logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଜପତି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ସଭାଗୃହରେ ମହାଆଡମ୍ବରରେ ରଜ ଉତ୍ସବ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଧାକାନ୍ତ ଭୂୟାଁ, ସମ୍ମାନିତ ଅତିଥି ଭାବେ ରାୟଗଡ଼ ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ବି କୋମଳାଙ୍ଗୀ, ମୁଖ୍ୟ ବକ୍ତା ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ଏବଂ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିଥିମାନେ ରଜ ଉତ୍ସବ ପାଳନ ବିଷୟରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମତୀ ସରିତା ପାଣିଗ୍ରାହୀ ଅତିଥି ଆବାହନ କରିଥିବା ବେଳେ ଶ୍ରୀମତୀ ପ୍ରେମାଞ୍ଜଳି ପଣ୍ଡା ଦୀପ ମନ୍ତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସୁଶ୍ରୀ ଜ୍ୟୋତିର୍ମୟୀ ପଣ୍ଡା ଏକ ଶୃତି ମଧୁର ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ଡ଼ଃ ମିନା କୁମାରୀ ଟହଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲାର ଜଣାଶୁଣା କଣ୍ଠଶିଳ୍ପୀ ଷ୍ଟିଫେନ ରଇତଙ୍କ ବିୟୋଗରେ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଆକାଂକ୍ଷା ମହିଳା ସଂଗଠନର ବାର୍ଷିକ ପତ୍ରିକା "ଆକାଂକ୍ଷା" ଉନ୍ମୋଚନ ଅବସରରେ ବିଶିଷ୍ଟ ଅତିଥି ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ସ୍ୱେଚ୍ଛସେବୀ ଅନୁଷ୍ଠାନ ସିସିଡିର ସମ୍ପାଦକ ଶ୍ରୀ ଆଡାଲା ଜଗନ୍ନାଥ ରାଜୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଦୁଇ ଜଣ ସମ୍ମାନନୀୟ ବ୍ୟକ୍ତି ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଡ଼ଃ ନରସିଂହ ଗୌଡ ଏବଂ ମହିଳା ଓ ସମନ୍ୱିତ ଶିଶୁ ବିଭାଗରେ କାର୍ଯ୍ୟରତ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସରଳା ପାତ୍ରଙ୍କୁ ସମାଜ ସେବା ଦିଗରେ ସେମାନଙ୍କର ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଶ୍ରୀମତୀ ସୁଜାତା ନନ୍ଦ ପ୍ରଶସ୍ତି ପତ୍ର ପାଠ କରିଥିଲେ। ଏହା ପରେ ଆଧ୍ୟାତ୍ମିକ ଓ ସାଧାରଣ ଜ୍ଞାନ ଉପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ପଣ୍ଡା ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ବବିତା ପୁରୋହିତ ପରିଚାଳନା କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସଫଳତାର ସହ ଉତ୍ତର ପ୍ରଦାନ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ସଂଗୀତା ପାତ୍ର ସମସ୍ତ ଅତିଥିବୃନ୍ଦ, ଉପସ୍ଥିତ ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ ପରିଚାଳନା ଓ ସଂଯୋଜନା କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ଏବଂ ଜନସାଧାରଣଙ୍କୁ ଆକାଂକ୍ଷା ପତ୍ରିକା ଏବଂ ରଜ ଉପଲକ୍ଷେ ବିଭିନ୍ନ ମିଷ୍ଟାନ୍ନ ଓ ପିଠା ବଣ୍ଟନରେ ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକ ଓ ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳା ଓ ବାଳିକାମାନେ ରଜ ଦୋଳିର ମଜା ଉଠାଇଥିଲେ।

2 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•

More news from ଓଡ଼ିଶା and nearby areas
  • ଲକ୍ଷ୍ମୀପୁର ନାରାୟଣପାଟଣା ଅଞ୍ଚଳରେ ହୋଇଥିବା କାଳ ବୈଶାଖୀ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକେ ହନ୍ତସନ୍ତ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।
    1
    ଲକ୍ଷ୍ମୀପୁର ନାରାୟଣପାଟଣା ଅଞ୍ଚଳରେ ହୋଇଥିବା କାଳ ବୈଶାଖୀ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକେ ହନ୍ତସନ୍ତ ହେଉଥିବା ଚିତ୍ର ସାମ୍ନାକୁ ଆସିଛି।
    user_Sonu Bagh CREATION
    Sonu Bagh CREATION
    ରାୟଗଡା, ରାୟଗଡା, ଓଡ଼ିଶା•
    24 min ago
  • ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କଷିପଡା ସ୍ଥିତ ବିଜେ ମା' ସିଂହାସନଙ୍କ ଶକ୍ତି ପୀଠରେ ରଜ ପର୍ବ ତିନି ଦିନ ଧରି ଅତ୍ୟନ୍ତ ଉତ୍ସବମୁଖର ପରିବେଶରେ ପାଳିତ ହେଉଛି। ଏହି ପବିତ୍ର ଅବସରରେ ଶକ୍ତି ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ବିଶେଷ କରି, ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ଦିନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଏବଂ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। ପ୍ରତିବର୍ଷ ପହିଲି ରଜ ଠାରୁ ତିନି ଦିନ ପର୍ଯ୍ୟନ୍ତ ଏହି ଶକ୍ତି ପୀଠରେ ରଜପର୍ବ ପାଳିତ ହୋଇଥାଏ। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏକ ଦୃଢ଼ ବିଶ୍ୱାସ ରହିଛି ଯେ, ଏହି ତିନି ଦିନରେ ମା'ଙ୍କୁ ଦର୍ଶନ କଲେ ମା'ଙ୍କ କୃପା ଦୃଷ୍ଟି ପଡ଼ିଥାଏ। ତେଣୁ, ହଜାର ହଜାର ମାନସିକଧାରୀ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିବା ସହିତ ନିଜ ଶିଶୁମାନଙ୍କର ମୁଣ୍ଡନ କରାଇଥାନ୍ତି ଏବଂ ଭୋଗରାଗ ଅର୍ପଣ କରିଥାନ୍ତି। ଆଜି ସକାଳରୁ ଆରମ୍ଭ ହୋଇ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ସମାଗମ ଜାରି ରହିଥିଲା। ମା' ସିଂହାସନୀଙ୍କ ଶକ୍ତି ପୀଠ ସଂକ୍ରାନ୍ତି ରଜ ପର୍ବରେ ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି।
    1
    ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କଷିପଡା ସ୍ଥିତ ବିଜେ ମା' ସିଂହାସନଙ୍କ ଶକ୍ତି ପୀଠରେ ରଜ ପର୍ବ ତିନି ଦିନ ଧରି ଅତ୍ୟନ୍ତ ଉତ୍ସବମୁଖର ପରିବେଶରେ ପାଳିତ ହେଉଛି। ଏହି ପବିତ୍ର ଅବସରରେ ଶକ୍ତି ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ବିଶେଷ କରି, ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ଦିନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଏବଂ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ।

ପ୍ରତିବର୍ଷ ପହିଲି ରଜ ଠାରୁ ତିନି ଦିନ ପର୍ଯ୍ୟନ୍ତ ଏହି ଶକ୍ତି ପୀଠରେ ରଜପର୍ବ ପାଳିତ ହୋଇଥାଏ। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଏକ ଦୃଢ଼ ବିଶ୍ୱାସ ରହିଛି ଯେ, ଏହି ତିନି ଦିନରେ ମା'ଙ୍କୁ ଦର୍ଶନ କଲେ ମା'ଙ୍କ କୃପା ଦୃଷ୍ଟି ପଡ଼ିଥାଏ। ତେଣୁ, ହଜାର ହଜାର ମାନସିକଧାରୀ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିବା ସହିତ ନିଜ ଶିଶୁମାନଙ୍କର ମୁଣ୍ଡନ କରାଇଥାନ୍ତି ଏବଂ ଭୋଗରାଗ ଅର୍ପଣ କରିଥାନ୍ତି। ଆଜି ସକାଳରୁ ଆରମ୍ଭ ହୋଇ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ସମାଗମ ଜାରି ରହିଥିଲା।

ମା' ସିଂହାସନୀଙ୍କ ଶକ୍ତି ପୀଠ ସଂକ୍ରାନ୍ତି ରଜ ପର୍ବରେ ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି।
    user_Pitabas dash
    Pitabas dash
    Asika, Ganjam•
    1 hr ago
  • ପ୍ରବୀଣାଙ୍କ ମୃତ୍ୟୁ ମାମଲାର ଫାଇଲ ତାଙ୍କ ପିତା ମାତା ଖୋଲିଥିବା ସୂଚନା ମିଳିଛି।
    1
    ପ୍ରବୀଣାଙ୍କ ମୃତ୍ୟୁ ମାମଲାର ଫାଇଲ ତାଙ୍କ ପିତା ମାତା ଖୋଲିଥିବା ସୂଚନା ମିଳିଛି।
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    14 hrs ago
  • କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ସାନ ପୋଡ଼ାଗୁଡ଼ା ବିଜୁ ଏକ୍ସପ୍ରେସ ୱେ ନିକଟରେ ବିଳମ୍ବିତ ରାତିରେ ଏକ ଭାଲୁର ମୃତ୍ୟୁ ଘଟିଛି। ରାସ୍ତା ପାର ହେଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଭାଲୁଟି ପ୍ରାଣ ହରାଇଛି। ସକାଳୁ ସ୍ଥାନୀୟ ଲୋକମାନେ ରାସ୍ତା କଡ଼ରେ ଭାଲୁର ମୃତଦେହ ପଡ଼ିଥିବା ଦେଖିବା ପରେ ତୁରନ୍ତ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
    1
    କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ସାନ ପୋଡ଼ାଗୁଡ଼ା ବିଜୁ ଏକ୍ସପ୍ରେସ ୱେ ନିକଟରେ ବିଳମ୍ବିତ ରାତିରେ ଏକ ଭାଲୁର ମୃତ୍ୟୁ ଘଟିଛି। ରାସ୍ତା ପାର ହେଉଥିବା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଭାଲୁଟି ପ୍ରାଣ ହରାଇଛି।

ସକାଳୁ ସ୍ଥାନୀୟ ଲୋକମାନେ ରାସ୍ତା କଡ଼ରେ ଭାଲୁର ମୃତଦେହ ପଡ଼ିଥିବା ଦେଖିବା ପରେ ତୁରନ୍ତ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
    user_Gopal Das Mahananda
    Gopal Das Mahananda
    Voice of people ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    13 hrs ago
  • Post by Anish k d Anish
    1
    Post by Anish k d Anish
    user_Anish k d Anish
    Anish k d Anish
    ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    13 hrs ago
  • କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଧାନ ମଣ୍ଡିରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଏବଂ ଦାୟିତ୍ୱରେ ଥିବା ମଣ୍ଡି ଅଧିକାରୀଙ୍କ ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରି ଚାଷୀମାନେ ପ୍ରତିବାଦ କରିଛନ୍ତି।
    1
    କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ଧାନ ମଣ୍ଡିରେ ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ ଏବଂ ଦାୟିତ୍ୱରେ ଥିବା ମଣ୍ଡି ଅଧିକାରୀଙ୍କ ପାତରଅନ୍ତର ନୀତିକୁ କଡ଼ା ସମାଲୋଚନା କରି ଚାଷୀମାନେ ପ୍ରତିବାଦ କରିଛନ୍ତି।
    user_ମଳୟ ବେନୁଆଁ.
    ମଳୟ ବେନୁଆଁ.
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    13 hrs ago
  • ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଖାରିସାହି ଗ୍ରାମରେ ଗତ ଦୁଇ ଦିନ ହେଲା ଏକ ଗଛ ପଡ଼ିଯିବା ଯୋଗୁଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଗ୍ରାମବାସୀମାନେ ଅନ୍ଧାରରେ ରହି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ଏହି ସମସ୍ୟା ସମ୍ପର୍କରେ ବହୁଥର ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏଭଳି ଅସୁବିଧା ସତ୍ତ୍ୱେ ବ୍ଲକ୍ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ପାରି ନ ଥିବା ନେଇ ଦଣ୍ଡିଆ ଭୂୟାଁ, ଦାଉଦ ଭୂୟାଁ, ପ୍ରିୟଙ୍କା ନାୟକ, ନୟମି ରାଇତ, ସୁବାଷିନୀ ନାୟକ, ଆୟୁବ ଭୂୟାଁ ଏବଂ ଯିହୁଦା ଘଣ୍ଟ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
    1
    ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଖାରିସାହି ଗ୍ରାମରେ ଗତ ଦୁଇ ଦିନ ହେଲା ଏକ ଗଛ ପଡ଼ିଯିବା ଯୋଗୁଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଗ୍ରାମବାସୀମାନେ ଅନ୍ଧାରରେ ରହି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

ଗ୍ରାମବାସୀମାନେ ଏହି ସମସ୍ୟା ସମ୍ପର୍କରେ ବହୁଥର ବିଭାଗୀୟ ଅଧିକାରୀମାନଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏଭଳି ଅସୁବିଧା ସତ୍ତ୍ୱେ ବ୍ଲକ୍ ପ୍ରଶାସନ ଉକ୍ତ ସ୍ଥାନରେ ପହଞ୍ଚି ପାରି ନ ଥିବା ନେଇ ଦଣ୍ଡିଆ ଭୂୟାଁ, ଦାଉଦ ଭୂୟାଁ, ପ୍ରିୟଙ୍କା ନାୟକ, ନୟମି ରାଇତ, ସୁବାଷିନୀ ନାୟକ, ଆୟୁବ ଭୂୟାଁ ଏବଂ ଯିହୁଦା ଘଣ୍ଟ ପ୍ରମୁଖ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    11 hrs ago
  • କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପୋଖରୀବନ୍ଧ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ଶନିବାର ମାଁ ମହାକାଳ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି।
    1
    କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ପୋଖରୀବନ୍ଧ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ପରିସରରେ ଶନିବାର ମାଁ ମହାକାଳ ନକଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି।
    user_Ramesh Chandra Nayak
    Ramesh Chandra Nayak
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଥାନା ଅନ୍ତର୍ଗତ କଙ୍କୋରୋଡ଼ା ଛକରେ ଥିବା ଏକ ମଦ ଦୋକାନରେ ଦୁର୍ବୁତ୍ତମାନେ ପଶି ଆତଙ୍କ ଖେଳାଇବା ସହ ଜଣେ ମଦ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି। ଦୁର୍ବୁତ୍ତଙ୍କ ଆକ୍ରମଣରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଥାନା ଅନ୍ତର୍ଗତ କଙ୍କୋରୋଡ଼ା ଛକରେ ଥିବା ଏକ ମଦ ଦୋକାନରେ ଦୁର୍ବୁତ୍ତମାନେ ପଶି ଆତଙ୍କ ଖେଳାଇବା ସହ ଜଣେ ମଦ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଜଣାପଡିଛି।

ଦୁର୍ବୁତ୍ତଙ୍କ ଆକ୍ରମଣରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Pitabas dash
    Pitabas dash
    Asika, Ganjam•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.