Shuru
Apke Nagar Ki App…
Slug - ଦୁର୍ଗମ ଗାଁରେ ପୋଲିସ ଚଢାଉ, ଘରୁ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ ଦୁର୍ଗମ ଗାଁରେ ପୋଲିସ ଚଢଉ କରି ୩ ଜଣ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚଢାଉ ଗଂଜେଇ ଜବତ କରିଛି l ଗଜପତି ଜିଲ୍ଲା ଆର୍. ଉଦୟଗିରୀ ଥାନା ସମ୍ବଲପୂର୍ ପଂଚାୟତ ବୁରୁସହି ଗାଁରେ ଘରେ ଘରେ ବିପୁଳ ପରିମାଣର ଗଞେଇ ଗଚ୍ଛିତ ଥିବା ପୋଲିସ ସୂଚନା ପାଇବା ପରେ ଗାଁରେ ଚଢଉ କରିଥିଲା l ପୋଲିସ ଗାଁର ତିନି ଜଣ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ଘରୁ ୪ କୁଇଣ୍ଟାଲ ୫୫ କେଜି ଗଞ୍ଜେଇ ଜବତ କରିଛି l ପୋଲିସକୁ ଦେଖି ଘର ମାଲିକ ଫେରାର ହୋଇଯାଇଥିବା ବେଳେ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ l ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି l
Ansubhai Pandey
Slug - ଦୁର୍ଗମ ଗାଁରେ ପୋଲିସ ଚଢାଉ, ଘରୁ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ ଦୁର୍ଗମ ଗାଁରେ ପୋଲିସ ଚଢଉ କରି ୩ ଜଣ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚଢାଉ ଗଂଜେଇ ଜବତ କରିଛି l ଗଜପତି ଜିଲ୍ଲା ଆର୍. ଉଦୟଗିରୀ ଥାନା ସମ୍ବଲପୂର୍ ପଂଚାୟତ ବୁରୁସହି ଗାଁରେ ଘରେ ଘରେ ବିପୁଳ ପରିମାଣର ଗଞେଇ ଗଚ୍ଛିତ ଥିବା ପୋଲିସ ସୂଚନା ପାଇବା ପରେ ଗାଁରେ ଚଢଉ କରିଥିଲା l ପୋଲିସ ଗାଁର ତିନି ଜଣ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ଘରୁ ୪ କୁଇଣ୍ଟାଲ ୫୫ କେଜି ଗଞ୍ଜେଇ ଜବତ କରିଛି l ପୋଲିସକୁ ଦେଖି ଘର ମାଲିକ ଫେରାର ହୋଇଯାଇଥିବା ବେଳେ ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ l ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି l
More news from ଓଡ଼ିଶା and nearby areas
- ଟିଟିଲାଗଡ଼ ପୋଲିସ ଆସନ୍ତାକାଲି ହେବାକୁ ଥିବା ହନୁମାନ ଜୟନ୍ତୀ ସହରରେ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ନେଇ ଆଜି ପୋଲିସ ପ୍ରଶାସନ ତରଫରୁ ସାଇରନ ଗାଡି ଧରି ଟିଟିଲାଗଡ଼ ପୋଲିସ ବାହିନୀ, ଗୃହରକ୍ଷୀ ବାହିନୀ, ରିଜର୍ଭ ପୋଲିସ ଫୋର୍ସ ଆଦି ସଦଳବଳ ଟିଟିଲାଗଡ଼ ସହରରେ ପରିକ୍ରମା କରିବା ସହିତ ଫ୍ଲାଗ ମାର୍ଚ୍ଚ କରିଛନ୍ତି l ହନୁମାନ ଜୟନ୍ତୀ ସହରରେ ଭକ୍ତିଭାବ ତଥା ଶ୍ରଦ୍ଧା ର ସହିତ ଏକ ଭାଇଚାରା ର ପ୍ରତୀକ ଭାବରେ ସହରରେ ପାଳନ କରାଯାଉଛି l2
- ନରଣପୁର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ମେରୁଯାତ୍ରା ଢେଙ୍କାନାଳ,ସଦର ବ୍ଲକ୍ ଅନ୍ତର୍ଗତ ନରଣପୁର ଗ୍ରାମର ମା’କାମନାକାଳୀ ଦଣ୍ଡପାର୍ଟି ପକ୍ଷରୁ ଆଜି ମେରୁ ପର୍ବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପ୍ରତଃରୁ ମା'ଙ୍କ ମଙ୍ଗଳଆଳତି କରାଯାଇ ମାଜଣା କରାଯାଇଥିଲା। ମଧ୍ୟାହ୍ନ ସମୟରେ ହୋମ ଓ ଯଜ୍ଞ ପରେ ଝାମୁରେ ଅଗ୍ନି ସଂଯୋଗ କରାଯାଇଥିଲା। ସ୍ଥାନୀୟ ବଡଜୋରା ଠାରେ ପୂଜାର୍ଚ୍ଚନା ପରେ ବାଦ୍ୟ, ଘଂଟ ଦ୍ୱାରା ଗ୍ରାମ ପରିକ୍ରମା କରି ମାନସିକ ଦଣ୍ଡୁଆମାନେ, ପାଟ୍ଟଭକ୍ତ ଓ କାଳସୀ ଝାମୁରେ ଚାଲିଥିଲେ । ୨୧ ହାତିଆ ଝାମୁରେ ମାନସିକଧାରୀମାନେ ଚାଲିଥିଲେ । ୧୩ଦିନ ଧରି ଗ୍ରାମ ଗ୍ରାମ ବୁଲି ଦଣ୍ଡୁଆମାନେ ଧୂଳିଦଣ୍ଡ ଓ ରାତିରେ ଦଣ୍ଡ କରି ମାନସିକ ପୂରଣ କରିଥିଲେ । ଏହି ଝାମୁଯାତ୍ରା ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ପୁରୁଷ ଓ ମହିଳାଙ୍କ ଭିଡ ଜମିଥିଲା ।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଠେଙ୍ଗୋଡ୍ୟାମ ଠାରେ ବାବା ରାମେଶ୍ଵର ଙ୍କ ମେରୁଦଣ୍ଡ ଅନୁଷ୍ଠିତ।1
- ଅଁଳାଇ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଶୋଭାଯାତ୍ରା ରେ ସାମିଲ ହେଲେ 100 ରୁ ଉର୍ଦ୍ଧ ମାନସିକ ବ୍ରତଧାରୀ ------------------------------------- ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଂଚାୟତ ଅଧୀନ ଉଇଲ କିଶନ ନଗର ମା ଅଁଳାଇ ଦେବୀ ପୀଠ ରେ 24 ତମ ମହାବୀର ଜୟନ୍ତୀ ଓ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଗତକାଲି ଅଙ୍କୁରାରୋପଣ ଓ ମଣ୍ଡଳକରଣ ଗ୍ରାମରେ ପୂଜା ପାଉଥିବା ବିଭିନ୍ନ ଠାକୁର ଙ୍କୁ ନିମତ୍ରଣ କରାଯାଇଥିଲା l ଆଜି ଗ୍ରାମ କୁଳଗୁରୁ ପୁରୋହିତ ବିଶ୍ୱନାଥ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଗ୍ରାମ ର ଝାରିଆ ପୋଖରୀ ଠାରୁ ଶହେ ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ପୋଖରୀରୁ ଜଳ କଳସ ଧରି ଗ୍ରାମ୍ୟ ପରିକ୍ରମା କରି ଶୋଭାଯାତ୍ରା ରେ ଆସିଥିଲେ l ଘଣ୍ଟ ଘଣ୍ଟା,ହରିବୋଲ ହୁଳହୁଳି ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗାଁ ର ଦାଣ୍ଡ l ଗ୍ରାମର ଭାଗବତ ଠାକୁର, ତ୍ରିନାଥ ଠାକୁର, ଧବଳେଶ୍ୱର ମହାଦେବ,ରାଧାକୃଷ୍ଣ ଆଦି ନିଜ ନିଜ ସୁସଜ୍ଜିତ ବିମାନ ରେ ଯଜ୍ଞ ସ୍ଥଳ କୁ ଯାଇଥିଲେ l ଏହି ଅବସରେ ବିଭିନ୍ନ ବାଣ ଫୁଟା , ରୋଷଣୀ କଳଘୋଡା ନୃତ୍ୟ, ବୁଢାବୁଢ଼ି ନୃତ୍ୟ କୁ ଦେଖିବାକୁ ଶହ ଶହ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଯଜ୍ଞ ସ୍ଥଳରେ ପହଂଚିବା ପରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ଓ ଅଗ୍ନି ସ୍ଥାପନ କରାଯାଇଥିଲା l ପରେ ଅପରାହ୍ନ ସମୟରେ ଯଜ୍ଞ କର୍ତ୍ତା ଆକାଶ ବିଶ୍ୱାଳ ଙ୍କ ଉପସ୍ଥିତି ରେ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଥିଲା l.ଏହି ବାର୍ଷିକ ଯଜ୍ଞ ଗ୍ରାମ ର ସମ୍ପାଦକ ସନାତନ ବିଶ୍ୱାଳ,ଙ୍କ ପରିଚାଳନା ରେ ଆୟୋଜନ ହେଉଥିଲା ବେଳେ ଆସନ୍ତାକାଲି ଅପରାହ୍ନ 5 ଟା ରେ ପୂର୍ଣ୍ଣାହୁତି ସହିତ ଯଜ୍ଞ ସମାପନ ହେବା ପରେ ସମୂହ ପ୍ରସାଦ ସେବନ ହେବ ବୋଲି ପୁରୋହିତ ବିଶ୍ୱନାଥ ନନ୍ଦ ସୂଚନା ଦେଇଛନ୍ତି l1
- Post by Sonepur news khulasa1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବ୍ରହ୍ମପୁର ପ୍ରସିଦ୍ଧ କଣ୍ଟାଦୋଳି ଝାମୁଯାତ୍ରା କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ଅମ୍ବଗଡ଼ ଅଞ୍ଚଳରେ ଗଭୀର ଭକ୍ତି ଓ ଆଧ୍ୟାତ୍ମିକ ଭାବନା ମଧ୍ୟରେ ପାଳିତ ହେଉଛି ମାଁ ମଙ୍ଗଳାଙ୍କ ପ୍ରସିଦ୍ଧ କଣ୍ଟାଦୋଳି ଝାମୁ ଯାତ୍ରା । ପ୍ରତିବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଏହି ନିଆରା ପରମ୍ପରା ଅଞ୍ଚଳର ଧାର୍ମିକ ଓ ସାମ୍ପ୍ରଦାୟିକ ଐତିହ୍ୟକୁ ଉଜାଗର କରିଥାଏ । ଏହି ଯାତ୍ରାର ସବୁଠାରୁ ବିଶେଷତା ହେଉଛି। ମାଁ ମଙ୍ଗଳା କନ୍ୟା ରୂପରେ ବାପଘରକୁ ଆସି ପୂଜାପାଆନ୍ତି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାର ପରମ୍ପରାକୁ ଅନୁସରଣ କରି ଏହି କଣ୍ଟାଦୋଳି ଯାତ୍ରା ପ୍ରଚଳିତ ହୋଇଆସିଛି । ଚୈତ୍ର ମାସରେ ମାଁଙ୍କ ସ୍ୱପ୍ନାଦେଶ ପାଇବା ପରେ ଏହି ପବିତ୍ର ଯାତ୍ରାର ଆରମ୍ଭ ହୁଏ ।1
- ଏଟିଏମ କାଉଣ୍ଟର ରୁ ଟଙ୍କା ଉଠାଉଥିବା ବେଳେ ଲୁଟ ଅଭିଯୋଗ ଯୁବକ ଗିରପ ଟିଟିଲାଗଡ଼... ଟିଟିଲାଗଡ଼ ସହର ର ଏସ ବି ଆଇ ଶାଖା ର ଏକ ଏ ଟି ଏମ କାଉଣ୍ଟର ରୁ ଜନୈକ ବ୍ୟକ୍ତି ଟଙ୍କା ଉଠାଉଥିବା ବେଳେ ବିଶ୍ୱଜିତ ଦାଶ ନାମକ ବ୍ୟକ୍ତି ଜଣକ ଏ ଟି ଏମ କାଉଣ୍ଟର ରୁ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଏକ ଛୁରୀ ଦେଖାଇ ଭୟଭୀତ କରି ଟଙ୍କା ଲୁଟ କରି ଫେରାର ମାରିଥିବା ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ମୁଣ୍ଡା ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଏହାର ନେତୃତ୍ୱ ସବ ଇନ୍ସପେକ୍ଟର କିରଣ ଜାଣି ସମ୍ପୃକ୍ତ ଲୁଟେରା ବିଶ୍ୱଜିତ ଦାଶ କୁ ଧରିବାରେ ସଫଳ ହେବା ସହ ଆସାମୀ ଠାରୁ ଏକ ଛୁରୀ ଏବଂ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଛି l ଆସାମୀ ଜଣକ ବଲାଙ୍ଗୀର ଗାନ୍ଧୀନଗର ପଡା ର ବାସିନ୍ଦା ହୋଇଥିବା ବେଳେ ଗତ କିଛି ମାସ ଧରି ସୋନପୁର ସ୍ଥିତ ବ୍ଲକ ଛକ ନିକଟରେ ରହୁଥିବା ପୋଲିସ ସୂଚନା ଦେଇଛି l ପୂର୍ବରୁ ମଧ୍ୟ ଉକ୍ତ ଅସାମାଜିକ ବ୍ୟକ୍ତି ଙ୍କ ନାମ ରେ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଅତୀତ ରେ ବଲାଙ୍ଗୀର ଜେଲ ଯାଇଥିବା ଜଣାପଡିଛି l ଏ ଟି ଏମ କାଉଣ୍ଟର ରୁ ଟଙ୍କା ଉଠାଉଥିବା ବେଳେ ସାବଧାନ ଅବଲମ୍ବନ କରିବା ସହିତ ସତର୍କ ହେବା ନେଇ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ ଟିଟିଲାଗଡ଼ ପୋଲିସ ତରଫରୁ ଅନୁରୋଧ କରାଯଇଛି l2
- ସୁବର୍ଣ୍ଣପୁର: ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଲେ ଏସପି ନାରାୟଣ ନାୟକ ଫାର୍ମ ହାଉସ ରୁ ଗଞ୍ଜେଇ ଜବତ କରିବା ନେଇ ରଖିଲେ ପ୍ରତିକ୍ରିୟା1