Shuru
Apke Nagar Ki App…
ରଜ ପର୍ବ ଚାଲିଥିବା ସମୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମାଳିପୁଟ ରାଜରାସ୍ତା ନିକଟରେ ଥିବା ଏକ ଘର ଭାଙ୍ଗି ଯାଇଛି।
Kuna Khara
ରଜ ପର୍ବ ଚାଲିଥିବା ସମୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମାଳିପୁଟ ରାଜରାସ୍ତା ନିକଟରେ ଥିବା ଏକ ଘର ଭାଙ୍ଗି ଯାଇଛି।
More news from ଓଡ଼ିଶା and nearby areas
- ମାଲକାନଗିରି ପୋଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି। ପୋଲିସ ମାଟି ତଳୁ ମାଓବାଦୀଙ୍କର ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗ୍ରେନେଡ୍ ଏବଂ କାରଖାନା ସାମଗ୍ରୀ ଜବତ କରିଛି।2
- ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧୁମଧାମରେ ରଜ ପର୍ବ ପାଳନ କରାଯାଉଥିବା ବେଳେ ସଦର ମହକୁମାସ୍ଥିତ ଆଓମା ଗୁରୁକୁଳରେ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ମାଟି ଓ ମଣିଷର ନିବିଡ଼ ସମ୍ପର୍କର ପ୍ରତୀକ ଏହି କୃଷିଭିତ୍ତିକ ପର୍ବକୁ ଜିଲ୍ଲାବାସୀ ଚାରିଦିନ ଧରି ଆନନ୍ଦ ଓ ଉତ୍ସାହର ସହ ପାଳନ କରୁଛନ୍ତି। ରଜର ଦ୍ୱିତୀୟ ଦିନରେ ଆଓମା ଗୁରୁକୁଳରେ ରହୁଥିବା ଅନାଥ, ଅସହାୟ ଓ ପିତାମାତା ଛେଉଣ୍ଡ ପିଲାମାନଙ୍କ ସହ ଜିଲ୍ଲାର ଜଣାଶୁଣା ସମାଜସେବୀ ଦମ୍ପତି ରତ୍ନାକର ଦାଶ ଓ ସୁଚିତ୍ରା ଦାଶ ନିଜର ୩୬ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସେମାନେ ନିଜର ଏହି ବିଶେଷ ଦିନକୁ ପରିବାର ମଧ୍ୟରେ ସୀମିତ ନରଖି ପିଲାମାନଙ୍କ ସହ ବାଣ୍ଟି ରଜର ଆନନ୍ଦକୁ ଦ୍ୱିଗୁଣିତ କରିଥିଲେ। ଏହି ଅବସରରେ ସୁଚିତ୍ରା ଦାଶ ଓ ଗୁରୁକୁଳର ଛାତ୍ରୀମାନେ ପାରମ୍ପରିକ ଫୋଡ଼ ପିଠା ପ୍ରସ୍ତୁତ କରିଥିବା ବେଳେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପିଲାମାନଙ୍କୁ ବଣ୍ଟନ କରାଯାଇଥିଲା। ସ୍ନେହ, ଆଦର ଓ ଆପଣାପଣିଆର ସ୍ପର୍ଶ ପାଇ ପିଲାମାନଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା। ପିଲାମାନେ ନାଚ, ଗୀତ ଓ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସବକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଶୋକ ମିଶ୍ର, ଚନ୍ଦନ ପଣ୍ଡା ଓ ବିନାଶ ମିଶ୍ର ପ୍ରମୁଖ ଯୋଗଦେଇ ପିଲାମାନଙ୍କ ସହ ରଜର ଆନନ୍ଦ ବାଣ୍ଟିଥିଲେ। ବିନାଶ ମିଶ୍ର ଦୀର୍ଘ ବର୍ଷ ଧରି ନିଜସ୍ୱ ଉଦ୍ୟମରେ ଆଓମା ଗୁରୁକୁଳ ପରିଚାଳନା କରି ଅନାଥ ଓ ଅସହାୟ ପିଲାଙ୍କ ଶିକ୍ଷା ଓ ଲାଳନ-ପାଳନ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଅନ୍ୟପକ୍ଷରେ, ଜିଲ୍ଲାର ବିଭିନ୍ନ ଗ୍ରାମରେ ଆଦିବାସୀ ଯୁବତୀମାନେ ଜେମସା ନାଚ ଓ ରଜଗୀତର ଆୟୋଜନ କରିଥିଲେ। ଛୋଟ ଝିଅଠାରୁ ଆରମ୍ଭ କରି ଯୁବତୀ ଓ ମହିଳାମାନେ ନୂତନ ବସ୍ତ୍ର ପରିଧାନ କରି ରଜଦୋଳି ଖେଳିବା ସହ ରଜଗୀତ ଗାଇ ଉତ୍ସବକୁ ଉପଭୋଗ କରିଥିଲେ। ପୁରୁଷ ଓ ଯୁବକମାନେ ତାସ ଓ ବାଗୁଡ଼ି ଖେଳରେ ମାତିଥିବା ବେଳେ ମହିଳାମାନେ ଲୁଢ଼ୁ, କଉଡ଼ି ଓ କାଚ ଖେଳରେ ଅଂଶଗ୍ରହଣ କରିଥିଲେ। ରଜ ଅବସରରେ ଚାଷୀମାନେ କୃଷିକାର୍ଯ୍ୟରୁ ବିରତ ରହି ପର୍ବକୁ ଉପଭୋଗ କରୁଥିବା ବେଳେ ସମଗ୍ର ଜିଲ୍ଲାରେ ରଜର ଉତ୍ସାହ ଓ ପାରମ୍ପରିକତାର ଏକ ସୁନ୍ଦର ଚିତ୍ର ଦେଖିବାକୁ ମିଳିଛି।4
- ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି, ଯେଉଁଠାରେ ଜଣେ ବାପା ଛେଉଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକ ଏବଂ ଆକ୍ରୋଶର ବାତାବରଣ ସୃଷ୍ଟି ହୋଇଛି। ଫୁଲସିଂ ଭତରାଙ୍କ ଭଉଣୀ ଚନ୍ଦ୍ରାବତୀ ଭତରା, ଯିଏ ପୂର୍ବରୁ ବାପାଙ୍କୁ ହରାଇଥିଲେ, ନରପିଶାଚଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ପହିଲି ରଜ ଖେଳିବାକୁ ଚନ୍ଦ୍ରାବତୀ ସାଙ୍ଗସାଥିଙ୍କ ସହ ଯାଇଥିବା ବେଳେ ଆଜି ସକାଳୁ ତାଙ୍କର ରକ୍ତାକ୍ତ ମୃତଦେହ ଘର ବାରିପଟେ ପଡ଼ିଥିବା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇ ମୃତଦେହ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଖବର ପାଇ କୋଡ଼ିଙ୍ଗା ପୋଲିସ, ଏସ୍ପି ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ, ଦୋଷୀମାନଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଶବକୁ ନ ଛାଡିବାକୁ ପରିବାର ଲୋକେ ଜିଦ୍ ଧରି ବସିଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ସ୍ଥାନୀୟ ଲୋକେ ଓ ପରିବାରବର୍ଗ ଦାବି କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚିଥିବା ଏସ୍ପି ଜଗଦୀଶ ପାର୍ଥ କଶ୍ୟପ କହିଛନ୍ତି ଯେ, ସାଇଣ୍ଟିଫିକ ଟିମ୍ର ରିପୋର୍ଟ ତଥା ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ କରାଯାଇ ଘଟଣାରେ ଜଡ଼ିତ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ।1
- ରଜ ପର୍ବର ଉତ୍ସାହ ମଧ୍ୟରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବାପାଛେଉଣ୍ଡ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି, ଯାହା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆକ୍ରୋଶର ବାତାବରଣ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଚଚରାଗୁଡା ଗ୍ରାମର ଫୁଲସିଂ ଭତରାଙ୍କ ଭଉଣୀ ଚନ୍ଦ୍ରା ଭତରା ନରପିଶାଚଙ୍କ ଶିକାର ହୋଇଛନ୍ତି। ପହିଲି ରଜ ଖେଳିବାକୁ ସାଙ୍ଗସାଥିଙ୍କ ସହ ଚନ୍ଦ୍ରା ଗତକାଲି ରାତିରେ ଯାଇଥିଲେ। ଆଜି ସକାଳୁ ତାଙ୍କ ଭାଇ ଘର ବାରିପଟେ ଚନ୍ଦ୍ରାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଚନ୍ଦ୍ରାଙ୍କ ପାଟିରୁ ରକ୍ତ ବାହାରିବା ସହ ବେକ ଫୁଲିଯାଇଥିବା ଲକ୍ଷ୍ୟ କରି ସେ ଗାଁ ଲୋକଙ୍କୁ ଡାକିଥିଲେ। ପରିବାର ଓ ଗ୍ରାମବାସୀ ଏହି ଅଭାବନୀୟ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ପରିବାର ଲୋକେ ଦୋଷୀଙ୍କୁ ନଧରିବା ପର୍ଯ୍ୟନ୍ତ ଶବକୁ ନଛାଡିବା ଜିଦରେ ଅଡିବସିଛନ୍ତି। ନବରଙ୍ଗପୁର ଏସପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ପ୍ରାଥମିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ପରିବାରର ଅଭିଯୋଗକୁ ତଦନ୍ତରେ ସ୍ଥାନ ଦିଆଯିବ, ଗତକାଲିର ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଶବ ବ୍ୟବଛେଦ ରିପୋର୍ଟ ପରେ ଅନେକ କିଛି ସ୍ପଷ୍ଟ ହେବ। ଏହା ମଧ୍ୟ କୁହାଯାଇଛି ଯେ ଖୁବଶୀଘ୍ର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ ଏବଂ ତଦନ୍ତ ପରେ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ। ଏହି ଘଟଣାରେ ଜଣକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି।3
- ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗାଁ ଗହଳିରେ ରଜ ପର୍ବକୁ ଅତ୍ୟନ୍ତ ଆନନ୍ଦ ଏବଂ ଉତ୍ସାହର ସହ ପାଳନ କରାଯାଇଛି।1
- ଗଜପତି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ସଭାଗୃହରେ ମହାଆଡମ୍ବରରେ ରଜ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧାକାନ୍ତ ଭୂୟାଁ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ବି କୋମଳାଙ୍ଗୀ, ମୁଖ୍ୟ ବକ୍ତା ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିଥିମାନେ ରଜ ଉତ୍ସବ ପାଳନ ବିଷୟରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମତୀ ସରିତା ପାଣିଗ୍ରାହୀ ଅତିଥି ଆବାହନ କରିଥିବା ବେଳେ ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଦୀପ ମନ୍ତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସୁଶ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଏକ ଶୃତି ମଧୁର ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର ଜଣାଶୁଣା କଣ୍ଠଶିଳ୍ପୀ ଷ୍ଟିଫେନ ରଇତଙ୍କ ବିୟୋଗରେ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଆକାଂକ୍ଷା ମହିଳା ସଂଗଠନର ବାର୍ଷିକ ପତ୍ରିକା "ଆକାଂକ୍ଷା" ଉନ୍ମୋଚନ ଅବସରରେ ବିଶିଷ୍ଟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ସ୍ୱେଚ୍ଛସେବୀ ଅନୁଷ୍ଠାନ ସିସିଡିର ସମ୍ପାଦକ ଶ୍ରୀ ଆଡାଲା ଜଗନ୍ନାଥ ରାଜୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଦୁଇ ଜଣ ସମ୍ମାନନୀୟ ବ୍ୟକ୍ତି ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଡ଼ଃ ନରସିଂହ ଗୌଡ ଏବଂ ମହିଳା ଓ ସମନ୍ୱିତ ଶିଶୁ ବିଭାଗରେ କାର୍ଯ୍ୟରତ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ରଙ୍କୁ ସମାଜ ସେବା ଦିଗରେ ସେମାନଙ୍କର ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଶ୍ରୀମତୀ ସୁଜାତା ନନ୍ଦ ପ୍ରଶସ୍ତି ପତ୍ର ପାଠ କରିଥିଲେ। ଏହା ପରେ ଆଧ୍ୟାତ୍ମିକ ଓ ସାଧାରଣ ଜ୍ଞାନ ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ବବିତା ପୁରୋହିତ ପରିଚାଳନା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସଫଳତାର ସହ ଉତ୍ତର ପ୍ରଦାନ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ସଂଗୀତା ପାତ୍ର ସମସ୍ତ ଅତିଥିବୃନ୍ଦ, ଉପସ୍ଥିତ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ ପରିଚାଳନା ଓ ସଂଯୋଜନା କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଏବଂ ଜନସାଧାରଣଙ୍କୁ ଆକାଂକ୍ଷା ପତ୍ରିକା ଏବଂ ରଜ ଉପଲକ୍ଷେ ବିଭିନ୍ନ ମିଷ୍ଟାନ୍ନ ଓ ପିଠା ବଣ୍ଟନରେ ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକ ଓ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା ଓ ବାଳିକାମାନେ ରଜ ଦୋଳିର ମଜା ଉଠାଇଥିଲେ।1
- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପେଲେସ ସାହିରେ ଜଳ ଯୋଗାଣ ମିଟର ଚୋରି ହେବା ନେଇ ଅଭିଯୋଗ ହୋଇଛି। ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରର ହିତାଧିକାରୀଙ୍କ ଦ୍ୱାରା ବ୍ୟବହୃତ ଜଳର ପରିମାଣ ଜାଣିବା ପାଇଁ ମିଟର ଲଗାଯାଇଥିବା ବେଳେ, ଗତ କିଛି ମାସ ହେଲା ଏହି ମିଟରଗୁଡ଼ିକ ଚୋରି ହେଉଥିବା ଜଣାପଡ଼ିଛି। ଗତ ବିଳମ୍ବିତ ରାତିରେ ପେଲେସ ସାହିରୁ ପ୍ରାୟ ଦଶ ଗୋଟି ପାଣି ମିଟର ଚୋରି ହୋଇଥିବା ଶୁଣିବାକୁ ମିଳିଛି। ସହରରେ କ୍ୟାମେରା ଲାଗିବା ସହ ରାଜ ନହର ଏବଂ କଲେଜ ଛକ ଠାରେ ପୋଲିସ ପହରା ରହୁଥିବା ବେଳେ ଏବଂ ପୋଲିସ ପେଟ୍ରୋଲିଂ ଗାଡ଼ି ବୁଲୁଥିବା ସତ୍ତ୍ୱେ ଏପରି ଚୋରି ଘଟଣା ପୋଲିସ ପ୍ରତି ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଚୋରି ହୋଇଥିବା ଏହି ଜଳ ମିଟରଗୁଡ଼ିକୁ ଆନ୍ଧ୍ରରେ କଳାବଜାରୀ କରାଯାଉଥିବା ନେଇ ମଧ୍ୟ ଶୁଣାଯାଉଛି। ତେଣୁ ଏହି ଚୋରି ଘଟଣାର ତଦନ୍ତ ଆରମ୍ଭ କରାଗଲେ ସମ୍ପୃକ୍ତ ଗ୍ୟାଙ୍ଗ ଧରାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।1
- ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟଯୋଷୀ ବିଜେପି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି। ଏହି ପଦଯାତ୍ରା ମାଧ୍ୟମରେ ସେ ଲୋକଙ୍କ ସହ ମିଶିଥିଲେ।1
- ମାଲକାନଗିରି ପୋଲିସ ଏକ ବଡ଼ ସଫଳତା ହାସଲ କରିଛି, ଯେଉଁଥିରେ ଓଡ଼ିଶା-ଛତିଶଗଡ଼ ସୀମାରୁ ଏକ ବିଶାଳ ମାଓ ଡମ୍ପ ଠାବ କରାଯାଇଛି। ଏହି ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୋଲିସ ଗ୍ରେନେଡ୍ ଏବଂ ବନ୍ଧୁକ ଭଳି ମାରାତ୍ମକ ଅସ୍ତ୍ରଶସ୍ତ୍ର ଜବତ କରିବାରେ ସକ୍ଷମ ହୋଇଛି।1