Shuru
Apke Nagar Ki App…
ବରଗଡ଼ ଜିଲ୍ଲାର ବରପାଲି ବ୍ଲକ୍ ଅନ୍ତର୍ଗତ ସତଲମା ଗ୍ରାମ ପଞ୍ଚାୟତର ରେଶମ ପ୍ରଶାଖା କେନାଲର ଅପର ପାର୍ଶ୍ୱରେ ଥିବା ବରଗଡ଼ କେନାଲ ବ୍ରିଜ୍ ତଳୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ କେନାଲକୁ ଗାଧୋଇ ଯାଇଥିବା ବେଳେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିଜୟପଲ୍ଲୀ ଫାଣ୍ଡିର ଇନଚାର୍ଜ ମୋହନସୁନ୍ଦର ବାଗଙ୍କ ସୂଚନାକ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ ଏବଂ ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତର ତଦାରଖ କରିଥିଲେ। ପରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନରେ ସହଯୋଗ କରିଥିଲେ। ଏହି ଘଟଣାରେ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଯାଇଛି।
PNC MEDIA
ବରଗଡ଼ ଜିଲ୍ଲାର ବରପାଲି ବ୍ଲକ୍ ଅନ୍ତର୍ଗତ ସତଲମା ଗ୍ରାମ ପଞ୍ଚାୟତର ରେଶମ ପ୍ରଶାଖା କେନାଲର ଅପର ପାର୍ଶ୍ୱରେ ଥିବା ବରଗଡ଼ କେନାଲ ବ୍ରିଜ୍ ତଳୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ କେନାଲକୁ ଗାଧୋଇ ଯାଇଥିବା ବେଳେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିଜୟପଲ୍ଲୀ ଫାଣ୍ଡିର ଇନଚାର୍ଜ ମୋହନସୁନ୍ଦର ବାଗଙ୍କ ସୂଚନାକ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ ଏବଂ ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତର ତଦାରଖ କରିଥିଲେ। ପରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନରେ ସହଯୋଗ କରିଥିଲେ। ଏହି ଘଟଣାରେ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଯାଇଛି।
More news from ଓଡ଼ିଶା and nearby areas
- ବରଗଡ଼ ଜିଲ୍ଲାର ବରପାଲି ବ୍ଲକ୍ ଅନ୍ତର୍ଗତ ସତଲମା ଗ୍ରାମ ପଞ୍ଚାୟତର ରେଶମ ପ୍ରଶାଖା କେନାଲର ଅପର ପାର୍ଶ୍ୱରେ ଥିବା ବରଗଡ଼ କେନାଲ ବ୍ରିଜ୍ ତଳୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସ୍ଥାନୀୟ ଲୋକେ କେନାଲକୁ ଗାଧୋଇ ଯାଇଥିବା ବେଳେ ଏହି ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିଜୟପଲ୍ଲୀ ଫାଣ୍ଡିର ଇନଚାର୍ଜ ମୋହନସୁନ୍ଦର ବାଗଙ୍କ ସୂଚନାକ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ଶତପଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ ଏବଂ ବରପାଲି ଆଇଆଇସି ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତର ତଦାରଖ କରିଥିଲେ। ପରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନରେ ସହଯୋଗ କରିଥିଲେ। ଏହି ଘଟଣାରେ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଉଦ୍ଧାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଯାଇଛି।4
- ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଡାକ୍ତରଖାନା ପରିସରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସମାଜସେବୀ ସୁନୀଲ ମୁଦୁଲି ଏବଂ ଡାକ୍ତର ହରିଶ ଚନ୍ଦ୍ର ବାଘଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଯୋଗ ଶିକ୍ଷକ ସୁଧାଂଶୁ ଶେଖର ଥଲାପତି ଓ ମୀନା କୁମାରୀ ନାୟକ ଉପସ୍ଥିତ ରହି ଲୋକଙ୍କୁ ପ୍ରାଣାୟାମ ଓ ଯୋଗାସନର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ଯୋଗ ଶିବିରରେ କୁନି ପିଲାଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ବହୁ ସଂଖ୍ୟକ ବରିଷ୍ଠ ନାଗରିକ ଏବଂ ମହିଳାମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ସମସ୍ତେ ଯୋଗକୁ ନିଜର ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସଂକଳ୍ପ ନେଇଛନ୍ତି।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କପାସିରା ଅଞ୍ଚଳରେ ପ୍ରବଳ ବର୍ଷା ସହ ଘିଡ଼ି ଘିଡ଼ି ଅନୁଭୂତ ହୋଇଛି।1
- आप इस खबर को संतुलित और संवेदनशील भाषा में इस तरह प्रस्तुत कर सकते हैं: 🚨 दुखद सड़क हादसा | सोनपुर–संबलपुर मुख्य मार्ग 🚨 कल रात सोनपुर–संबलपुर मुख्य मार्ग पर एक दर्दनाक सड़क हादसा हुआ, जिसमें एक व्यक्ति की मौत हो गई। हादसे की सूचना मिलते ही बिनिका और सोनपुर फायर स्टेशन की टीम मौके पर पहुंची और तत्काल रेस्क्यू ऑपरेशन चलाकर शव को वाहन से बाहर निकाला। इस दुखद घटना पर हम दिवंगत आत्मा की शांति और शोकाकुल परिवार को इस कठिन समय में धैर्य एवं शक्ति प्रदान करने की प्रार्थना करते हैं। 🙏 ओम शांति। साथ ही, राहत एवं बचाव कार्य में तत्परता से जुटी ओडिशा फायर सर्विस, बिनिका फायर स्टेशन और सोनपुर फायर स्टेशन की टीम के समर्पित प्रयासों की सराहना करते हैं। #Sonepur #Sambalpur #RoadAccident #BinikaFireStation #SonepurFireStation #OdishaFireService #RoadSafety आप इस खबर को संतुलित और संवेदनशील भाषा में इस तरह प्रस्तुत कर सकते हैं: 🚨 दुखद सड़क हादसा | सोनपुर–संबलपुर मुख्य मार्ग 🚨 कल रात सोनपुर–संबलपुर मुख्य मार्ग पर एक दर्दनाक सड़क हादसा हुआ, जिसमें एक व्यक्ति की मौत हो गई। हादसे की सूचना मिलते ही बिनिका और सोनपुर फायर स्टेशन की टीम मौके पर पहुंची और तत्काल रेस्क्यू ऑपरेशन चलाकर शव को वाहन से बाहर निकाला। इस दुखद घटना पर हम दिवंगत आत्मा की शांति और शोकाकुल परिवार को इस कठिन समय में धैर्य एवं शक्ति प्रदान करने की प्रार्थना करते हैं। 🙏 ओम शांति। साथ ही, राहत एवं बचाव कार्य में तत्परता से जुटी ओडिशा फायर सर्विस, बिनिका फायर स्टेशन और सोनपुर फायर स्टेशन की टीम के समर्पित प्रयासों की सराहना करते हैं। #Sonepur #Sambalpur #RoadAccident #BinikaFireStation #SonepurFireStation #OdishaFireService #RoadSafety1
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ କୁଶ୍ରାଲୋଇ ପଞ୍ଚାୟତରେ କୋଲ ଗ୍ୟାସିଫିକେସନ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୨୫ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (ବିସିଜିସିଏଲ୍) ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ ହେବ ଏବଂ ଏହା ଦ୍ୱାରା ପ୍ରାୟ ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ ପ୍ରକଳ୍ପ, ଯାହା ଦେଶର ଊର୍ଜା ସୁରକ୍ଷା ପାଇଁ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥିରେ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଏହି ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, ବିସିଜିସିଏଲ୍ର ଚେୟାରମ୍ୟାନ୍ ଆସିଷ କୁମାର, ଏମସିଏଲ୍ର ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡା ଜିଲ୍ଲାପାଳ ଏବଂ ଝାରସୁଗୁଡା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ବିସିଜିସିଏଲ୍ ହେଉଛି ଭେଲ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠିତ ଏକ ଯୌଥ ଉଦ୍ୟୋଗ। ଗତ ଏପ୍ରିଲ୍ରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଓ ବିସିଜିସିଏଲ୍ ମଧ୍ୟରେ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ାଇବା ଦ୍ୱାରା ଦେଶ ପ୍ରାକୃତିକ ଗ୍ୟାସ, ମିଥାନଲ, ଆମୋନିଆ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ।1
- ସୋନପୁର ଜିଲ୍ଲା ଅନ୍ତର୍ଗତ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି।1
- ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପଞ୍ଚାୟତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରପାଲି ବିଡିଓ ସୁମନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ବରପାଲି ବ୍ଲକ ସାଂସଦ ପ୍ରତିନିଧି ଅଚ୍ୟୁତାନନ୍ଦ ବାରିକ, ବିଧାୟକ ପ୍ରତିନିଧି ଧିରୋଜ ପଧାନ ଏବଂ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେଟେରିନାରୀ ଡ. ଜ୍ୟୋତିପ୍ରକାଶ ପଧାନ, ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝି, ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଯୋଗାଣ ଅଧିକାରୀ ମନିକା ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ବର୍ଷା ରାଣୀ ମେହେର ଏବଂ ସିଡିପିଓ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।3