ଜନ ଗଣନା କାର୍ଯ୍ୟ କରୁଥିଲେ - ଅଂଶୁଘାତ ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଅଭିଯୋଗ - - ସୁନାପାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଜନ ଗଣନା କାର୍ଯ୍ୟ କରୁଥିବା ବେଳେ ଅଂଶୁ ଘାତର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଂଶୀଧର ଭୋଇ(୫୫) ବୋଲି ଜଣା ପଡିଛି। ଆଜି ରବିବାର ହୋଇଥିବା ସତ୍ତ୍ୱେ ବଂଶୀଧର ସରକାରଙ୍କ ନିର୍ଦ୍ଦେଶମତେ ଜନ ଗଣନା କାର୍ଯ୍ୟ କରିବାକୁ ଯାଇଥିଲେ। ବଂଶୀଧର ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ବମରାଜ ଗ୍ରାମର ଅଟନ୍ତି। ସେ ଆଜିକୁ ପାଞ୍ଚ ବର୍ଷ ହେଲା ସୁନାପାଲି ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ଜନ ଗଣନା ପାଇଁ ତାଙ୍କୁ କୋଟସମଲାଇ ପଞ୍ଚାୟତ ର ସୁନାପାଲି ସମେତ ଜଉଁରା ଭଉଁରା ପଞ୍ଚାୟତ ପୁଡ଼ାମାଲ ଓ ଧଉରାଦାଦର ଗ୍ରାମର ଦାୟିତ୍ୱ ପାଇଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ରବିବାର ସେ ପୂର୍ବାହ୍ନ ରେ ଘରୁ ବାହାରି ସୁନାପାଲି କୁ ଜନ ଗଣନା କାର୍ଯ୍ୟ ପାଇଁ ଯାଇଥିଲେ। ତେବେ ସେଠାରେ ଅସୁସ୍ଥତା ଅନୁଭବ କରିବାକୁ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଥିଲା। ମାତ୍ରେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନା କୁ ନେବାପାଇଁ ଡାକ୍ତର ପରାମର୍ଶ କରିଥିଲେ। ତାଙ୍କୁ ସୋନପୁର ମେଡିକାଲ କୁ ନେବାକୁ ବାହାରିଲା ବେଳକୁ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ମୃତଦେହ କୁ ବୀରମହାରାଜପୁର ଚିକିତ୍ସାଳୟ ରେ ରଖାଯାଇଛି। ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବଂଶୀଧର ଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ତାଙ୍କ ସ୍ତ୍ରୀ ବାସନ୍ତୀ ଅଭିଯୋଗ କରୁଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ଼ା. ସୁବାସ ପଣ୍ଡା ଙ୍କୁ ଯୋଗାଯୋଗ କରିବାକୁ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି। ସମ୍ପ୍ରତି ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ସ୍କୁଲ ,କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଏପରିକି ଶ୍ରମିକ ମାନଙ୍କୁ ମଧ୍ୟ ସରକାର ଦିନ ୧୧ ପରେ କାମ କରିବାକୁ ମନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏତେ ଖରା ରେ ଶିକ୍ଷକମାନେ କାହା ନିର୍ଦ୍ଦେଶ ରେ ଜନ ଗଣନା କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଏବେ ତଦନ୍ତ ସପେକ୍ଷ ହୋଇ ପଡ଼ିଛି। ମୃତ ଶିକ୍ଷକ ଜଣକ ଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ବାସନ୍ତୀ ଙ୍କ ସହିତ ଯୁକ୍ତ ତିନି ଓ ସପ୍ତମ ପଢୁଥିବା ଦୁଇ ଝିଅ ଅଛନ୍ତି। ଏବେ ଅଂଶୁ ଘାତରେ ମୃତ୍ୟୁ ହୋଇଥିବା ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି।
ଜନ ଗଣନା କାର୍ଯ୍ୟ କରୁଥିଲେ - ଅଂଶୁଘାତ ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ଅଭିଯୋଗ - - ସୁନାପାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଜନ ଗଣନା କାର୍ଯ୍ୟ କରୁଥିବା ବେଳେ ଅଂଶୁ ଘାତର ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ କ୍ଲଷ୍ଟର ସୁନାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଂଶୀଧର ଭୋଇ(୫୫) ବୋଲି ଜଣା ପଡିଛି। ଆଜି ରବିବାର ହୋଇଥିବା ସତ୍ତ୍ୱେ ବଂଶୀଧର ସରକାରଙ୍କ ନିର୍ଦ୍ଦେଶମତେ ଜନ ଗଣନା କାର୍ଯ୍ୟ କରିବାକୁ ଯାଇଥିଲେ। ବଂଶୀଧର ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ବମରାଜ ଗ୍ରାମର ଅଟନ୍ତି। ସେ ଆଜିକୁ ପାଞ୍ଚ ବର୍ଷ ହେଲା ସୁନାପାଲି ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଥିଲେ। ଜନ ଗଣନା ପାଇଁ ତାଙ୍କୁ କୋଟସମଲାଇ ପଞ୍ଚାୟତ ର ସୁନାପାଲି ସମେତ ଜଉଁରା ଭଉଁରା ପଞ୍ଚାୟତ ପୁଡ଼ାମାଲ ଓ ଧଉରାଦାଦର ଗ୍ରାମର ଦାୟିତ୍ୱ ପାଇଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ରବିବାର ସେ ପୂର୍ବାହ୍ନ ରେ ଘରୁ ବାହାରି ସୁନାପାଲି କୁ ଜନ ଗଣନା କାର୍ଯ୍ୟ ପାଇଁ ଯାଇଥିଲେ। ତେବେ ସେଠାରେ ଅସୁସ୍ଥତା ଅନୁଭବ କରିବାକୁ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ କୁ ନିଆଯାଇଥିଲା। ମାତ୍ରେ ସେଠାରେ
ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନା କୁ ନେବାପାଇଁ ଡାକ୍ତର ପରାମର୍ଶ କରିଥିଲେ। ତାଙ୍କୁ ସୋନପୁର ମେଡିକାଲ କୁ ନେବାକୁ ବାହାରିଲା ବେଳକୁ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ମୃତଦେହ କୁ ବୀରମହାରାଜପୁର ଚିକିତ୍ସାଳୟ ରେ ରଖାଯାଇଛି। ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ବଂଶୀଧର ଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ତାଙ୍କ ସ୍ତ୍ରୀ ବାସନ୍ତୀ ଅଭିଯୋଗ କରୁଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡ଼ା. ସୁବାସ ପଣ୍ଡା ଙ୍କୁ ଯୋଗାଯୋଗ କରିବାକୁ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି। ସମ୍ପ୍ରତି ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ସ୍କୁଲ ,କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି। ଏପରିକି ଶ୍ରମିକ ମାନଙ୍କୁ ମଧ୍ୟ ସରକାର ଦିନ ୧୧ ପରେ କାମ କରିବାକୁ ମନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏତେ ଖରା ରେ ଶିକ୍ଷକମାନେ କାହା ନିର୍ଦ୍ଦେଶ ରେ ଜନ ଗଣନା କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଏବେ ତଦନ୍ତ ସପେକ୍ଷ ହୋଇ ପଡ଼ିଛି। ମୃତ ଶିକ୍ଷକ ଜଣକ ଙ୍କ ପରିବାର ରେ ତାଙ୍କ ସ୍ତ୍ରୀ ବାସନ୍ତୀ ଙ୍କ ସହିତ ଯୁକ୍ତ ତିନି ଓ ସପ୍ତମ ପଢୁଥିବା ଦୁଇ ଝିଅ ଅଛନ୍ତି। ଏବେ ଅଂଶୁ ଘାତରେ ମୃତ୍ୟୁ ହୋଇଥିବା ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି।
- Post by BAHUJAN ADHIKAR1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୨୦/୦୪/୨୦୨୬ ସୋମଵାର । ଦିନର ୧୦ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- Post by SONEPUR NEWS1
- Post by Sonepur news khulasa1
- ବୌଦ୍ଧ ଜିଲ୍ଲାରେ ଆଜି କଂଗ୍ରେସ ଦଳର ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି। ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅବଦୁଲ କଲିମ୍ ଖାଁଙ୍କୁ ଟାଉନ୍ ହଲ୍ ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।1
- ଅକ୍ଷୟତୃତୀୟା ର ଶୁଭେଚ୍ଛା ଜଣାଇଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂ ଦେଓ...... Live... Live1
- पश्चिम मेदिनीपुर, पश्चिम बंगाल: उत्तर प्रदेश के सीएम योगी आदित्यनाथ ने कहा, "...कांग्रेस, TMC और INDI गठबंधन ने 60 साल से ज़्यादा भारत पर राज किया। लेकिन उनके पास अनुसूचित जातियों और अनुसूचित जनजातियों के लिए कोई एजेंडा नहीं था।1
- Post by SONEPUR NEWS1