ବଲାଙ୍ଗୀରରେ ପୁଣି ଫେକ୍ ସାର୍ଟିଫିକେଟ୍ ଘୋଟାଲା: ଅଙ୍ଗନୱାଡ଼ି ନିଯୁକ୍ତିରେ ଜାଲିଆତି, ଜଣେ ବରଖାସ୍ତ, ଜଣଙ୍କ ଇସ୍ତଫା; ଥାନାରେ ଏଫ୍ଆଇଆର୍ । ବଲାଙ୍ଗୀର,୩୧।୭: ବଲାଙ୍ଗୀର ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଫେକ୍ ସାର୍ଟିଫିକେଟ୍ ର ବଡ଼ ଧରଣର ଜାଲିଆତି। ଚଞ୍ଚକତା ଓ ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଖାଇ ସରକାରୀ ଚାକିରି ହାତେଇବା ଅଭିଯୋଗରେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସଇଁତଲା ବ୍ଲକ୍ କୁଆଁରଗାଁ ଅଙ୍ଗନୱାଡ଼ି କେନ୍ଦ୍ରରେ ହୋଇଥିବା ନିଯୁକ୍ତିରେ ଜାଲିଆତି ପ୍ରମାଣିତ ହେବା ପରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ଜଣେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ସଇଁତଲା ବ୍ଲକ୍ କୁଆଁରଗାଁ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ରୋଜାଲିନ୍ ପଧାନ ଏବଂ ବର୍ଷା ନାଗ ନାମ୍ନୀ ଦୁଇ ଜଣ ଆବେଦନକାରୀ ନିଜର +୨ (ଉଚ୍ଚ ମାଧ୍ୟମିକ) ପରୀକ୍ଷାର ଜାଲ୍ ମାର୍କସିଟ୍ ଓ ସାର୍ଟିଫିକେଟ୍ ଦାଖଲ କରିଥିବା ଅଭିଯୋଗ ହୋଇଥିଲା। କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟର ସାର୍ଟିଫିକେଟ୍ରେ ମାର୍କ ବଦଳାଇ ଜାଲିଆତି କରାଯାଇଥିବା ନେଇ ସ୍ଥାନୀୟ ଆବେଦନକାରୀ ନନ୍ଦିନୀ ଛତାର ଓ ବର୍ଷାରାଣୀ ଛତାର ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ସାର୍ଟିଫିକେଟ୍ଗୁଡ଼ିକର ସତ୍ୟାସତ୍ୟ ଯାଞ୍ଚ କରାଯାଇଥିଲା। ପ୍ରମାଣପତ୍ର ନକଲି ବୋଲି ସ୍ପଷ୍ଟ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଅନ୍ୟ ଜଣେ କାର୍ଯ୍ୟାନୁଷ୍ଠାନ ଭୟରେ ନିଜେ ଇସ୍ତଫା ଦେଇଛନ୍ତି। ଏହି ପୂରା ଘଟଣାରେ ପୋଲିସ ତଦନ୍ତ ପାଇଁ ଟିଟିଲାଗଡ଼ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO) ଟିଟିଲାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏହି ମାମଲାରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ କହିଛନ୍ତି, "ଅଭିଯୋଗ ମିଳିବା ପରେ ତୁରନ୍ତ ବିଭାଗୀୟ ଯାଞ୍ଚ କରାଯାଇଥିଲା। ସାର୍ଟିଫିକେଟ୍ ଜାଲିଆତି ପ୍ରମାଣିତ ହେବା ପରେ ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଇନଗତ ପ୍ରକ୍ରିୟା ପାଇଁ ପୋଲିସକୁ ଅବଗତ କରାଯାଇଛି।" ଅନ୍ୟପଟେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ଏହି ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସରକାରୀ ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ୍ ବ୍ୟବହାର କରିବା ଏକ ଗୁରୁତର ଫୌଜଦାରୀ ଅପରାଧ। ଏହି ସିଣ୍ଡିକେଟ୍ ପଛରେ ଥିବା ମୁଖ୍ୟ କାର୍ପଟଦାରମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରାଯିବା ଆବଶ୍ୟକ। ବଲାଙ୍ଗୀର ଜିଲ୍ଲାରେ ବାରମ୍ବାର ସାମ୍ନାକୁ ଆସୁଥିବା ଫେକ୍ ସାର୍ଟିଫିକେଟ୍ କାରବାର ଓ ରୋଜଗାର ସିଣ୍ଡିକେଟ୍କୁ ନେଇ ଏବେ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।

- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଳରୁ 10 ଫୁଟର ଅଜଗର ଉଦ୍ଧାର କଲେଜ ଭିତରୁ ଦସ ଫୁଟର ଅଜଗର ଉଦ୍ଧାର l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ର ସିଢି ତଲେ ବିରାଟ ଅଜଗର ସାପ ଥିବା କର୍ମଚାରୀ ଦେଖିବାକୁ ପାଇଥିଲେ l ପରେ କଲେଜର କର୍ମଚାରୀ ମାନେ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବିନିକା ବନ ବିଭାଗ ତୁରନ୍ତ ମହାବିଦ୍ୟାଳୟକୁ ପହଞ୍ଚି ସୁରକ୍ଷିତ ଭାବରେ ଉଦ୍ଧାର କରିଛି l କଲେଜ ଭିତରେ ବିରାଟ ଅଜଗର ଦେଖି କର୍ମଚାରୀ ମାନେ ଭୟଭୀତ ହୋଇଯାଇଥିଲେ l ପରେ ବନ ବିଭାଗ ଆସି ଉଦ୍ଧାର କରିବା ପରେ ଅଜଗର ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖା ଦେଇଥିଲା l1
- #ସାରର_ବ୍ୟାପକ_କଳାବଜାରୀ_ଏବଂ_ସମବାୟ_ସଂସ୍ଥା_ଚୁରମାର୍_ହୋଇଯାଇଛି_ଏହି_ସାରଳାର_ରେ... - ଅମିୟ ପଟ୍ଟନାୟକ ଅଧ୍ୟକ୍ଷ ପିସିସି ସମବାୟ କଣ କହୁଛନ୍ତି ଟିକେ ଶୁଣନ୍ତୁ #rishitv #highlightseveryone #PCC #congressnews #viralreelsシ #farmer #problem1
- ସଂସଦ ଏକ ବିଲ୍ ପାରିତ କରିଛି ଯାହା ଆମ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ - ପୁଣି ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ1
- ଅନ୍ତୋଦୟ ଗୃହ ଯୋଜନାରୁ ବାଦ୍ ପଡ଼ିଲେ ୯୦ ବର୍ଷରୁ ଊର୍ଦ୍ଧ୍ୱ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା ଭଙ୍ଗା ଘରେ ଅମାନବୀୟ ଜୀବନ; ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି ମ. ରାମପୁର, ୨୯/୦୭ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାର ଉଦ୍ଦେଶ୍ୟ ପ୍ରକୃତ ଘରବିହୀନ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କୁ ପକ୍କା ଘର ଯୋଗାଇବା। ହେଲେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକରେ ଘଟିଥିବା ଏକ ଘଟଣା ଏହି ଯୋଜନାର କାର୍ଯ୍ୟକାରିତା ଓ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ବ୍ଲକ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ବାସିନ୍ଦା ବାସନ୍ତୀ ଭୋଇ (୯୦ ବର୍ଷରୁ ଊର୍ଦ୍ଧ୍ୱ) ଜଣେ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଶାରୀରିକ ଅକ୍ଷମତା କାରଣରୁ ସେ ଘୂରୁଣ୍ଡି ଘୂରୁଣ୍ଡି ଯିବାକୁ ବାଧ୍ୟ ହେଉଥିବାବେଳେ ଏକ ଅତି ଜରାଜୀର୍ଣ୍ଣ ଓ ଭଙ୍ଗା ଘରେ ଅମାନବୀୟ ପରିସ୍ଥିତିରେ ଦିନ କାଟୁଛନ୍ତି। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ତାଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ହେଲେ ଘର ଭିତରକୁ ପାଣି ପଶିଯାଉଥିବାରୁ ବୃଦ୍ଧାଙ୍କ ଜୀବନ ଅଧିକ ଦୁର୍ବିଷହ ହୋଇପଡ଼ିଛି। ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ସରକାରୀ ଆବାସରୁ ବଞ୍ଚିତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ସହିତ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଘଟଣାର ନିରପେକ୍ଷ ଯାଞ୍ଚ କରିବା ସହ ବାସନ୍ତୀ ଭୋଇଙ୍କୁ ତୁରନ୍ତ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରି ପକ୍କା ଘର ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ଏହି ଅସହାୟ ଭିନ୍ନକ୍ଷମ ବୃଦ୍ଧାଙ୍କୁ ଆବଶ୍ୟକ ସରକାରୀ ସହାୟତା ଓ ସୁରକ୍ଷିତ ବାସସ୍ଥାନ ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି—ସରକାରୀ ଯୋଜନାର ପ୍ରକୃତ ହକ୍ଦାର ମାନେ କେବେ ନ୍ୟାୟ ପାଇବେ ତାହା ବିଡ଼ିଓ ଶ୍ରୀ ଶରତ ଚନ୍ଦ୍ର ସେଠୀ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?3
- ରାସ୍ତା ପାଇଁ ବହୁତ ଅସୁବିଧା 😭😭🙏🙏2
- 🌹🌹🌹🌹🌹🌹🌹🌹🇹🇯1
- ଟ୍ରେନ ଦୁର୍ଘଟଣା ରେ 40 ଛେଲି ମୃତ ବୌଦ୍ଧ ଜ଼ିଲ୍ଲା ଦ ହ୍ୟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି. କା ଦୋ ପଦର ସାନ ନାଲି ନିକଟରେ ହୋଇ ଥିବାର ଜଣାପଡିଛି1