logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ! ତାଳଚେର : ତାଳଚେର ଚିତ୍ରକୂଟ ଶିବ ମନ୍ଦିର ରେ ପୌର ମଣ୍ଡଳ ବିଜେପି ପକ୍ଷରୁ ଶନିବାର ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି |ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ସମସ୍ତ ଶିବ ମନ୍ଦିର ରେ ସ୍ୱତନ୍ତ୍ର ପୂଜାର୍ଚନା ପ୍ରଦୀପ ପ୍ରଜ୍ଜଳନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଉଛି |ତାଳଚେର ଟାଉନ ଚିତ୍ରକୂଟ ମନ୍ଦିର ରେ ସାମୁହିକ ପୂଜାର୍ଚନା, ପ୍ରଦୀପ ପ୍ରଜ୍ଜଳନ ଓ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ତାଳଚେର ପୌରମଣ୍ଡଳ ବିଜେପି ସଭାପତି ରାଜେଶ ଦଳେଇ ଙ୍କ ର ପୌରାହିତ୍ୟ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଯୋଗଦେଇ ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ଅବସରରେ ବିଜେପି ପକ୍ଷରୁ ସବୁ ଶିବ ମନ୍ଦିର ରେ ସାମୁହିକ ପୂଜାର୍ଚନା ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଉଛି ବୋଲି କହିଥିଲେ |ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ସୋମନାଥ ମନ୍ଦିର ଉପରେ ମହମଦ ଗଜନୀ ଆଜକୁ ୧୦୦୦ ବର୍ଷ ପୂର୍ବେ ୧୦୨୬ ମସିହା ରେ ଆଜିର ଦିନରେ ଆକ୍ରମଣ କରି ମନ୍ଦିର ଧ୍ବଂସ କରିଥିଲା, ସେ ସମୟରେ ବହୁ ହିନ୍ଦୁ ମାନଙ୍କୁ ମାରି ଦିଆଯାଇଥିଲା ସେହି ସମୟର ତଥ୍ୟ ଲୋକଲୋଚନ କୁ ଆଣିବା ସହ ସେ ସଂଘର୍ଷ ର ଗାରିମା କୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହେଉଛି ବୋଲି କହିଥିଲେ |ଆଜିର କାର୍ଯ୍ୟକ୍ରମ ରେ ନଗରପାଳ ପବିତ୍ର ଭୁତିଆ, କାଉନ ସିଲର ଅନିତା ବିଶ୍ୱାଳ, ଆସିଫ ଖାନ,ସନ୍ତୋଷ ବେହେରା, ସ୍ୱାଧୀନ ଥମ୍ବ, ଜିତେନ୍ଦ୍ର ଭୁତିଆ, ଓ ମଣ୍ଟୁ ଗଡ଼ନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହ ପୂଜାର୍ଚନା କରିଥିଲେ |ବରିଷ୍ଠ ବିଜେପି ନେତା ଜିତେନ୍ଦ୍ର ଦାସ, ପ୍ରାକ୍ତନ ମଣ୍ଡଳ ସଭାପତି ଯଶୋବନ୍ତ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |ପୌର ମଣ୍ଡଳ ର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

1 day ago
user_BIMBADHAR MOHAPATRA
BIMBADHAR MOHAPATRA
Journalist, Matrubhasa Talcher Sadar, Anugul•
1 day ago
199ba013-5264-462e-be97-5ff1251c0d2a

More news from ଓଡ଼ିଶା and nearby areas
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
  • ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    1
    ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    4 hrs ago
  • AGNEYA 2026 3rd day with Amiti mishra
    2
    AGNEYA 2026
3rd day with Amiti mishra
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • GET. TOGETHER, 2026 Bach2004-06 D. I. E. T, ଖୋର୍ଦ୍ଧା VENUE ମା BARUNE TEMPLE
    1
    GET. TOGETHER, 2026
Bach2004-06
D. I. E. T, ଖୋର୍ଦ୍ଧା
VENUE ମା  BARUNE TEMPLE
    user_HEMANTA KUMAR BHARADAJ
    HEMANTA KUMAR BHARADAJ
    Pharmacist Cuttack (M.Corp.) P.S, Odisha•
    9 hrs ago
  • ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ​ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ​ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝। ​ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸। ​ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।
    3
    ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।
​ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି:
​ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝।
​ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸।
​ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    6 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist ଜଟଣୀ, ଖୋର୍ଦ୍ଧା, ଓଡ଼ିଶା•
    17 hrs ago
  • ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
    1
    ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ।  ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ  ପ୍ରଶଂସା କରାଯାଇଛି |
    user_Rakesh das deba
    Rakesh das deba
    Journalist ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    8 hrs ago
  • ସୁଜନାରାଜନନମଙ
    1
    ସୁଜନାରାଜନନମଙ
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.