logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ତର, ଭାଲୁ ଆକ୍ରମଣ ରେ ଯୁବକ ଗୁରତ୍ତର ପ୍ରତିଆକ୍ରମଣ ରେ ଭାଲୁ ଆହତ, ଗୁରୁତର ଯୁବକ କୁ କେନ୍ଦୁଝର ସ୍ଥାନାନ୍ତରିତ  କରଞ୍ଜିଆ-( ଜିତେନ୍ଦ୍ର ରାଜ)ଆଜି କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କାଡଡିହା ସେକ୍ସନ ର ମିଲୁ ଗ୍ରାମସ୍ଥିତ ହାତୀସାଲବେଡା ଜଙ୍ଗଲରେ ପତ୍ର ଗୋଟାଇବାକୁ ଯାଇଥିବା ମାଲଦେ ସୋରେନ ନାମକ ଜଣେ ଆଦିବାସୀ ଯୁବକ ଜଙ୍ଗଲୀ ଭାଲୁ ହାବୁଡ଼ରେ ପଡି ଅତି ଗୁରୁତର ହୋଇପଡିଛି, ତାକୁ ଉଦ୍ଧାର କରାଯାଇ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଓ ପରେ କେନ୍ଦୁଝର କୁ ପଠାଯାଇଛି | କରଞ୍ଜିଆ ବନଖଣ୍ଡ ର ମିଲୁ ଗ୍ରାମ ନିକଟରେ ଥିବା ହାତୀସାଲବେଡା ଜଙ୍ଗଲ କୁ କିଛି ଗ୍ରାମବାସୀ ପତ୍ର ଗୋଟାଇବାକୁ ଯାଇଥିଲେ ଦିନ ପ୍ରାୟ ଗୋଟାଏ ସମୟକୁ 6ଟି ଭାଲୁ ସେହି ଜଙ୍ଗଲ ରେ ଥିଲେ |ଜଙ୍ଗଲ ପାଖ ରାସ୍ତା ପାଖରେ ମାଲଦେ ସୋରେନ ଓ ତା ସ୍ତୀ ଲିଲି ସୋରେନ ପତ୍ର  ତୋଳୁଥିବା ସମୟରେ ଏକ ଭାଲୁ  ମାଲଦେ ଉପରେ ଅତର୍କିତ ଆକ୍ରମଣ କରିଥିଲା |ଭାଲୁ ନିକଟରୁ ବର୍ତ୍ତିବାପାଇଁ ଉଭୟ ସ୍ୱାମୀ ସ୍ତୀ ଲଢେଇ କରିଥିଲେ |ଭାଲୁ ଆକ୍ରମଣ ରେ ମାଲଦେ ର ମୁଣ୍ଡ ର ଉପରିଭାଗ ର ଚର୍ମ ସମ୍ପୂର୍ଣ ଉଠିଯାଇଛି |ସ୍ୱାମୀ ସ୍ତୀ ଏକ ବୁଡିଆ ସାହାଯ୍ୟ ରେ ଆକ୍ରମଣ କରିବାରୁ ଭାଲୁ ଟି ମଧ୍ୟ ଆହତ ହୋଇ ଜଙ୍ଗଲ ଭିତରକୁ ପଳାଇଯାଇଥିଲା |ପରେ ଆମ୍ବୁଲାନ୍ସ ଯୋଗେ ମାଲଦେ କୁ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା |ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ସ୍ଥାନାନ୍ତତିତ ହୋଇଥିବା ସୂଚନା ମିଳିଛି

5 hrs ago
user_Jitendra raj
Jitendra raj
କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
5 hrs ago
052df067-930f-42b7-a346-f870d7cb2046

ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ତର, ଭାଲୁ ଆକ୍ରମଣ ରେ ଯୁବକ ଗୁରତ୍ତର ପ୍ରତିଆକ୍ରମଣ ରେ ଭାଲୁ ଆହତ, ଗୁରୁତର ଯୁବକ କୁ କେନ୍ଦୁଝର ସ୍ଥାନାନ୍ତରିତ  କରଞ୍ଜିଆ-( ଜିତେନ୍ଦ୍ର ରାଜ)ଆଜି କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କାଡଡିହା ସେକ୍ସନ ର ମିଲୁ ଗ୍ରାମସ୍ଥିତ ହାତୀସାଲବେଡା ଜଙ୍ଗଲରେ ପତ୍ର ଗୋଟାଇବାକୁ ଯାଇଥିବା ମାଲଦେ ସୋରେନ ନାମକ ଜଣେ ଆଦିବାସୀ ଯୁବକ ଜଙ୍ଗଲୀ ଭାଲୁ ହାବୁଡ଼ରେ ପଡି ଅତି ଗୁରୁତର ହୋଇପଡିଛି, ତାକୁ ଉଦ୍ଧାର କରାଯାଇ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଓ ପରେ କେନ୍ଦୁଝର କୁ ପଠାଯାଇଛି | କରଞ୍ଜିଆ ବନଖଣ୍ଡ ର ମିଲୁ ଗ୍ରାମ ନିକଟରେ ଥିବା ହାତୀସାଲବେଡା ଜଙ୍ଗଲ କୁ କିଛି ଗ୍ରାମବାସୀ ପତ୍ର ଗୋଟାଇବାକୁ ଯାଇଥିଲେ ଦିନ ପ୍ରାୟ ଗୋଟାଏ ସମୟକୁ 6ଟି ଭାଲୁ ସେହି ଜଙ୍ଗଲ ରେ ଥିଲେ |ଜଙ୍ଗଲ ପାଖ ରାସ୍ତା ପାଖରେ ମାଲଦେ ସୋରେନ ଓ ତା ସ୍ତୀ ଲିଲି ସୋରେନ ପତ୍ର  ତୋଳୁଥିବା ସମୟରେ ଏକ ଭାଲୁ  ମାଲଦେ ଉପରେ ଅତର୍କିତ ଆକ୍ରମଣ କରିଥିଲା |ଭାଲୁ ନିକଟରୁ ବର୍ତ୍ତିବାପାଇଁ ଉଭୟ ସ୍ୱାମୀ ସ୍ତୀ ଲଢେଇ କରିଥିଲେ |ଭାଲୁ ଆକ୍ରମଣ ରେ ମାଲଦେ ର ମୁଣ୍ଡ ର ଉପରିଭାଗ ର ଚର୍ମ ସମ୍ପୂର୍ଣ ଉଠିଯାଇଛି |ସ୍ୱାମୀ ସ୍ତୀ ଏକ ବୁଡିଆ ସାହାଯ୍ୟ ରେ ଆକ୍ରମଣ କରିବାରୁ ଭାଲୁ ଟି ମଧ୍ୟ ଆହତ ହୋଇ ଜଙ୍ଗଲ ଭିତରକୁ ପଳାଇଯାଇଥିଲା |ପରେ ଆମ୍ବୁଲାନ୍ସ ଯୋଗେ ମାଲଦେ କୁ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା |ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ସ୍ଥାନାନ୍ତତିତ ହୋଇଥିବା ସୂଚନା ମିଳିଛି

More news from Mayurbhanj and nearby areas
  • କରଞ୍ଜିଆ,୧୭/୨(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧ ସରୁବାଲି ସ୍ଥିତ ଜାଗୃତୀ ସ୍ଵୟଂସହାୟିକା ଗୋଷ୍ଠୀ ମହିଳାଙ୍କୁ ବାମନାଶାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୪ ଲକ୍ଷ ୮୦ ହଜାର ଟଙ୍କାର କାର୍ଯ୍ୟାଦେଶ ୨୦୨୩-୨୪ ମସିହାରେ ମୁକ୍ତା ଯୋଜନାରେ ପ୍ରଦାନ କରାଯାଇଥିଲା। ମହିଳା ମାନେ ଖୁସିରେ ଏହି କାର୍ଯ୍ୟ ସମ୍ପାଦନ ମଧ୍ୟ କଲେ। ହେଲେ ଦୁଃଖର କଥା ଯେ କାର୍ଯ୍ୟ ସମାପ୍ତ ପରେ ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବା ଆଳ ଦେଖାଇ ସେମାନଙ୍କ ବିଲ୍ ପାରିତ କରାଗଲା ନାହିଁ । ଏହା ଭିତରେ ୨ ବର୍ଷ ଅତିବାହିତ ହୋଇ ସାରିଛି।ଏବିଷୟରେ ମହିଳା ଗଣ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମଧ୍ୟ ସୁଫଳ ନପାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହେଇଛନ୍ତି। ସଂଘର ସଭାନେତ୍ରୀ ସାବିତ୍ରୀ ମହାନ୍ତ ଓ ସମ୍ପାଦୀକା କଲ୍ୟାଣୀ ମହାନ୍ତ କହିଛନ୍ତି ଯେ ସେମାନେ ବ୍ୟାଙ୍କ ଋଣ କରି କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କ ଋଣ ସୁଝିବାକୁ ବାରମ୍ବାର ଆମର ଦ୍ୱାରସ୍ଥ ହେଉଛି।
    1
    କରଞ୍ଜିଆ,୧୭/୨(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧ ସରୁବାଲି ସ୍ଥିତ ଜାଗୃତୀ ସ୍ଵୟଂସହାୟିକା ଗୋଷ୍ଠୀ ମହିଳାଙ୍କୁ ବାମନାଶାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୪ ଲକ୍ଷ ୮୦ ହଜାର ଟଙ୍କାର କାର୍ଯ୍ୟାଦେଶ ୨୦୨୩-୨୪ ମସିହାରେ ମୁକ୍ତା ଯୋଜନାରେ ପ୍ରଦାନ କରାଯାଇଥିଲା। ମହିଳା ମାନେ ଖୁସିରେ ଏହି କାର୍ଯ୍ୟ ସମ୍ପାଦନ ମଧ୍ୟ କଲେ। ହେଲେ ଦୁଃଖର କଥା ଯେ କାର୍ଯ୍ୟ ସମାପ୍ତ ପରେ ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବା ଆଳ ଦେଖାଇ ସେମାନଙ୍କ ବିଲ୍ ପାରିତ କରାଗଲା ନାହିଁ । ଏହା ଭିତରେ ୨ ବର୍ଷ ଅତିବାହିତ ହୋଇ ସାରିଛି।ଏବିଷୟରେ ମହିଳା ଗଣ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମଧ୍ୟ ସୁଫଳ ନପାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହେଇଛନ୍ତି। ସଂଘର ସଭାନେତ୍ରୀ ସାବିତ୍ରୀ ମହାନ୍ତ ଓ ସମ୍ପାଦୀକା କଲ୍ୟାଣୀ ମହାନ୍ତ କହିଛନ୍ତି ଯେ ସେମାନେ ବ୍ୟାଙ୍କ ଋଣ କରି କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କ ଋଣ ସୁଝିବାକୁ ବାରମ୍ବାର ଆମର ଦ୍ୱାରସ୍ଥ ହେଉଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    4 hrs ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by Uttam Kumar Mahakud 9777334422
    1
    Post by Uttam Kumar Mahakud 9777334422
    user_Uttam Kumar Mahakud 9777334422
    Uttam Kumar Mahakud 9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    5 hrs ago
  • Post by Rajib Behera
    3
    Post by Rajib Behera
    user_Rajib Behera
    Rajib Behera
    ସାମ୍ବାଦିକ Mayurbhanj, Odisha•
    7 hrs ago
  • ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
    1
    ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    3 hrs ago
  • ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ
    1
    ଶିକ୍ଷାର୍ଥୀ ଙ୍କୁ ଉଚିତ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଦୀପ ମହାରଥୀ ଙ୍କ ପତ୍ନୀ ଙ୍କ କଥା ଶୁଣି ସ୍କୁଲ ଛାତ୍ରଛାତ୍ରୀଙ୍କ ଉତ୍ସାହ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    1 hr ago
  • Post by Khabar
    1
    Post by Khabar
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    3 hrs ago
  • କରଞ୍ଜିଆ,୧୭/୨,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବେଧଡକ ମହୁଲି ମଦ କାରବାର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଅବକାରୀ ଥାନା ଆଇଆଇସି ଜୟନ୍ତୀ ଆଚାର୍ଯ୍ୟ,ଓଆଇସି ରଶ୍ମି ରଂଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ନାୟକଙ୍କ ସହିତ ଅବକାରୀ ଦଳ ଆଜି ଦିନ ତମାମ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ସମୁଦାୟ ୮୬୦ ଲିଟର ମହୁଲି ମଦ,୯ ହଜାର କିଲୋ ପୋଚ ସହିତ ୮ ଲିଟର ବିଦେଶୀ ମଦ ଜବତ କରି ଅବକାରୀ ଥାନାରେ ୩ ଗୋଟି ମାମଲା ରୁଜୁ କରିଛି। ଅବକାରୀ ଦଳ ଆଜି ସକାଳୁ ପ୍ରଥମେ ଖଡିକୁଦର ଗ୍ରାମ ନିକଟରେ ଚଢ଼ାଉ କରିବା ସମୟରେ ବନ୍ଧ ପର୍ଶ୍ୱରୁ ୪ ହଜାର କିଲୋ ପୋଚ,୪୮୦ ଲିଟର ମହୁଲି,ଜରାସାହି ନାଳ ପର୍ଶ୍ଵରୁ ୫ ହଜାର କିଲୋ ପୋଚ,୩୮୦ ଲିଟର ମହୁଲି ମଦ ଓ ପିଙ୍ଗୁ ଗ୍ରାମର ତ୍ରିନାଥ ନାଏକ ନିକଟରୁ ୮ ଲିଟର ବିଦେଶୀ ମଦ ଜବତ କରିଥିଲା। ଏନେଇ ଅବକାରୀ ଥାନାରେ ୨୦୮,୨୦୯,୨୧୦/୨୫,୨୬ ନମ୍ୱରରେ ୩ ଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରିଥିବା ଓଆଇସି ଶ୍ରୀ ନାୟକ ସୂଚନା ଦେବା ସହିତ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି।
    1
    କରଞ୍ଜିଆ,୧୭/୨,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବେଧଡକ ମହୁଲି ମଦ କାରବାର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଅବକାରୀ ଥାନା ଆଇଆଇସି ଜୟନ୍ତୀ ଆଚାର୍ଯ୍ୟ,ଓଆଇସି ରଶ୍ମି ରଂଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣି ନାୟକଙ୍କ ସହିତ ଅବକାରୀ ଦଳ ଆଜି ଦିନ ତମାମ ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ସମୁଦାୟ ୮୬୦ ଲିଟର ମହୁଲି ମଦ,୯ ହଜାର କିଲୋ ପୋଚ ସହିତ ୮ ଲିଟର ବିଦେଶୀ ମଦ ଜବତ କରି ଅବକାରୀ ଥାନାରେ ୩ ଗୋଟି ମାମଲା ରୁଜୁ କରିଛି। ଅବକାରୀ ଦଳ ଆଜି ସକାଳୁ ପ୍ରଥମେ ଖଡିକୁଦର ଗ୍ରାମ ନିକଟରେ ଚଢ଼ାଉ କରିବା ସମୟରେ ବନ୍ଧ ପର୍ଶ୍ୱରୁ ୪ ହଜାର କିଲୋ ପୋଚ,୪୮୦ ଲିଟର ମହୁଲି,ଜରାସାହି ନାଳ ପର୍ଶ୍ଵରୁ ୫ ହଜାର କିଲୋ ପୋଚ,୩୮୦ ଲିଟର ମହୁଲି ମଦ ଓ ପିଙ୍ଗୁ ଗ୍ରାମର ତ୍ରିନାଥ ନାଏକ ନିକଟରୁ ୮ ଲିଟର ବିଦେଶୀ ମଦ ଜବତ କରିଥିଲା। ଏନେଇ ଅବକାରୀ ଥାନାରେ ୨୦୮,୨୦୯,୨୧୦/୨୫,୨୬ ନମ୍ୱରରେ ୩ ଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରିଥିବା ଓଆଇସି ଶ୍ରୀ ନାୟକ ସୂଚନା ଦେବା ସହିତ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ପ୍ରକାଶ କରିଛନ୍ତି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.