Shuru
Apke Nagar Ki App…
ନାଛି ଦେଲେ ନବୀନ ପଟ୍ଟନାୟକ ଙ୍କୁ ବାବୁ ସିଂ ପୂରା ଖଞ୍ଜଣା ପାଉତି କାଟି ଧରେଇ ଦେଲେ ହାତରେ
Prime time press
ନାଛି ଦେଲେ ନବୀନ ପଟ୍ଟନାୟକ ଙ୍କୁ ବାବୁ ସିଂ ପୂରା ଖଞ୍ଜଣା ପାଉତି କାଟି ଧରେଇ ଦେଲେ ହାତରେ
- Prime time pressNayagarh, Odisha🙏12 hrs ago
More news from ଓଡ଼ିଶା and nearby areas
- ଏମ୍ଏମ୍ଡିଆର ସଂଶୋଧିତ ଖଣି କଳା ଆଇନ ପ୍ରତ୍ୟାହାର ଦାବିରେ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଏମଏମଡିଆର ସଂଶୋଧିତ ଖଣି କଳା ଆଇନ ପ୍ରତ୍ୟାହାର ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ୨0 ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କଲେ ଇଣ୍ଡିମେଣ୍ଟ ଅଂଶୀଦାର ଦଳ ନୟାଗଡ ତା ୨୫.୮.୨୦୨୭(ରାମକୃଷ୍ଣ ରଥ)ଜେନଜୀ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସ ଅମାନୁଷିକ ମାଡ଼ମାରିବା, ପେଲେଟ ଗନ ଚଲାଇ ଗୁଳିଚାଳନା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବୀରେ ଦେଶର ତମାମ ବିରୋଧି ଦଳ ସଂସଦ ଅଚଳ କରି ରଖିଥିବା ବେଳେ ତରବରିଆ ଭାବେ ବିନା ଆଲୋଚନାରେ ଲୁଚାଚୋରାରେ ସାଡେଚାରିକୋଟି ଓଡ଼ିଆଙ୍କ ସମ୍ପତ୍ତି ଆମ ଖଣି-ପାଣି-କୋଇଲା-ଖଣିଜ ସମ୍ପଦ ଲୁଟି ନେବା ପାଇଁ କେନ୍ଦ୍ର ବିଜେପି ସରକାର ଯୋଜନାବଦ୍ଧ ଷଡଯନ୍ତ୍ର କରି ଗୃହୀତ କରାଇଥିବା ଏମଏମଡିଆର ଖଣି ଆଇନ ଖଣି ଓ ଖଣିଜ ବିକାଶ ନିୟନ୍ତ୍ରଣ ସଂଶୋଧିତ କଳା ଆଇନ-୨0୨୬ ପ୍ରତ୍ୟାହାର ଦାବୀରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଅଂଶୀଦାର ଦଳ ଶହଶହ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ପୂର୍ତ୍ତ ଡାକବଙ୍ଗଳା ଠାରୁ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟର ୨0 ନିର୍ବାଚିତ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି କରିଥିଲେ l ବିକ୍ଷୋଭ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଯୋଜନାବଦ୍ଧ ଷଡଯନ୍ତ୍ର କରି ଓଡ଼ିଆ ଅସ୍ମିତାକୁ ଡବଲଇଞ୍ଜିନ ବିଜେପି ସରକାର ଚୋରି କରି ନେଲେ,ଏଥିରେ ଓଡିଶାର ୨0 ବିଜେପି ସାଂସଦ ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିବା ଅଭିଯୋଗ କରିଥିଲେ l ସିପିଆଇଏମ ଜିଲ୍ଲା ସମ୍ପାଦକ ବିଶ୍ୱନାଥ ମହାପାତ୍ର, ନିତ୍ୟାନନ୍ଦ ପରିଡା, ବରିଷ୍ଠ କଂଗ୍ରେସ ନେତା ହୁସେନ ଖାଁ, ସତ୍ୟବ୍ରତ ନାୟକ, ବିଭୂପ୍ରସାଦ ମିଶ୍ର,ସିପିଆଇ ଜିଲ୍ଲା ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଅମୀୟ ପଟ୍ଟନାୟକ, ବାମପନ୍ଥୀ ନେତା ପବିତ୍ର ଇନ୍ଦ୍ରଜିତ, ଗୋପୀନାଥ ଜେନା, ସରୋଜ ନାୟକ, ଭୁବନଚାନ୍ଦ ହାତୀ, ବରିଷ୍ଠ କଂଗ୍ରେସ ନେତା ଲଷ୍ମୀଧର ତ୍ରିପାଠୀ, ଫକୀର ଚରଣ ମଲ୍ଲ,ବିନୋଦିନୀ ମହାନ୍ତି, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ହାସୀମ ଖାଁ, ପୂର୍ଣ୍ଣଚନ୍ଦ୍ର ନାୟକ, ଅଶୋକ କୁମାର ନାୟକ,ହାଲିମ ଖାଁ, ଆଇନଜୀବୀ ଶତ୍ରୁଘ୍ନ ପାଇକରାୟ, ବାଳକୃଷ୍ଣ ଷଡ଼ଙ୍ଗୀ,ସନ୍ତୋଷ ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ବୈଜୟନ୍ତିମାଳା ମହାନ୍ତି, ପ୍ରତିମା ଜେନା, ପ୍ରମୁଖ ବିଜେପି ଡବଲଇଞ୍ଜିନ ସରକାରଙ୍କ ରାଜ୍ୟ ସ୍ୱାର୍ଥ ବିରୋଧି ନୀତି ଏବଂ ପ୍ରତ୍ୟେକ ବର୍ଷ ରାଜ୍ୟ ରାଜକୋଷରୁ ପ୍ରାୟ ଏକଲକ୍ଷ କୋଟି ଟଙ୍କା କ୍ଷତି ଘଟାଇ ଓଡ଼ିଆ ଅସ୍ମିତାକୁ ଛଡାଇ ନେଇଥିବା ପ୍ରତିବାଦରେ ଏହି କଳା ଆଇନ ବାତିଲ ଦାବୀରେ କଂଗ୍ରେସ ସମେତ ସିପିଆଇଏମ, ସିପିଆଇ, ସମାଜବାଦୀ ପାର୍ଟି, ସିପିଏମଏଲ ପ୍ରମୁଖ ଦଳର ନେତୃବୃନ୍ଦ ରଣହୁଙ୍କାର ଦେଇ ଥିଲେ l ଆଜିର ବିକ୍ଷୋଭ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ରାଜ୍ୟ ସ୍ୱାର୍ଥବିରୋଧି କଳା ଆଇନ ବାତିଲ କରାଯାଉ ଲେଖାଥିବା ବ୍ୟାନର ଲଗାଇ ତିନିଘଣ୍ଟା ଧରି ଅଚଳ କରାଯାଇଥିଲା l ସଂଶୋଧିତ କଳା ଆଇନ ହେଵା ଦ୍ୱାରା ଓଡିଶା ରାଜ୍ୟ ସମସ୍ତ ଖଣିଜ ସମ୍ପଦ ପାଣି କୋଇଲା ବକ୍ସାଇଟ ମାଙ୍ଗାନିଜ ଉପରେ ରାଜ୍ୟବାସୀଙ୍କ ଅଧିକାର ଛଡାଇ କେନ୍ଦ୍ର ଏକଚାଟିଆ ଅଧିକାରକୁ ରାଜ୍ୟବାସୀଙ୍କୁ ସଚେତନତା ପାଇଁ ଇଣ୍ଡିମେଣ୍ଟ ବିରୋଧି ଦଳ ମାନେ ଏହି କଳା ଆଇନ ବାତିଲ ପାଇଁ ଆଗକୁ ଜୋରଦାର ଆନ୍ଦୋଳନ ହେବ, ଦରକାର ହେଲେ ଓଡିଶା ବନ୍ଦ କରାଯିବ ବୋଲି ମିଳିତ ବିବୃତିରେ କୁହାଯାଇଛି l2
- ନାଛି ଦେଲେ ନବୀନ ପଟ୍ଟନାୟକ ଙ୍କୁ ବାବୁ ସିଂ ପୂରା ଖଞ୍ଜଣା ପାଉତି କାଟି ଧରେଇ ଦେଲେ ହାତରେ1
- itamati Navagraha more ghoti tiba road samasyaon ko Loko Mane bahut ho rahana tenu road dabi Rahi Jeet Ranger Sona lotting navagaon uthakar rasta kuchh bhi bolo nahin turant action mein a jao motorcycle jaldi ETA Sarkar road Banega aadesh do1
- ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ ଧକାରେ ପାଞ୍ଚୋଟି ଗାଇ ମୃତ : ପ୍ରତିବାଦରେ ରାସ୍ତା ଅବରୋଧ ଦିନକୁ ଦିନ ମାଙ୍କଡା ପଥର ଚୋରା ଚାଲାଣ ବଢ଼ିବାରେ ଲାଗିଛି l ପଥର ମାଫିଆ ମାନେ ରାତିରେ ଚୋରା ଚାଲାଣ ବେଳେ ରାସ୍ତାରେ ବେପରୁଆ ଗାଡି ଚାଳନା କରୁଥିବା ଦେଖିବାକୁ ମିଳୁଛି l ଯାହା ଦ୍ୱାରା କେତେବେଳେ ମଣିଷ ତ କେତେବେଳେ ଗାଇ ଗୋରୁ ଗାଡି ଧକ୍କା ରେ ମୃତ୍ୟୁ ହେଉଥିବା ନଜିର ରହିଛି l ଘଟଣାରୁ ପ୍ରକାଶ ଯେ ଖୋର୍ଦ୍ଧା ଜ଼ିଲ୍ଲା ଜଙ୍କିଆ ଥାନା ଅଧୀନ ସିକୋ ସ୍ଥିତ ନୂଆ ଜଗନ୍ନାଥ ସଡ଼କରେ ଗତକାଲି ବିଳମ୍ବିତ ରାତ୍ରି ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଟ୍ରକ ଦ୍ୱାରା ମାଙ୍କଡା ପଥର ଚୋରା ଚାଲାଣ ବେଳେ ଟ୍ରକ ଧକ୍କା ରେ ପାଞ୍ଚୋଟି ଗାଇ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳୁ ସିକୋ ଗ୍ରାମବାସୀ ଏହି ଘଟଣାକୁ ନେଇ ପ୍ରତିବାଦ କରି ସରଣକୂଳ - ପୁରୀ ନୂଆ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି l ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ମୋଟର ଅଟକି ରହିଛି l3
- ବୁଗୁଡ଼ା ଅବକାରୀ ବିଭାଗକୁ ବଡ଼ ସଫଳତା; ୬୬କିଲୋ ଗଂଜେଇ ସହ ଦୁଇ ଗିରଫ2
- ମଣିଷ ଜୀବନରେ ଅନେକ ସମସ୍ୟା ଓ ଦୁଃଖ ସୁଖ ସବୁ ବେଳେ ଲାଗିଥାଏ କିନ୍ତୁ ଯିଏ ଦୁଃଖ ସୁଖ ସବୁକୁ ଏକା ସାଙ୍ଗରେ ସହିଥାଏ ସିଏ ହିଁ ପ୍ରକୃତ ରେ ମଣିଷ ଜୀବନ ପାଇଥାଏ1
- ପରକ୍ରିୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ . ଗଞ୍ଜାମ ୨୫/୦୮/୨୦୨୬(ଆଶିଷ କୁମାର ଖାଡ଼ଙ୍ଗା ) ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ନହଡା ଗ୍ରାମରେ ଘଟି ଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ । ପରକ୍ରିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ1
- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଜିଲ୍ଲା ଗସ୍ତ -------------- ନୟାଗଡ଼, ତାରିଖ: ୨୫.୦୮.୨୦୨୬- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ନୟାଗଡ଼ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଶିଶୁ ସେବା ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ଶକ୍ତି ସଦନ, ତୁଳସୀପୁର ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ, ଡିମିରିଝରି ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଆଶ୍ରମ ବିଦ୍ୟାଳୟ ଏବଂ ଦଶପଲ୍ଲାସ୍ଥିତ ଶ୍ରୀ କପିଳେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଛତୁଆ ୟୁନିଟ୍ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକଳାପ ଓ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ସମୟରେ ଶିଶୁମାନଙ୍କ ପାଇଁ ଉପଲବ୍ଧ ସେବା, ପୋଷଣ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଆୟୋଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ସେହିପରି ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟରେ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା, ରହଣି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ମଧ୍ୟ ତଥ୍ୟ ନିଆଯାଇଥିଲା। ଶିଶୁମାନଙ୍କ ଅଧିକାରର ସୁରକ୍ଷା, ସେମାନଙ୍କୁ ଏକ ସୁରକ୍ଷିତ ଓ ଉତ୍ତମ ପରିବେଶ ଯୋଗାଇଦେବା ଏବଂ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମାନ୍ୟବର ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ଶ୍ରୀ ସିବିୟନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆୟୋଗକୁ ଆବଶ୍ୟକ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ସଦଭାବନା ଗୃହ, ନୟାଗଡ଼ ଠାରେ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଶିଶୁମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ବିଶେଷକରି ବାଲ୍ୟ ବିବାହ, ଶିଶୁ ଶ୍ରମ ଏବଂ ଶିଶୁ ଅଧିକାରର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମକୁ କିପରି ପ୍ରଭାବଶାଳୀ ଭାବେ ରୋକାଯାଇପାରିବ, ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ କିପରି ଯୋଗାଇ ଦିଆଯାଇପାରିବ ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ମତବିନିମୟ କରାଯାଇଥିଲା।2