୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍ ଆଉ ମାଗଣା ରହିବ ନାହିଁ। ଡିଜିଟାଲ୍ ପେମେଣ୍ଟର ସବୁଠାରୁ ବଡ଼ ମାଧ୍ୟମ ପାଲଟିଥିବା UPI ଚାର୍ଜ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ବଢ଼ିଛି । ଗ୍ରାହକଙ୍କ ଦ୍ୱାରା ଦୋକାନୀଙ୍କୁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ପେମେଣ୍ଟ୍ ଆଉ ମାଗଣା ରହିବ ନାହିଁ । ଏହା ଉପରେ ୦.୪% ଏମ୍ଡିଆର୍ (ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍) ଗଣିବେ ବ୍ୟବସାୟୀ । ୟୁପିଆଇ ଷ୍ଟିୟରିଂ କମିଟି ପକ୍ଷରୁ ବସିଥିବା ଏକ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଟ୍ରାଞ୍ଜାକ୍ସନ ପିଛା ସର୍ବୋଚ୍ଚ ଏମ୍ଡିଆର୍ ୩୦୦ ଟଙ୍କା ସ୍ଥର ହୋଇଛି । ଅର୍ଥାତ୍ ଯେତେ ବଡ଼ ଟ୍ରାଞ୍ଜାକ୍ସନ ହେଉ, ୩୦୦ ଟଙ୍କାରୁ ଅଧିକ ଏମ୍ଡିଆର୍ ନେଇପାରିବେ ନାହିଁ ବ୍ୟାଙ୍କ । ଯଦିଓ ସାଧାରଣ ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ, କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ । ନୂଆ ନିୟମ ଅକ୍ଟୋବର ୧୫ରୁ ଲାଗୁ ହେବ ବୋଲି ଜଣାପଡ଼ିଛି । ଏହି ନିୟମ ଦ୍ୱାରା ଲୋକେ ପୁଣି ନଗଦ କାରବାର ଆଡ଼କୁ ଟାଣି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ୦.୪% ଏମ୍ଡିଆର୍ ହିସାବରେ ୭୫,୦୦୦ ଟଙ୍କାର ଏକ ଟ୍ରାଞ୍ଜାକ୍ସନରେ ଏମ୍ଡିଆର୍ ୩୦୦ ଟଙ୍କା ରହିବ । ଟ୍ରାଞ୍ଜାକ୍ସନ ମୂଲ୍ୟ ଏହାଠାରୁ ଯେତେ ଅଧିକ ହେଲେ ବି ୩୦୦ ଟଙ୍କାରୁ ଅଧିକ ଦେୟ ନିଆଯିବ ନାହିଁ । ନୂଆ ନିୟମକୁ ସରଳ ଭାଷାରେ ବୁଝିବାକୁ ଗଲେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ସମ୍ପୂର୍ଣ୍ଣ ମାଗଣା ରହିବ । ଗ୍ରାହକଙ୍କ ଦ୍ୱାରା ଦୋକାନୀଙ୍କୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ଏମ୍ଡିଆର୍ ମୁକ୍ତ ରହିବ । ଗ୍ରାହକ ଦୋକାନୀଙ୍କୁ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ କଲେ ବ୍ୟବସାୟୀ ୦.୪% ଏମ୍ଡିଆର୍ ବ୍ୟାଙ୍କକୁ ଦେବେ । ଏହି ଶୁଳ୍କର ସର୍ବୋଚ୍ଚ ସୀମା ୩୦୦ ଟଙ୍କା । ଏମ୍ଡିଆର୍ ହେଉଛି ଉକ୍ତ କମିଶନ, ଯାହାକୁ ଡିଜିଟାଲ ପେମେଣ୍ଟ ପ୍ରୋସେସିଂ ଲାଗି ମର୍ଚ୍ଚାଣ୍ଟ ବା ବ୍ୟବସାୟୀମାନେ ବ୍ୟାଙ୍କଗୁଡ଼ିକୁ ପୈଠ କରିଥାନ୍ତି । ୦.୪% ଫି' ଅର୍ଥାତ ୟୁପିଆଇ ମାଧ୍ୟମରେ ପ୍ରତି ୨,୦୦୦ ଟଙ୍କା ପେମେଣ୍ଟରେ ୮ ଟଙ୍କା ଦେୟ ପଡ଼ିବ । ସେହିଭଳି ପ୍ରତି ୧୦,୦୦୦ ଟଙ୍କା ପେମେଣ୍ଟରେ ୪୦ ଟଙ୍କା ଫି' ଲାଗୁ ହେବ । ତେବେ ନ୍ୟାସ୍ନାଲ ପେମେଣ୍ଟ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) କେତେକ ସେବା ପାଇଁ କିଛିଟା ରିହାତି ପ୍ରଦାନ କରିଛି । ସେଗୁଡ଼ିକ ହେଲା ଟେଲିକମ, ରେଳବାଇ, ଇନ୍ଧନ ଓ ବୀମା ଆଦି ବର୍ଗ । ଖାଉଟିମାନଙ୍କ ଉପରେ ଯେପରି କୌଣସି ପ୍ରଭାବ ପଡ଼ିବ ନାହିଁ ସେଥିପାଇଁ ଏନ୍ପିସିଆଇ ଏ ନିଷ୍ପତ୍ତି ନେଇଛି । ଏସବୁ ସେବା ପାଇଁ ଟ୍ରାଞ୍ଜାକ୍ସନ ପିଛା ଏମ୍ଡିଆର୍ ଫ୍ଲାଟ ୫ ଟଙ୍କା ଧାର୍ଯ୍ୟ କରାଯାଇଛି । ପୁଞ୍ଜି ବଜାର ଟ୍ରାଞ୍ଜାକ୍ସନ ପାଇଁ ଏମ୍ଡିଆର୍ ୦.୦୨% ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ଟ୍ରାଞ୍ଜାକ୍ସନ କିମ୍ବା ରୁପେ ଡେବିଟ୍ କାର୍ଡ ଜରିଆରେ ଟ୍ରାଞ୍ଜାକ୍ସନ ଉପରେ ବ୍ୟାଙ୍କଗୁଡ଼ିକ କୌଣସି ଦେୟ ଲାଗୁ କରିପାରିବେ ନାହିଁ । ୦.୪% ବା ୪୦ ବେସିସ୍ ପଏଣ୍ଟର ଏମ୍ଡିଆର୍ ମାଧ୍ୟମରେ ଇକୋସିଷ୍ଟମ ବାର୍ଷିକ ୧୬,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଆଦାୟ କରିପାରିବ ବୋଲି ଆକଳନ ରହିଛି ।ଟଙ୍କା ପଠାଇବା ବେଳେ ୧୦,୦୦୦ ଟଙ୍କା ପଠାଇଲେ ମଧ୍ୟ ପଠାଉଥିବା ବ୍ୟକ୍ତି କିମ୍ବା ଟଙ୍କା ପାଉଥିବା ବ୍ୟକ୍ତି କାହାକୁ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏଣୁ ଟଚଓରେ ଟଙ୍କା ପଠାଇବା ଏବଂ ଗ୍ରାହକ ଭାବେ ପେମେଣ୍ଟ କରିବା ଏବେ ବି ମାଗଣା। ଚାର୍ଜ ଲାଗିଲେ ମୁଖ୍ୟତଃ ଏହାର ଭାର ମର୍ଚ୍ଚାଣ୍ଟଙ୍କ ଉପରେ ପଡ଼ିବ। ୨,୦୦୦ ଟଙ୍କା ପର୍ୟ୍ୟନ୍ତ ମର୍ଚ୍ଚାଣ୍ଟ ପେମେଣ୍ଟରେ ଗଊଜ ଶୂନ ରହିବାରୁ ଦୈନନ୍ଦିନ ଛୋଟ ପେମେଣ୍ଟଗୁଡ଼ିକ ଉପରେ ଚାର୍ଜ ଆସିବ ନାହିଁ। ପ୍ରକାଶଯୋଗ୍ୟ, ସରକାର ୟୁପିଆଇକୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଏହାକୁ ମାଗଣା ରଖିବା ଲାଗି ୨୦୨୧-୨୨ରୁ ଏକ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଥିଲେ । ଏହା ଅଧୀନରେ ଗ୍ରାହକଙ୍କ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀଙ୍କୁ କରାଯାଉଥିବା ୨,୦୦୦ ଟଙ୍କା ପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ଉପରେ ୦.୧୫% ପ୍ରୋତ୍ସାହନ ରାଶି ଦିଆଯାଉଥିଲା । ୨୦୨୪-୨୫ ସୁଦ୍ଧା ଏହା ଉପରେ ୮,୨୭୬ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏବେ ୟୁପିଆଇ ଏମ୍ଡିଆର ଦ୍ୱାରା ଖୁଚୁରା ବ୍ୟବସାୟୀମାନେ ଅଧିକ ପ୍ରଭାବିତ ହେବେ । ୨୦୨୬ ଜୁନ୍ ସୁଦ୍ଧା ଦେଶରେ ପାଖାପାଖି ୫୫.୫ କୋଟି ୟୁପିଆଇ ଉପଭୋକ୍ତା ଥିଲେ ।ବଡ଼ କଥା ହେଉଛି ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କଠାରୁ କୌଣସି କାରବାର ଶୁଳ୍କ ଆଦାୟ କରାଯିବ ନାହିଁ । । ବ୍ୟବସାୟୀ ଏହି ଚାର୍ଜ ଭାର ଗ୍ରାହକଙ୍କ ଉପରେ ପକାଇ ପାରିବେନି ।

- ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୩୨ AM ରେ ସମାପ୍ତ ହେଲା ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୩୨ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏 Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.32 AM 🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏 Dated 16/09/2026🙏❤️ #jagannathpuri #JagannathDham #jagannathpuritemple #jagannathpremi1
- ରାସୋଳ ଥାନା ବେଡାପଡା ଗାଁରେ ଦେଖାଦେଇଛି ଅଭାବନୀୟ ଘଟଣା. ବିଦ୍ୟୁତ ସଂସ୍ପର୍ଶ ରେ ଆସି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ. ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ରାସୋଳ ଥାନା ବେଡାପଡା ଗଣରେ ଆଜି ଗାଧୋଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶ ରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ମୃତକ ଉପମା ବେହେରା ଗାଧୋଉବାକୁ ଯିବା ବେଳେ ଧନ ଫସଲ ସୁରକ୍ଷା ପାଇଁ ସୋଲାର କରେଣ୍ଟ ତାର ରେ ବିଦ୍ୟୁତ ସଂଯୋଗ କରାଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଛି.1
- ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ ଆଠଗଡ ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଙ୍କୁ ଆଠଗଡ ବ୍ଲକ୍ ଅନ୍ତର୍ଗତ କୁମାରପୁର ପଞ୍ଚାୟତ କୁମାରପୁର ପଞ୍ଚାୟତ ଦମ୍ପତିପୁର ବାସିନ୍ଦା କଣ କହିଲେ ଶୁଣନ୍ତୁ,1
- GRIDCO PPA(power purchase Agreement ) ସ୍ୱା କ୍ଷରିତ ହୋଇଛି ଓଡ଼ିଶାର କୋରାପୁଟରେ ଉପରେ ସୌର ପ୍ୟାନେଲ୍, ତଳେ ଚାଷ!! ଭାରତର ଅନ୍ୟତମ ପ୍ରଥମ ଧରଣର ୧ ମେଗାୱାଟ୍ ଚାଷୀ-ନେତୃତ୍ୱାଧୀନ Agri-PV ପାଇଲଟ୍ ପ୍ରକଳ୍ପ ଓଡ଼ିଶାର କୋରାପୁଟରେ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପରେ ଫସଲ ଚାଷ ସହିତ ସ୍ୱଚ୍ଛ ସୌର ଶକ୍ତି ଉତ୍ପାଦନକୁ ଏକାଠି କରାଯାଉଛି। ଏହି ମଡେଲ୍ର ସବୁଠାରୁ ବିଶେଷ ଦିଗ ହେଉଛି ମାଲିକାନା ବ୍ୟବସ୍ଥା। ସାଧାରଣତଃ ଯେଉଁ ମଡେଲ୍ରେ ବେସରକାରୀ କମ୍ପାନୀମାନେ କୃଷି ଜମି ଲିଜ୍ରେ ନେଇ ଚାଷୀଙ୍କୁ କେବଳ ଭଡ଼ା ପ୍ରଦାନ କରନ୍ତି, ତାହାଠାରୁ ଭିନ୍ନ ଭାବେ କୋରାପୁଟର ଏହି ୧ ମେଗାୱାଟ୍ Agri-PV ପ୍ରକଳ୍ପର ମାଲିକ ନିଜେ ଚାଷୀମାନେ ହେବେ। ୫୧୩ ଜଣ ମହିଳା ସଦସ୍ୟ ଓ ୫ ଜଣ ଜମି ମାଲିକଙ୍କୁ ନେଇ ଗଠିତ ଏକ FPO ଫସଲ ଉତ୍ପାଦନ ଓ ସୌର ବିଦ୍ୟୁତ୍—ଉଭୟରୁ ମିଳୁଥିବା ଲାଭରେ ଅଂଶୀଦାର ହେବ। GRIDCO ସହିତ ୨୫ ବର୍ଷର PPA (Power Purchase Agreement) ସ୍ୱାକ୍ଷରିତ ହୋଇଛି। ଚାଷୀମାନେ କେବଳ ଜମିର ମାଲିକ ନୁହଁନ୍ତି—ସେମାନେ ସୌର ବିଦ୍ୟୁତ୍ ପ୍ରକଳ୍ପର ମାଲିକ ମଧ୍ୟ।1
- ବନମାଳୀ ପ୍ରସାଦ ଗ୍ରାମରୁ ଏକ ଘରୁ ନାଗ ସାପ ସ୍ନେକେ ହେଲ୍ପଲାଇନ ଦ୍ୱାରା ଉଦ୍ଧାର1
- Hyderabad Dholpet Ganesh in Dhenkanal Bajrang Club’s Grand Ganesh Puja ganesh puja dhenkanal dhenkanalnewsodisha1
- ଆଜି ଵାରିପଦା ସହର ରେ ଥିବା ସିଦ୍ଧି ବିନାୟକ ମନ୍ଦିର ରେ ସକାଳୁ ସକାଳୁ ଭାରି ଭିଡ଼ ଦେଖିବାକୁ ମିଳିଛି ପ୍ରଥମ ଥର ଲାଗି ଵାରିପଦା ରେ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିର ରେ ଭା ରି ଭିଡ ଦେଖିବାକୁ ମିଳିଛି । ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବିଭିନ୍ନ ଟ୍ରଷ୍ଟ କମିଟି ପକ୍ଷରୁ ସେବା ପାଇଁ ଅଣ୍ଟା ଭିଡ଼ି ବା ପରିଲକ୍ଷିତ ହୋଇଛି । ଓଡ଼ିଶା ର ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ମନ୍ଦିର ନିର୍ମାଣ କରିଥିଲେ ନିଜର ଭକ୍ତି ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ସହର ରେ ଶ୍ରୀ ମହାପାତ୍ର ଆଜି ଗଣେଶ ଚତୁର୍ଥୀ ତିଥିରେ ପୁରା ମନ୍ଦିର ସା ଜ ସଯା କରିବା ସହିତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ବେଶ୍ ଖ୍ୟାତି ଲାଭ କରିଥିଲେ ନିଜର ହିନ୍ଦୁ ବାଦୀ ପାଇଁ ଶ୍ରୀ ମହାପାତ୍ର ବହୁ ଧର୍ମନୁ ନୁଷ୍ଟାନ କରି ବା ଦେଖିବାକୁ ମିଳେ ତେଣୁ ଓଡ଼ିଶା ଏବେ ବେଶ୍ ଜଣା ଶୁଣା1
- ବେଡାପଡା ଗ୍ରାମରେ କରେଣ୍ଟ ତାରବାଡ ଲାଗି ମହିଳାଙ୍କ ମୃତ୍ୟୁ ଅଭିଯୋଗ1