Shuru
Apke Nagar Ki App…
ଆନ୍ଦୋଳନ ରାସ୍ତାରୋକ କରିବାକୁ ପଡ଼େ ସାମାନ୍ୟ ଖାଲଟିଏ ପାଇଁ
Ram Shankar Bhoi
ଆନ୍ଦୋଳନ ରାସ୍ତାରୋକ କରିବାକୁ ପଡ଼େ ସାମାନ୍ୟ ଖାଲଟିଏ ପାଇଁ
More news from ଓଡ଼ିଶା and nearby areas
- ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ l ସୁବର୍ଣ୍ଣପୁର, ତା. ୦୧.୦୯.୨୦୨୬: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନଫରେନ୍ସ ହଲଠାରେ ମାନନୀୟ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରାଯାଇଥିଲା। ବୈଠକରେ ମାନନୀୟ ବୀରମହାରାଜପୁର ବିଧାୟକ, ଇଞ୍ଜିନିୟର ରଘୁନାଥ ଜଗଦଳା, ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ସାଂସଦଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ ମେହେର, ଉପଜିଲ୍ଲାପାଳ ସୋନପୁର ଡ. ସୋମ୍ୟରୂପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ଜିଲ୍ଲା ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେରଙ୍କ ସମନ୍ୱୟରେ ବୈଠକ ପରିଚାଳିତ ହୋଇଥିଲା। ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ସମସ୍ତ ଲାଇନ ବିଭାଗ ପକ୍ଷରୁ ନିଜ ନିଜ ବିଭାଗର କାର୍ଯ୍ୟ ପ୍ରଗତି ସମ୍ପର୍କରେ ସୂଚନା ଉପସ୍ଥାପନ କରାଯାଇଥିଲା। ସାଂସଦ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହ ଅସମ୍ପୂର୍ଣ୍ଣ ଓ ଆବଶ୍ୟକତା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମ୍ପାଦନ କରିବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆର୍ ଆଣ୍ଡ୍ ବି ବିଭାଗର ସମୀକ୍ଷା ସମୟରେ ସମ୍ପୂର୍ଣ୍ଣ ହୋଇଥିବା କୋଠାଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରିବା, କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ଆବଶ୍ୟକ ମରାମତି କରିବା ସହ ଶଙ୍କରା ସିଏଚ୍ସିକୁ ସୁଗମ ଯାତାୟାତ ନିମନ୍ତେ ଆପ୍ରୋଚ୍ ରୋଡ୍ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବେଳେ ଡାକ୍ତର ଅଭାବ ଦୂର କରିବା ସହ ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ସୁବିଧାରେ ଉନ୍ନତି ଆଣିବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଏସ୍ଏନ୍ଏଲ୍ର ଟାୱାର ସମସ୍ୟାକୁ ତୁରନ୍ତ ସଚଳ କରିବା ପାଇଁ ପଦକ୍ଷେପ ନେବା, ସେହିପରି ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୌରପାଳିକା ଅଞ୍ଚଳର ଡ୍ରେନ୍ଗୁଡ଼ିକୁ ସଫା କରି ଜଳ ନିଷ୍କାସନ ବ୍ୟବସ୍ଥା ସୁଗମ କରିବାକୁ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଜିଲ୍ଲାରେ ଦୁଇଟି ନୂତନ ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲ ନିର୍ମାଣ ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। ବୀରମହାରାଜପୁର ବିଧାୟକ ଉତ୍କଳ ବାଳାଶ୍ରମର ଖାଦ୍ୟ ସମ୍ପର୍କିତ ପ୍ରସଙ୍ଗ ଉଠାଇ ଏହି ଘଟଣାର ପ୍ରକୃତ ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ କରି ଆବଶ୍ୟକ ମରାମତି କରାଇବାକୁ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସଠିକ୍ ସର୍ଭେ କରି ଯୋଗ୍ୟ କୌଣସି ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ଜିଲ୍ଲାର ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଆବାସ ଯୋଜନା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରାଯାଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ସମୟୋପଯୋଗୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଲ ଗ୍ରାମର ଦାରିଦ୍ର ନାରାୟଣ ଭୋଇ ଓ ମଞ୍ଜୁରୀ ଭୋଇଙ୍କ ଝିଅ ଲିଲିରାଣୀ ଭୋଇ ବିଏସଏଫ ଚାକିରୀରେ ଯୋଗଦେଇ ଘରକୁ ଫେରିଲେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଲ ଗ୍ରାମର ଦାରିଦ୍ର ନାରାୟଣ ଭୋଇ ଓ ମଞ୍ଜୁରୀ ଭୋଇଙ୍କ ଝିଅ ଲିଲିରାଣୀ ଭୋଇ ବିଏସଏଫ ଚାକିରୀରେ ଯୋଗଦେଇ ଘରକୁ ଫେରିଲେ l ଅଂଚଳ ପାଇଁ ଆଣିଲେ ଗୌରବ। ଗ୍ରାମବାସୀ ଓ ପରିବାର ପକ୍ଷରୁ ଗାଁ ମୁଣ୍ଡରେ ଗୋଡ଼ ଧୋଇ ଉତ୍ତରୀୟ ପୁଷ୍ପ ମାଲ୍ୟଦେଇ, ଭଜନ ସଂକୀର୍ତନ କରି,ଭବ୍ୟ ସ୍ୱାଗତ କରିବା ସହ ଗ୍ରାମବାସୀ ଙ୍କର ଉପସ୍ଥିତରେ ଘରକୁ ପାଛୋଟି ନେଇଥିଲେ। ଲିଳିରାଣୀ ଯେତେବେଳେ ପାଠ ପଢୁଥିଲେ ସେ ସମୟରେ ସେନାରେ ଯୋଗ ଦେବା ପାଇଁ ତାଙ୍କର ଲକ୍ଷ ଥିଲା ଆଜି ତାହା ପୂରଣ ହୋଇଛି। ଜଣେ ଝିଅ ଆଜି ପ୍ରଥମ କରି ସେନାରେ ଯୋଗ ଦେବା ଅଞ୍ଚଳରେ ପ୍ରଥମ ଏଭଳି ଅନେକ ଝିଅ ସେନାରେ ଯୋଗଦାନ ପାଇଁ ସେ ପ୍ରେରଣା ସାଜିଛନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ତାଙ୍କର ବାପା ମା ଓ ଗୁରୁଜନଙ୍କୁ ଦେଇଥିଲେ। ନିଉ ଜଲ ପାଇଗୁଡ଼ି ପଶ୍ଚିମବଙ୍ଗରେ ଦୀର୍ଘ ଏକ ବର୍ଷ ଟ୍ରେନିଂରୁ ଛଅ ମାସ ସାରି ଘରକୁ ଫେରି ଥିଲେ ଆଉ ଛଅ ମାସ ଟ୍ରେନିଂ ସାରିଲା ପରେ ସେ ଚାକିରୀ ରେ ଯୋଗଦାନ କରିବେ ବୋଲି କହିଥିଲେ।2
- ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ l ବୌଦ୍ଧ: ତା ୦୨/୦୯ ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା। ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି l3
- ମନମୁଣ୍ଡାରେ ହେବ ଡିଗ୍ରୀ କଲେଜ , ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା। ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସମ୍ପଦ ଭୂକ୍ତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।2
- ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମାରୋହ ଅନୁଷ୍ଠିତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ଡିଗ୍ରୀ କଲେଜରେନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଓ ବିଭିନ୍ନ ଉପହାର ଦେଇ ସ୍ଵାଗତ କରାଯାଇଥିଲା। ଆୟୋଜନ ସଭାରେ ଅତିଥିଙ୍କସହ କଲେଜର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ।1
- ବୌଦ୍ଧରେ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ। ବୌଦ୍ଧ: ତା ୦୨/୦୯ ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜ ପରିସରରେ ଅନୁଷ୍ଠିତ ହୋଇଛି। ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତାର ମନୋଭାବ ସୃଷ୍ଟି କରିବା ଏବଂ ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବୌଦ୍ଧ ମଡେଲ୍ ଡିଗ୍ରୀ କଲେଜର ସୋସିଓଲୋଜି ବିଭାଗ ମୁଖ୍ୟ ଅଧ୍ୟାପକ ସୁଦାମ ଭୋଇ, ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପରିଚାଳକ ଅଭୟ ପ୍ରସାଦ ଜେନା, ଉଦ୍ୟୋଗୀ ସୁନୀଲ କ୍ଷେତି, ଉଦ୍ୟୋଗୀ ଜୟନ୍ତୀ ଷଡ଼ଙ୍ଗୀ , ଜିଲ୍ଲା ମହିଳା ଉଦ୍ୟୋଗୀ ପ୍ରମୁଖ ଦିପ୍ତୀରାଣୀ ଷଡ଼ଙ୍ଗୀ ଏବଂ ଜିଲ୍ଲା ପ୍ରଶିକ୍ଷକ ଜିତେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। କେବଳ ସରକାରୀ କିମ୍ବା ବେସରକାରୀ ଚାକିରି ପଛରେ ନ ଦୌଡ଼ି ନିଜର ଦକ୍ଷତା, ଜ୍ଞାନ ଓ ସୃଜନଶୀଳତାକୁ ବ୍ୟବହାର କରି କିପରି ନିଜେ ରୋଜଗାର ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଚାକିରି ଦେଇପାରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦୁଇଜଣ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ନିଜ ଉଦ୍ୟୋଗୀ ଜୀବନର ଅନୁଭୂତି ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ଏହା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଉଦ୍ୟମ ଆରମ୍ଭ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ ନୂତନ ପ୍ରେରଣା ଯୋଗାଇଥିଲା। ଯୁବପିଢ଼ିଙ୍କୁ ଚାକିରି ଖୋଜୁଥିବା ବ୍ୟକ୍ତି ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାର ଆହ୍ୱାନ ସହ କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା।ସ୍ୱଦେଶୀ ଜାଗରଣ ମଞ୍ଚ, ବୌଦ୍ଧ ତରଫରୁ ‘ସ୍ୱାବଲମ୍ବୀ ଭାରତ’ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି l2
- ସ୍ୱାୟତ୍ତ ଶାସନ ଦିବସର ବାର୍ତ୍ତା ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଅବସରରେ ରଖିଛନ୍ତି ବାର୍ତ୍ତା1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୌଡିଆମୁଣ୍ଡା ଗାଁର ସତ୍ୟପୀର ନାୟକ ଏଇ ବିରଳ ପ୍ରଜାତିର ହଳଦିଆ ରଙ୍ଗର କଇଛକୁ ରାସ୍ତାରେ ଯାଉଥିବା ସମୟରେ ପାଇଥିଲେ ବିରଳ ପ୍ରଜାତିର କଇଛ ଉଦ୍ଧାର Iକଇଛକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି I ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୌଡିଆମୁଣ୍ଡା ଗାଁର ସତ୍ୟପୀର ନାୟକ ଏଇ ବିରଳ ପ୍ରଜାତିର ହଳଦିଆ ରଙ୍ଗର କଇଛକୁ ରାସ୍ତାରେ ଯାଉଥିବା ସମୟରେ ପାଇଥିଲେ I ହେଲେ ଏଇ କଇଁଛର ପଛ ପଟରେ ପଦ୍ମ ଚି଼ହ୍ନ,ଲକ୍ଷୀଙ୍କ ଦୁଇଟି ପାଦ ଚି଼ହ୍ନ ଓ ମସ୍ତକରେ ବିନ୍ଦି ଚି଼ହ୍ନ ରହିଥିବାରୁ ଏହାକୁ ଦେଖିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ଗାଁ ଲୋକଙ୍କ ଭିଡ଼ ଜମିଛି I1
- ମନମୁଣ୍ଡାରେ ହେବ ଡିଗ୍ରୀ କଲେଜ, ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମନମୁଣ୍ଡାରେ ହେବ ଡିଗ୍ରୀ କଲେଜ, ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ କଣ୍ଟାମାଳ:-୦୨/୦୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ଆଜି ମନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା। ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସମ୍ପଦ ଭୁୂକ୍ତା ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।2