Shuru
Apke Nagar Ki App…
ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
Ranjan Kumar Dash
ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
More news from ଓଡ଼ିଶା and nearby areas
- ବୌଦ୍ଧରୁ ୨୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ମନମୁଣ୍ଡା ଥାନା ଲୁମୁରୁଜେନା ଗ୍ରାମରେ ଅବକାରୀ ଟିମ୍ ଚଢ଼ାଉ କରି ୨୬ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।ଗିରଫ ଅଭିଯକ୍ତ ହେଲେ ରଞ୍ଜିତ କର୍ଣ୍ଣ (୪୫) ବୋଲି ଜଣାପଡ଼ିଛି । ତାଙ୍କ ନାମରେ ୨୯/୨୦୨୬-୨୭) ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ଚଢାଉରେ ଅବକାରୀ ରେଞ୍ଜ ଇନ୍ସପେକ୍ଟର ଦିଲୀପ କୁମାର ଶତପଥୀ, ଅବକାରୀ ଇନ୍ସପେକ୍ଟର ଏସ୍.କେ. ମିଶ୍ର, ଏଏସ୍ଆଇ ଅସିତ୍ କୁମାର ପ୍ରଧାନ, କନଷ୍ଟେବଲ ନିରଞ୍ଜନ ମଲ୍ଲିକ, ଲୋକନାଥ ଭୋଇ ଓ ପଞ୍ଚମୀ ବେହେରାଙ୍କ ସମେତ ବିଭାଗୀୟ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।1
- ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବୋୖଦ୍ଧ ପୋଲିସ ବିଭାଗରେ ବଡ ହଲଚଲ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ ହେଲେ ଦୁଇ ପୋଲିସ କର୍ମଚାରୀ । ଜଣେ ହେଲେ ମାନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟ ରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାରସିଟ ଦାଖଲ ନ କରିଥିବାରୁ ଚନ୍ଦନ ଙ୍କୁ ନିଲମ୍ବନ କରାଯାଇଥିବା SP ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।1
- ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l1
- ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ1
- ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।2
- ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ଆଜି କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ମଲିକ ହୋଟେଲରେ ମିଠା କିଣିବାପାଇଁ ଭଉଣୀ ଭାଇଙ୍କ ବହୁତ ଭିଡ଼ ।1
- ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ l ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନରେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣା ଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବି. ପି. ମଣ୍ଡଳଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା l ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ସଭାରେ ଉପସ୍ଥିତ ଥିବା ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣଚନ୍ଦ୍ର ଗୌଡ଼ ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପଧୂପ ଦେଇଥିଲେ l ସ୍ବର୍ଗତ ବି. ପି. ମଣ୍ଡଳଙ୍କୁ ତାଙ୍କ ଅବଦାନକୁ ମନେପକାଇ ଶ୍ରୀଯୁକ୍ତ ଶ୍ରବଣ କୁମାର ଗୁପ୍ତ ଉପସ୍ଥିତ ଥିବା ସମସ୍ତଙ୍କୁ ଅବଗତ କରାଇଥିଲେ l ସ୍ବର୍ଗତ ବିନ୍ଦେଶ୍ବରୀ ପ୍ରସାଦ ମଣ୍ଡଳ ସାମାଜିକ ନ୍ୟାୟ ଓ ସମାଜ ଗଠନରେ ପ୍ରମୁଖ ଭୂମିକା ନିଭେଇବା ସହିତ ୫୨% ଓବିସି ଙ୍କୁ ସମ୍ବିଧାନର ଧାରା ୩୪୦ ଅନୁଯାଇ ସ୍ୱତନ୍ତ୍ର ଅଧିକାର ଦେବା ପାଇଁ ଏକ କମିଟି ଗଠନ କରି ତାହାର ଅଧକ୍ଷ ଭାବେ ନିଯୁକ୍ତି ହୋଇଥିଲେ l ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ସମୟ ଧରି କଠିନ୍ନ ପରିଶ୍ରମ କଲାପରେ ତତକାଲିନା ସରକାର ଙ୍କୁ ଏକ ସଫଳ ଡ୍ରାଫ୍ଟ ପ୍ରସ୍ତୁତ କରି ସମର୍ପିତ କରିଥିଲେ l ଓବିସି ମାନଙ୍କର ସମସ୍ୟା ଓ ତାହାର ସମାଧାନ ପାଇଁ ଭାରତ ସରକାରଙ୍କୁ ଜଣାଇଥିଲେ l ସେହିଦିନ ଠାରୁ ଭାରତର ରାଜନୈତିକ ପରିବର୍ତ୍ତନ ଆରମ୍ଭ ହୋଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ବିଷୟରେ କିମ୍ବା ଆଜିର ସମାଜର ସ୍ଥିତି ଓ ଆବଶ୍ୟକତାକୁ ନେଇ କିଛି କିଛି ଆଲୋଚନା କରିଥିଲେ l ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅର୍ଜୁନ କୁମାର ଭାଟି ଧନ୍ୟବାଦ ଦେଇ ସଭାକୁ ସାଙ୍ଗ ଘୋଷଣା କରିଥିଲେ l1
- ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର। ଗିରଫ ହେଲେ ୪ ବ୍ରାଉନ୍ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ପୁରୁଣାକଟକ ପୋଲିସକୁ ବଡ଼ ସଫଳତା। ଜବତ ହେଲା ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର। ଗିରଫ ହେଲେ ୪ ବ୍ରାଉନ୍ସୁଗାର ବ୍ୟବସାୟୀ। ୩ ଜଣ ପୁରୁଣାକଟକ ଅଞ୍ଚଳର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଚାରିଛକ-ଫୁଲବାଣୀ ରୋଡ୍ରେ ଆଜି ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖି ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୦ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନ୍ସୁଗାର ମିଳିଥିଲା। ପରେ ସେମାନଙ୍କୁ ପଚରାଉଚରା ବେଳେ ଏହାର ମାଷ୍ଟରମାଇଣ୍ଡ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ର ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏହାପରେ ଏକ ପୋଲିସ ଟିମ୍ ଚଢ଼ାଉ କରି ତାଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ପୁରୁଣାକଟକ ଅଞ୍ଚଳର ଦେବାଶିଷ ନାଏକ ଓରଫ ବାବୁଲୁ, ବବୁଲୁ ବେହେରା ଓରଫ ବାବୁ, ଜିଆଁକଟା ଗ୍ରାମର ପ୍ରକାଶ ପାତ୍ର ଏବଂ ମୁଖ୍ୟ ବ୍ୟବସାୟୀ ଫୁଲବାଣୀ ଟାଉନ୍ର ଶିବାଜୀ ମହାନ୍ତି। ସେମାନଙ୍କ ନିକଟରୁ ୧୦.୨୫୦ ଗ୍ରାମ୍ ବ୍ରାଉନ୍ସୁଗାର (ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା), ୧ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ଏକ ହୋଣ୍ଡା ସାଇନ୍ ବାଇକ୍ ଜବତ କରିଛି ପୋଲିସ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ପୁରୁଣାକଟକ ଥାନା କେସ୍ ନଂ ୧୭୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୁଣାକଟକ ଥାନା ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା ଦିଆଯାଇଛି।1