logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l

13 hrs ago
user_Pitabas dash
Pitabas dash
Asika, Ganjam•
13 hrs ago

ଆସିକା : ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଠାବ, ସାଢେ ସାତ କେଜି ରୁପା ଅଳଙ୍କାର ଓ 60 ଗ୍ରାମ ସୁନା ଅଳଙ୍କାର ଜବତ, ଆସିକାରୁ ଜଣେ ଗିରଫ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଲୁଟୁଥିଲେ l ଏବଂ ଲୁଟ ସାମଗ୍ରୀ ଗଞ୍ଜାମ ଜିଲ୍ଲା ଆସିକା ରେ ଆଣି ଲୁଚାଇ ରଖିଥିଲେ ଲୁଟେରା l ଖବରପାଇ ଗଞ୍ଜାମ ଏସପି ଙ୍କ ନିର୍ଦେଶକ୍ରମେ ଆସିକା ପୋଲିସ ମାରିଲା ରେଡ l ଠାବହେଲା ବିପୁଳ ପରିମାଣର ସୁନା ରୁପା ଅଳଙ୍କାର l ପାଖାପାଖି ସାଢେ ସାତ କେଜି ଓଜନର ରୁପା ଅଳଙ୍କାର ଓ 60 ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ପୋଲିସ l ଘଟଣାରେ ଆସିକା ଅଞ୍ଚଳର ଏ. ନରେଶ ନାମକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ସଦସ୍ୟ କୁ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗତ ଏକ ମାସ ମଧ୍ୟରେ ମୟୁରଭଞ୍ଜ ଜିଲ୍ଲା ମୋରଡା, ବାରିପଦା,ଯଶିପୁର ଭଳି ଚାରି ରୁ ପାଞ୍ଚ ଥାନା ଅଞ୍ଚଳର ସାପ୍ତାହିକ ହାଟ ରୁ ବହୁ ଲୋକଙ୍କ ସୁନା ଅଳଙ୍କାର ଲୁଟ ହେଉଥିବା ଅଭିଯୋଗ ହୋଇଥିଲା l ଲୁଟ ପଛରେ ଏକ ଗ୍ୟାଙ୍ଗ ସମ୍ପୃକ୍ତି ଥିବା ପୋଲିସ ଖବରପାଇ ଯାଞ୍ଚ ବେଳେ ଗ୍ୟାଙ୍ଗ ର କିଛି ସଦସ୍ୟ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ରହିଥିବା ସନ୍ଦେହକରି ପୋଲିସ ଚଢ଼ାଉ କରି ଏ. ନରେଶ କୁ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ କୁ ପଚାର ଉଚରା ସହ ଲୁଟ ଗ୍ୟାଙ୍ଗ ରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ଅଧିକ ଖୋଲତାଡ଼ ପୋଲିସ ଜାରିରଖିଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ଆସିକା ଏସଡିପିଓ ସୌରଭ ପ୍ରଧାନ l

More news from ଓଡ଼ିଶା and nearby areas
  • ମଣିଷ ଜୀବନରେ ଅନେକ ସମସ୍ୟା ଓ ଦୁଃଖ ସୁଖ ସବୁ ବେଳେ ଲାଗିଥାଏ କିନ୍ତୁ ଯିଏ ଦୁଃଖ ସୁଖ ସବୁକୁ ଏକା ସାଙ୍ଗରେ ସହିଥାଏ ସିଏ ହିଁ ପ୍ରକୃତ ରେ ମଣିଷ ଜୀବନ ପାଇଥାଏ
    1
    ମଣିଷ ଜୀବନରେ ଅନେକ ସମସ୍ୟା ଓ ଦୁଃଖ ସୁଖ ସବୁ ବେଳେ ଲାଗିଥାଏ କିନ୍ତୁ ଯିଏ ଦୁଃଖ ସୁଖ ସବୁକୁ ଏକା ସାଙ୍ଗରେ ସହିଥାଏ ସିଏ ହିଁ ପ୍ରକୃତ ରେ ମଣିଷ ଜୀବନ ପାଇଥାଏ
    user_Sanatan dakua
    Sanatan dakua
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    14 hrs ago
  • ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।
    1
    ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା: ୬୬ କିଲୋ ଗଞ୍ଜେଇ ସହ ୨ କାର ଜବତ, ୨ ଗିରଫ
ବୁଗୁଡ଼ା,୨୫/୦୮(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନକୁ ଅଧିକ କଡ଼ାକଡ଼ି କରି ଅବକାରୀ ବିଭାଗ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ମିଳିଥିବା ସୂଚନା ମୁତାବକ, ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏକ ବିଶେଷ ଟିମ୍ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରିଥିଲେ। ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଟିମ୍ ଦୁଇ ଜଣଙ୍କୁ ସଫଳତାର ସହ କାବୁ କରିଥିଲେ। ଅଭିଯୁକ୍ତମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ସମେତ ଚାଲାଣରେ ବ୍ୟବହୃତ ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ନାମକ ଦୁଇଟି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଢ଼ଉଝୋଳା ଗ୍ରାମର ଭିକାରୀ ଚରଣ ନାୟକ ଓ ଗୌତମ ବୁଦ୍ଧ ନାୟକ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୬୬ କିଲୋଗ୍ରାମ ଗଞ୍ଜେଇ ଏବଂ ୨ଟି ଚାରିଚକିଆ ଯାନ (ହୋଣ୍ଡା ସିଟି ଓ ରେନୋ ଟ୍ରାଇବର ଜବତ କରାଯାଇଛି।ଜବତ ଗଞ୍ଜେଇର  ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ୬୦ ହଜାର ଟଙ୍କା ହେବ।ଅଭିଯୁକ୍ତମାନଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା କେସ୍ ନଂ ୮୦/୨୬ ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।ଏହି ସଫଳତା ଅବକାରୀ ବିଭାଗର ନିଶା ବିରୋଧୀ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ଆଗାମୀ ଦିନରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରା ଚାଲାଣ ଉପରେ ଅଧିକ କଡ଼ା ନଜର ରଖାଯିବ ବୋଲି ବୁଗୁଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ସେନାପତି ପ୍ରକାଶ କରିଛନ୍ତି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଛି।
    user_Soren kumar Pradhan
    Soren kumar Pradhan
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    15 hrs ago
  • ଗଞ୍ଜାମ ଜିଲା ବେଗୁନିଆ ପଡ଼ା ବ୍ଲକ୍ କୋଦଳା ଏନଏସି ର ବାବା ଦଣ୍ଡେଶ୍ୱର ମହାଦେବ ପୀଠରେ ଦକ୍ଷିଣ ଓଡ଼ିଆ ସାହିତ୍ୟ ସମ୍ମିଳନୀ ତରଫରୁ ପ୍ରତିଭା ସମୂର୍ଦ୍ଧନାସମାହାର ଅନୁଷ୍ଠିତ ହୋଇଯାଇଛି
    1
    ଗଞ୍ଜାମ ଜିଲା ବେଗୁନିଆ ପଡ଼ା ବ୍ଲକ୍ କୋଦଳା ଏନଏସି ର ବାବା ଦଣ୍ଡେଶ୍ୱର ମହାଦେବ ପୀଠରେ ଦକ୍ଷିଣ ଓଡ଼ିଆ ସାହିତ୍ୟ ସମ୍ମିଳନୀ ତରଫରୁ ପ୍ରତିଭା ସମୂର୍ଦ୍ଧନାସମାହାର ଅନୁଷ୍ଠିତ ହୋଇଯାଇଛି
    user_Siba Sankar jena
    Siba Sankar jena
    Engineer Kodala, Ganjam•
    21 hrs ago
  • ବୁଗୁଡ଼ା ଅବକାରୀ ବିଭାଗ କୁ ବଡ ସଫଳତା ୬୬ କିଲୋ ଗଂଜେଇ ସହ ଦୁଇ ଜଣକୁ ଗିରଫ
    2
    ବୁଗୁଡ଼ା ଅବକାରୀ ବିଭାଗ କୁ ବଡ ସଫଳତା ୬୬ କିଲୋ ଗଂଜେଇ ସହ ଦୁଇ ଜଣକୁ ଗିରଫ
    user_PURNACHANDRA BARIK
    PURNACHANDRA BARIK
    Local News Reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    21 hrs ago
  • ଗଜପତି ଜିଲ୍ଲା ରେ ହଜିଥିବା 100ଟି ମୋବାଇଲ ଉଦ୍ଧାର 70ଜଣଙ୍କୁ ମୋବାଇଲ ଫେରିଛି ପୋଲିସ ଏନେଇ ଗଜପତି ଏସପି ଙ୍କ ସାମ୍ବାଦିକ ସମିଳନୀ
    1
    ଗଜପତି ଜିଲ୍ଲା ରେ ହଜିଥିବା 100ଟି ମୋବାଇଲ ଉଦ୍ଧାର 70ଜଣଙ୍କୁ ମୋବାଇଲ ଫେରିଛି ପୋଲିସ ଏନେଇ ଗଜପତି ଏସପି ଙ୍କ ସାମ୍ବାଦିକ ସମିଳନୀ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    21 hrs ago
  • ଚୁକ୍ତି ସରିବା ଆଗରୁ ଆୟୁଷ ସରିଗଲା #Odisha #KanakNews #Ganjam
    1
    ଚୁକ୍ତି ସରିବା ଆଗରୁ ଆୟୁଷ ସରିଗଲା
#Odisha #KanakNews #Ganjam
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
  • ଏମ୍ଏମ୍ଡିଆର ସଂଶୋଧିତ ଖଣି କଳା ଆଇନ ପ୍ରତ୍ୟାହାର ଦାବିରେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଏମଏମଡିଆର ସଂଶୋଧିତ ଖଣି କଳା ଆଇନ ପ୍ରତ୍ୟାହାର ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ୨0 ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କଲେ ଇଣ୍ଡିମେଣ୍ଟ ଅଂଶୀଦାର ଦଳ ନୟାଗଡ ତା ୨୫.୮.୨୦୨୭(ରାମକୃଷ୍ଣ ରଥ)ଜେନଜୀ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସ ଅମାନୁଷିକ ମାଡ଼ମାରିବା, ପେଲେଟ ଗନ ଚଲାଇ ଗୁଳିଚାଳନା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବୀରେ ଦେଶର ତମାମ ବିରୋଧି ଦଳ ସଂସଦ ଅଚଳ କରି ରଖିଥିବା ବେଳେ ତରବରିଆ ଭାବେ ବିନା ଆଲୋଚନାରେ ଲୁଚାଚୋରାରେ ସାଡେଚାରିକୋଟି ଓଡ଼ିଆଙ୍କ ସମ୍ପତ୍ତି ଆମ ଖଣି-ପାଣି-କୋଇଲା-ଖଣିଜ ସମ୍ପଦ ଲୁଟି ନେବା ପାଇଁ କେନ୍ଦ୍ର ବିଜେପି ସରକାର ଯୋଜନାବଦ୍ଧ ଷଡଯନ୍ତ୍ର କରି ଗୃହୀତ କରାଇଥିବା ଏମଏମଡିଆର ଖଣି ଆଇନ ଖଣି ଓ ଖଣିଜ ବିକାଶ ନିୟନ୍ତ୍ରଣ ସଂଶୋଧିତ କଳା ଆଇନ-୨0୨୬ ପ୍ରତ୍ୟାହାର ଦାବୀରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଅଂଶୀଦାର ଦଳ ଶହଶହ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟର ୨0 ନିର୍ବାଚିତ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି କରିଥିଲେ l ବିକ୍ଷୋଭ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଯୋଜନାବଦ୍ଧ ଷଡଯନ୍ତ୍ର କରି ଓଡ଼ିଆ ଅସ୍ମିତାକୁ ଡବଲଇଞ୍ଜିନ ବିଜେପି ସରକାର ଚୋରି କରି ନେଲେ,ଏଥିରେ ଓଡିଶାର ୨0 ବିଜେପି ସାଂସଦ ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିବା ଅଭିଯୋଗ କରିଥିଲେ l ସିପିଆଇଏମ ଜିଲ୍ଲା ସମ୍ପାଦକ ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପରିଡା, ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ସତ୍ୟବ୍ରତ ନାୟକ, ବିଭୂପ୍ରସାଦ ମିଶ୍ର,ସିପିଆଇ ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଅମୀୟ ପଟ୍ଟନାୟକ, ବାମପନ୍ଥୀ ନେତା ପବିତ୍ର ଇନ୍ଦ୍ରଜିତ, ଗୋପୀନାଥ ଜେନା, ସରୋଜ ନାୟକ, ଭୁବନଚାନ୍ଦ ହାତୀ, ବରିଷ୍ଠ କଂଗ୍ରେସ ନେତା ଲଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ,ବିନୋଦିନୀ ମହାନ୍ତି, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ହାସୀମ ଖାଁ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଶୋକ କୁମାର ନାୟକ,ହାଲିମ ଖାଁ, ଆଇନଜୀବୀ ଶତ୍ରୁଘ୍ନ ପାଇକରାୟ, ବାଳକୃଷ୍ଣ ଷଡ଼ଙ୍ଗୀ,ସନ୍ତୋଷ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ବୈଜୟନ୍ତିମାଳା ମହାନ୍ତି, ପ୍ରତିମା ଜେନା, ପ୍ରମୁଖ ବିଜେପି ଡବଲଇଞ୍ଜିନ ସରକାରଙ୍କ ରାଜ୍ୟ ସ୍ୱାର୍ଥ ବିରୋଧି ନୀତି ଏବଂ ପ୍ରତ୍ୟେକ ବର୍ଷ ରାଜ୍ୟ ରାଜକୋଷରୁ ପ୍ରାୟ ଏକଲକ୍ଷ କୋଟି ଟଙ୍କା କ୍ଷତି ଘଟାଇ ଓଡ଼ିଆ ଅସ୍ମିତାକୁ ଛଡାଇ ନେଇଥିବା ପ୍ରତିବାଦରେ ଏହି କଳା ଆଇନ ବାତିଲ ଦାବୀରେ କଂଗ୍ରେସ ସମେତ ସିପିଆଇଏମ, ସିପିଆଇ, ସମାଜବାଦୀ ପାର୍ଟି, ସିପିଏମଏଲ ପ୍ରମୁଖ ଦଳର ନେତୃବୃନ୍ଦ ରଣହୁଙ୍କାର ଦେଇ ଥିଲେ l ଆଜିର ବିକ୍ଷୋଭ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ରାଜ୍ୟ ସ୍ୱାର୍ଥବିରୋଧି କଳା ଆଇନ ବାତିଲ କରାଯାଉ ଲେଖାଥିବା ବ୍ୟାନର ଲଗାଇ ତିନିଘଣ୍ଟା ଧରି ଅଚଳ କରାଯାଇଥିଲା l ସଂଶୋଧିତ କଳା ଆଇନ ହେଵା ଦ୍ୱାରା ଓଡିଶା ରାଜ୍ୟ ସମସ୍ତ ଖଣିଜ ସମ୍ପଦ ପାଣି କୋଇଲା ବକ୍ସାଇଟ ମାଙ୍ଗାନିଜ ଉପରେ ରାଜ୍ୟବାସୀଙ୍କ ଅଧିକାର ଛଡାଇ କେନ୍ଦ୍ର ଏକଚାଟିଆ ଅଧିକାରକୁ ରାଜ୍ୟବାସୀଙ୍କୁ ସଚେତନତା ପାଇଁ ଇଣ୍ଡିମେଣ୍ଟ ବିରୋଧି ଦଳ ମାନେ ଏହି କଳା ଆଇନ ବାତିଲ ପାଇଁ ଆଗକୁ ଜୋରଦାର ଆନ୍ଦୋଳନ ହେବ, ଦରକାର ହେଲେ ଓଡିଶା ବନ୍ଦ କରାଯିବ ବୋଲି ମିଳିତ ବିବୃତିରେ କୁହାଯାଇଛି l
    2
    ଏମ୍ଏମ୍ଡିଆର ସଂଶୋଧିତ ଖଣି କଳା ଆଇନ ପ୍ରତ୍ୟାହାର ଦାବିରେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ 
ଏମଏମଡିଆର  ସଂଶୋଧିତ ଖଣି କଳା ଆଇନ ପ୍ରତ୍ୟାହାର ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ୨0 ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କଲେ ଇଣ୍ଡିମେଣ୍ଟ ଅଂଶୀଦାର ଦଳ 
ନୟାଗଡ ତା ୨୫.୮.୨୦୨୭(ରାମକୃଷ୍ଣ ରଥ)ଜେନଜୀ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସ ଅମାନୁଷିକ ମାଡ଼ମାରିବା, ପେଲେଟ ଗନ ଚଲାଇ ଗୁଳିଚାଳନା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବୀରେ ଦେଶର ତମାମ ବିରୋଧି ଦଳ ସଂସଦ ଅଚଳ କରି ରଖିଥିବା ବେଳେ ତରବରିଆ ଭାବେ ବିନା ଆଲୋଚନାରେ ଲୁଚାଚୋରାରେ ସାଡେଚାରିକୋଟି ଓଡ଼ିଆଙ୍କ ସମ୍ପତ୍ତି ଆମ ଖଣି-ପାଣି-କୋଇଲା-ଖଣିଜ ସମ୍ପଦ ଲୁଟି ନେବା ପାଇଁ କେନ୍ଦ୍ର ବିଜେପି ସରକାର ଯୋଜନାବଦ୍ଧ ଷଡଯନ୍ତ୍ର କରି ଗୃହୀତ କରାଇଥିବା ଏମଏମଡିଆର ଖଣି ଆଇନ 
ଖଣି ଓ ଖଣିଜ ବିକାଶ ନିୟନ୍ତ୍ରଣ ସଂଶୋଧିତ କଳା ଆଇନ-୨0୨୬ ପ୍ରତ୍ୟାହାର ଦାବୀରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଅଂଶୀଦାର ଦଳ ଶହଶହ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟର ୨0 ନିର୍ବାଚିତ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି କରିଥିଲେ l ବିକ୍ଷୋଭ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଯୋଜନାବଦ୍ଧ ଷଡଯନ୍ତ୍ର କରି ଓଡ଼ିଆ ଅସ୍ମିତାକୁ ଡବଲଇଞ୍ଜିନ ବିଜେପି ସରକାର ଚୋରି କରି ନେଲେ,ଏଥିରେ ଓଡିଶାର ୨0 ବିଜେପି ସାଂସଦ ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିବା ଅଭିଯୋଗ କରିଥିଲେ l ସିପିଆଇଏମ ଜିଲ୍ଲା ସମ୍ପାଦକ ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପରିଡା, ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ସତ୍ୟବ୍ରତ ନାୟକ, ବିଭୂପ୍ରସାଦ ମିଶ୍ର,ସିପିଆଇ ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଅମୀୟ ପଟ୍ଟନାୟକ, ବାମପନ୍ଥୀ ନେତା ପବିତ୍ର ଇନ୍ଦ୍ରଜିତ, ଗୋପୀନାଥ ଜେନା, ସରୋଜ ନାୟକ, ଭୁବନଚାନ୍ଦ ହାତୀ, ବରିଷ୍ଠ କଂଗ୍ରେସ ନେତା ଲଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ,ବିନୋଦିନୀ ମହାନ୍ତି, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ହାସୀମ ଖାଁ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଶୋକ କୁମାର ନାୟକ,ହାଲିମ ଖାଁ, ଆଇନଜୀବୀ ଶତ୍ରୁଘ୍ନ ପାଇକରାୟ, ବାଳକୃଷ୍ଣ ଷଡ଼ଙ୍ଗୀ,ସନ୍ତୋଷ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ବୈଜୟନ୍ତିମାଳା ମହାନ୍ତି, ପ୍ରତିମା ଜେନା, ପ୍ରମୁଖ ବିଜେପି ଡବଲଇଞ୍ଜିନ ସରକାରଙ୍କ ରାଜ୍ୟ ସ୍ୱାର୍ଥ ବିରୋଧି ନୀତି ଏବଂ ପ୍ରତ୍ୟେକ ବର୍ଷ ରାଜ୍ୟ ରାଜକୋଷରୁ ପ୍ରାୟ ଏକଲକ୍ଷ କୋଟି ଟଙ୍କା କ୍ଷତି ଘଟାଇ ଓଡ଼ିଆ ଅସ୍ମିତାକୁ ଛଡାଇ ନେଇଥିବା ପ୍ରତିବାଦରେ ଏହି କଳା ଆଇନ ବାତିଲ ଦାବୀରେ କଂଗ୍ରେସ ସମେତ ସିପିଆଇଏମ, ସିପିଆଇ, ସମାଜବାଦୀ ପାର୍ଟି, ସିପିଏମଏଲ ପ୍ରମୁଖ ଦଳର ନେତୃବୃନ୍ଦ ରଣହୁଙ୍କାର ଦେଇ ଥିଲେ l ଆଜିର ବିକ୍ଷୋଭ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ରାଜ୍ୟ ସ୍ୱାର୍ଥବିରୋଧି କଳା ଆଇନ ବାତିଲ କରାଯାଉ ଲେଖାଥିବା ବ୍ୟାନର ଲଗାଇ ତିନିଘଣ୍ଟା ଧରି ଅଚଳ କରାଯାଇଥିଲା l ସଂଶୋଧିତ କଳା ଆଇନ ହେଵା ଦ୍ୱାରା ଓଡିଶା ରାଜ୍ୟ ସମସ୍ତ ଖଣିଜ ସମ୍ପଦ ପାଣି କୋଇଲା ବକ୍ସାଇଟ ମାଙ୍ଗାନିଜ ଉପରେ ରାଜ୍ୟବାସୀଙ୍କ ଅଧିକାର ଛଡାଇ କେନ୍ଦ୍ର ଏକଚାଟିଆ ଅଧିକାରକୁ ରାଜ୍ୟବାସୀଙ୍କୁ ସଚେତନତା ପାଇଁ ଇଣ୍ଡିମେଣ୍ଟ ବିରୋଧି ଦଳ ମାନେ ଏହି କଳା ଆଇନ ବାତିଲ ପାଇଁ ଆଗକୁ ଜୋରଦାର ଆନ୍ଦୋଳନ ହେବ, ଦରକାର ହେଲେ ଓଡିଶା ବନ୍ଦ କରାଯିବ ବୋଲି ମିଳିତ ବିବୃତିରେ କୁହାଯାଇଛି l
    user_ରାମକୃଷ୍ଣ ରଥ
    ରାମକୃଷ୍ଣ ରଥ
    ନୟାଗଡ଼, ନୟାଗଡ଼, ଓଡ଼ିଶା•
    12 hrs ago
  • ନାଛି ଦେଲେ ନବୀନ ପଟ୍ଟନାୟକ ଙ୍କୁ ବାବୁ ସିଂ ପୂରା ଖଞ୍ଜଣା ପାଉତି କାଟି ଧରେଇ ଦେଲେ ହାତରେ
    1
    ନାଛି ଦେଲେ ନବୀନ ପଟ୍ଟନାୟକ ଙ୍କୁ ବାବୁ ସିଂ ପୂରା ଖଞ୍ଜଣା ପାଉତି କାଟି ଧରେଇ ଦେଲେ ହାତରେ
    user_Prime time press
    Prime time press
    Agistment service Nayagarh, Odisha•
    21 hrs ago
  • ପୁରୁଷୋତ୍ତମପୁର : ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ମୃତ,ନିର୍ମାଣ ଧୀନ ଘରେ କାମ ବେଳେ ଘଟିଛି ଅଘଟଣ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ବଳରାମ ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଗ୍ରାମରେ ଚାଲିଥିବା ନିର୍ମାଣଧିନ ଘରେ ବଳରାମ କରିବା ସମୟରେ ବିଦ୍ୟୁତ ସସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଧାରକରୀ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ବଳରାମ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଖବରପାଇ ପୁରୁଷୋତ୍ତମପୁର ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରୀ ତଦନ୍ତ ଚଳାଇଛି l
    1
    ପୁରୁଷୋତ୍ତମପୁର : ସିକୁଳା  ଗ୍ରାମରେ ବିଦ୍ୟୁତ ଆଘାତରେ ଯୁବକ ମୃତ,ନିର୍ମାଣ ଧୀନ ଘରେ କାମ ବେଳେ ଘଟିଛି ଅଘଟଣ
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ବଳରାମ ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଗ୍ରାମରେ ଚାଲିଥିବା ନିର୍ମାଣଧିନ ଘରେ ବଳରାମ କରିବା ସମୟରେ ବିଦ୍ୟୁତ ସସ୍ପର୍ଶ ରେ ଆସି ଗୁରୁତର ହୋଇଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଧାରକରୀ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ବଳରାମ ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଖବରପାଇ ପୁରୁଷୋତ୍ତମପୁର ପୋଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରୀ ତଦନ୍ତ ଚଳାଇଛି l
    user_Pitabas dash
    Pitabas dash
    Asika, Ganjam•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.