ବୌଦ୍ଧ ଲୁମୁରୁଜେନା ଗ୍ରାମରୁ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ l ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମାଦକଦ୍ରବ୍ୟ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରୁଜେନା ଗ୍ରାମରେ ଚଢ଼ାଉ କରାଯାଇ ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବୌଦ୍ଧ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ମନମୁଣ୍ଡା ଥାନା ଅଞ୍ଚଳର ଲୁମୁର୍ଜେନା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେହି ଗ୍ରାମର ବଳଭଦ୍ର କର୍ଣ୍ଣଙ୍କ ପୁଅ ରଞ୍ଜିତ କର୍ଣ୍ଣ (୪୫)ଙ୍କ ନିକଟରୁ ଚୋରା ଚାଲାଣ ପାଇଁ ରଖାଯାଇଥିବା ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ କେସ୍ ନମ୍ବର ୨୯/୨୦୨୬-୨୭ ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତ ରଞ୍ଜିତ କର୍ଣ୍ଣଙ୍କୁ କଣ୍ଟାମାଳ କୋର୍ଟରେ ହାଜର କରାଯିବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍କୁ ପଠାଯାଇଛି। ଏହି ଚଢ଼ାଉ ଓ ତଦନ୍ତରେ ଅବକାରୀ ଇନ୍ସପେକ୍ଟର ଶତପଥୀ ଙ୍କ ସହିତ ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଅବକାରୀ ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, ଅବକାରୀ କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ସାମିଲ ଥିଲେ। ବୌଦ୍ଧ ଜିଲ୍ଲାରେ ଅବୈଧ ଗଞ୍ଜେଇ ଚାଲାଣ ଓ ମାଦକଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗର ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

- ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବୈଦିଆପଡା ଠାରେ ଗହ୍ମା ଡିଆଁ ପରମ୍ପରା ପାଳିତ ।1
- ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l1
- ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି 🚩 ଜୟ ଗୁରୁ ରବିଦାସ 🚩 ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ 12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ1
- ଜଣେ ଗଂଜେଇ ମାଫିଆକୁ ଗୋଡ଼ାଇ ଗୋଡ଼ାଇ କାବୁକଲା ମନମୁଣ୍ଡା ପୋଲିସ ମନମୁଣ୍ଡା ପୋଲିସ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଅପରାହ୍ନ ସମୟରେ ମନମୁଣ୍ଡା ଶଗଡା ରାସ୍ତାର ଭୋଇ ସାହି ନିକଟରେ ଚଢ଼ାଉ କରିଥିଲା | ଏକ ଗାଡିକୁ ସନ୍ଦେହରେ ଅଟକାଇ ଥିଲା | ପୋଲିସକୁ ଦେଖି ମାଫିଆ ଗାଡି ଛାଡି ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିବା ଦେଖିବାକୁ ମିଳିଛି | ଉକ୍ତ ଘଟଣା ଅଞ୍ଚଳର ଏକ ସିସିଟିଭିରେ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି |1
- ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ପର୍ବ "ରକ୍ଷାବନ୍ଧନ" ପାଳିତ ଆଜି ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ମନମୁଣ୍ଡା ପୋଲିସ ଷ୍ଟେସନ୍ ପରିସରରେ ଏକ ଭାବପୂର୍ଣ୍ଣ ଓ ଆନନ୍ଦଦାୟକ ପରିବେଶ ମଧ୍ୟରେ ରାକ୍ଷୀ ପର୍ବ ପାଳିତ ହୋଇଯାଇଛି। ପୋଲିସ କର୍ମଚାରୀ ଭାଇମାନଙ୍କ ହାତରେ ସ୍ନେହର ସୂତା (ରାକ୍ଷୀ) ବାନ୍ଧି ସେମାନଙ୍କର ଦୀର୍ଘାୟୁ ଓ ଶୁଭକାମନା କରିଥିଲେ। ଦିନରାତି ଜନସାଧାରଣଙ୍କ ସୁରକ୍ଷାରେ ନିୟୋଜିତ ଥିବା ଆମ ପୋଲିସ ଭାଇମାନେ ମଧ୍ୟ ଭଉଣୀମାନଙ୍କୁ ସଦାସର୍ବଦା ସୁରକ୍ଷା ଦେବାର ସଂକଳ୍ପ ନେଇଥିଲେ। ଏହି ଅବସରରେ ସମସ୍ତ ପୋଲିସ ଅଫିସର ଓ କର୍ମଚାରୀଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!1
- କଣ୍ଟାମାଳ ବ୍ଳକ ନୂଆଁପାଲିସ୍ଥିତ ଆଦିବାସୀ ହାଇସ୍କୁଲର ଛାତ୍ରୀନିବାସର ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ। ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ରାକ୍ଷୀ ବାନ୍ଧିଲେ ।1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମହାନଦୀ ରେ କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀର ଦେଖି ଲୋକେ ଆତଙ୍କିତ।1