସିଏସନ ପକ୍ଷରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କୁ ସମ୍ମାନ ଜଣାଇବା ସହିତ ବିଶେଷ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱାମୀଜୀଙ୍କ ଆଶୀର୍ବାଦ ନେବା ସହିତ ସଦସ୍ୟମାନେ ସମାଜ ସେବା ଓ ନୀତିମୂଳକ ଜୀବନ ଉପରେ ତାଙ୍କର ମୂଲ୍ୟବାନ ଉପଦେଶ ଶୁଣିଥିଲେ। ସଭାରେ ଏସୋସିଏସନର ବରିଷ୍ଠ ସଦସ୍ୟ ଓ ଅନେକ ଲୋରି-ଟ୍ରକ୍ ମାଲିକ ଉପସ୍ଥିତ ରହି କାର୍ୟକ୍ରମକୁ ସଫଳ କରିଥିଲେ।1