Home ଜିଲ୍ଲା ପରିକ୍ରମା ଯାଜପୁର ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ: ଦୁଇ ଯୁବକ ଉଦ୍ଧାର, ଜଣେ ନିଖୋଜ: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ: ଦୁଇ ଯୁବକ ଉଦ୍ଧାର, ଜଣେ ନିଖୋଜ: the love 0 Shares ଜେନାପୁର /୨୮/୮(ସନ୍ଧାନ ନ୍ୟୁଜ )ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଜେନାପୁର ଯାବରା ସେତୁ ତଳେ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଘଟିଛି ଅଘଟଣ। ତିନି ଯୁବକ ନଦୀରେ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଯୁବକ ଏବେ ମଧ୍ୟ ନିଖୋଜ ରହିଛନ୍ତି। ସୂଚନା ଅନୁଯାୟୀ, ବରହମପୁର ଗ୍ରାମର ବିଜୟ ଦଳେଇଙ୍କ ପୁଅ ପ୍ରତାପ ଦଳେଇ (୨୧), ଅମୂଲ୍ୟ ଦଳାଇଙ୍କ ପୁଅ ସିଦ୍ଧାର୍ଥ ଦଳାଇ ଓରଫ ନଣ୍ଡା (୨୪) ଏବଂ ଜଇରାମ ଦଳାଇଙ୍କ ପୁଅ ଶାନ୍ତନୁ ଦଳାଇ ଓରଫ କାଳିଆ (୨୩) ଶୁକ୍ରବାର ପ୍ରାୟ ଦିନ ୨ଟା ସମୟରେ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଗାଧୋଇବା ସମୟରେ ତିନିଜଣ ନଦୀର ଗଭୀର ପାଣିରେ ଭାସିଯାଇଥିଲେ। ଏହି ସମୟରେ ରବୀନ୍ଦ୍ର ପଣ୍ଡାଙ୍କ ପୁଅ ସତ୍ୟବ୍ରତ ପଣ୍ଡା (୨୫) ନିଜ ଜୀବନକୁ ବିପଦରେ ପକାଇ ନଦୀକୁ ଡେଇଁ ଦୁଇଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ତେବେ ପ୍ରତାପ ଦଳେଇଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପ୍ରତାପଙ୍କ କୌଣସି ସନ୍ଧାନ ମିଳିପାରିନଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଏହି ଅଘଟଣ ପାଇଁ ସ୍ଥାନୀୟ ଲୋକେ ନଦୀରେ ହୋଇଥିବା ବେଆଇନ ବାଲି ଉତ୍ତୋଳନକୁ ଦାୟୀ କରିଛନ୍ତି। ବାଲିଘାଟ ଯୋଗୁଁ ନଦୀ ଶଯ୍ୟାରେ ସୃଷ୍ଟି ହୋଇଥିବା ବୃହତ୍ ଗର୍ତ୍ତ ଏହି ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ସେଠାରୁ ବାଲି ଉତ୍ତୋଳନ କରାଯାଇଥିବାରୁ ନଦୀରେ ବିପଜ୍ଜନକ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି ବୋଲି ସେମାନେ କହିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ନିଖୋଜ ପ୍ରତାପଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ପରିବାର ଓ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

- *आज की बड़ी खबरें*,. . .... ..... ...... ...1
- ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ନୟାଗଡ଼ରେ ଭାଇ-ଭଉଣୀର ସ୍ନେହ;ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ । ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ି ସୁଭଦ୍ରା ମଞ୍ଚରେ ରାକ୍ଷୀ ବାନ୍ଧିଛନ୍ତି।ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି ।1
- ବ୍ରହ୍ମ କୁମାରୀ ସଂସ୍ଥା ପକ୍ଷରୁ ରକ୍ତ ଦାନ ଶିବିର. ରକ୍ତ ଦାନ ମହତ ଦାନ1
- ନେପାଳ ପ୍ରଳୟର ବଡ଼ କାରଣ..ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା. ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା . ଘଟଣା ପଛରେ ଥିବା କାରଣ ଖୋଜା ପରେ ଆସିଛି ସ୍ପଷ୍ଟ ଚିତ୍ର ଉପର ମୁଣ୍ଡରେ ବରଫ ଓ ପଥର ଧସି ଲେନ୍ଧେ ନଦୀ ପ୍ରବାହ ବନ୍ଦ ହୋଇଗଲା ଫଳରେ ପଛପଟେ ସୃଷ୍ଟି ହୋଇଥିଲା ଏକ ବିଶାଳ ଅସ୍ଥାୟୀ ହ୍ରଦ . ହ୍ରଦ ହଠାତ୍ ଫାଟିଯିବାରୁ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ପାଣି ପାଣି ସହ କାଦୁଅ ଓ ପଥରର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସିଲା ଯାହାକୁ ରୋକିବା କିମ୍ବା ସେଥୁରୁ ବର୍ତ୍ତିବା ସମ୍ଭବ ନଥୁଲା2
- ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।1
- ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia1
- 💍 ରାକ୍ଷୀ ପୂର୍ଣ୍ଣିମାରେ ଢେଙ୍କାନାଳରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ 💍 📍 ସ୍ଥାନ: କାଞ୍ଚନ ବଜାର, ଢେଙ୍କାନାଳ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଜୁଏଲର୍ସର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁନର୍ବସୁ ଜୁଏଲର୍ସର ମାଲିକ ଚିନ୍ମୟ ସାହୁଙ୍କ ସମେତ କାଞ୍ଚନ ବଜାର ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ✨ ଗ୍ରାହକଙ୍କ ପାଇଁ ବିଶେଷ ଅଫର: 🔹 ୯୨.୫ ସିଲଭର ଅର୍ଣ୍ଣାମେଣ୍ଟ 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ 🔹 ଗଢା ମଜୁରୀ ସମ୍ପୂର୍ଣ୍ଣ ମାଗଣା 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପରେ ୧୦% ରିହାତି ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ନୂଆ ଜୁଏଲର୍ସର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। 📺 ଏଭଳି ସ୍ଥାନୀୟ ଖବର ପାଇଁ DK TV ODIAକୁ Subscribe କରନ୍ତୁ। 👍 Like | 💬 Comment | 🔔 Subscribe | ↗️ Share #Dhenkanal #DhenkanalNews #PunarbashuJewellers #KanchanBazar #RakshaBandhan #RakhiPurnima #Jewellery #SilverJewellery #GoldPlatedJewellery #OdishaNews #DKTVODIA #OdiaNews #DhenkanalUpdate1
- 🌺🌺🌺🌺🌺🙏🙏🙏ଈଶ୍ୱର କିଏ?????? ତମେ ଜାଣିଛ!!!!!🙏🙏🙏🌺🌺🌺🌺🌺1