logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ମାର୍ଟ ମିଟରକୁ ନେଇ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ଉପଭୋକ୍ତାଙ୍କ ଅସନ୍ତୋଷ ସ୍ମାର୍ଟ ମିଟର ଲାଗିଲା, ବଢ଼ିଲା ବିଦ୍ୟୁତ ବିଲ୍। ବିଲ୍ ଦେଇ ଦେଇ ଉପଭୋକ୍ତା ହନ୍ତସନ୍ତ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବିଦ୍ୟୁତ ଡିଭିଜନ ଅଧୀନ ଭୂଷଣ୍ଡପୁର ସେକ୍ସନରୁ।ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଯିବା ପରେ ବିଦ୍ୟୁତ ବିଲ୍ ଅସ୍ୱାଭାବିକ ଭାବେ ବଢ଼ିଯାଉଥିବା ଅଭିଯୋଗ ହୋଇଛି। ଏନେଇ ଉପଭୋକ୍ତାଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।ଅନ୍ୟପଟେ କେତେକ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବାକୁ ନେଇ ଲୋକେ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାକୁ ନେଇ କାର୍ଯ୍ୟାଳୟ ପରିସରରେ ହୋହାଲ୍ଲା ସହ ପ୍ରତିବାଦ କରିଥିଲେ ଉପଭୋକ୍ତା।ସ୍ମାର୍ଟ ମିଟର ଲାଗିବା ପରଠାରୁ ବିଲ୍ ଅଧିକ ଆସୁଛି। ଅଭିଯୋଗ କଲେ ମଧ୍ୟ ଆମ ସମସ୍ୟାର ସମାଧାନ ହେଉନାହିଁ। ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଉପଭୋକ୍ତା ହଇରାଣ ହେଉଥିବା ଅଭିଯୋଗ ହୋଇଛି।

5 hrs ago
user_ଦୀପକ କୁମାର ପ୍ରଧାନ
ଦୀପକ କୁମାର ପ୍ରଧାନ
Pre-school ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
5 hrs ago

ସ୍ମାର୍ଟ ମିଟରକୁ ନେଇ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ଉପଭୋକ୍ତାଙ୍କ ଅସନ୍ତୋଷ ସ୍ମାର୍ଟ ମିଟର ଲାଗିଲା, ବଢ଼ିଲା ବିଦ୍ୟୁତ ବିଲ୍। ବିଲ୍ ଦେଇ ଦେଇ ଉପଭୋକ୍ତା ହନ୍ତସନ୍ତ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବିଦ୍ୟୁତ ଡିଭିଜନ ଅଧୀନ ଭୂଷଣ୍ଡପୁର ସେକ୍ସନରୁ।ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଯିବା ପରେ ବିଦ୍ୟୁତ ବିଲ୍ ଅସ୍ୱାଭାବିକ ଭାବେ ବଢ଼ିଯାଉଥିବା ଅଭିଯୋଗ ହୋଇଛି। ଏନେଇ ଉପଭୋକ୍ତାଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।ଅନ୍ୟପଟେ କେତେକ ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବାକୁ ନେଇ ଲୋକେ ଭୂଷଣ୍ଡପୁର ବିଦ୍ୟୁତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାକୁ ନେଇ କାର୍ଯ୍ୟାଳୟ ପରିସରରେ ହୋହାଲ୍ଲା ସହ ପ୍ରତିବାଦ କରିଥିଲେ ଉପଭୋକ୍ତା।ସ୍ମାର୍ଟ ମିଟର ଲାଗିବା ପରଠାରୁ ବିଲ୍ ଅଧିକ ଆସୁଛି। ଅଭିଯୋଗ କଲେ ମଧ୍ୟ ଆମ ସମସ୍ୟାର ସମାଧାନ ହେଉନାହିଁ। ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଉପଭୋକ୍ତା ହଇରାଣ ହେଉଥିବା ଅଭିଯୋଗ ହୋଇଛି।

More news from ଓଡ଼ିଶା and nearby areas
  • ଆଉ ଦୁଇ ଦିନ ପରେ ଖୁଦୁରୁକୁଣୀ ଓଷା, ପ୍ରସ୍ତୁତି ଜୋରଦାର। ଓଡ଼ିଶାର ପାରମ୍ପରିକ ଗଣପର୍ବ ଖୁଦୁରୁକୁଣୀ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ଆଉ ଦୁଇ ଦିନ ପରେ ତପୋଇ ପୂଜା। ଏଥିପାଇଁ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ଏକ କରି ଲାଗିପଡ଼ିଛନ୍ତି ଶିଳ୍ପୀ କାରିଗର। ଭାଇମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ମା' ମଙ୍ଗଳାଙ୍କୁ ପୂଜା କରିବେ ଅବିବାହିତ ଝିଅମାନେ। ଭାଦ୍ରବ ମାସ ଆସିଲେ ଓଡ଼ିଶାର ଗାଁଠୁ ସହର ସବୁଠି ଦେଖିବାକୁ ମିଳେ ଖୁଦୁରୁକୁଣୀ ଓଷାର ପ୍ରସ୍ତୁତି। ଭାଇମାନଙ୍କ ମଙ୍ଗଳ, ଦୀର୍ଘାୟୁ ଓ ପରିବାରର ସୁଖ-ସମୃଦ୍ଧି କାମନା କରି ଅବିବାହିତ ଝିଅମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପରମ୍ପରା ସହ ଜଡ଼ିତ ରହିଛି ତପୋଇଙ୍କ କାହାଣୀ। ସାତ ଭାଇ ବାଣିଜ୍ୟ ପାଇଁ ବୋଇତ ନେଇ ବିଦେଶ ଯାଇଥିବା ବେଳେ ତପୋଇଙ୍କୁ ଭାଉଜମାନଙ୍କ ନିର୍ଯାତନା ସହିବାକୁ ପଡ଼ିଥିଲା। ଶେଷରେ ମା' ମଙ୍ଗଳାଙ୍କ ଶରଣ ନେଇ ତପୋଇ ପୂଜା କରିଥିଲେ। ଦେବୀଙ୍କ କୃପାରୁ ତାଙ୍କ ଭାଇମାନେ ଫେରିଆସି ତପୋଇଙ୍କୁ ଉଦ୍ଧାର କରିଥିବା ବିଶ୍ୱାସ ରହିଛି। ଏହି ପୌରାଣିକ କଥାକୁ ଆଧାର କରି ଆଜି ବି ଖୁଦୁରୁକୁଣୀ ଓଷାରେ ତପୋଇଙ୍କ ମୂର୍ତ୍ତି ପୂଜା କରାଯାଏ। ଶ୍ରୀକ୍ଷେତ୍ର ପୁରୀରେ ଏବେ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଶିଳ୍ପୀ ଓ କାରିଗର। ମାଟି, ରଙ୍ଗ ଓ ବିଭିନ୍ନ ସାମଗ୍ରୀରେ ତପୋଇଙ୍କ ମୂର୍ତ୍ତିକୁ ଆକର୍ଷଣୀୟ ରୂପ ଦେବାରେ ଲାଗିଛନ୍ତି କାରିଗରମାନେ। ଦିନ ଯେତିକି ପାଖେଇ ଆସୁଛି, କାରିଗରଙ୍କ ବ୍ୟସ୍ତତା ସେତିକି ବଢ଼ି ଚାଲିଛି। ଆଉ ଦୁଇ ଦିନ ପରେ ତପୋଇ ପୂଜା। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୂର୍ତ୍ତି ପ୍ରସ୍ତୁତ କରିବାକୁ ଜୋରଦାର ଚାଲିଛି କାମ। ଭାଇ-ଭଉଣୀଙ୍କ ପବିତ୍ର ସ୍ନେହର ପ୍ରତୀକ ତପୋଇ ପୂଜା। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଲୋକକଥାକୁ ନିଜ ଭିତରେ ଧାରଣ କରିଥିବା ଏହି ପର୍ବ ଆଜି ବି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଆସୁଛି।
    4
    ଆଉ ଦୁଇ ଦିନ ପରେ ଖୁଦୁରୁକୁଣୀ ଓଷା, ପ୍ରସ୍ତୁତି ଜୋରଦାର।

ଓଡ଼ିଶାର ପାରମ୍ପରିକ ଗଣପର୍ବ ଖୁଦୁରୁକୁଣୀ ଓଷାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ। ଆଉ ଦୁଇ ଦିନ ପରେ ତପୋଇ ପୂଜା। ଏଥିପାଇଁ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ଦିନରାତି ଏକ କରି ଲାଗିପଡ଼ିଛନ୍ତି ଶିଳ୍ପୀ କାରିଗର। ଭାଇମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ମା' ମଙ୍ଗଳାଙ୍କୁ ପୂଜା କରିବେ ଅବିବାହିତ ଝିଅମାନେ।

ଭାଦ୍ରବ ମାସ ଆସିଲେ ଓଡ଼ିଶାର ଗାଁଠୁ ସହର ସବୁଠି ଦେଖିବାକୁ ମିଳେ ଖୁଦୁରୁକୁଣୀ ଓଷାର ପ୍ରସ୍ତୁତି। ଭାଇମାନଙ୍କ ମଙ୍ଗଳ, ଦୀର୍ଘାୟୁ ଓ ପରିବାରର ସୁଖ-ସମୃଦ୍ଧି କାମନା କରି ଅବିବାହିତ ଝିଅମାନେ ଏହି ଓଷା ପାଳନ କରିଥାନ୍ତି।

ଏହି ପରମ୍ପରା ସହ ଜଡ଼ିତ ରହିଛି ତପୋଇଙ୍କ କାହାଣୀ। ସାତ ଭାଇ ବାଣିଜ୍ୟ ପାଇଁ ବୋଇତ ନେଇ ବିଦେଶ ଯାଇଥିବା ବେଳେ ତପୋଇଙ୍କୁ ଭାଉଜମାନଙ୍କ ନିର୍ଯାତନା ସହିବାକୁ ପଡ଼ିଥିଲା। ଶେଷରେ ମା' ମଙ୍ଗଳାଙ୍କ ଶରଣ ନେଇ ତପୋଇ ପୂଜା କରିଥିଲେ। ଦେବୀଙ୍କ କୃପାରୁ ତାଙ୍କ ଭାଇମାନେ ଫେରିଆସି ତପୋଇଙ୍କୁ ଉଦ୍ଧାର କରିଥିବା ବିଶ୍ୱାସ ରହିଛି।

ଏହି ପୌରାଣିକ କଥାକୁ ଆଧାର କରି ଆଜି ବି ଖୁଦୁରୁକୁଣୀ ଓଷାରେ ତପୋଇଙ୍କ ମୂର୍ତ୍ତି ପୂଜା କରାଯାଏ।

ଶ୍ରୀକ୍ଷେତ୍ର ପୁରୀରେ ଏବେ ତପୋଇଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଶିଳ୍ପୀ ଓ କାରିଗର। ମାଟି, ରଙ୍ଗ ଓ ବିଭିନ୍ନ ସାମଗ୍ରୀରେ ତପୋଇଙ୍କ ମୂର୍ତ୍ତିକୁ ଆକର୍ଷଣୀୟ ରୂପ ଦେବାରେ ଲାଗିଛନ୍ତି କାରିଗରମାନେ। ଦିନ ଯେତିକି ପାଖେଇ ଆସୁଛି, କାରିଗରଙ୍କ ବ୍ୟସ୍ତତା ସେତିକି ବଢ଼ି ଚାଲିଛି।

ଆଉ ଦୁଇ ଦିନ ପରେ ତପୋଇ ପୂଜା। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୂର୍ତ୍ତି ପ୍ରସ୍ତୁତ କରିବାକୁ ଜୋରଦାର ଚାଲିଛି କାମ।

ଭାଇ-ଭଉଣୀଙ୍କ ପବିତ୍ର ସ୍ନେହର ପ୍ରତୀକ ତପୋଇ ପୂଜା। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଲୋକକଥାକୁ ନିଜ ଭିତରେ ଧାରଣ କରିଥିବା ଏହି ପର୍ବ ଆଜି ବି ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଆସୁଛି।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    7 hrs ago
  • ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ପୂର୍ବରୁ ଛାତ୍ର ଛାତ୍ରୀ ମାନେ ବଖାଣିଲେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସ୍କୁଲରେ ବହି ମିଳିନି, ପୋଷାକ ମିଳିନି ଏପରି ବିଭିନ୍ନ ସମସ୍ୟା ନେଇ ଭିଡିଓ ମାଧ୍ୟମରେ ଗୁହାରି କରିଲେ ଛାତ୍ର ଛାତ୍ରୀ
    1
    ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ ପୂର୍ବରୁ ଛାତ୍ର ଛାତ୍ରୀ ମାନେ ବଖାଣିଲେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର 
ସ୍କୁଲରେ ବହି ମିଳିନି, ପୋଷାକ ମିଳିନି ଏପରି ବିଭିନ୍ନ ସମସ୍ୟା ନେଇ ଭିଡିଓ ମାଧ୍ୟମରେ ଗୁହାରି କରିଲେ ଛାତ୍ର ଛାତ୍ରୀ
    user_ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    ସଞ୍ଜୟ ଦତ୍ତ ଆଚାର୍ଯ୍ୟ
    Voice of people ନୂଆଗାଁ, ନୟାଗଡ଼, ଓଡ଼ିଶା•
    14 hrs ago
  • ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ
    1
    ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida #Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    1
    ମୁଖ୍ୟ ମନ୍ତ୍ରୀ ମୋହନ ମାଝିଙ୍କୁ ରାକ୍ଷୀ ପିନ୍ଧାଇଲେ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସୁଭଦ୍ରା ର ପଞ୍ଚମ କିସ୍ତି ପ୍ରଦାନ । 


ବକେୟା ସୁଭଦ୍ରା ସହାୟତା ରାଶି ୧ ମାସ ପରେ ପ୍ରଦାନ କରାଯିବ । #Subhadra #jayadevnews #Prabhatiparida
#Subhadra #jayadevnews #SubhadraYojana #SubhadraShakti #RakshaBandhan #RakhiPurnima #WomenEmpowerment #PravatiApa #PravatiApaFanClub Prabhati Parida
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    7 hrs ago
  • ଦେଖନ୍ତୁ ଆମ ମଣୀମା ବଡ ଠାକୁର ମହାପ୍ରଭୁଙ୍କ ରଥ ଦର୍ଶନ! ଜୟ ଜଗନ୍ନାଥ
    1
    ଦେଖନ୍ତୁ ଆମ ମଣୀମା ବଡ ଠାକୁର ମହାପ୍ରଭୁଙ୍କ ରଥ ଦର୍ଶନ! ଜୟ ଜଗନ୍ନାଥ
    user_Gouri shankar mahapatra
    Gouri shankar mahapatra
    Graphic designer ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    7 hrs ago
  • my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha
    4
    my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha 
my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha
    user_PramodTulasi Alatia
    PramodTulasi Alatia
    ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    11 hrs ago
  • ରକ୍ଷାବନ୍ଧନ ଉତ୍ସବ ପୁରୀ ଆଜି ତା୨୭.୦୮.୨୦୨୬ ରିଖ (ଗୁରୁବାର‌) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧମିକ ବିଦ୍ୟାଳୟ, ଘୋଡ଼ାବଜାର, ପୁରୀ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଦ୍ୟାଳୟ (୨୦୦୮ ମସିହା)ର ପୂର୍ବତନ ସମ୍ପାଦକ ଦାୟିତ୍ଵ ମଣ୍ଡନ କରିଥିବା ମାନନୀୟ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାଶ( ଅବସର ପ୍ରାପ୍ତ ବିଶ୍ଵମ୍ବର ବିଦ୍ୟାପୀଠ, ପୁରୀର ବରିଷ୍ଠ ସଂସ୍କୃତ ଆଚାର୍ଯ୍ୟ), ସଦ୍‌ଭାବନାର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ବରିଷ୍ଠ ସ୍ୱୟଂ ସେବକ ଶ୍ରୀଯୁକ୍ତ ରାଜକିଶୋର ସାହୁଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସେ କହିଥିଲେ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଏକତା ରଜୁରେ ବାନ୍ଧି ହୋଇ ରହିଛି, ଯାହାର ଫଳ ସ୍ୱରୂପ ଦେବତୁଲ୍ୟ ମାତାପିତା, ଭ୍ରାତୃ ଭଗିନୀଙ୍କ ଅତୁଟ ବନ୍ଧନର ଉତ୍ସବ ପବିତ୍ର ରକ୍ଷା ବନ୍ଧନ ଜନ ସମାଜକୁ ଭାଇଚାରା ତଥା ସାମାଜିକ ସମରସତାର ନିଦର୍ଶନ ଦେଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଅଦ୍ୟ ଦିବସର ଆଭିମୁଖ୍ୟ କଥନ ପ୍ରଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ଅଭିମନ୍ୟୁ ଭୂୟାଁଙ୍କ ଆଶୀର୍ବଚନ ପରେ ପରେ କୁନି କୁନି ଶିଶୁ ଭାଇ ଭାଉଣୀମାନଙ୍କ ଦ୍ଵାରା ରକ୍ଷା କବଚ ପରିଧାନ କରି ମିଷ୍ଠାନ ଗ୍ରହଣ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ, ସମେତ ସମସ୍ତ ସଦସ୍ୟ ବୃନ୍ଦ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ ରକ୍ଷା କବଚ ପରିଧାନ କରି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଭାଇ ଭାଉଣୀ, ଗୁରୁଜୀ ଗୁରୁମା, ସେବକ ସେବିକା ତଥା ଅଭିଭାବକ ଅଭିଭାବିକାମାନଙ୍କ ହସ୍ତରେ ରକ୍ଷା କବଚ ବନ୍ଧା ଯାଇଥିଲା । ବିଭିନ୍ନ କାର୍ଯ୍ୟାଳୟ, ଗୋଶାଳା, ବାଳାଶ୍ରମ, ସଂସ୍କାର କେନ୍ଦ୍ର, ପୂର୍ବ ପରିଚାଳନା ସମିତିର ସଦସ୍ୟ ବୃନ୍ଦ, ସଂଘ ଓ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତା ବୃନ୍ଦ, ପୂର୍ବତନ ଆଚାର୍ଯ୍ୟ ଆଚାର୍ଯ୍ୟ। ବାହନ ଚାଳକ ଭାଇ ତଥା ପଡୋଶୀଙ୍କୁ ଗୁରୁଜୀ ଗୁରୁମାଙ୍କ ସହିତ ବିଦ୍ୟାଳୟର ଶିଶୁମାନେ ଯାଇ ରକ୍ଷା କବଚ ଓ ମିଷ୍ଟାନ ବଣ୍ଟନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଡଃ ଶ୍ରୀକାନ୍ତ ମିଶ୍ରଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇଥିଲା । ପରିଶେଷରେ ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ଆଜିର କାର୍ଯ୍ୟକ୍ରମର ଧନ୍ୟବାଦ ଅର୍ପଣ କରିଥିଲେ ।
    4
    ରକ୍ଷାବନ୍ଧନ ଉତ୍ସବ

ପୁରୀ ଆଜି  ତା୨୭.୦୮.୨୦୨୬ ରିଖ (ଗୁରୁବାର‌) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧମିକ ବିଦ୍ୟାଳୟ, ଘୋଡ଼ାବଜାର, ପୁରୀ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଅଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଦ୍ୟାଳୟ (୨୦୦୮ ମସିହା)ର ପୂର୍ବତନ ସମ୍ପାଦକ ଦାୟିତ୍ଵ ମଣ୍ଡନ କରିଥିବା ମାନନୀୟ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାଶ( ଅବସର ପ୍ରାପ୍ତ ବିଶ୍ଵମ୍ବର ବିଦ୍ୟାପୀଠ, ପୁରୀର ବରିଷ୍ଠ ସଂସ୍କୃତ ଆଚାର୍ଯ୍ୟ), ସଦ୍‌ଭାବନାର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ବରିଷ୍ଠ ସ୍ୱୟଂ ସେବକ ଶ୍ରୀଯୁକ୍ତ ରାଜକିଶୋର ସାହୁଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସେ କହିଥିଲେ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଏକତା ରଜୁରେ ବାନ୍ଧି ହୋଇ ରହିଛି, ଯାହାର ଫଳ ସ୍ୱରୂପ ଦେବତୁଲ୍ୟ ମାତାପିତା, ଭ୍ରାତୃ ଭଗିନୀଙ୍କ ଅତୁଟ ବନ୍ଧନର ଉତ୍ସବ ପବିତ୍ର ରକ୍ଷା ବନ୍ଧନ ଜନ ସମାଜକୁ ଭାଇଚାରା ତଥା ସାମାଜିକ ସମରସତାର ନିଦର୍ଶନ ଦେଇଅଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଅଦ୍ୟ ଦିବସର ଆଭିମୁଖ୍ୟ କଥନ ପ୍ରଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ଅଭିମନ୍ୟୁ ଭୂୟାଁଙ୍କ ଆଶୀର୍ବଚନ ପରେ ପରେ କୁନି କୁନି ଶିଶୁ ଭାଇ ଭାଉଣୀମାନଙ୍କ ଦ୍ଵାରା ରକ୍ଷା କବଚ ପରିଧାନ କରି ମିଷ୍ଠାନ ଗ୍ରହଣ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ  ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ, ସମେତ ସମସ୍ତ ସଦସ୍ୟ ବୃନ୍ଦ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ ରକ୍ଷା କବଚ ପରିଧାନ କରି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଭାଇ ଭାଉଣୀ, ଗୁରୁଜୀ ଗୁରୁମା, ସେବକ ସେବିକା ତଥା ଅଭିଭାବକ ଅଭିଭାବିକାମାନଙ୍କ ହସ୍ତରେ ରକ୍ଷା କବଚ ବନ୍ଧା ଯାଇଥିଲା । ବିଭିନ୍ନ କାର୍ଯ୍ୟାଳୟ, ଗୋଶାଳା, ବାଳାଶ୍ରମ, ସଂସ୍କାର କେନ୍ଦ୍ର, ପୂର୍ବ ପରିଚାଳନା ସମିତିର ସଦସ୍ୟ ବୃନ୍ଦ, ସଂଘ ଓ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତା ବୃନ୍ଦ, ପୂର୍ବତନ ଆଚାର୍ଯ୍ୟ ଆଚାର୍ଯ୍ୟ। ବାହନ ଚାଳକ ଭାଇ ତଥା ପଡୋଶୀଙ୍କୁ ଗୁରୁଜୀ ଗୁରୁମାଙ୍କ ସହିତ ବିଦ୍ୟାଳୟର ଶିଶୁମାନେ ଯାଇ ରକ୍ଷା କବଚ ଓ ମିଷ୍ଟାନ ବଣ୍ଟନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଡଃ ଶ୍ରୀକାନ୍ତ ମିଶ୍ରଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପାଦନ ହୋଇଥିଲା । ପରିଶେଷରେ ସ୍ଥାନୀୟ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ ଆଜିର କାର୍ଯ୍ୟକ୍ରମର ଧନ୍ୟବାଦ ଅର୍ପଣ କରିଥିଲେ ।
    user_Dr.Manoj kumar baliarsingh
    Dr.Manoj kumar baliarsingh
    ପୁରୀ (M), ପୁରୀ, ଓଡ଼ିଶା•
    14 hrs ago
  • ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି – ମୁଖ୍ୟମନ୍ତ୍ରୀ
    1
    ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି – ମୁଖ୍ୟମନ୍ତ୍ରୀ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।
    1
    ଚାହୁଁ ଚାହୁଁ ମାଡ଼ି ଆସିଲା ଜଳ ପ୍ରଳୟ, ଚିତ୍କାର କରି ଏଣେ ତେଣେ ଦୌଡିଲେ 
ଚାଇନା ରେ ଗ୍ଲାସିଅର ଖସିବା ଯୋଗୁଁ ଛାରଖାର ହୋଇଗଲା ନେପାଳ । ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଯାଏଁ ୧୦୦୦ ରୁ ଅଧିକ ନିଖୋଜ ଅଛନ୍ତି ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.