logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବରଗଡ଼ ଜିଲ୍ଲାର ବରପାଲିରେ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି, ଯେଉଁଥିରେ ଆଜି ଶୁଭ ଲଗ୍ନରେ ବାବା କପିଳେଶ୍ୱର ଓ ମାତା ପାର୍ବତୀଙ୍କ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବରପାଲି ସହର ଲୋକାରଣ୍ୟ ହୋଇପଡ଼ିଛି ଏବଂ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ସାଂସ୍କୃତିକ ମଞ୍ଚରେ ଯୋଗଦାନ କରି ଏହାର ଶୋଭା ବର୍ଦ୍ଧନ କରିଛନ୍ତି। ଏହି ଯାତ୍ରାକୁ 'ବୈଠକୀ ଯାତ୍ରା' କୁହାଯାଏ। ଗତକାଲି ମଧ୍ୟରାତ୍ରରେ ବାବାଙ୍କ ବରାତ ବାହାରି ନଗର ପରିକ୍ରମା କରିଥିଲା ଏବଂ ସକାଳ ପ୍ରାୟ ୬ ଘଣ୍ଟା ସମୟରେ ହିମାଦ୍ରୀ ନଗର ମଣ୍ଡପରେ ପହଞ୍ଚିଥିଲା। ବରାତି ଶୋଭାଯାତ୍ରାରେ ଡମ୍ବରୁ ପାର୍ଟି, ମହକାଲ ଦଳ, ମୂର୍ତ୍ତି ନୃତ୍ୟ, ଡିଜେ, ଦୁଳ ଦୁଳି, ବ୍ୟାଣ୍ଡ ପାର୍ଟି, ଘଣ୍ଟ ପାର୍ଟି ଆଦି ବହୁ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ପ୍ରଥମେ ଭୋର୍ ପ୍ରାୟ ୫ ଟା ସମୟରେ କନ୍ୟା ପକ୍ଷରୁ ପ୍ରଥମ ବାଟ ବରଣ କରିବା ପରେ, ଚଳିତ ବର୍ଷର କନ୍ୟା ପିତାମାତା ଶିବ କୁମାର ଅଗ୍ରୱାଲ ଓ ଗାୟତ୍ରୀ ଦେବୀ କପିଳେଶ୍ୱର ବାବାଙ୍କୁ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ। ହିମାଦ୍ରୀ ନଗରର ଶୈବ ଭକ୍ତଗଣ ବରଯାତ୍ରୀ ଦଳକୁ ମଧ୍ୟ ଭବ୍ୟ ସ୍ୱାଗତ କରିଥିଲେ। ବର୍ତ୍ତମାନ ବାବା କପିଳେଶ୍ୱର ଓ ମାତା ପାର୍ବତୀ ହିମାଦ୍ରୀ ନଗର ମଣ୍ଡପଠାରେ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ସନ୍ଧ୍ୟାରେ ହିମାଦ୍ରୀ ନଗର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବରପାଲି ତହସିଲଦାର ରୁକମଣ ମେହେର ପ୍ରମୁଖ ଯୋଗଦାନ କରିଥିଲେ। ବିଜେପୁର ବିଧାୟକ ନିଜ ଅଭିଭାଷଣରେ ବରପାଲିର ଶୀତଳ ଷଷ୍ଠୀକୁ ଏକ ମହାନ ଐତିହାସିକ ପରମ୍ପରା ବୋଲି କହିବା ସହ ଏହାକୁ କିପରି ଆଗକୁ ବଜାୟ ରଖିବା ଏବଂ ୧୫୦ତମ ମହାସମାରୋହରେ ପାଳନ କରିବା ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଏହି ଅବସରରେ ଓଡ଼ିଆର ସୁନାମଧନ୍ୟ ଗାୟିକା ଦିପ୍ତୀରେଖା ପାଢ଼ୀ ଓ ତାଙ୍କ ଗ୍ରୁପର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂ, ଏନଏସି ଚେୟାରମ୍ୟାନ ଦିନେଶ ଗହୀର ଏବଂ କମିଟିର ସୁବୋଧ ଷଡ଼ଙ୍ଗୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

19 hrs ago
user_PNC MEDIA
PNC MEDIA
ବରଗଡ଼, ବରଗଡ଼, ଓଡ଼ିଶା•
19 hrs ago

ବରଗଡ଼ ଜିଲ୍ଲାର ବରପାଲିରେ ୧୪୯ତମ ଶୀତଳ ଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି, ଯେଉଁଥିରେ ଆଜି ଶୁଭ ଲଗ୍ନରେ ବାବା କପିଳେଶ୍ୱର ଓ ମାତା ପାର୍ବତୀଙ୍କ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ବରପାଲି ସହର ଲୋକାରଣ୍ୟ ହୋଇପଡ଼ିଛି ଏବଂ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ସାଂସ୍କୃତିକ ମଞ୍ଚରେ ଯୋଗଦାନ କରି ଏହାର ଶୋଭା ବର୍ଦ୍ଧନ କରିଛନ୍ତି। ଏହି ଯାତ୍ରାକୁ 'ବୈଠକୀ ଯାତ୍ରା' କୁହାଯାଏ। ଗତକାଲି ମଧ୍ୟରାତ୍ରରେ ବାବାଙ୍କ ବରାତ ବାହାରି ନଗର ପରିକ୍ରମା କରିଥିଲା ଏବଂ ସକାଳ ପ୍ରାୟ ୬ ଘଣ୍ଟା ସମୟରେ ହିମାଦ୍ରୀ ନଗର ମଣ୍ଡପରେ ପହଞ୍ଚିଥିଲା। ବରାତି ଶୋଭାଯାତ୍ରାରେ ଡମ୍ବରୁ ପାର୍ଟି, ମହକାଲ ଦଳ, ମୂର୍ତ୍ତି ନୃତ୍ୟ, ଡିଜେ, ଦୁଳ ଦୁଳି, ବ୍ୟାଣ୍ଡ ପାର୍ଟି, ଘଣ୍ଟ ପାର୍ଟି ଆଦି ବହୁ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ। ପ୍ରଥମେ ଭୋର୍ ପ୍ରାୟ ୫ ଟା ସମୟରେ କନ୍ୟା ପକ୍ଷରୁ ପ୍ରଥମ ବାଟ ବରଣ କରିବା ପରେ, ଚଳିତ ବର୍ଷର କନ୍ୟା ପିତାମାତା ଶିବ କୁମାର ଅଗ୍ରୱାଲ ଓ ଗାୟତ୍ରୀ ଦେବୀ କପିଳେଶ୍ୱର ବାବାଙ୍କୁ ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ। ହିମାଦ୍ରୀ ନଗରର ଶୈବ ଭକ୍ତଗଣ ବରଯାତ୍ରୀ ଦଳକୁ ମଧ୍ୟ ଭବ୍ୟ ସ୍ୱାଗତ କରିଥିଲେ। ବର୍ତ୍ତମାନ ବାବା କପିଳେଶ୍ୱର ଓ ମାତା ପାର୍ବତୀ ହିମାଦ୍ରୀ ନଗର ମଣ୍ଡପଠାରେ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ସନ୍ଧ୍ୟାରେ ହିମାଦ୍ରୀ ନଗର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବରପାଲି ତହସିଲଦାର ରୁକମଣ ମେହେର ପ୍ରମୁଖ ଯୋଗଦାନ କରିଥିଲେ। ବିଜେପୁର ବିଧାୟକ ନିଜ ଅଭିଭାଷଣରେ ବରପାଲିର ଶୀତଳ ଷଷ୍ଠୀକୁ ଏକ ମହାନ ଐତିହାସିକ ପରମ୍ପରା ବୋଲି କହିବା ସହ ଏହାକୁ କିପରି ଆଗକୁ ବଜାୟ ରଖିବା ଏବଂ ୧୫୦ତମ ମହାସମାରୋହରେ ପାଳନ କରିବା ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଏହି ଅବସରରେ ଓଡ଼ିଆର ସୁନାମଧନ୍ୟ ଗାୟିକା ଦିପ୍ତୀରେଖା ପାଢ଼ୀ ଓ ତାଙ୍କ ଗ୍ରୁପର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂ, ଏନଏସି ଚେୟାରମ୍ୟାନ ଦିନେଶ ଗହୀର ଏବଂ କମିଟିର ସୁବୋଧ ଷଡ଼ଙ୍ଗୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମଠାରେ ଗତ ୧୫/୦୬/୨୦୨୬ ରୁ ୧୮/୦୬/୨୦୨୭ ପର୍ଯ୍ୟନ୍ତ ଚାରି ଦିବସୀୟ ରାଜ୍ୟସ୍ତରୀୟ କ୍ୟୁରୋଗୀ ଓ ପୂମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ୬୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ବରଗଡ଼ ଜିଲ୍ଲାରୁ ସମ୍ପାଦକ ତଥା କୋଚ ବିଜୟ କୁମାର ଭୋଇଙ୍କ ନେତୃତ୍ୱରେ ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନେ ୩ଟି ସ୍ୱର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଏବଂ ୫ଟି କାଂସ୍ୟ ପଦକ ହାସଲ କରିଛନ୍ତି। କୋଚ ଶ୍ରୀ ଭୋଇଙ୍କ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ପଦକ ଜିତିଥିବା ୩ ଜଣ ଖେଳାଳି ଆସନ୍ତା ଅଗଷ୍ଟ ମାସରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବରଗଡ଼ ଜିଲ୍ଲା ସଂଘର ସଭାପତି ଶ୍ରୀ ନବକିଶୋର ପାଣିଗ୍ରାହୀ, ଉପସଭାପତି ଶ୍ରୀ ଆଶୁତୋଷ ରଥ ଏବଂ କୋଷାଧ୍ୟକ୍ଷ ଶ୍ରୀୟା ମିଶ୍ରଙ୍କ ସମେତ ବରଗଡ଼ ବାସୀ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
    1
    କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମଠାରେ ଗତ ୧୫/୦୬/୨୦୨୬ ରୁ ୧୮/୦୬/୨୦୨୭ ପର୍ଯ୍ୟନ୍ତ ଚାରି ଦିବସୀୟ ରାଜ୍ୟସ୍ତରୀୟ କ୍ୟୁରୋଗୀ ଓ ପୂମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ୬୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଏଥିରେ ବରଗଡ଼ ଜିଲ୍ଲାରୁ ସମ୍ପାଦକ ତଥା କୋଚ ବିଜୟ କୁମାର ଭୋଇଙ୍କ ନେତୃତ୍ୱରେ ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନେ ୩ଟି ସ୍ୱର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଏବଂ ୫ଟି କାଂସ୍ୟ ପଦକ ହାସଲ କରିଛନ୍ତି। କୋଚ ଶ୍ରୀ ଭୋଇଙ୍କ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ପଦକ ଜିତିଥିବା ୩ ଜଣ ଖେଳାଳି ଆସନ୍ତା ଅଗଷ୍ଟ ମାସରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ବରଗଡ଼ ଜିଲ୍ଲା ସଂଘର ସଭାପତି ଶ୍ରୀ ନବକିଶୋର ପାଣିଗ୍ରାହୀ, ଉପସଭାପତି ଶ୍ରୀ ଆଶୁତୋଷ ରଥ ଏବଂ କୋଷାଧ୍ୟକ୍ଷ ଶ୍ରୀୟା ମିଶ୍ରଙ୍କ ସମେତ ବରଗଡ଼ ବାସୀ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି, ଯାହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଗୁଳି ଚଳାଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି, ଯାହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଗୁଳି ଚଳାଇଥିଲେ।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    14 hrs ago
  • କଳାହାଣ୍ଡି ଜିଲ୍ଲାର ଚିକିଲି ଗାଁରେ ଏକ ଜଙ୍ଗଲୀ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବା ପରେ ପୂରା ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ, ଭାଲୁଟି ପାଖରେ ଥିବା କଷଣା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିବା ସନ୍ଦେହ କରାଯାଉଛି। ଘର ଭିତରେ ଭାଲୁକୁ ଦେଖି ପରିବାର ସଦସ୍ୟ ଏବଂ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ। ଘଟଣାର ସୂଚନା ପାଇବା କ୍ଷଣି ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ବନ ବିଭାଗ ପକ୍ଷରୁ ମାଇକ୍ରୋଫୋନ୍ ଜରିଆରେ ଲୋକମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ଭାଲୁ ପାଖକୁ ନ ଯାଆନ୍ତୁ, ଭିଡ଼ ନ ଜମାନ୍ତୁ ଏବଂ ନିଜ ନିଜ ଘର ଭିତରେ ରୁହନ୍ତୁ। ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବୃଦ୍ଧି ପାଉଥିବା ଯାତାୟାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ସମସ୍ତ ଲୋକଙ୍କୁ ସତର୍କ ରହିବା ଏବଂ କୌଣସି ବନ୍ୟଜନ୍ତୁ ଦେଖାଗଲେ ତୁରନ୍ତ ବିଭାଗକୁ ସୂଚନା ଦେବାକୁ ପୁନର୍ବାର ଅପିଲ୍ କରାଯାଇଛି।
    1
    କଳାହାଣ୍ଡି ଜିଲ୍ଲାର ଚିକିଲି ଗାଁରେ ଏକ ଜଙ୍ଗଲୀ ଭାଲୁ ଜଣେ ବ୍ୟକ୍ତିଙ୍କ ଘରେ ପଶିଯିବା ପରେ ପୂରା ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଚହଳ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ ଆକଳନ ଅନୁସାରେ, ଭାଲୁଟି ପାଖରେ ଥିବା କଷଣା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଶିଆସିଥିବା ସନ୍ଦେହ କରାଯାଉଛି। ଘର ଭିତରେ ଭାଲୁକୁ ଦେଖି ପରିବାର ସଦସ୍ୟ ଏବଂ ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ମିଳିବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ।

ଘଟଣାର ସୂଚନା ପାଇବା କ୍ଷଣି ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ବନ ବିଭାଗ ପକ୍ଷରୁ ମାଇକ୍ରୋଫୋନ୍ ଜରିଆରେ ଲୋକମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ଭାଲୁ ପାଖକୁ ନ ଯାଆନ୍ତୁ, ଭିଡ଼ ନ ଜମାନ୍ତୁ ଏବଂ ନିଜ ନିଜ ଘର ଭିତରେ ରୁହନ୍ତୁ।

ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବୃଦ୍ଧି ପାଉଥିବା ଯାତାୟାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବନ ବିଭାଗ ପକ୍ଷରୁ ସମସ୍ତ ଲୋକଙ୍କୁ ସତର୍କ ରହିବା ଏବଂ କୌଣସି ବନ୍ୟଜନ୍ତୁ ଦେଖାଗଲେ ତୁରନ୍ତ ବିଭାଗକୁ ସୂଚନା ଦେବାକୁ ପୁନର୍ବାର ଅପିଲ୍ କରାଯାଇଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ୨୦.୦୬.୨୬ ତାରିଖରେ ଭାରତର ଘରୋଇ କୋଇଲା ସମ୍ପଦର ସ୍ଥାୟୀ ବ୍ୟବହାର ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କୁଶ୍ରାଲୋଇ ପଞ୍ଚାୟତରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ)ର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ଜରିଆରେ ଏହି ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଲଖନପୁରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କୋଇଲା ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଥିଲେ ଯେ, କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍) ମଧ୍ୟରେ ଏହି ମିଳିତ ଉଦ୍ୟମ କୋଇଲା ପ୍ରକ୍ରିୟାକରଣରେ ଏକ ନୂତନ ଯୁଗର ଆରମ୍ଭ କରିବ। ଏହା ସ୍ୱଦେଶୀ କୋଇଲା ଗ୍ୟାସିଫିକେସନ୍ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ସହିତ ଭାରତର ପ୍ରଚୁର କୋଇଲା ସମ୍ପଦକୁ ମୂଲ୍ୟଯୁକ୍ତ ରାସାୟନିକ ପଦାର୍ଥରେ ପରିଣତ କରିବ। ଏହା ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ମିଳିବ ଏବଂ ଆନୁଷଙ୍ଗିକ ଶିଳ୍ପ ଓ ସେବା ମାଧ୍ୟମରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ବିସିଜିସିଏଲ୍ ହେଉଛି କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍)ର ଏକ ମିଳିତ ଉଦ୍ୟମ କମ୍ପାନୀ, ଯେଉଁଥିରେ ସିଆଇଏଲ୍‌ର ୫୧% ଏବଂ ବିଏଚଇଏଲ୍‌ର ୪୯% ଅଂଶଧନ ରହିଛି। ସିଆଇଏଲ୍‌ର ଏକ ସହାୟକ କମ୍ପାନୀ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଏହି ପ୍ରକଳ୍ପ ପାଇଁ ଲଖନପୁରରେ ପ୍ରାୟ ୩୫୦ ଏକର କୋଇଲା ପରିବହନ ଜମି ଯୋଗାଇବା ସହ ଏହାର ଇବ୍ ଭ୍ୟାଲି ୱାଶରୀରୁ ୦.୭୯ ନିୟୁତ ମେଟ୍ରିକ୍ ଟନ୍ ସ୍ୱଚ୍ଛ କୋଇଲା ଏବଂ ୧.୧୯ ନିୟୁତ ମେଟ୍ରିକ୍ ଟନ୍ ରିଜେକ୍ଟ ଯୋଗାଇବ। ଜାତୀୟ କୋଇଲା ଗ୍ୟାସିଫିକେସନ୍ ମିଶନ ସହିତ ସମନ୍ୱିତ ଏହି ପ୍ରକଳ୍ପ, ଘରୋଇ ଭାବରେ ବିକଶିତ ପ୍ରେସରାଇଜ୍ଡ ଫ୍ଲୁଇଡାଇଜ୍ଡ ବେଡ୍ ଗ୍ୟାସିଫିକେସନ୍ (PFBG) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରତିବର୍ଷ ୦.୬୬ ନିୟୁତ ଟନ୍ ଟେକ୍ନିକାଲ୍ ଗ୍ରେଡ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ₹୨୫,୦୦୦ କୋଟିରୁ ଅଧିକ ନିବେଶ ସହିତ, ଏହି ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ଉଚ୍ଚ-ସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଠାରୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଏବଂ କୋଇଲା ମନ୍ତ୍ରଣାଳୟରୁ ₹୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିଛି। ସାମ୍ବିଧାନିକ ଏବଂ ପରିବେଶଗତ ଅନୁମୋଦନ, ଟର୍ନକି କାର୍ଯ୍ୟାନ୍ୱୟନ ପ୍ୟାକେଜ୍ ପ୍ରଦାନ ଏବଂ ଆର୍ଥିକ ସହାୟତା ସହିତ, ଏହି ପ୍ରକଳ୍ପଟି ସେପ୍ଟେମ୍ବର ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଯୋଜନା କରାଯାଇଛି। ଏହି ପ୍ରମୁଖ ପଦକ୍ଷେପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୋଇଲାକୁ ଉଚ୍ଚ-ମୂଲ୍ୟର ରାସାୟନିକ ଉତ୍ପାଦରେ ପରିଣତ କରିବାରେ ଭାରତର କ୍ଷମତା ପ୍ରଦର୍ଶନ କରିବା ସହିତ ଦେଶବ୍ୟାପୀ ଭବିଷ୍ୟତର କୋଇଲା-ରୁ-ରାସାୟନିକ ପ୍ରକଳ୍ପ ପାଇଁ ଏକ ମଡେଲ ସ୍ଥାପନ କରିବ ବୋଲି ଆଶା କରାଯାଉଛି।
    4
    ୨୦.୦୬.୨୬ ତାରିଖରେ ଭାରତର ଘରୋଇ କୋଇଲା ସମ୍ପଦର ସ୍ଥାୟୀ ବ୍ୟବହାର ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କୁଶ୍ରାଲୋଇ ପଞ୍ଚାୟତରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ)ର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ଜରିଆରେ ଏହି ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ଲଖନପୁରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କୋଇଲା ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଥିଲେ ଯେ, କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍) ମଧ୍ୟରେ ଏହି ମିଳିତ ଉଦ୍ୟମ କୋଇଲା ପ୍ରକ୍ରିୟାକରଣରେ ଏକ ନୂତନ ଯୁଗର ଆରମ୍ଭ କରିବ। ଏହା ସ୍ୱଦେଶୀ କୋଇଲା ଗ୍ୟାସିଫିକେସନ୍ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ସହିତ ଭାରତର ପ୍ରଚୁର କୋଇଲା ସମ୍ପଦକୁ ମୂଲ୍ୟଯୁକ୍ତ ରାସାୟନିକ ପଦାର୍ଥରେ ପରିଣତ କରିବ। ଏହା ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ମିଳିବ ଏବଂ ଆନୁଷଙ୍ଗିକ ଶିଳ୍ପ ଓ ସେବା ମାଧ୍ୟମରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ବିସିଜିସିଏଲ୍ ହେଉଛି କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍)ର ଏକ ମିଳିତ ଉଦ୍ୟମ କମ୍ପାନୀ, ଯେଉଁଥିରେ ସିଆଇଏଲ୍‌ର ୫୧% ଏବଂ ବିଏଚଇଏଲ୍‌ର ୪୯% ଅଂଶଧନ ରହିଛି। ସିଆଇଏଲ୍‌ର ଏକ ସହାୟକ କମ୍ପାନୀ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଏହି ପ୍ରକଳ୍ପ ପାଇଁ ଲଖନପୁରରେ ପ୍ରାୟ ୩୫୦ ଏକର କୋଇଲା ପରିବହନ ଜମି ଯୋଗାଇବା ସହ ଏହାର ଇବ୍ ଭ୍ୟାଲି ୱାଶରୀରୁ ୦.୭୯ ନିୟୁତ ମେଟ୍ରିକ୍ ଟନ୍ ସ୍ୱଚ୍ଛ କୋଇଲା ଏବଂ ୧.୧୯ ନିୟୁତ ମେଟ୍ରିକ୍ ଟନ୍ ରିଜେକ୍ଟ ଯୋଗାଇବ।

ଜାତୀୟ କୋଇଲା ଗ୍ୟାସିଫିକେସନ୍ ମିଶନ ସହିତ ସମନ୍ୱିତ ଏହି ପ୍ରକଳ୍ପ, ଘରୋଇ ଭାବରେ ବିକଶିତ ପ୍ରେସରାଇଜ୍ଡ ଫ୍ଲୁଇଡାଇଜ୍ଡ ବେଡ୍ ଗ୍ୟାସିଫିକେସନ୍ (PFBG) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରତିବର୍ଷ ୦.୬୬ ନିୟୁତ ଟନ୍ ଟେକ୍ନିକାଲ୍ ଗ୍ରେଡ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ₹୨୫,୦୦୦ କୋଟିରୁ ଅଧିକ ନିବେଶ ସହିତ, ଏହି ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ଉଚ୍ଚ-ସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଠାରୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଏବଂ କୋଇଲା ମନ୍ତ୍ରଣାଳୟରୁ ₹୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିଛି। ସାମ୍ବିଧାନିକ ଏବଂ ପରିବେଶଗତ ଅନୁମୋଦନ, ଟର୍ନକି କାର୍ଯ୍ୟାନ୍ୱୟନ ପ୍ୟାକେଜ୍ ପ୍ରଦାନ ଏବଂ ଆର୍ଥିକ ସହାୟତା ସହିତ, ଏହି ପ୍ରକଳ୍ପଟି ସେପ୍ଟେମ୍ବର ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଯୋଜନା କରାଯାଇଛି। ଏହି ପ୍ରମୁଖ ପଦକ୍ଷେପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୋଇଲାକୁ ଉଚ୍ଚ-ମୂଲ୍ୟର ରାସାୟନିକ ଉତ୍ପାଦରେ ପରିଣତ କରିବାରେ ଭାରତର କ୍ଷମତା ପ୍ରଦର୍ଶନ କରିବା ସହିତ ଦେଶବ୍ୟାପୀ ଭବିଷ୍ୟତର କୋଇଲା-ରୁ-ରାସାୟନିକ ପ୍ରକଳ୍ପ ପାଇଁ ଏକ ମଡେଲ ସ୍ଥାପନ କରିବ ବୋଲି ଆଶା କରାଯାଉଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    6 hrs ago
  • ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଅନ୍ତର୍ଗତ ଗୁମାଡେରାର ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିରରେ ୨୦୨୬ ମସିହାରେ ଶୀତଲ ଷଷ୍ଠୀ ମହୋତ୍ସବ ପାଳନ କରାଯିବ। ଏହି ପବିତ୍ର ଅବସରରେ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ସହ ହର ହରି ଭେଟ ଏବଂ ବରଧରା ମହୋତ୍ସବ ଆଦି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜିତ ହେବ।
    1
    ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଅନ୍ତର୍ଗତ ଗୁମାଡେରାର ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିରରେ ୨୦୨୬ ମସିହାରେ ଶୀତଲ ଷଷ୍ଠୀ ମହୋତ୍ସବ ପାଳନ କରାଯିବ। ଏହି ପବିତ୍ର ଅବସରରେ ଭଗବାନ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ସହ ହର ହରି ଭେଟ ଏବଂ ବରଧରା ମହୋତ୍ସବ ଆଦି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜିତ ହେବ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    10 hrs ago
  • ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।
    1
    ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଉଚିତ୍ ନ୍ୟାୟ ଯୋଗାଇ ଦେବାକୁ ନାରାବାଜୀ କରିବା ସହ ସଂଘ ପକ୍ଷରୁ ଦାବି କରାଯାଇଛି। ନାରୀଙ୍କ ସୁରକ୍ଷା ନେଇ ସରକାର ଦାବି କରୁଥିବା ବେଳେ ଚାମେଲି ଓଝାଙ୍କ ପ୍ରତି ଏ କିଭଳି ସୁରକ୍ଷା ବୋଲି ସରପଞ୍ଚ ସଂଘ ପ୍ରଶ୍ନ ଉଠାଇଛି। ସରପଞ୍ଚ ସଂଘ ଖୋଲା ଚେତାବନୀ ଦେଇଛି ଯେ ଯଦି ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କରାଯାଏ, ତେବେ ଆଗାମୀ ଦିନରେ ସଂଘ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ। ଏହି ପରିପ୍ରେକ୍ଷୀରେ, ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଚାମେଲି ଓଝାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛି। ଆମ ବରଗଡ଼ ଜିଲ୍ଲା ପ୍ରତିନିଧୀ ସୁଜିତ୍ ବେହେରା ଏ ନେଇ ସରପଞ୍ଚମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି।
    1
    ବରଗଡ଼ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଉଚିତ୍ ନ୍ୟାୟ ଯୋଗାଇ ଦେବାକୁ ନାରାବାଜୀ କରିବା ସହ ସଂଘ ପକ୍ଷରୁ ଦାବି କରାଯାଇଛି। ନାରୀଙ୍କ ସୁରକ୍ଷା ନେଇ ସରକାର ଦାବି କରୁଥିବା ବେଳେ ଚାମେଲି ଓଝାଙ୍କ ପ୍ରତି ଏ କିଭଳି ସୁରକ୍ଷା ବୋଲି ସରପଞ୍ଚ ସଂଘ ପ୍ରଶ୍ନ ଉଠାଇଛି।

ସରପଞ୍ଚ ସଂଘ ଖୋଲା ଚେତାବନୀ ଦେଇଛି ଯେ ଯଦି ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କରାଯାଏ, ତେବେ ଆଗାମୀ ଦିନରେ ସଂଘ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ। ଏହି ପରିପ୍ରେକ୍ଷୀରେ, ସରପଞ୍ଚ ସଂଘ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଚାମେଲି ଓଝାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛି। ଆମ ବରଗଡ଼ ଜିଲ୍ଲା ପ୍ରତିନିଧୀ ସୁଜିତ୍ ବେହେରା ଏ ନେଇ ସରପଞ୍ଚମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    14 hrs ago
  • ବାଲେଶ୍ୱରରେ ଜଣେ ବଳାତ୍କାର ଅଭିଯୁକ୍ତକୁ ପୁଲିସ ଦ୍ୱାରା କୋର୍ଟକୁ ନିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାକୁ ନେଇ ବ୍ୟାପକ ଆଲୋଚନା ଚାଲିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
    1
    ବାଲେଶ୍ୱରରେ ଜଣେ ବଳାତ୍କାର ଅଭିଯୁକ୍ତକୁ ପୁଲିସ ଦ୍ୱାରା କୋର୍ଟକୁ ନିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାକୁ ନେଇ ବ୍ୟାପକ ଆଲୋଚନା ଚାଲିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
    user_The Voice News Odisha
    The Voice News Odisha
    ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.