Shuru
Apke Nagar Ki App…
ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ଭେଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ଏକ ମାସ ହେଲା ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଦେଖାଦେଇଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭିଟାମିନ D, Aspirin Clopidogrel tablets Ip, Atorvastatin Ip, ସମେତ ଅନ୍ୟାନ୍ୟ ଜରୁରୀ ଔଷଧ ଉପଲବ୍ଧ ନାହିଁ। ସରକାରୀ ହସ୍ପିଟାଲରେ ମୌଳିକ ଔଷଧ ନ ମିଳିବା ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ ଏହାର ଉଦ୍ଦେଶ୍ୟ କ'ଣ? ଏ ସମ୍ପର୍କରେ ଡାକ୍ତରମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ସେମାନେ ଔଷଧର ଅଭାବ ନେଇ ରିପୋର୍ଟ ଦେଇଛନ୍ତି, କିନ୍ତୁ ମେଡିସିନ ନ ଆସିଲେ ସେମାନେ କେଉଁଠୁ ପାଇବେ। ଏହା ଅତ୍ୟନ୍ତ ଦୁଃଖଦ ଯେ ରୋଗୀମାନେ ସରକାରୀ ହସ୍ପିଟାଲକୁ ଆସି ମଧ୍ୟ ବାହାର ବେସରକାରୀ ମେଡିକାଲରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଏହି ଗୁରୁତର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପାଳ ମହୋଦୟ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ଔଷଧ ଯୋଗାଣ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି।
ଆମ ଓଡିଶା ଖବର ଓଡିଶା

More news from ଓଡ଼ିଶା and nearby areas
- ଘଣ୍ଟାପଡ଼ା ପୋଲିସ ଏକ ପିକ୍ ଅପ୍ ଡାଲା ଗାଡି ସହିତ ୫ କ୍ୱିଣ୍ଟାଲ୍ ୫୦ କେଜି ଗଞ୍ଜେଇ ଜବତ କରିଛି।1
- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରର ପଟାଭାଡିଠାରେ ଅବସ୍ଥିତ ଲୋକନାଥ ବାବାଙ୍କ ବରାତି ସମୟରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବରାତିରେ ବର ଲୋକନାଥ ବାବାଙ୍କର 'ଗାଲସେକା' ନୀତି ସମ୍ପାଦିତ ହୋଇଥିଲା, ଯାହା ଭକ୍ତମାନଙ୍କୁ ଆକର୍ଷିତ କରିଥିଲା।1
- 🌹🌹🌹🌹🌹🌹🌹🌹🌹🌹1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ୨୫ରୁ ଅଧିକ ଗ୍ରାମରେ ଆଜି ସକାଳୁ ବିଦ୍ୟୁତ ବିଚ୍ଛିନ୍ନ ହୋଇରହିଛି। ଏହି ବିଦ୍ୟୁତ ବିଚ୍ଛିନ୍ନତା ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ଏବଂ ଅଞ୍ଚଳବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହଳପଦର, ଅମରପାଲି, ଲୁତୁରପଙ୍କ, କର୍ଡାପାଲ, ମାଣିକପୁର, ଘିଚାପାଲି ଭଳି ଗ୍ରାମଗୁଡ଼ିକରେ ବିଦ୍ୟୁତ ସେବା ବନ୍ଦ ରହିଛି। ବିଦ୍ୟୁତ ବିଚ୍ଛିନ୍ନ ଯୋଗୁଁ ପାନୀୟ ଜଳ ଯୋଗାଣ ସମେତ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟଗୁଡ଼ିକ ଏକ ପ୍ରକାର ଠପ୍ ହୋଇ ପଡ଼ିଛି, ଯାହା ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକେ ତୁରନ୍ତ ବିଦ୍ୟୁତ ମରାମତି କରି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ କରିବାକୁ ଦାବୀ କରିଛନ୍ତି।3
- ବରଗଡ଼ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ କଦଳିପାଲିସ୍ଥିତ ଦେବଦେବ ମହାଦେବ ମନ୍ଦିର ସମ୍ମୁଖରେ ଥିବା ମହାତ୍ତମ୍ କଂପ୍ଲେକ୍ସରେ ଏକ ନୂଆ ସ୍କୁଟି ଶୋରୁମ୍ ଆନୁଷ୍ଠାନିକ ଭାବେ ଖୋଲାଯାଇଛି। ଏହାକୁ ବିଜେପିର କୁମ୍ଭାରୀ ମଣ୍ଡଳ ସଭାପତି ପ୍ରଦୀପ ପଧାନ ଏବଂ ଆଗଲପୁର ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ ନାଲିଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି। ଏହି ନୂଆ ଶୋରୁମ୍ ଖୋଲିବା ପରେ ସ୍କୁଟି କିଣିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଛି।1
- ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଡାକ୍ତରଖାନା ପରିସରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସମାଜସେବୀ ସୁନୀଲ ମୁଦୁଲି ଏବଂ ଡାକ୍ତର ହରିଶ ଚନ୍ଦ୍ର ବାଘଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଯୋଗ ଶିକ୍ଷକ ସୁଧାଂଶୁ ଶେଖର ଥଲାପତି ଓ ମୀନା କୁମାରୀ ନାୟକ ଉପସ୍ଥିତ ରହି ଲୋକଙ୍କୁ ପ୍ରାଣାୟାମ ଓ ଯୋଗାସନର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଯୋଗ ଶିବିରରେ କୁନି ପିଲାଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏବଂ ମହିଳାମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ସମସ୍ତେ ଯୋଗକୁ ନିଜର ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସଂକଳ୍ପ ନେଇଛନ୍ତି।1
- ଆଜି ସୋମବାର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପୂରୀରେ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।1
- ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି, ବହଳପଦର, ଲୁତୁରପଙ୍କ, ଦୁର୍ଜନତୈଲା ଏବଂ ଖଣ୍ଡହତା ଆଦି ଉପାନ୍ତ ଅଞ୍ଚଳରେ ଆଜି ସକାଳୁ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଝିପିଝିପି ବର୍ଷା ଲାଗି ରହିଥିବାରୁ ଅଞ୍ଚଳବାସୀ ଗରମରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଏହି ବର୍ଷା ଯୋଗୁଁ ଚାଷ କାମ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଥିବାରୁ ଚାଷୀମାନେ ବେଶ୍ ଖୁସି ଅନୁଭବ କରୁଛନ୍ତି ଏବଂ ଚାଷ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛନ୍ତି।1
- ବରଗଡ଼ ଜିଲ୍ଲାର ବରପାଲି ବ୍ଲକ୍ ଅନ୍ତର୍ଗତ ସତଲମା ଗ୍ରାମ ପଞ୍ଚାୟତର ରେଶମ ପ୍ରଶାଖା କେନାଲର ଅପର ପାର୍ଶ୍ୱରେ ଥିବା ବରଗଡ଼ କେନାଲ ବ୍ରିଜ୍ ତଳୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ କେନାଲକୁ ଗାଧୋଇ ଯାଇଥିବା ବେଳେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିଜୟପଲ୍ଲୀ ଫାଣ୍ଡିର ଇନଚାର୍ଜ ମୋହନସୁନ୍ଦର ବାଗଙ୍କ ସୂଚନାକ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ ଏବଂ ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତର ତଦାରଖ କରିଥିଲେ। ପରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନରେ ସହଯୋଗ କରିଥିଲେ। ଏହି ଘଟଣାରେ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଯାଇଛି।4