ବରଗଡ଼ ସହରର ଟ୍ରାଫିକ ସମସ୍ୟା ନେଇ ଏସ୍ପିଙ୍କୁ ଭେଟିଲା ଅଭିଭାବକ ମହାସଂଘ ଦାବିପତ୍ର ଦେଇ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ ବରଗଡ଼:(ସନ୍ଧାନ ନିଉଜ)28/8 ବରଗଡ଼ ସହରରେ ଦିନକୁ ଦିନ ଜଟିଳ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ଦାବି କରି ଓଡ଼ିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲ୍ଲାର ଏକ ପ୍ରତିନିଧି ଦଳ ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ଅବସରରେ ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ଏସ୍ପିଙ୍କୁ ପ୍ରଦାନ କରାଯାଇଥିଲା। ମହାସଂଘ ପକ୍ଷରୁ ବରଗଡ଼ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ବେସରକାରୀ ବସ୍ଷ୍ଟାଣ୍ଡକୁ ଅନ୍ୟତ୍ର ସ୍ଥାନାନ୍ତର, ସହରର ପ୍ରମୁଖ ରାସ୍ତାଗୁଡ଼ିକରୁ ବେଆଇନ ପାର୍କିଂ ହଟାଇବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରାଯାଇଛି। ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କ ଯିବାଆସିବା ସମୟରେ ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରିବା, ବସ୍ଷ୍ଟାଣ୍ଡରୁ ବସ୍ ବାହାରିବା ପରେ ସହରର ରାସ୍ତା ଉପରେ ବସ୍ ରଖି ଯାତ୍ରୀ ଉଠାଇବା କିମ୍ବା ଓହ୍ଲାଇବାକୁ ସମ୍ପୂର୍ଣ୍ଣ ନିଷେଧ କରିବା ଏବଂ ଦ୍ରୁତ ଓ ବେପରୁଆ ଗାଡ଼ି ଚାଳନା କରୁଥିବା ଚାଳକଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଦାବିପତ୍ର ଗ୍ରହଣ କରି ଏସ୍ପି ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ନେଇ ସମ୍ମତି ପ୍ରକାଶ କରିଥିବା ମହାସଂଘ ପକ୍ଷରୁ କୁହାଯାଇଛି। ପ୍ରତିନିଧି ଦଳରେ ଓଡ଼ିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲ୍ଲା ସଭାପତି ବିମଳ କୁମାର ଦାଶଙ୍କ ସମେତ ସଦାନନ୍ଦ ମହାପାତ୍ର, ସୁରେଶ ମହାପାତ୍ର, ବାସୁଦେବ ଦାଶ, ପିନ୍ଟୁ ଶତପଥୀ, ନରେନ୍ଦ୍ର ନାୟକ, ମାମରଜ୍ ସ୍ୱାଇଁ, କାଳୀଚରଣ ବୋଷ, ଆୟୁଷ ଯାଦବ, ସର୍ବେଶ୍ୱର ମହାପାତ୍ର, ବିଘ୍ନେଶ୍ୱର ମିଶ୍ର, ଜିତେନ୍ଦ୍ର ରାଏ, କ୍ଷୀରୋଦ୍ର ପ୍ରଧାନ, ଗୌରାଙ୍ଗ ଦୀପ, ମିନତି ଦାସ ଓ ଖିତେଶ୍ୱର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

- *आज की बड़ी खबरें*,. . .... ..... ...... ...1
- ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ନୟାଗଡ଼ରେ ଭାଇ-ଭଉଣୀର ସ୍ନେହ;ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ । ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବାଚସ୍ପତି ସୁରମା ପାଢ଼ି ସୁଭଦ୍ରା ମଞ୍ଚରେ ରାକ୍ଷୀ ବାନ୍ଧିଛନ୍ତି।ନୟାଗଡ଼ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି ।1
- ବ୍ରହ୍ମ କୁମାରୀ ସଂସ୍ଥା ପକ୍ଷରୁ ରକ୍ତ ଦାନ ଶିବିର. ରକ୍ତ ଦାନ ମହତ ଦାନ1
- ନେପାଳ ପ୍ରଳୟର ବଡ଼ କାରଣ..ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା. ସମସ୍ତଙ୍କୁ ସ୍ତବ୍ଧ କରିଛି ନେପାଳରେ ବିନାଶ ଘଟଣା . ଘଟଣା ପଛରେ ଥିବା କାରଣ ଖୋଜା ପରେ ଆସିଛି ସ୍ପଷ୍ଟ ଚିତ୍ର ଉପର ମୁଣ୍ଡରେ ବରଫ ଓ ପଥର ଧସି ଲେନ୍ଧେ ନଦୀ ପ୍ରବାହ ବନ୍ଦ ହୋଇଗଲା ଫଳରେ ପଛପଟେ ସୃଷ୍ଟି ହୋଇଥିଲା ଏକ ବିଶାଳ ଅସ୍ଥାୟୀ ହ୍ରଦ . ହ୍ରଦ ହଠାତ୍ ଫାଟିଯିବାରୁ ମାଡ଼ି ଆସିଥିଲା ପ୍ରଳୟଙ୍କରୀ ପାଣି ପାଣି ସହ କାଦୁଅ ଓ ପଥରର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସିଲା ଯାହାକୁ ରୋକିବା କିମ୍ବା ସେଥୁରୁ ବର୍ତ୍ତିବା ସମ୍ଭବ ନଥୁଲା2
- ନେପାଳ ସହରରେ ଆସିଥିବା ଏକ ଭୟଙ୍କର ବନ୍ୟାରେ ବହୁ ଲୋକଙ୍କ ଦୁର୍ଦ୍ଦଶା ଖରାପ ହୋଇଛି।1
- ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia1
- 💍 ରାକ୍ଷୀ ପୂର୍ଣ୍ଣିମାରେ ଢେଙ୍କାନାଳରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ 💍 📍 ସ୍ଥାନ: କାଞ୍ଚନ ବଜାର, ଢେଙ୍କାନାଳ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ କାଞ୍ଚନ ବଜାର ଠାରେ ପୁନର୍ବସୁ ଜୁଏଲର୍ସର ଶୁଭ ଉଦଘାଟନ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଚ୍ୟାମ୍ବର୍ସ ଅଫ୍ କମର୍ସର ସଭାପତି ରାଜେନ୍ଦ୍ର କୁମାର ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଜୁଏଲର୍ସର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁନର୍ବସୁ ଜୁଏଲର୍ସର ମାଲିକ ଚିନ୍ମୟ ସାହୁଙ୍କ ସମେତ କାଞ୍ଚନ ବଜାର ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ✨ ଗ୍ରାହକଙ୍କ ପାଇଁ ବିଶେଷ ଅଫର: 🔹 ୯୨.୫ ସିଲଭର ଅର୍ଣ୍ଣାମେଣ୍ଟ 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ 🔹 ଗଢା ମଜୁରୀ ସମ୍ପୂର୍ଣ୍ଣ ମାଗଣା 🔹 ୧.୫ ଗ୍ରାମ୍ ଗୋଲ୍ଡ ପ୍ଲେଟେଡ୍ ଅର୍ଣ୍ଣାମେଣ୍ଟ ଉପରେ ୧୦% ରିହାତି ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ନୂଆ ଜୁଏଲର୍ସର ଶୁଭାରମ୍ଭକୁ ନେଇ ଅଞ୍ଚଳବାସୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। 📺 ଏଭଳି ସ୍ଥାନୀୟ ଖବର ପାଇଁ DK TV ODIAକୁ Subscribe କରନ୍ତୁ। 👍 Like | 💬 Comment | 🔔 Subscribe | ↗️ Share #Dhenkanal #DhenkanalNews #PunarbashuJewellers #KanchanBazar #RakshaBandhan #RakhiPurnima #Jewellery #SilverJewellery #GoldPlatedJewellery #OdishaNews #DKTVODIA #OdiaNews #DhenkanalUpdate1
- 🌺🌺🌺🌺🌺🙏🙏🙏ଈଶ୍ୱର କିଏ?????? ତମେ ଜାଣିଛ!!!!!🙏🙏🙏🌺🌺🌺🌺🌺1