ତାଳଚେରରେ କାର୍ତ୍ତିକେଶ୍ୱରଙ୍କ ପୂଜା ଓ ବୈଠକ ତାଳଚେର :- ତାଳଚେର ନଗରରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର l ପ୍ରାୟ ୨୫ ଗୋଟି ମଣ୍ଡପରେ ପୂଜା ପାଇଲେ ବାବା କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ l ପୂଜା ଓ ଭଷାଣୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ତାଳଚେର ଥାନା ପରିସରରେ ଆଇ.ଆଇ.ସି ଦିଗବିଜୟ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ପୂଜା ୯ ଦିନ ଧରି ଅନୁଷ୍ଠିତ ହୋଇ ତା ୧୦/୧୧/୨୦୨୫ ରିଖ ସୋମବାର ମଧ୍ୟାହ୍ନ ୧ ଘଟିକାରୁ ଭଷାଣୀ ଶୋଭାଯାତ୍ରା ହେବା ପାଇଁ ସ୍ଥିର ହେlଇଛି l ପୂଜା ସମୟରେ ସମସ୍ତ ପୂଜା ମଣ୍ଡପ ମାନଙ୍କରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା ସହ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତି ହୋଇଛି l ଭଷାଣୀରେ ଡିଜେ ସମ୍ପୂର୍ଣ ନିଷେଧ କରାଯାଇଛି l ଶାନ୍ତିଶୃଙ୍ଖଳା ସହ ଭଷାଣୀ ଶୋଭାଯାତ୍ରା ପାଳନ ପାଇଁ ଅନେକ ନୀତି ନିୟମ କରାଯାଇଥିବା ସ୍ଥଳେ ଏହାକୁ ସମସ୍ତ ପୂଜା କମିଟି କଡାକଡି ଭାବରେ ପାଳନ କରିବାକୁ ନିଷ୍ପତି ହୋଇଛି l ଭଷାଣୀ ଦିନ ଦିବା ୧୧ ଘଟିକା ସମୟରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ୭୧ କେଜି ଓଜନର ଲଡୁ ନିଲାମ ହେବା ପାଇଁ ସ୍ଥିର ହୋଇଛି l ଲଡ଼ୁନିଲାମ ପରେ ଅତିଥି ମାନଙ୍କର ମେଢ଼ ପରିଦର୍ଶନ ପରେ ପରେ ଦିବା ୧ ଘଟିକାରେ ଭଷାଣୀ ଶୋଭାଯାତ୍ରା ଆରମ୍ଭ ହୋଇ ରାତ୍ର ୮ ଘଟିକାରେ ଭଷାଣୀ ଶେଷ ହେବା ପାଇଁ କଡାକଡି ଭାବରେ ନିଷ୍ପତି ହୋଇଛି l ଚଳିତ ବର୍ଷ ତାଳଚେର ନଗରରେ ୨୫ରୁ ଉର୍ଧ୍ଵ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ମୂର୍ତ୍ତି ପୂଜା ପାଉଥିବା ସ୍ଥଳେ ୧୭ ଗୋଟି ମେଢ଼ ଏକତ୍ର ଭଷାଣୀରେ ସାମିଲ ହେବେ ବୋଲି ସମ୍ମତି ଦେଇଛନ୍ତି l ଉକ୍ତ ବୈଠକରେ ଲଟେରୀ ମାଧ୍ୟମରେ ଭାଷାଣୀର କ୍ରମିକ ନମ୍ବର ସ୍ଥିର ହୋଇଥିଲା ପର୍ଯ୍ୟାୟ କ୍ରମେ ୧ମ ରେ ନବମିଶ୍ର କଲୋନୀ ପୂଜା କମିଟି, ଅଲ ରାଉଣ୍ଡର ପୂଜା କମିଟି, ଚିତ୍ରକୂଟ ବଜାର ପୂଜା କମିଟି, ପାଇକ ସାହି, ରୁଦ୍ରସେବକ, କାର୍ଗିଲ ଗ୍ରୁପ, ଜୟ ମା ହିଙ୍ଗୁଳା ବଡଦାଣ୍ଡ ସାହି, ବାପୁଜୀ ନଗର ଯୁବକ ସଂଘ, ବଉଳ ଛକ, ମା ତାରିଣୀ ପୂଜା କମିଟି ଜେଲରୋଡ଼, ଭୈରବୀ ସାହି, ସିଂହ ସାହି, ମହାଲକ୍ଷ୍ମୀ ପୂଜା କମିଟି ବାପୁଜୀ ନଗର, ହନୁମାନ ପଡ଼ା, ବାପୁଜୀ ନଗର, ଆମରି ସଂସ୍ଥା ଅରାସାହି, ତାଳେଶ୍ଵରୀ ପୂଜା କମିଟି ବିରାଦର ପଡ଼ା ରହିଛି l ଉକ୍ତ ବୈଠକରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭରତ ଚନ୍ଦ୍ର ସାହୁ, କମିଟିର ସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ଉପ-ସଭାପତି କେଶବ ଭୂତିଆ, କୋଷାଧକ୍ଷ ପ୍ରଫୁଲ୍ଲ ଦାସ, ନରେଶ ଅଗ୍ରୱାଲ, ଆନନ୍ଦ ମହାରଣା, ରଞ୍ଜନ ଭୂତିଆ, ସୁକାନ୍ତ ରାଏ, ଅଜୁ ଦାସ, ଅଜିତ ଦାସ, ସିଧେଶ୍ୱର କୁଅଁର, ସର୍ବେଶ୍ୱର କୁଅଁର, ସୁନୀଲ ସିଂ ପ୍ରମୁଖ ଉପସ୍ଥିତ ରହି ଉକ୍ତ ବୈଠକକୁ ସହଯୋଗ କରିଥିଲେ l

- ବିକାଶ ଯେଉଁଠି ବିକାଶ ପୁରୁଷ ସେଇଠି1
- ପିତଳ ହନୁମନ୍1
- ବୌଦ୍ଧ ଜିଲ୍ଲା ବିଶ୍ବହିନ୍ଦୁ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ1
- OTV ର ଫର୍ଦ୍ଧା ପାସ୍ କଲେ Mizoram ଛାତ୍ର1
- Post by User5115 Susanta Kumar Pattnaik1
- ଜଲଦି ଦେଖନ୍ତୁ 👉 https://youtu.be/0DMt7pqnlP81
- ओडिशा के बालासोर जिले में मंगलवार को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. कुत्तों ने नोंचा शरीर यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.1
- ଗାଁରେ ଲୋକକଳା ମହୋତ୍ସବ I Adenigad I Boudh News I @ranjankumardash1