ବ୍ରହ୍ମପୁର ରେ ଅନୁଷ୍ଠିତ ହେଲା ବ୍ରହ୍ମପୁର ପ୍ରତିଭା ସମ୍ପନ୍ନ ପ୍ରତିଯୋଗିତା ବ୍ରହ୍ମପୁର ଗଟ୍ ଟାଲେଣ୍ଟ, ସ୍ୱର ବ୍ରହ୍ମପୁର;ସୁରର ଝଙ୍କାରରେ ଝୁମିଲା ବ୍ରହ୍ମପୁର, ‘ସ୍ୱର ବ୍ରହ୍ମପୁର’ରେ ଶୁଭଶ୍ରୀଙ୍କ ସ୍ୱରରେ ବିଜୟ ମୁକୁଟ ୨୬/୦୮:ବଣମଲ୍ଲୀ ବଣରେ ଫୁଟି ମଉଳି ନଯାଇ ନିଜ ସୁରଭିରେ ସାରା ସମାଜକୁ ମହକାଇବାର ସୁଯୋଗ ଦେବା ଲକ୍ଷ୍ୟରେ ବ୍ରହ୍ମପୁରର ଅଗ୍ରଣୀ ବ୍ୟବସାୟିକ ଅନୁଷ୍ଠାନ ବ୍ରାଣ୍ଡ ଜୋନ୍ ପକ୍ଷରୁ ‘ସ୍ୱର ବ୍ରହ୍ମପୁର’ (Voice of Berhampur) ପ୍ରତିଯୋଗିତା ଆୟୋଜିତ ହୋଇଛି। ସ୍ୱରର ସୁରଭିରେ ମହକି ଉଠିଥିଲା ମଞ୍ଚ, ପ୍ରତିଭାର ଆଲୋକରେ ଝଲସି ଉଠିଥିଲା ପରିବେଶ। ଜଣେ ପରେ ଜଣେ ପ୍ରତିଯୋଗୀ ନିଜ କଣ୍ଠର ଯାଦୁରେ ଦର୍ଶକଙ୍କ ମନ ଜିଣିଥିବା ବେଳେ, ଶେଷରେ ଶୁଭଶ୍ରୀ ପଟ୍ଟନାୟକ ବିଜୟର ମୁକୁଟ ପିନ୍ଧିଛନ୍ତି। ବଣମଲ୍ଲୀ ପରି ଅନେକ ପ୍ରତିଭା ଆଜି ବି ଅନାଲୋକିତ ହୋଇ ରହିଛନ୍ତି। ସେହି ପ୍ରତିଭାଙ୍କୁ ଖୋଜି ମଞ୍ଚ ଦେବା ସହ ସେମାନଙ୍କ ସ୍ୱପ୍ନକୁ ଡେଣା ଦେବାର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଏଥିପାଇଁ ବ୍ରାଣ୍ଡ ଜୋନ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସାଗର ଦାଶଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛା ଜଣାଯାଇଛି। ଏହି ପ୍ରତିଭା ଅନ୍ୱେଷଣ ମଞ୍ଚ ଯୁବ କଳାକାରଙ୍କ ସ୍ୱପ୍ନକୁ ସ୍ୱର ଦେବା ସହ ସେମାନଙ୍କ ଭିତରେ ଲୁଚିଥିବା କଳାରତ୍ନକୁ ସମାଜ ସମ୍ମୁଖକୁ ଆଣିବାରେ ଏକ ନୂଆ ଦିଗନ୍ତ ଖୋଲିଛି। ମଞ୍ଚରେ ଗୁଞ୍ଜରିଥିବା ପ୍ରତ୍ୟେକ ସ୍ୱର ଯେପରି ଆଶାର ନୂଆ ସୁର ରଚିଥିଲା।ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ସୁଶ୍ରୀ ଅସ୍ମିତା ବେଉରା ଓ ସୁଶ୍ରୀ ରଶ୍ମି ରେଖା ଜେନା ବିଚାରକ ଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ ସ୍ମୃତି ସ୍ୱରୂପା ନାୟକ ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମକୁ ଗୁରୁକୁଳ ଇଣ୍ଟରନ୍ୟାସନାଲ ସ୍କୁଲ, ଏସ୍ପି ଡେଣ୍ଟାଲ କେୟାର, ବିଗ୍ ବି ଇଭେଣ୍ଟ, ଇଗଲ୍ ଅଡିଓ ଆଣ୍ଡ ଲାଇଟ୍, ଭି ଆଣ୍ଡ ଭି ଲକ୍ସ କ୍ରିଏସନ୍ ଓ ବ୍ରାଣ୍ଡ ସୋସାଇଟି ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିନାୟକ ସୁବୁଦ୍ଧିଙ୍କୁ ସ୍ୱତନ୍ତ୍ର ଧନ୍ୟବାଦ ଜଣାଯାଇଥିଲା।‘ସ୍ୱର ବ୍ରହ୍ମପୁର’ର ଏହି ଆୟୋଜନ କେବଳ ଏକ ପ୍ରତିଯୋଗିତାରେ ସୀମିତ ନରହି, ସୁରକୁ ସମ୍ମାନ, ପ୍ରତିଭାକୁ ପରିଚୟ ଓ ସ୍ୱପ୍ନକୁ ସୁଯୋଗ ଦେବାର ଏକ ନୂଆ ଅଧ୍ୟାୟ ରଚିଛି।

- କିଛି ହସ କାନ୍ଦ ଜୀବନ ଭିତରେ କେବଳ 24ଘଣ୍ଟା ଭିତରୁ 1 ମିନିଟ୍ ବାହାର କରି କିଛି ଲୋକମାନଙ୍କୁ ଖୁସି କରିବା ମୋର ପ୍ରୟାସ1
- ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା; ୬୬କିଲୋ ଗଂଜେଇ ସହ ଦୁଇ ଗିରଫ2
- ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ . ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ1
- #ମୁଖ୍ୟମନ୍ତ୍ରୀ_ପା_ହାତ_ହଲାଇକି_ପଳାଇଲେ ନବୀନ ବାବୁ ଟିକେ ହେଲିକପ୍ଟର ନେଇ ଆସନ୍ତେନି । ବନ୍ୟାରେ ମୁଖ୍ୟମନ୍ତ୍ରୀ ଆଇଲେ, ତୁମେ ନବୀନ ବାବୁଙ୍କୁ କିଆଁ ମନେ ପକାଉଛ #LokaNakaliKathaAsali #Odisha #Flood #Politics #KanakNews1
- ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l1
- ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର । ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର । ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ; ସର୍ବସାଧାରଣଙ୍କ ବ୍ୟବହାରରେ ଥିବା ବନ୍ଧକୁ ନିଲାମ କରାଯାଇଥିବା ନେଇ ଅସନ୍ତୋଷ । ହିଞ୍ଜିଳିକାଟୁ, ୨୫/୦୮: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଗାଁ ବନ୍ଧ ନିଲାମୀକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ରହିଥିବା ଏହି ବନ୍ଧକୁ ଚଳିତ ବର୍ଷ ନିଲାମ କରାଯାଇଥିବାରୁ ଜନ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ଏହାକୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ଅପରାହ୍ନ ୧୨ ଟା ସମୟରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗଣ୍ଡଳା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ପ୍ରତିନିଧି ଅଜୁ ସେଠୀଙ୍କୁ ସାକ୍ଷାତ କରିବା ସହିତ ଗାଁ ବନ୍ଧର ନିଲାମୀ କୁ ବାତିଲ କରିବା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଗ୍ରାମବାସୀମାନେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାଗରିକା ଷଡ଼ଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ନିଲାମୀ ବାତିଲ ପାଇଁ ଦାବିପତ୍ର ଦେଇଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଗଣ୍ଡଳା ଗ୍ରାମର ଏହି ବନ୍ଧ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ବିଭିନ୍ନ ନିତ୍ୟ ଆବଶ୍ୟକତାରେ ଆସିଆସୁଛି। ଏହି ବନ୍ଧ ଉପରେ ଗ୍ରାମର ଅନେକ ପରିବାର ନିର୍ଭରଶୀଳ ଥିବା ବେଳେ ହଠାତ୍ ଏହାକୁ ନିଲାମ କରାଯିବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଦୀର୍ଘ ବର୍ଷ ଧରି ବନ୍ଧଟିର କୌଣସି ନିଲାମୀ ହୋଇନଥିଲା। ତେବେ ଚଳିତ ବର୍ଷ ହଠାତ୍ ନିଲାମୀ କରାଯାଇଥିବାରୁ ଲୋକଙ୍କ ଦୈନ ଦିନ ଧରି ବ୍ୟବହୂତ କାର୍ଯ୍ୟରେ ଆସୁଥିବା ଏହି ଗାଁ ବନ୍ଧ ନିଲାମୀ କୁ ବାତିଲ କରିବା ପାଇଁ ଦାବି ହୋଇଛି। ଏହାସହ ଏହି ଘଟଣାରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରଭାବ କିମ୍ବା ନିର୍ଦ୍ଦେଶରେ ନିଲାମୀ କରାଯାଇଥିବା ନେଇ ଗ୍ରାମରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । କିଛି ବ୍ୟକ୍ତି ବିଶେଷ ଲାଭ ପାଇବା ଉଦ୍ଦେଶ୍ୟ ରେ ପଞ୍ଚାୟତରେ ଚାପ୍ ପକେଇ ଏହି ନିଲାମୀ ଡାକିଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।ଗ୍ରାମବାସୀମାନେ ଦାବିପତ୍ରରେ ଗାଁ ବନ୍ଧର ନିଲାମୀକୁ ବାତିଲ କରିବା ପାଇଁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ମତରେ, ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ଥିବା ଏଭଳି ଜଳାଶୟ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାବେଳେ ସ୍ଥାନୀୟ ଲୋକଙ୍କ ହିତ ଏବଂ ସୁବିଧାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ତେଣୁ ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଉଚିତ ପଦକ୍ଷେପ ନେଉ ବୋଲି ଦାବି ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ସୁଧାଂଶୁ ସାହୁ, ଦିଲୀପ ସେଠୀ, ଗୋପାଳକୃଷ୍ଣ ସାବତ, ରାମକୃଷ୍ଣ ପଣ୍ଡା ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ଏବେ ପ୍ରଶ୍ନ ଉଠୁଛି—ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହା ଉପରେ ପ୍ରଶାସନର ପଦକ୍ଷେପକୁ ଏବେ ଅପେକ୍ଷା କରିଛନ୍ତି ଗଣ୍ଡଳା ଗ୍ରାମବାସୀ।4
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଘରୋଇ କରଣ ଯାହା ଚିନ୍ତା ଏବେ ନବୀନ ଙ୍କ ପାଇଁ1
- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଢୁଙ୍କାପୋଡା ଗ୍ରାମରେ ଅବସ୍ଥିତ ଶ୍ରୀମା ମାଉଁଦେଇ ମନ୍ଦିର ର କିଛି ଦୃଶ୍ୟ ଦେଖିବାକୁ ମିଳିଛି1