Shuru
Apke Nagar Ki App…
ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
Sonepur news khulasa
ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହରର ସୁବର୍ଣ୍ଣମେରୁ ମନ୍ଦିର ଠାରେ ଆଜି ବାବା ଙ୍କ ଜଳସାଇ ହୋଇଯାଇଛି l ଏହି ଉତ୍ସବ ରେ ସହ ସହ ଭକ୍ତ ଙ୍କ ସମାବେଶ ହୋଇଥିଲା ଜଳସାଇ ପରେ ସମସ୍ତେ ଆନନ୍ଦ ରେ ପ୍ରସାଦ ସେବନ କଲେ l1
- ରେଳ ଧାରଣାରୁ ଶବ ଉଦ୍ଧାର ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।1
- ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଅଞ୍ଚଳରେ ଲଗାଣ ବର୍ଷା ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।1
- ବିଳାସପୁରସୋମନାଥ ମନ୍ଦିରରେ ଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସପୁର ଗ୍ରାମ ସ୍ଥିତ ବାବା ସୋମନାଥ ମନ୍ଦିରରେ ଆଜି ମହାଜଳାଭିଷେକ ଓ ଏକ ଲକ୍ଷ ବେଲପତ୍ର ଅର୍ପଣ ଅନୁଷ୍ଠିତ ହୋଇ ଯାଇଛି | ଏହାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତ ଙ୍କ ଭିଡ଼ ଲାଗି ରହିଥିଲା | ସକାଳୁ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରେ ବାବାଙ୍କ ନିକଟରେ ବେଲ ପତ୍ର ଅର୍ପଣ କରାଯାଇଥିଲା |4
- ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l3
- ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶିଶୁ ସୁରକ୍ଷା ସହାୟକ ଦେବାଶିଷ ଖଟୁଆ, ସେହି ଗ୍ରାମ ର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡି, ୱାର୍ଡ ସଭ୍ୟ, କିଶୋରୀ ବାଳିକା SHG ମା ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ବନିତା ମନ୍ତ୍ରୀ ପରିଚାଳନା କରିଥିଲେ l ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଆଇନଗତ ଦଣ୍ଡବିଧାନ, ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ, ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ କିପରି ସଂଯୋଗ ଲିଙ୍କେଜ୍ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମବାସୀ ମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।2
- ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବାରମ୍ବାର ଆବେଦନ ନିବେଦନ ସତ୍ୱେ ପ୍ରଶାସନ ତରଫରୁ ରୁ ଅଂଚଳ କୁ ଉପେକ୍ଷା ନେଇ ତୀବ୍ର ଜନ ଅସନ୍ତୋଷ। ବିପଦ ସଂକୁଳ ଅବସ୍ଥା ରେ ଏହି ପୋଲ, ହତା, ହତ ହେବା ସାଧାରଣ ଘଟଣା ପାଲଟି ଯାଇଥିବା ବେଳେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନ ନେବା ତୀବ୍ର ଜନ ଅସନ୍ତୋଷ ବୃଦ୍ଧି। ରିପୋର୍ଟ, ବିଭୁ ପ୍ରସାଦ ଶତପଥି, ରାୟଗଡା4
- ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି l ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଲଛିପୁର, ୨୫/୮: ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଛିପୁର ଠାରେ ଆଜି, ୨୫ ଅଗଷ୍ଟ ୨୦୨୬ ଠାରୁ ଆସନ୍ତା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ ପାଳନ ଆରମ୍ଭ ହୋଇଛି। ଆଜି ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଅମୂଲ୍ୟ ଭଣ୍ଡାର ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହ ଏହାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ହୃଷୀକେଶ ଦେହେରୀ ଯୋଗଦେଇ ସଂସ୍କୃତ ଭାଷା ଓ ଯୋଗର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ।ସେ କହିଥିଲେ, ସଂସ୍କୃତ ଭାଷା ଭାରତୀୟ ଜ୍ଞାନ ପରମ୍ପରାର ଏକ ମହାନ ଆଧାର। ବେଦ, ଉପନିଷଦ, ଭଗବଦ୍ଗୀତା, ଆୟୁର୍ବେଦ ଓ ଯୋଗଶାସ୍ତ୍ର ଭଳି ଜ୍ଞାନର ବିଶାଳ ଭଣ୍ଡାର ସଂସ୍କୃତ ଭାଷା ସହ ଗଭୀର ଭାବେ ଜଡ଼ିତ। ଯୋଗ ଓ ସଂସ୍କୃତ ପରସ୍ପର ପରିପୂରକ। ଯୋଗର ମୂଳ ତତ୍ତ୍ୱ ଓ ଶାସ୍ତ୍ରୀୟ ଧାରଣାକୁ ବୁଝିବାରେ ସଂସ୍କୃତ ଜ୍ଞାନର ଗୁରୁତ୍ୱ ରହିଛି। ତେଣୁ ଛାତ୍ରଛାତ୍ରୀମାନେ ସଂସ୍କୃତ ସହ ଯୋଗକୁ ମଧ୍ୟ ନିଜ ଜୀବନରେ ଆପଣାଇବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଅଜିତ କୁମାର ରଣା ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ CRCC ପ୍ରଫୁଲ୍ଲ କୁମାର ବିଶ୍ୱାଳ ଯୋଗଦେଇ ସଂସ୍କୃତ ଭାଷାର ଉପାଦେୟତା ଓ ଛାତ୍ରଛାତ୍ରୀଙ୍କ ଶିକ୍ଷାଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ଅନ୍ୟାନ୍ୟ ଅତିଥି ଭାବେ SMC ଉପସଭାପତି ବାସନ୍ତୀ ବାଘ, ପଞ୍ଚସଖା ସେତୁର ସଭାପତି ସାଚ୍ଚିଦାନନ୍ଦ ସାହୁ ଓ ଶଙ୍କର ପ୍ରସାଦ ସା ଯୋଗଦେଇଥିଲେ। ସେମାନେ ସଂସ୍କୃତ ଭାଷାର ସୁରକ୍ଷା, ପ୍ରଚାର-ପ୍ରସାର ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ପ୍ରତି ଆଗ୍ରହ ସୃଷ୍ଟି ଦିଗରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ରଖିଥିଲେ।ସଂସ୍କୃତ ସପ୍ତାହ ଅବସରରେ ଶ୍ଲୋକ ପାଠ, ସଂସ୍କୃତ ଭାଷଣ, ସୁଭାଷିତ ପାଠ, ସଂସ୍କୃତ ନୃତ୍ୟ, ଲଘୁନାଟକ ସମେତ ବିଭିନ୍ନ ଶିକ୍ଷାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜନ କରାଯିବ। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭାଷାଜ୍ଞାନ, ସୃଜନଶୀଳତା ଓ ଭାରତୀୟ ସଂସ୍କୃତି ପ୍ରତି ଗର୍ବବୋଧ ବୃଦ୍ଧି କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେବକ ସେବିକା ସଂପୂର୍ଣ୍ଣ ସହଯୋକ କରିଥଲେ।ଅରୁଣ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିବାବେଳେ ଶାନ୍ତି ପାଠ ସହ ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।1