Shuru
Apke Nagar Ki App…
ଚାରିଟି ସାର ବୋଝେଇ ଜାହାଜ ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ଉପକୂଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଜାହାଜଗୁଡ଼ିକ ଖରିଫ ଋତୁ ପାଇଁ ୟୁରିଆ, ଡିଏପି ଏବଂ ସଲଫର ସାର ନେଇ ଆସୁଛନ୍ତି।
ନୃସିଂହ ଚରଣ ବାରିକ
ଚାରିଟି ସାର ବୋଝେଇ ଜାହାଜ ହର୍ମୁଜ ପ୍ରଣାଳୀ ପାର ହୋଇ ଭାରତ ଉପକୂଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଜାହାଜଗୁଡ଼ିକ ଖରିଫ ଋତୁ ପାଇଁ ୟୁରିଆ, ଡିଏପି ଏବଂ ସଲଫର ସାର ନେଇ ଆସୁଛନ୍ତି।
More news from ଓଡ଼ିଶା and nearby areas
- ଲୋକଙ୍କ ସରକାରଙ୍କ ସଫଳ ଦୁଇ ବର୍ଷ ଯାତ୍ରା ପୂର୍ତ୍ତି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତର କିଛି ସ୍ମରଣୀୟ ମୁହୂର୍ତ୍ତ ପ୍ରକାଶ କରାଯାଇଛି। ଏହି ଅବସରରେ 'ଲୋକଙ୍କ ସରକାର'ର ସଫଳତାକୁ ପାଳନ କରାଯାଉଛି, ଯାହା ଓଡ଼ିଶାର ବିକାଶ ଧାରାକୁ ସୁଦୃଢ଼ କରିବ।1
- ଯାତ୍ରୀମାନେ ଟ୍ରେନରେ ବିନା ଟିକେଟରେ କିମ୍ବା ପୁରୁଣା ଟିକେଟ ରଖି ଯାତ୍ରା କରୁଥିଲେ ସାବଧାନ ହୋଇଯାଆନ୍ତୁ, କାରଣ ରେଳବାଇ ବିଭାଗ ଏଣିକି ଆଉ କାହାକୁ ନିସ୍ତାର କରିବ ନାହିଁ। ରେଳବାଇ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଛି, ଯେଉଁଥିରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଜରିମାନା ଦୁଇଗୁଣା କରିଦିଆଯାଇଛି। ପୂର୍ବରୁ ସର୍ବନିମ୍ନ ଜରିମାନା ୨୫୦ ଟଙ୍କା ଥିବାବେଳେ ବର୍ତ୍ତମାନ ଏହାକୁ ବୃଦ୍ଧି କରି ୫୦୦ ଟଙ୍କା କରାଯାଇଛି।1
- ରାୟଗଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବାହାର ରାଜ୍ୟରୁ ଆସି ଏକ NGO ସଂସ୍ଥାରେ ତଥ୍ୟ ସଂଗ୍ରହ କରୁଥିବା ଜଣେ ଯୁବତୀଙ୍କୁ ପିଲାଚୋର ସନ୍ଦେହରେ ଘେରି ଯାଇ ଭୟଙ୍କର ଭାବେ ଆକ୍ରମଣ କରାଯାଇଛି। ଶତାଧିକ ପୁଅଙ୍କ ମେଳରେ ଗୋଟିଏ ଝିଅକୁ ଏଭଳି ଅବସ୍ଥାକୁ ଠେଲି ଦିଆଗଲା ଯେ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ପୋଲିସ ଯୁବତୀଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା ଏବଂ ମୋଟ ୨୦ ଜଣଙ୍କୁ ଗିରଫ କରିଛି। ଏଭଳି ନିନ୍ଦନୀୟ କାର୍ଯ୍ୟ ଓଡ଼ିଶାର ମୁଣ୍ଡକୁ ତଳକୁ କରିଦେଇଥିବା କହିବାକୁ ପଡ଼ିବ।1
- ଏଲ୍ ନିନୋ ପ୍ରଭାବଜନିତ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ମିଳିତ ଭାବେ (Whole of Government Approach) ପଦକ୍ଷେପ ନେବାକୁ ପରାମର୍ଶ, କୃଷି ବିଭାଗକୁ କଣ୍ଟିନ୍ଜେନ୍ସି ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ମିଳିବ ସଠିକ୍ ସୂଚନା 'ଜିରୋ କାଜୁଆଲ୍ଟି' ଆମର ସଙ୍କଳ୍ପ, ବିପର୍ଯ୍ୟୟ ପରିଚାଳନାରେ କୌଣସି ଶିଥିଳତା ବରଦାସ୍ତ କରାଯିବ ନାହିଁ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଫୁଲ୍ ପ୍ରୁଫ୍ କରିବା ଉପରେ ଭୁବନେଶ୍ୱର : ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୬’ (SLNCC) ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସମ୍ପୂର୍ଣ୍ଣ 'ଫୁଲ୍ ପ୍ରୁଫ୍' ବ୍ୟବସ୍ଥା ବିକଶିତ କରିଛି। ଏହି ଫୁଲ୍ ପ୍ରୁଫ୍ ବ୍ୟବସ୍ଥାକୁ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ 'ଏଲ୍ ନିନୋ' ପ୍ରଭାବ ଯୋଗୁଁ କମ୍ ବୃଷ୍ଟିପାତ ହେବାର ଆଶଙ୍କା ଥିବାରୁ ଖରିଫ ଫସଲ ଯେପରି ପ୍ରଭାବିତ ନହେବ, ସେଥିପାଇଁ କୃଷି, ଜଳସେଚନ ଓ ଅନ୍ୟ ସମ୍ପୃକ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି 'Whole of Government' ଆଭିମୁଖ୍ୟରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗକୁ ସ୍ୱତନ୍ତ୍ର 'Contingency Plan' ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏକ ରାଜ୍ୟସ୍ତରୀୟ ମନିଟରିଂ ମେକାନିଜିମ୍ ଜରିଆରେ ବୃଷ୍ଟିପାତ, ଜଳସ୍ତର, କ୍ରପ-ପ୍ଲାନିଙ୍ଗ୍ ଏବଂ ସାର ଓ ବିହନ ଯୋଗାଣର ନିୟମିତ ତଦାରଖ କରାଯାଉଛି। ଚଳିତ ବର୍ଷ ମଧ୍ୟପ୍ରାଚ୍ୟରେ ଅଶାନ୍ତ ପରିବେଶ ଯୋଗୁଁ ବିଶ୍ୱବ୍ୟାପୀ ସାର ସଙ୍କଟ ଦେଖାଦେଇପାରେ, ତେଣୁ ୟୁରିଆ ଓ କମ୍ପ୍ଲେକ୍ସ ସାର ଯୋଗାଣ ଉପରେ ତୀକ୍ଷଣ ନଜର ରଖିବା ସହ ଆବଶ୍ୟକ ସ୍ଥଳେ ପର୍ଯ୍ୟାପ୍ତ 'ନାନୋ ୟୁରିଆ' ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବିଶେଷ କରି ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ 'ନିରକ୍ଷଣ ସମିତି' ଗଠନ କରାଯାଇଛି । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଦକ୍ଷ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋକପାତ କରିଛନ୍ତି। ଓଡ଼ିଶାର ଏହି ସଫଳ 'ଜିରୋ କାଜୁଆଲ୍ଟି' (ଶୂନ୍ୟ ମୃତ୍ୟୁହାର) ନୀତି ଆଜି ବିଶ୍ୱବ୍ୟାପୀ ଆଦୃତ ହୋଇଛି। ନିକଟରେ ପୁରୀଠାରେ ଅନୁଷ୍ଠିତ ବ୍ରିକ୍ସ (BRICS) ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ରାଜ୍ୟର ଏହି ଦୀର୍ଘକାଳୀନ ବିପର୍ଯ୍ୟୟ ପ୍ରଶମନ ଓ ନିରାକରଣ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଛନ୍ତି ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଗତ ଅକ୍ଟୋବର ମାସରେ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ସାମୁଦ୍ରିକ ବାତ୍ୟା "ମୋନ୍ଥା" ଏବଂ ପୂର୍ବର "ଦାନା" ବାତ୍ୟା ସମୟରେ ରାଜ୍ୟର ଦକ୍ଷ ପରିଚାଳନା ଦେଖିବାକୁ ମିଳିଥିଲା। "ମୋନ୍ଥା" ଦ୍ୱାରା ରାଜ୍ୟର ୧୧ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ସମ୍ବେଦନଶୀଳ ଅଞ୍ଚଳରୁ ପ୍ରାୟ ୩୮ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଯୁଦ୍ଧକାଳୀନ ଉଦ୍ଧାର କାର୍ଯ୍ୟରେ ୩୩ଟି ଓଡ୍ରାଫ୍ (ODRAF), ୫ଟି ଏନଡିଆରଏଫ୍ (NDRF) ଏବଂ ୧୨୩ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇ ରେକର୍ଡ ସମୟ ମଧ୍ୟରେ ସ୍ଥିତି ସ୍ୱାଭାବିକ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚାଷୀ ଭାଇମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚାଷୀମାନଙ୍କୁ ସହାୟତା ଦେବା ପାଇଁ ରାଜ୍ୟ ସରକାର 'ଅଦିନିଆ ବର୍ଷା'କୁ ଏକ 'ରାଜ୍ୟ-ନିର୍ଦ୍ଦିଷ୍ଟ ବିପର୍ଯ୍ୟୟ' (State Specific Disaster ) ଭାବେ ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭିତ୍ତିଭୂମି ପ୍ରସ୍ତୁତି କ୍ରମରେ ରାଜ୍ୟରେ ଥିବା ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ ଆଶ୍ରୟସ୍ଥଳୀ ପିଛା ୬ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି, ଯେଉଁଠାରେ ପାନୀୟ ଜଳ, ଆଲୋକ ଓ ରନ୍ଧାଖାଦ୍ୟର ବ୍ୟବସ୍ଥା ପ୍ରାକ୍-ପ୍ରସ୍ତୁତି ସମୟରେ ହିଁ ସୁନିଶ୍ଚିତ କରାଯିବ। ଜାତୀୟ ସ୍ତରର କମନ ଆଲର୍ଟିଂ ପ୍ରୋଟୋକଲ (CAP) ମାଧ୍ୟମରେ SMS ପ୍ରେରଣ ବ୍ୟବସ୍ଥା, ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଏବଂ ୧୧୨ ହେଲ୍ପଲାଇନ ସମ୍ପୂର୍ଣ୍ଣ ସକ୍ରିୟ ରହିଛି। ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଟେଲିଭିଜନ ସହିତ ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲ୍ରେ ଲୋକଙ୍କୁ ସଠିକ୍ ଓ ନିର୍ଭୁଲ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ବିଶେଷ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନର ୨୦ଟି ଓଡ୍ରାଫ୍ (ODRAF) ଟିମ୍ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଅତ୍ୟାଧୁନିକ ସରଞ୍ଜାମ ସହ ପ୍ରସ୍ତୁତ ଥିବାବେଳେ, ରାଜ୍ୟରେ ଆଉ ୧୦ଟି ନୂତନ ଓଡ୍ରାଫ୍ ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଛି। ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ପାଇଁ ସରକାର ଓ ଜନସାଧାରଣଙ୍କ ମିଳିତ ପ୍ରୟାସ ଏକାନ୍ତ ଆବଶ୍ୟକ ଏବଂ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବେ। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଥିଲେ ଯେ ଓଡ଼ିଶା କିଭଳି ବିଗତ ଦିନରେ ପ୍ରାକୃତିକ ସଂକଟଗୁଡ଼ିକର ସଫଳତାର ସହ ମୁକାବିଲା କରି ସାରା ବିଶ୍ୱରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି। ବିଶେଷ କରି ସରକାରଙ୍କ ସୁଚିନ୍ତିତ ପ୍ରାକ୍-ପ୍ରସ୍ତୁତି ଏବଂ ସମୟୋଚିତ ଉଦ୍ଧାର କାର୍ଯ୍ୟ ଯୋଗୁଁ ରାଜ୍ୟ 'ଜିରୋ କାଜୁଆଲ୍ଟି' ବା ଶୂନ୍ୟ ମୃତ୍ୟୁହାର ନୀତିକୁ ସଫଳତାର ସହ ପାଳନ କରିବାରେ ସମର୍ଥ ହୋଇଛି। ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ଆର୍ଥିକ ଅନୁଦାନ ଓ ଭିତ୍ତିଭୂମିର ସମୀକ୍ଷା କରିବା ସହ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ର ସଠିକ୍ ବିନିଯୋଗ ଉପରେ ଶ୍ରୀ ପୂଜାରୀ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ ବିଗତ ବନ୍ୟା ଓ ବାତ୍ୟା ସମୟରେ ଉତ୍ତର ଓଡ଼ିଶା ଏବଂ ଆକସ୍ମିକ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ କୋଟି କୋଟି ଟଙ୍କାର ତୁରନ୍ତ ରିଲିଫ୍ ଓ ସାଧାରଣ ସମ୍ପତ୍ତିର ସାମୟିକ ମରାମତି ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଥିଲେ । ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଉପସ୍ଥିତ ବିଧାୟକବୃନ୍ଦ ଏବଂ ସାଂସଦଗଣ ନିଜ ନିଜ ନିର୍ବାଚନ ମଣ୍ଡଳୀର ବାସ୍ତବ କ୍ଷେତ୍ରସ୍ତରୀୟ ସ୍ଥିତିକୁ ଆଧାର କରି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଉପସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜନପ୍ରତିନିଧିମାନଙ୍କ ସମସ୍ତ ମୂଲ୍ୟବାନ ପରାମର୍ଶକୁ ସ୍ୱାଗତ କରିବା ସହ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଏହାକୁ ଉପଯୁକ୍ତ ସ୍ଥାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ରାଜ୍ୟ ମନ୍ତ୍ରମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।1
- କୋଣାର୍କ ଅଞ୍ଚଳରେ ଘର ଅଭାବରୁ ଅନେକ ଲୋକ ପ୍ରବଳ ଶୀତରେ ଅତ୍ୟନ୍ତ କଷ୍ଟ ଭୋଗୁଛନ୍ତି। ଉପଲବ୍ଧ ସୂଚନା ଅନୁଯାୟୀ, ଗରିବ ଶ୍ରେଣୀର ଲୋକମାନଙ୍କୁ ଘର ମିଳୁନଥିବାରୁ ସେମାନେ ପଦାରେ ପଡ଼ି ଭୀଷଣ ଶୀତ ଦିନ କାଟୁଛନ୍ତି।1
- ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଯୋଗକୁ ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ ବୋଲି ବର୍ଣ୍ଣନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ପ୍ରେରଣାରେ ଯୋଗ ଓ ପ୍ରାଣାୟାମ ଆଜି ଏକ ସୁସ୍ଥ ଓ ସନ୍ତୁଳିତ ଜୀବନର ଏକ ପ୍ରଭାବଶାଳୀ ମାଧ୍ୟମରେ ପରିଣତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ମତରେ, ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ଏକ ସନ୍ତୁଳିତ ଓ ସକ୍ରିୟ ଜୀବନଶୈଳୀର ମୂଳମନ୍ତ୍ର। ଏହା ଏକ ସୁସ୍ଥ ସମାଜ ଏବଂ ବିକଶିତ ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ଦିଗରେ ଆଗେଇ ନେବ।1
- ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ବଜାର ନିକଟରେ ଏକ ଭୟାନକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ଅତି ଚମତ୍କାର ଭାବେ ନିଜ ଜୀବନ ବଞ୍ଚାଇଛନ୍ତି। କଟକରୁ ପାରାଦୀପ ଅଭିମୁଖେ ଆସୁଥିବା ଏକ ଡଲଫିନ ବସ ଏବଂ ପାରାଦୀପରୁ ଆସୁଥିବା ଏକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ଫଳରେ ବସଟି ବାଇକ ଉପରକୁ ମାଡ଼ି ଯାଇଥିଲା। ଏହି ସାଂଘାତିକ ପରିସ୍ଥିତିରେ, ବାଇକ ଚାଳକ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବସର ଚକା ତଳୁ ଗଡ଼ିଗଡ଼ି ବାହାରି ଆସି ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଦୋକାନୀ ଓ ପଥଚାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ, ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଏବଂ ବୁଝାମଣା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣାଟି ଏହି କଥାକୁ ପ୍ରମାଣିତ କରେ ଯେ 'ରଖେ ହରି ତ ମାରେ କିଏ'।1