logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।

2 hrs ago
user_Ram Shankar Bhoi
Ram Shankar Bhoi
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
2 hrs ago

ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।

More news from ଓଡ଼ିଶା and nearby areas
  • ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
    1
    ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ଚଳିତ ବର୍ଷ ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ମହୋତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି, ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ଚଳିତ ବର୍ଷ ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ମହୋତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।

ବୈଠକରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି, ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ଜୁନ୍ ୨୦, ୨୦୨୬ ରେ ଓଡ଼ିଶା ସାରା କୃଷକମାନଙ୍କ ପାଇଁ ବ୍ୟାପକ କର୍ମଶାଳା ଆୟୋଜନ କରାଯାଉଛି, ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜୈବିକ ଚାଷ ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧାଗୁଡ଼ିକୁ ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଞ୍ଚାଇବା, ଯାହା ବିକାଶର ଧାରାକୁ ଆଗେଇ ନେବ। ଏହି ପ୍ରୟାସ ପୂର୍ବରୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ରାଜ୍ୟ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଚାଷୀମାନଙ୍କୁ ଜୈବିକ ଚାଷ ସମ୍ବନ୍ଧରେ ତଥା ସରକାରୀ ସୁବିଧା ବିଷୟରେ ଅବଗତ କରାଇବା ପାଇଁ ସମସ୍ତ କୃଷି ବିଭାଗକୁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ, ପ୍ରତ୍ୟେକ ବ୍ଲକ ଅଫିସରେ ବି.ଡି.ଓ.ଙ୍କ ସହ କୃଷି ବିଭାଗର ଅଧିକାରୀମାନେ ଚାଷୀମାନଙ୍କୁ ଡକାଇ ସମସ୍ତ ଜ୍ଞାନକୌଶଳ ପ୍ରଦାନ କରୁଛନ୍ତି। ଗଞ୍ଜାମ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଗଞ୍ଜାମର ପ୍ରତ୍ୟେକ ବ୍ଲକରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଦାସ କୁକୁଡ଼ାଖଣ୍ଡି ବ୍ଲକରେ ଅଧ୍ୟକ୍ଷତା କଲାବେଳେ ସଭାପତି ଅହିଂସା ସାହୁ ଏବଂ ସାଧାରଣ ସମ୍ପାଦକ ବଦ୍ରୀନାଥ ସାବତ ଯୋଗ ଦେଇଥିଲେ। ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ବିଭିନ୍ନ ଅଧିକାରୀମାନେ ସହଯୋଗ କରିଥିଲେ। ପାତ୍ରପୁର ଠାରେ ଉପସଭାପତି ଅଜିତ ପ୍ରଧାନ, ଦିଗପହଣ୍ଡି ଠାରେ ସମ୍ପାଦକ ରଘୁନାଥ ସାମନ୍ତରାୟ ଓ ଦେବଦତ୍ତ ମହାରାଜ, ସେହିପରି ଗଞ୍ଜାମ ବ୍ଲକ ଠାରେ ଉପସଭାପତି ରଘୁନାଥ ସାହୁ, ଉପସଭାପତି ଅଶ୍ୱିନୀ ରଥ ଏବଂ ସମ୍ପାଦକ କାହ୍ନା କାୟା ରେଡ୍ଡୀ ସହଯୋଗ କରିଥିଲେ। ଛତ୍ରପୁର ଠାରେ ସାଧାରଣ ସମ୍ପାଦକ ବିଜୟ ମୁଦୁଲି ଓ ଚିକିଟି ଏନ.ଏ.ସି. ବ୍ଲକ ଠାରେ ରଣଜିତ ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ଏହି ଅଧିକାରୀମାନେ ଜୈବିକ ଚାଷ ଉପରେ ଜ୍ଞାନକୌଶଳ ପ୍ରଦାନ କରିବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଯୋଜନାଗୁଡ଼ିକ କିପରି ପ୍ରତ୍ୟେକ ଚାଷୀଙ୍କ ପାଖରେ ସହଜରେ ଉପଲବ୍ଧ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେଇଥିଲେ।
    1
    ଜୁନ୍ ୨୦, ୨୦୨୬ ରେ ଓଡ଼ିଶା ସାରା କୃଷକମାନଙ୍କ ପାଇଁ ବ୍ୟାପକ କର୍ମଶାଳା ଆୟୋଜନ କରାଯାଉଛି, ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ଜୈବିକ ଚାଷ ଏବଂ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧାଗୁଡ଼ିକୁ ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଞ୍ଚାଇବା, ଯାହା ବିକାଶର ଧାରାକୁ ଆଗେଇ ନେବ।

ଏହି ପ୍ରୟାସ ପୂର୍ବରୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ରାଜ୍ୟ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଚାଷୀମାନଙ୍କୁ ଜୈବିକ ଚାଷ ସମ୍ବନ୍ଧରେ ତଥା ସରକାରୀ ସୁବିଧା ବିଷୟରେ ଅବଗତ କରାଇବା ପାଇଁ ସମସ୍ତ କୃଷି ବିଭାଗକୁ ପରାମର୍ଶ ଦିଆଯାଇଥିଲା।

ବର୍ତ୍ତମାନ ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ, ପ୍ରତ୍ୟେକ ବ୍ଲକ ଅଫିସରେ ବି.ଡି.ଓ.ଙ୍କ ସହ କୃଷି ବିଭାଗର ଅଧିକାରୀମାନେ ଚାଷୀମାନଙ୍କୁ ଡକାଇ ସମସ୍ତ ଜ୍ଞାନକୌଶଳ ପ୍ରଦାନ କରୁଛନ୍ତି। ଗଞ୍ଜାମ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଗଞ୍ଜାମର ପ୍ରତ୍ୟେକ ବ୍ଲକରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ଦାସ କୁକୁଡ଼ାଖଣ୍ଡି ବ୍ଲକରେ ଅଧ୍ୟକ୍ଷତା କଲାବେଳେ ସଭାପତି ଅହିଂସା ସାହୁ ଏବଂ ସାଧାରଣ ସମ୍ପାଦକ ବଦ୍ରୀନାଥ ସାବତ ଯୋଗ ଦେଇଥିଲେ।

ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ବିଭିନ୍ନ ଅଧିକାରୀମାନେ ସହଯୋଗ କରିଥିଲେ। ପାତ୍ରପୁର ଠାରେ ଉପସଭାପତି ଅଜିତ ପ୍ରଧାନ, ଦିଗପହଣ୍ଡି ଠାରେ ସମ୍ପାଦକ ରଘୁନାଥ ସାମନ୍ତରାୟ ଓ ଦେବଦତ୍ତ ମହାରାଜ, ସେହିପରି ଗଞ୍ଜାମ ବ୍ଲକ ଠାରେ ଉପସଭାପତି ରଘୁନାଥ ସାହୁ, ଉପସଭାପତି ଅଶ୍ୱିନୀ ରଥ ଏବଂ ସମ୍ପାଦକ କାହ୍ନା କାୟା ରେଡ୍ଡୀ ସହଯୋଗ କରିଥିଲେ। ଛତ୍ରପୁର ଠାରେ ସାଧାରଣ ସମ୍ପାଦକ ବିଜୟ ମୁଦୁଲି ଓ ଚିକିଟି ଏନ.ଏ.ସି. ବ୍ଲକ ଠାରେ ରଣଜିତ ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ଏହି ଅଧିକାରୀମାନେ ଜୈବିକ ଚାଷ ଉପରେ ଜ୍ଞାନକୌଶଳ ପ୍ରଦାନ କରିବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଯୋଜନାଗୁଡ଼ିକ କିପରି ପ୍ରତ୍ୟେକ ଚାଷୀଙ୍କ ପାଖରେ ସହଜରେ ଉପଲବ୍ଧ ହେବ, ସେଥିପ୍ରତି ବିଶେଷ ଦୃଷ୍ଟି ଦେଇଥିଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି, ଯାହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଗୁଳି ଚଳାଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି, ଯାହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଗୁଳି ଚଳାଇଥିଲେ।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    9 hrs ago
  • କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମଠାରେ ଗତ ୧୫/୦୬/୨୦୨୬ ରୁ ୧୮/୦୬/୨୦୨୭ ପର୍ଯ୍ୟନ୍ତ ଚାରି ଦିବସୀୟ ରାଜ୍ୟସ୍ତରୀୟ କ୍ୟୁରୋଗୀ ଓ ପୂମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ୬୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ବରଗଡ଼ ଜିଲ୍ଲାରୁ ସମ୍ପାଦକ ତଥା କୋଚ ବିଜୟ କୁମାର ଭୋଇଙ୍କ ନେତୃତ୍ୱରେ ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନେ ୩ଟି ସ୍ୱର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଏବଂ ୫ଟି କାଂସ୍ୟ ପଦକ ହାସଲ କରିଛନ୍ତି। କୋଚ ଶ୍ରୀ ଭୋଇଙ୍କ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ପଦକ ଜିତିଥିବା ୩ ଜଣ ଖେଳାଳି ଆସନ୍ତା ଅଗଷ୍ଟ ମାସରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବରଗଡ଼ ଜିଲ୍ଲା ସଂଘର ସଭାପତି ଶ୍ରୀ ନବକିଶୋର ପାଣିଗ୍ରାହୀ, ଉପସଭାପତି ଶ୍ରୀ ଆଶୁତୋଷ ରଥ ଏବଂ କୋଷାଧ୍ୟକ୍ଷ ଶ୍ରୀୟା ମିଶ୍ରଙ୍କ ସମେତ ବରଗଡ଼ ବାସୀ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
    1
    କଟକର ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମଠାରେ ଗତ ୧୫/୦୬/୨୦୨୬ ରୁ ୧୮/୦୬/୨୦୨୭ ପର୍ଯ୍ୟନ୍ତ ଚାରି ଦିବସୀୟ ରାଜ୍ୟସ୍ତରୀୟ କ୍ୟୁରୋଗୀ ଓ ପୂମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୧୮ଟି ଜିଲ୍ଲାରୁ ୬୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଏଥିରେ ବରଗଡ଼ ଜିଲ୍ଲାରୁ ସମ୍ପାଦକ ତଥା କୋଚ ବିଜୟ କୁମାର ଭୋଇଙ୍କ ନେତୃତ୍ୱରେ ୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନେ ୩ଟି ସ୍ୱର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଏବଂ ୫ଟି କାଂସ୍ୟ ପଦକ ହାସଲ କରିଛନ୍ତି। କୋଚ ଶ୍ରୀ ଭୋଇଙ୍କ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱର୍ଣ୍ଣ ପଦକ ଜିତିଥିବା ୩ ଜଣ ଖେଳାଳି ଆସନ୍ତା ଅଗଷ୍ଟ ମାସରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ବରଗଡ଼ ଜିଲ୍ଲା ସଂଘର ସଭାପତି ଶ୍ରୀ ନବକିଶୋର ପାଣିଗ୍ରାହୀ, ଉପସଭାପତି ଶ୍ରୀ ଆଶୁତୋଷ ରଥ ଏବଂ କୋଷାଧ୍ୟକ୍ଷ ଶ୍ରୀୟା ମିଶ୍ରଙ୍କ ସମେତ ବରଗଡ଼ ବାସୀ ପଦକ ହାସଲ କରିଥିବା ଖେଳାଳିମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    8 hrs ago
  • ଚର୍ଚ୍ଚିତ 'ବୋତଲ ବାବା'ଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ଜେଲକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୋଲିସ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
    1
    ଚର୍ଚ୍ଚିତ 'ବୋତଲ ବାବା'ଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ଜେଲକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୋଲିସ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଦର୍ଶାଯାଇଛି। ଏପରି ପରିସ୍ଥିତିରେ ସାଧାରଣ ଜନତା ପୁଲିସକୁ ଭୟ କରୁଥିବାବେଳେ, ଅପରାଧୀ ଓ ଆତତାୟୀମାନଙ୍କ ମନରେ ପୁଲିସ ପ୍ରତି କୌଣସି ଭୟ ନାହିଁ।
    1
    ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ଦର୍ଶାଯାଇଛି। ଏପରି ପରିସ୍ଥିତିରେ ସାଧାରଣ ଜନତା ପୁଲିସକୁ ଭୟ କରୁଥିବାବେଳେ, ଅପରାଧୀ ଓ ଆତତାୟୀମାନଙ୍କ ମନରେ ପୁଲିସ ପ୍ରତି କୌଣସି ଭୟ ନାହିଁ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଡିଓ ଯୁଗଳ କିଶୋର ବିଶ୍ୱାଳ ଏବଂ ତହସିଲଦାର ଅନିତା କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଅଧୀନରେ ୧୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟ ମୋବାଇଲ୍ ପ୍ରଦାନ କରାଯାଇଥିଲା। ଏହା ସହ ହିତାଧିକାରୀମାନଙ୍କୁ ୧୫ଟି ଅନ୍ନପୂର୍ଣ୍ଣା କାର୍ଡ, ୧୦ଟି ବୟୋ ବନ୍ଦନା କାର୍ଡ, ୧୦ଟି ଅନ୍ତ୍ୟୋଦୟ ଗୃହ ଯୋଜନା (AGY) କାର୍ଯ୍ୟାଦେଶ, ୧୨ଟି ଭୂମି ଅଧିକାର ପଟ୍ଟା (RoR), ୧୦ଟି ଆୟୁଷ୍ମାନ ଭାରତ କାର୍ଡ, ୧୦ଟି ଆଇଏଚଏଚଏଲ୍ (IHHL) କାର୍ଯ୍ୟାଦେଶ, ୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମଞ୍ଜୁରୀ ପତ୍ର, ୧ଟି ଲକ୍ଷପତି ଦିଦି ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ଏଥିସହ MBPY ଯୋଜନାରେ ୩ଟି ବୃଦ୍ଧାଭତ୍ତା (OAP) ଏବଂ ୧ଟି UMW ଭତ୍ତା ଅନୁମୋଦନ ପତ୍ର, ୮ଟି ଶ୍ରମିକ ପରିଚୟ ପତ୍ର ଏବଂ ୫୦ ହଜାର ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଅତିଥିମାନେ ସେମାନଙ୍କ ଉଦ୍ବୋଧନରେ କହିଥିଲେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ସଦା ତତ୍ପର ରହିଛି। ସେମାନେ ଆହ୍ୱାନ କରିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ସେବା ଓ ସହାୟତା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରୁଛି, ତେଣୁ ଜନ ସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଯୋଜନାର ଲାଭ ଉଠାଇ ଦୃତ ପ୍ରଗତି କରନ୍ତୁ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଏ ବି ଡି ଓ ସୁଦାମ ସାମଲଙ୍କ ସହିତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଜନପ୍ରତିନିଧି, ବହୁ ସଂଖ୍ୟକ ହିତାଧିକାରୀ, ଜନସାଧାରଣ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
    1
    ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଡିଓ ଯୁଗଳ କିଶୋର ବିଶ୍ୱାଳ ଏବଂ ତହସିଲଦାର ଅନିତା କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଅଧୀନରେ ୧୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟ ମୋବାଇଲ୍ ପ୍ରଦାନ କରାଯାଇଥିଲା। ଏହା ସହ ହିତାଧିକାରୀମାନଙ୍କୁ ୧୫ଟି ଅନ୍ନପୂର୍ଣ୍ଣା କାର୍ଡ, ୧୦ଟି ବୟୋ ବନ୍ଦନା କାର୍ଡ, ୧୦ଟି ଅନ୍ତ୍ୟୋଦୟ ଗୃହ ଯୋଜନା (AGY) କାର୍ଯ୍ୟାଦେଶ, ୧୨ଟି ଭୂମି ଅଧିକାର ପଟ୍ଟା (RoR), ୧୦ଟି ଆୟୁଷ୍ମାନ ଭାରତ କାର୍ଡ, ୧୦ଟି ଆଇଏଚଏଚଏଲ୍ (IHHL) କାର୍ଯ୍ୟାଦେଶ, ୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମଞ୍ଜୁରୀ ପତ୍ର, ୧ଟି ଲକ୍ଷପତି ଦିଦି ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା। ଏଥିସହ MBPY ଯୋଜନାରେ ୩ଟି ବୃଦ୍ଧାଭତ୍ତା (OAP) ଏବଂ ୧ଟି UMW ଭତ୍ତା ଅନୁମୋଦନ ପତ୍ର, ୮ଟି ଶ୍ରମିକ ପରିଚୟ ପତ୍ର ଏବଂ ୫୦ ହଜାର ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା।

ଅତିଥିମାନେ ସେମାନଙ୍କ ଉଦ୍ବୋଧନରେ କହିଥିଲେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ସଦା ତତ୍ପର ରହିଛି। ସେମାନେ ଆହ୍ୱାନ କରିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ସେବା ଓ ସହାୟତା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରୁଛି, ତେଣୁ ଜନ ସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଯୋଜନାର ଲାଭ ଉଠାଇ ଦୃତ ପ୍ରଗତି କରନ୍ତୁ। ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଏ ବି ଡି ଓ ସୁଦାମ ସାମଲଙ୍କ ସହିତ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଜନପ୍ରତିନିଧି, ବହୁ ସଂଖ୍ୟକ ହିତାଧିକାରୀ, ଜନସାଧାରଣ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ୧୨ ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଦିନ କାଲାହାଣ୍ଡିର ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନରେ ଭାରତୀୟ ଜନତା ପାର୍ଟି, କାଲାହାଣ୍ଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରବୁଦ୍ଧ ଜନ ସମ୍ମିଳନୀ ଆୟୋଜନ କରାଯାଇଥିଲା। ବରିଷ୍ଠ ନେତା ହିମାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟଜୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ମେହେର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧିଗୁଡ଼ିକର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨ ବର୍ଷର ଶାସନ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ମଧ୍ୟରେ ଦେଶ ଓ ରାଜ୍ୟ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଗରିବ କଲ୍ୟାଣ ପାଇଁ ଚାଲୁଥିବା ବିଭିନ୍ନ ଯୋଜନା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି। ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ଅଧ୍ୟକ୍ଷ ଯୁଗଳ ପୋଢ, ମନୋଜ ମେହେର, ମୁକେଶ ଅଗ୍ରୱାଲ, ବିନ୍ଦୁ ମହାନନ୍ଦ, ଭବସିନ୍ଧୁ ମଙ୍ଗରାଜ, ଦେବେନ୍ଦ୍ର ମହାନ୍ତି, ଭରତ ଭୂଷଣ ଦେବ ଏବଂ କାଞ୍ଚନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା କାଳନ୍ଦୀ ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ସମ୍ମିଳନୀର ସଂଯୋଜକ ହିମାଂଶୁ ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ୧୨ ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଦିନ କାଲାହାଣ୍ଡିର ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନରେ ଭାରତୀୟ ଜନତା ପାର୍ଟି, କାଲାହାଣ୍ଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରବୁଦ୍ଧ ଜନ ସମ୍ମିଳନୀ ଆୟୋଜନ କରାଯାଇଥିଲା। ବରିଷ୍ଠ ନେତା ହିମାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟଜୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ମେହେର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧିଗୁଡ଼ିକର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨ ବର୍ଷର ଶାସନ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ମଧ୍ୟରେ ଦେଶ ଓ ରାଜ୍ୟ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଗରିବ କଲ୍ୟାଣ ପାଇଁ ଚାଲୁଥିବା ବିଭିନ୍ନ ଯୋଜନା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି।

ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ଅଧ୍ୟକ୍ଷ ଯୁଗଳ ପୋଢ, ମନୋଜ ମେହେର, ମୁକେଶ ଅଗ୍ରୱାଲ, ବିନ୍ଦୁ ମହାନନ୍ଦ, ଭବସିନ୍ଧୁ ମଙ୍ଗରାଜ, ଦେବେନ୍ଦ୍ର ମହାନ୍ତି, ଭରତ ଭୂଷଣ ଦେବ ଏବଂ କାଞ୍ଚନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା କାଳନ୍ଦୀ ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ସମ୍ମିଳନୀର ସଂଯୋଜକ ହିମାଂଶୁ ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.