ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ରାଜ୍ୟ ବିଜୁ ଯୁବ-ଛାତ୍ର, ମହିଳା ଜନତା ଦଳର ଆହ୍ୱାନରେ ଯଶିପୁର ନିର୍ବାଚନ ମଣ୍ଡଳୀ ସ୍ତରରେ ପେଟ୍ରୋଲ, ଡିଜେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଯଶିପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମଙ୍କ ନେତୃତ୍ୱରେ ବ୍ଲକ ସଭାପତି ଦର୍ପ ମହାନ୍ତ, ମନ୍ମଥ ଗିରି, ସୁଲଚନା ହେମ୍ବ୍ରମ ଏବଂ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ହୋ, ପୁତୁଲ ହାଇବୁରୁ, ମିନତି ତିରିୟାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମସ୍ତ ପଞ୍ଚାୟତର ବିଜେଡି ସଭାପତିମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ, ଯଶିପୁର ହାଟ ପଡ଼ିଆସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ଏହାପରେ ଏକ ବାଇକ ରାଲି ମାଧ୍ୟମରେ ଯଶିପୁର ବ୍ଲକ ବିଡିଓ ମାଧବ ବିରୁଆଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ମହୋଦୟା, ମାନ୍ୟବର ରାଜ୍ୟପାଳ ମହୋଦୟ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଉଦ୍ଦେଶ୍ୟରେ ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ, ମୟୁରଭଞ୍ଜ ସଦର-୨ ଜିଲ୍ଲା ଯୁବ ସଭାପତି ଅଭିଷେକ ସାହୁ, ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ହୋ, ମିନତି ତିରିୟା, ପୁତୁଲ ହାଇବୁରୁ, ବ୍ଲକ ସଭାପତି ମନ୍ମଥ ଗିରି, ସୁଲଚନା ହେମ୍ବ୍ରମଙ୍କ ସମେତ ସାର୍ଥକ ମହାନ୍ତ, ତପନ ବେହେରା, ରଶାନ୍ତି ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ପେଟ୍ରୋଲ, ଡିଜେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ହୁ ହୁ ବର୍ଦ୍ଧିତ ଦରଦାମ ବିରୁଦ୍ଧରେ ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଶ୍ରୀ ହେମ୍ବ୍ରମ ଚେତାବନୀ ଦେଇଛନ୍ତି ଯେ ଯଦି ଆଗାମୀ ଦିନରେ ଦରଦାମ ବୃଦ୍ଧିକୁ ଶୀଘ୍ର ରୋକା ନଯାଏ, ନିୟନ୍ତ୍ରଣକୁ ଅଣା ନଯାଏ ଏବଂ ପେଟ୍ରୋଲ, ଡିଜେଲକୁ ତୁରନ୍ତ ଜି.ଏସ.ଟି.ଭୁକ୍ତ କରା ନଯାଏ, ତେବେ ଜନସାଧାରଣଙ୍କ ହିତ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ। ଏହି କାର୍ଯ୍ୟକ୍ରମରେ ଶମ୍ଭୁ ମହାକୁଡ଼, ଘାସିରାମ ହାଁସଦା, ସଂଗ୍ରାମ ମୁଣ୍ଡୁୟା, ପ୍ରଦୀପ ମହାନ୍ତ, ରାଜୁ ଗୁପ୍ତା, ନଳିନୀ ସାହୁ, କନ୍ଦର୍ପ ବାରିକ, ରହିତ ସାହୁ, ଅଜିତ ମହାକୁଡ଼, ନରହରୀ ମହାନ୍ତ, ଜୋନି ଖାନ, ରାଜୁ ତିୟୁ, ଅଭିରାମ ହେମ୍ବ୍ରମ, ବେଣୁଧର ମହାନ୍ତ, ସଞ୍ଜୟ ସେଠି, ହରିଶ ମହାନ୍ତ, ରାଜେନ୍ଦ୍ର ନାଏକ, ବିସିକେଶନ ନାଏକ, ତୋରାଫ ହୁସେନ, ବାହାଦୁଲ ବେହେରା, ତୁଫାନ ବେହେରା, ଏମ. ଡ଼ି. ସାହିଦ, ବିଶ୍ୱନାଥ ବାରିକ, ମୋଟକା ଚାତାର, ପ୍ରଦୀପ ବେହେରା, ସିଦ୍ଧାନ୍ତ ବାସ୍କେ, ହୂରଷିକେଶ ଗିରି, ଦୁଲା ସିଂ, ସୁମନ୍ତ ନାଏକ, ନେପାଳୀ ବେହେରା, ସୁନୀଲ ମହାନ୍ତିଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଶ୍ରୀ ହେମ୍ବ୍ରମ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବା ବେଳେ ଯଶିପୁର ବ୍ଲକ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

- ଆଜି ସକାଳ ସମୟରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳରେ ଦୀର୍ଘ ସମୟ ଧରି କାଳବୈଶାଖୀ ବର୍ଷା ଲାଗିରହିବାରୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ସକାଳୁ ସକାଳୁ ପାଗରେ ପରିବର୍ତ୍ତନ ଆସି ଅନ୍ଧାରୁଆ ପରିବେଶ ସୃଷ୍ଟି ହେବା ପରେ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପବନ ଏବଂ ଘଡଘଡ଼ି ସହ ପ୍ରବଳ ବର୍ଷା କିଛି ସମୟ ଧରି ଲଗାତାର ହେବା ଫଳରେ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।2
- ଏକ ପ୍ରଦର୍ଶନରେ ବିଭିନ୍ନ ପ୍ରକାରର ପଶୁମାନଙ୍କର ଅବିକଳ ସ୍ୱରର ଅନୁକରଣ ଦେଖିବାକୁ ମିଳିଛି। ଏହି ଅଭିନୟଟି ଅତ୍ୟନ୍ତ ଭୟଙ୍କର ତଥା ପ୍ରଭାବଶାଳୀ ଥିବା ବର୍ଣ୍ଣନା କରାଯାଇଛି।1
- କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ଆଜି ଏକ ଗୋଟିକିଆ ଦନ୍ତା ହାତୀ ମୈଦାନକେଲ ସ୍କୁଲ ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଏହି ଦନ୍ତା ହାତୀ ସ୍କୁଲର ପାଚେରୀ ଭାଙ୍ଗି ଦେଇଥିବା ବେଳେ ଏହାର ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।1
- କେରୀ ଗ୍ରାମର ପ୍ରଦୀପ କୁମାର ଓଡ଼ିଶାର ସ୍ୱର୍ଗତ ତଥା ଆଦୃତ ଅଭିନେତା ରାଇମୋହନ ପରିଡ଼ାଙ୍କ ଦମଦାର୍ ଏବଂ ଭୟାନକ ତାନ୍ତ୍ରିକ ଅଭିନୟକୁ ମନେ ପକାଇଛନ୍ତି। ରାଇମୋହନଙ୍କ ଏହି ତାନ୍ତ୍ରିକ ଅଭିନୟ ଲୋକଙ୍କୁ ସ୍ତବ୍ଧ କରିଦେଉଥିଲା ଏବଂ ଓଡ଼ିଆ ସିନେମା ଜଗତରେ ଏହା ଏକ ଅଭୁଲା ଅଧ୍ୟାୟ ହୋଇ ରହିଯାଇଛି।1
- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ମହାପ୍ରଭୁଙ୍କ ପ୍ରିୟ ଅଧରପଣା ପାଇଁ ବ୍ୟବହୃତ ହେବାକୁ ଥିବା ଅଧର ହାଣ୍ଡି ତିଆରି କାମରେ କୁମ୍ଭକାରମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ବଡ଼ ଜାତ ପୂର୍ବରୁ କୁମ୍ଭାର ସାହିରେ ଏହାକୁ ନେଇ ଗହଳି ଚହଳି ଲାଗିରହିଛି। ମାଟିର ସୁଗନ୍ଧ ଓ ପାରମ୍ପରିକ କାରିଗରୀର ନିଖୁଣ ସ୍ପର୍ଶରେ ଶହ ଶହ ଅଧର ହାଣ୍ଡି ତିଆରି କରାଯାଉଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୌଭାଗ୍ୟ ପାଇଁ କୁମ୍ଭାର ସାହିରେ ଏକ ଅପୂର୍ବ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ବିଶ୍ୱାସ ଯେ ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ଏହି ହାଣ୍ଡି ଧନ୍ୟ ହେବ। ବଡ଼ ଠାକୁରଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ହାଣ୍ଡି ସହିତ ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଆସ୍ଥା ଜଡ଼ିତ ରହିଛି। ବଡ଼ଦାଣ୍ଡରେ ରଥଯାତ୍ରାର ମାହୋଲ ବଢ଼ୁଥିବା ବେଳେ, କୁମ୍ଭାର ସାହିରେ ମଧ୍ୟ ଭକ୍ତି ଓ କର୍ମର ଏକ ଅନନ୍ୟ ସଙ୍ଗମ ପରିଲକ୍ଷିତ ହେଉଛି।1
- କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଳାଶପଙ୍ଗାସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ବାହାରେ ଗ୍ରାହକଙ୍କ ପାଇଁ ଥିବା କାଠ ନିର୍ମିତ ବେଞ୍ଚଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ବେଞ୍ଚଟିର ଦୁଇ ଗୋଡ଼ ଭାଙ୍ଗି ଯାଇଥିବାରୁ ଏହା ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ, ଯାହାଫଳରେ ଗ୍ରାହକମାନେ ହୀନସ୍ତା ହେଉଛନ୍ତି। ବ୍ୟାଙ୍କରେ ଭିଡ଼ ଲାଗିଲେ ଗ୍ରାହକଙ୍କୁ ବସିବା ଉଠିବା ପାଇଁ ଅସୁବିଧା ସୃଷ୍ଟି ହେଉଛି। ଏଣୁ, ବ୍ୟାଙ୍କ ପକ୍ଷରୁ ଏହି ଭଙ୍ଗା ବେଞ୍ଚକୁ ବଦଳାଇ ସେହି ସ୍ଥାନରେ ଏକ ନୂଆ ବେଞ୍ଚର ବ୍ୟବସ୍ଥା କରାଗଲେ ଗ୍ରାହକମାନେ ବିଶେଷ ଉପକୃତ ହୁଅନ୍ତେ ବୋଲି ମତ ପ୍ରକାଶ ପାଇଛି।3
- ଆଜି ଅପରାହ୍ନରେ କରଞ୍ଜିଆ ସହରରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଲଗାଣ ବର୍ଷା ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଝଡ଼ ଓ ବର୍ଷା ଯୋଗୁଁ କରଞ୍ଜିଆ-ଚଢ଼େଇଭୋଳ ଏବଂ କରଞ୍ଜିଆ-ସିଙ୍ଗଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା, ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଥିଲା ଏବଂ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇବା ପରେ କରଞ୍ଜିଆ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ରାସ୍ତା ଉପରୁ ଗଛଗୁଡ଼ିକୁ ହଟାଇ ଦିଆଯାଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅଗ୍ନିଶମ ବିଭାଗର ଏହି ତ୍ୱରିତ ଓ ତତ୍ପର ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି।4