ବହଲପଦର ସ୍କୁଲ ରେ ଆଶୀର୍ବାଦ ପ୍ରଦାନ ଉତ୍ସବ ସାହସ,ପରିଶ୍ରମ ,ଆତ୍ମବିଶ୍ୱାସ ସଫଳତା ଆଣେ ବିଦ୍ୟାଳୟ ଜୀବନ ମଣିଷର ଜୀବନର ସବୁଠାରୁ ସୁନ୍ଦର ଓ ସ୍ମରଣୀୟ ସମୟ। ଏଠାରେ କେବଳ ପାଠପୁସ୍ତକର ଜ୍ଞାନ ନୁହେଁ, ଜୀବନକୁ କିପରି ସଠିକ ଭାବରେ ଗଢ଼ିବା ଯାଏ ସେଥିରେ ମଧ୍ୟ ଶିକ୍ଷା ଦିଆଯାଏ। ଶିକ୍ଷକମାନେ ପିଲାଙ୍କୁ ଜ୍ଞାନ, ଶିଷ୍ଟାଚାର ଓ ନୀତିମୂଳ୍ୟର ପାଠ ପଢ଼ାନ୍ତି। ଛାତ୍ରୀଛାତ୍ର ଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ଆସିବ, କିନ୍ତୁ ସାହସ, ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ନିଶ୍ଚୟ ସଫଳତା ଅର୍ଜନ କରିହେବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ସରକାରୀ ୟୁପି ସ୍କୁଲରେ ଶନିବାର ଦିନ ଅନୁଷ୍ଠିତ ଆଶୀର୍ବାଦ ପ୍ରଦାନ ଉତ୍ସବ ପାଳନ ଅବସର ରେ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଦେବକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବହଲପଦର କ୍ଲଷ୍ଟର ର ସିଆରସିସି କମ୍ଭୁଧର ପ୍ରଧାନ ମୁଖ୍ୟ ଅତିଥି ଓ ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚସଖା ଶିକ୍ଷାସେତୁ କମିଟିର ସଭାପତି ପ୍ରଫୁଲ୍ଲ ଦନ୍ତା,ସ୍କୁଲ ପରିଚାଳନା କମିଟିର ସଭାପତି ବିଶ୍ଵାମିତ୍ର ସେଠୀ, ମହେଶ୍ୱର ରାଜହଂସ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ। ଶିକ୍ଷକ ଜାନକୀ ବହ୍ଲବ ଝଙ୍କାର ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ରଜତ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ, ଶିକ୍ଷୟିତ୍ରୀ ସୁରଭୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ରେସମା କିଣ୍ଡୋ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଛାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ବହଲପଦର ସ୍କୁଲ ରେ ଆଶୀର୍ବାଦ ପ୍ରଦାନ ଉତ୍ସବ ସାହସ,ପରିଶ୍ରମ ,ଆତ୍ମବିଶ୍ୱାସ ସଫଳତା ଆଣେ ବିଦ୍ୟାଳୟ ଜୀବନ ମଣିଷର ଜୀବନର ସବୁଠାରୁ ସୁନ୍ଦର ଓ ସ୍ମରଣୀୟ ସମୟ। ଏଠାରେ କେବଳ ପାଠପୁସ୍ତକର ଜ୍ଞାନ ନୁହେଁ, ଜୀବନକୁ କିପରି ସଠିକ ଭାବରେ ଗଢ଼ିବା ଯାଏ ସେଥିରେ ମଧ୍ୟ ଶିକ୍ଷା ଦିଆଯାଏ। ଶିକ୍ଷକମାନେ ପିଲାଙ୍କୁ ଜ୍ଞାନ, ଶିଷ୍ଟାଚାର ଓ ନୀତିମୂଳ୍ୟର ପାଠ
ପଢ଼ାନ୍ତି। ଛାତ୍ରୀଛାତ୍ର ଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ଆସିବ, କିନ୍ତୁ ସାହସ, ପରିଶ୍ରମ ଓ ଆତ୍ମବିଶ୍ୱାସ ଥିଲେ ନିଶ୍ଚୟ ସଫଳତା ଅର୍ଜନ କରିହେବ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ସରକାରୀ ୟୁପି ସ୍କୁଲରେ ଶନିବାର ଦିନ ଅନୁଷ୍ଠିତ ଆଶୀର୍ବାଦ ପ୍ରଦାନ ଉତ୍ସବ ପାଳନ ଅବସର ରେ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଦେବକାନ୍ତ
ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବହଲପଦର କ୍ଲଷ୍ଟର ର ସିଆରସିସି କମ୍ଭୁଧର ପ୍ରଧାନ ମୁଖ୍ୟ ଅତିଥି ଓ ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚସଖା ଶିକ୍ଷାସେତୁ କମିଟିର ସଭାପତି ପ୍ରଫୁଲ୍ଲ ଦନ୍ତା,ସ୍କୁଲ ପରିଚାଳନା କମିଟିର ସଭାପତି ବିଶ୍ଵାମିତ୍ର ସେଠୀ, ମହେଶ୍ୱର ରାଜହଂସ ପ୍ରମୁଖ ସମ୍ମାନିତ ଅତିଥିଭାବେ
ଯୋଗଦେଇ ଥିଲେ। ଶିକ୍ଷକ ଜାନକୀ ବହ୍ଲବ ଝଙ୍କାର ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ରଜତ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ, ଶିକ୍ଷୟିତ୍ରୀ ସୁରଭୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ରେସମା କିଣ୍ଡୋ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଛାତ୍ର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
- ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ବେଲ ରେ ଜେଲ୍ ରୁ ଆସିବା ପରେ ନିଜ ଗାଁ କୋଟସମଲାଏ ରେ ଭବ୍ୟ ସ୍ଵାଗତ1
- Post by Sonepur news khulasa1
- Post by BAHUJAN ADHIKAR1
- ଦାମୀ କାରରେ କିଭଳି ହେଉଥିଲା ଗଞ୍ଜେଇ ଚାଲାଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ1
- Post by SONEPUR NEWS1
- ଧୁ ଧୁ ଖରାରେ ଯାତ୍ରୀ ଅବ୍ୟବସ୍ଥା ଘେରରେ ଅସ୍ଥାୟୀ ବସ ଷ୍ଟାଣ୍ଡ ସୁବର୍ଣ୍ଣପୁର: ଗତ ମାସ ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପାରାଜ ସାହୁ ଅସ୍ଥାୟୀ ବସଷ୍ଟାଣ୍ଡ ଅଚାନକ ପରିଦର୍ଶନ କରିଥିଲେ। ଜନସାଧାରଣ ଓ ଯାତ୍ରୀଙ୍କ ପିଇବା ପାଣି ଅସୁବିଧା କଥା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଶୌଚାଳୟ ଶୀଘ୍ର କାର୍ଯ୍ୟକ୍ଷମ ଏବଂ ଏକ ରହଣି ସ୍ଥାନ ତିଆରି ପାଇଁ ପୌରନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦେଇଥିଲେ। ହେଲେ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଧୁ ଧୁ ଖରାରେ ଯାତ୍ରୀ ବସ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ବ୍ୟବସ୍ଥା ନୈରାଶ୍ୟଜନକ।1
- କଣ୍ଟାମାଳ ଅବକାରୀକୁ ମିଳିଛି ବଡ଼ ସଫଳତା ୧୦୦କେଜି ଗଞ୍ଜେଇ, ମହିନ୍ଦ୍ରା ପିକ ସହିତ ଅଭିଯୁକ୍ତକୁ ଗିରଫ କରିଛି ଆଜି ବୌଦ୍ଧ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଗତକାଲି କଣ୍ଟାମାଳ ଅବକାରୀ ବିଭାଗ ୧୦୦କେଜି ଗଞ୍ଜେଇ ସହିତ ବ୍ୟବହୃତ ମହିନ୍ଦ୍ରା ପିକପ ସହିତ ଆସାମୀକୁ ଗିରଫ କରିବାରେ ସଫ ହଇଛି l ମିଳିଥିବା ସୂଚନା ଅନୁସାରେ ଗତକାଲି କଣ୍ଟାମାଳ ଅବକାରୀ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାମାଳ ହାଟପଦା ରାସ୍ତାରୁ ୧୦୦କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସମୟରେ, ବ୍ୟବହୃତ ମହିନ୍ଦାମାକ୍ସ ପିକପ ସହିତ ଏଥିରେ ସମ୍ପୃତ ୨୭ବର୍ଷାୟ ସଂଜୀବ ଦିଗାଲକୁ କାବୁକରିବାରେ ସଫ ହୋଇଛି l ଏନେଇ NDPS ରେ PR-No ୨/୨୦୨୬-୨୭ ରେ ମାମଲା ୠଜୁକରି l ଆସାମୀ ସଂଜୀବ ଦିଗାଲକୁ ଅଦାଲତର ଦ୍ୱାରସ୍ତ କରାଯାଇଛି ଏନେଇ କଣ୍ଟାମାଳ ଅବକାରୀ ଥାନାର OIC ସୂଚନା ଦେଇଛନ୍ତି1
- Post by Sonepur news khulasa1