logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚଳିତ ବର୍ଷ ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ମହୋତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି, ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

2 hrs ago
user_Basudev Sandha
Basudev Sandha
Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
2 hrs ago

ଚଳିତ ବର୍ଷ ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ମହୋତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି, ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।

More news from ଓଡ଼ିଶା and nearby areas
  • ଆସନ୍ତା ବର୍ଷା ଋତୁ ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବୌଦ୍ଧ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ମିଳିତ ଆୟୋଜନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ (TTEX)-୨୦୨୬ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ତଥା ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ OSDMAର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଟେବୁଲ ଟପ୍ ଏକ୍ସରସାଇଜର ଉଦ୍ଦେଶ୍ୟ, କଳ୍ପିତ ବିପର୍ଯ୍ୟୟ ପରିସ୍ଥିତି ଓ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଦୁର୍ଯ୍ୟୋଗ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ପରିଚାଳନା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ରାଜସ୍ୱ, ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ଜଳସମ୍ପଦ, ପରିବହନ, ପଞ୍ଚାୟତିରାଜ, କୃଷି, ପଶୁସମ୍ପଦ, ବନ, ଶିକ୍ଷା, ରେଳବାଇ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ରାଜ୍ୟ ପର୍ଯ୍ୟବେକ୍ଷକ ତଥା DMTC, ROTIର ପ୍ରଶିକ୍ଷକ ଅରୁଣ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମତାମତ ଓ ପରାମର୍ଶ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କ ଠାରୁ ମଧ୍ୟ ସୁପାରିଶ ଓ ମତାମତ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ, ତ୍ୱରିତ ସୂଚନା ଆଦାନ-ପ୍ରଦାନ ଏବଂ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭ୍ୟାସ ଜରିଆରେ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା କ୍ଷମତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଥିଲା।
    1
    ଆସନ୍ତା ବର୍ଷା ଋତୁ ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବୌଦ୍ଧ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ମିଳିତ ଆୟୋଜନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ (TTEX)-୨୦୨୬ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ତଥା ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

ପରେ OSDMAର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଟେବୁଲ ଟପ୍ ଏକ୍ସରସାଇଜର ଉଦ୍ଦେଶ୍ୟ, କଳ୍ପିତ ବିପର୍ଯ୍ୟୟ ପରିସ୍ଥିତି ଓ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଦୁର୍ଯ୍ୟୋଗ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ପରିଚାଳନା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ରାଜସ୍ୱ, ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ଜଳସମ୍ପଦ, ପରିବହନ, ପଞ୍ଚାୟତିରାଜ, କୃଷି, ପଶୁସମ୍ପଦ, ବନ, ଶିକ୍ଷା, ରେଳବାଇ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ରାଜ୍ୟ ପର୍ଯ୍ୟବେକ୍ଷକ ତଥା DMTC, ROTIର ପ୍ରଶିକ୍ଷକ ଅରୁଣ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମତାମତ ଓ ପରାମର୍ଶ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କ ଠାରୁ ମଧ୍ୟ ସୁପାରିଶ ଓ ମତାମତ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ, ତ୍ୱରିତ ସୂଚନା ଆଦାନ-ପ୍ରଦାନ ଏବଂ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭ୍ୟାସ ଜରିଆରେ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା କ୍ଷମତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଥିଲା।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    1 hr ago
  • ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।
    1
    ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    52 min ago
  • ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।
    user_Ranjan hota
    Ranjan hota
    Sonepur, Odisha•
    2 hrs ago
  • କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ୧୨ ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଦିନ କାଲାହାଣ୍ଡିର ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନରେ ଭାରତୀୟ ଜନତା ପାର୍ଟି, କାଲାହାଣ୍ଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରବୁଦ୍ଧ ଜନ ସମ୍ମିଳନୀ ଆୟୋଜନ କରାଯାଇଥିଲା। ବରିଷ୍ଠ ନେତା ହିମାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟଜୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ମେହେର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧିଗୁଡ଼ିକର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨ ବର୍ଷର ଶାସନ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ମଧ୍ୟରେ ଦେଶ ଓ ରାଜ୍ୟ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଗରିବ କଲ୍ୟାଣ ପାଇଁ ଚାଲୁଥିବା ବିଭିନ୍ନ ଯୋଜନା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି। ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ଅଧ୍ୟକ୍ଷ ଯୁଗଳ ପୋଢ, ମନୋଜ ମେହେର, ମୁକେଶ ଅଗ୍ରୱାଲ, ବିନ୍ଦୁ ମହାନନ୍ଦ, ଭବସିନ୍ଧୁ ମଙ୍ଗରାଜ, ଦେବେନ୍ଦ୍ର ମହାନ୍ତି, ଭରତ ଭୂଷଣ ଦେବ ଏବଂ କାଞ୍ଚନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା କାଳନ୍ଦୀ ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ସମ୍ମିଳନୀର ସଂଯୋଜକ ହିମାଂଶୁ ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରର ୧୨ ବର୍ଷ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଦିନ କାଲାହାଣ୍ଡିର ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନରେ ଭାରତୀୟ ଜନତା ପାର୍ଟି, କାଲାହାଣ୍ଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରବୁଦ୍ଧ ଜନ ସମ୍ମିଳନୀ ଆୟୋଜନ କରାଯାଇଥିଲା। ବରିଷ୍ଠ ନେତା ହିମାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ପାଟଜୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ମେହେର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପଲବ୍ଧିଗୁଡ଼ିକର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୨ ବର୍ଷର ଶାସନ ଏବଂ ରାଜ୍ୟରେ ବିଜେପି ସରକାରର ୨ ବର୍ଷ ମଧ୍ୟରେ ଦେଶ ଓ ରାଜ୍ୟ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଗରିବ କଲ୍ୟାଣ ପାଇଁ ଚାଲୁଥିବା ବିଭିନ୍ନ ଯୋଜନା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଛି।

ଏହି ସମ୍ମିଳନୀରେ ଜିଲ୍ଲା ବିଜେପି ଅଧ୍ୟକ୍ଷ ଯୁଗଳ ପୋଢ, ମନୋଜ ମେହେର, ମୁକେଶ ଅଗ୍ରୱାଲ, ବିନ୍ଦୁ ମହାନନ୍ଦ, ଭବସିନ୍ଧୁ ମଙ୍ଗରାଜ, ଦେବେନ୍ଦ୍ର ମହାନ୍ତି, ଭରତ ଭୂଷଣ ଦେବ ଏବଂ କାଞ୍ଚନ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା କାଳନ୍ଦୀ ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ସମ୍ମିଳନୀର ସଂଯୋଜକ ହିମାଂଶୁ ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    8 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଯୁବକମାନେ ନିଜ ଇଚ୍ଛାରେ ଏକ ସାମୂହିକ ସଫେଇ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ଆଜି ସକାଳୁ ରଥ ପଡ଼ିଆକୁ ପରିଷ୍କାର କରିଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    3 hrs ago
  • ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ତାରିଖରେ ଆଡପ ପହଣ୍ଡି, ଜୁଲାଇ ୨୦ ତାରିଖରେ ହେରାପଞ୍ଚମୀ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ତାରିଖରେ ଅଧର ପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସ୍ଥିର କରାଯାଇଥିଲା। ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ ଓ ଉଚ୍ଚାରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିଲା। ବୈଠକ ଶେଷରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଏହି ନିର୍ଘଣ୍ଟ ଅନୁଯାୟୀ, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
    1
    ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ ତଥା ନୀତି ଆଧାରିତ କରିବା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଶ୍ରୀକ୍ଷେତ୍ର ସେବାୟତ ସଂଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଆସନ୍ତା ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ, ଜୁଲାଇ ୧୪ ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୧୬ ତାରିଖରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା, ଜୁଲାଇ ୧୭ ତାରିଖରେ ଆଡପ ପହଣ୍ଡି, ଜୁଲାଇ ୨୦ ତାରିଖରେ ହେରାପଞ୍ଚମୀ, ଜୁଲାଇ ୨୪ ତାରିଖରେ ବାହୁଡା ଯାତ୍ରା, ଜୁଲାଇ ୨୫ ତାରିଖରେ ରାଜରାଜେଶ୍ୱର (ସୁନା) ବେଶ, ଜୁଲାଇ ୨୬ ତାରିଖରେ ଅଧର ପଣା ଏବଂ ଜୁଲାଇ ୨୭ ତାରିଖରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ସମ୍ପାଦନ ହେବ ବୋଲି ସ୍ଥିର କରାଯାଇଥିଲା।

ଟ୍ରଷ୍ଟ ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା, ଶୃଙ୍ଖଳା, ସୁରକ୍ଷା, ସ୍ୱଚ୍ଛତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପ୍ରଚାର ପ୍ରସାର, ସାଂସ୍କୃତିକ କାର୍ଯ୍ୟକ୍ରମ, ପହଣ୍ଡି ବିଧି, ସେବାୟତମାନଙ୍କ ବେଶ ପରିପାଟି, ଆଚରଣ ଓ ଉଚ୍ଚାରଣ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମଧ୍ୟ ଏହି ବୈଠକରେ ପାରିତ ହୋଇଥିଲା।

ବୈଠକ ଶେଷରେ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଥିଲା। ଏହି ନିର୍ଘଣ୍ଟ ଅନୁଯାୟୀ, ସକାଳ ୫ ଘଣ୍ଟାରେ ମଙ୍ଗଳ ଆଳତୀ, ସକାଳ ୯ ଘଣ୍ଟାରେ ଧାଡ଼ି ପହଣ୍ଡି, ପୂର୍ବାହ୍ନ ୧୧ ଘଣ୍ଟାରେ ମହାସ୍ନାନ, ଅପରାହ୍ନ ୨ ଘଣ୍ଟାରେ ଗଜାନନ ବେଶ ଏବଂ ଅପରାହ୍ନ ୪ ଘଣ୍ଟାରେ ଅଣସର ବିଜେ କାର୍ଯ୍ୟକ୍ରମ ସମ୍ପାଦିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନେକ ବରିଷ୍ଠ ସେବାୟତ ପ୍ରତିନିଧି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    7 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି, ଯାହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଗୁଳି ଚଳାଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଘରେ ଗୁଳିମାଡ଼ ହୋଇଥିବା ଖବର ମିଳିଛି, ଯାହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ଅଶୋକ ନନ୍ଦଙ୍କ ଘରକୁ ବିଳମ୍ବିତ ରାତିରେ କିଛି ଅଜଣା ଲୋକ ଗୁଳି ଚଳାଇଥିଲେ।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    7 hrs ago
  • ଚଳିତ ବର୍ଷ ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ମହୋତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ। ବୈଠକରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି, ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।
    1
    ଚଳିତ ବର୍ଷ ବୌଦ୍ଧ ସହରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଜୁଲାଇ ୧୬ ତାରିଖ ଏବଂ ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ମହୋତ୍ସବର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସଭାପତିତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ବିନୟ କୁମାର ଭୋଇ, ବୌଦ୍ଧ ମ୍ୟୁନିସିପାଲିଟୀ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ନିଜାରତ ଅଧିକାରୀ ମନୀଷା ମହାନନ୍ଦିଆ, ଏସ ଡି ପି ଓ ଲରେନ ରାଉତରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ରଥଯାତ୍ରା କମିଟି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କଳାକାର ସଂଘ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଉପ-ଜିଲ୍ଲାପାଳ ତଥା ଦେବତ୍ତର ନିର୍ବାହୀ ଅଧିକାରୀ ସମସ୍ତ ଅତିଥି ଓ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।

ବୈଠକରେ ରଥଯାତ୍ରା କମିଟି ଏବଂ ମନ୍ଦିର ପରିଚାଳନା କମିଟିର ସକ୍ରିୟ ସଦସ୍ୟ ସ୍ୱର୍ଗତ ଅଚ୍ୟୁତାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ବିଗତ ବର୍ଷର ଆୟ-ବ୍ୟୟ ହିସାବ ଉପସ୍ଥାପନ ସହିତ ରଥ ମରାମତି, ଦେବନୀତି, ଛେରା ପହଁରା ନୀତି, ବଡ଼ଦାଣ୍ଡରେ ଥିବା ଗଛର ଡାଳ କଟେଇ, ମାଉସୀମା ମନ୍ଦିରର ମରାମତି, ମନ୍ଦିରଗୁଡ଼ିକର ରଙ୍ଗ କାମ, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା, ଆଇନ ଓ ଶାନ୍ତିଶୃଙ୍ଖଳା ରକ୍ଷା, ମିନାବଜାର ନିଲାମ, ଜନସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ଚିକିତ୍ସା ସେବା, ସୂଚନା ଓ ପ୍ରଚାର ବ୍ୟବସ୍ଥା, ଆଲୋକୀକରଣ, ଭଜନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଜିଲ୍ଲାପାଳ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ, ବଦାନ୍ୟ ବ୍ୟକ୍ତିବିଶେଷ ଓ ଜନପ୍ରତିନିଧିମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.